Categories: ଖେଳ

ହ୍ବାଟ୍ସଆପ୍‌ରେ ଚାଟିଂ କରୁ କରୁ ପ୍ରେମରେ ପଡିଥିଲେ ଏହି ପ୍ରସିଦ୍ଧ କ୍ରିକେଟର

ଭାରତୀୟ କ୍ରିକେଟ ଦଳର ଅଲରାଉଣ୍ଡର ରବିନ୍ଦ୍ର ଜାଡେଜା ଆଜି ୩୨ ବର୍ଷରେ ପଦାର୍ପଣ କରିଛନ୍ତି। ୧୯୮୮ ମସିହା ଡିସେମ୍ବର ୬ରେ ସେ ସୌରାଷ୍ଟ୍ର୍ୟର ନଓ୍ବାଗାଓଁରେ ଜନ୍ମଗ୍ରହଣ କରିଥିଲେ। ଜାଡେଜାଙ୍କ ପିତା ଅନିରୁଦ୍ଧ ଏକ ପ୍ରାଇଭେଟ କମ୍ପାନୀରେ ଚୌକିଦାର ଭାବେ କାର୍ଯ୍ୟ କରୁଥିଲେ। ନିଜ ପୁଅକୁ ସେନାରେ ଭର୍ତ୍ତି କରିବାକୁ ଚାହୁଁଥିଲେ। କିନ୍ତୁ ଜାଡେଜା ପିଲାବେଳୁ କ୍ରିକେଟ ପ୍ରତି ରୁଚି ଦେଖାଇଥିଲେ। ତେଣୁ ସେ କ୍ରିକେଟରେ ଟ୍ରେନିଂ ନେଇ ଆଗକୁ ବଢିଥିଲେ। ୨୦୦୫ରେ ଜାଡେଜାଙ୍କ ମା’ଙ୍କ ଏକ ଦୁର୍ଘଟଣାରେ ମୃତ୍ୟୁ ଘଟିଥିଲା। ଏହି ଦୁର୍ଘଟଣା ପରେ ଜାଡେଜା ଏତେ ଭାଙ୍ଗିପଡି ଥିଲେ ଯେ, ସେ କ୍ରିକେଟ ଖେଳିବା ଛାଡିଦେଇଥିଲେ। ପରେ ତାଙ୍କ ଭଉଣୀ କ୍ରିକେଟ ଖେଳିବା ପାଇଁ ତାଙ୍କୁ ପ୍ରେରିତ କରିଥିଲେ। ପ୍ରେମ ବ୍ୟାପାରରେ ମଧ୍ୟ ଜାଡେଜାଙ୍କୁ ଖୁବ୍‌ ସଂଘର୍ଷ କରିବାକୁ ପଡିଥିଲା। ଜଣେ ସମ୍ପର୍କୀୟଙ୍କ ଜରିଆରେ ସେ ରିଭାଙ୍କ ସଂସ୍ପର୍ଶରେ ଆସିଥିଲେ। ପ୍ରଥମେ ତାଙ୍କ ଫୋନ୍‌ ନଂ ପାଇବା ପରେ ଉଭୟ ଅନେକ ଦିନ ପର୍ଯ୍ୟନ୍ତ ହ୍ବାଟସଆପ୍‌ରେ କଥାବାର୍ତ୍ତା ହୋଇଥିଲେ। ୨୧୬ରେ ଉଭୟ ବିବାହ ବନ୍ଧନରେ ଆବଦ୍ଧ ହୋଇଥିଲେ।

Share