ଏ ବର୍ଷ ବି ହେବନି ପ୍ରସିଦ୍ଧ ଚଡକ ମେଳା

ବାଲେଶ୍ୱର ଅଫିସ,୨୧।୩: ଚଳିତ ବର୍ଷ ବି ହେବନି ବାଲେଶ୍ୱରର ପ୍ରସିଦ୍ଧ ଚଡକ ମେଳା। କୋଭିଡ୍‌ କଟକଣା ପାଇଁ ଏଥର ଚଡକ ମେଳା ବନ୍ଦ କରିବାକୁ ନିଷ୍ପତ୍ତି ନିଆଯାଇଛି। କେବଳ ନୀତିକାନ୍ତି ପାଳନ ହେବା ନେଇ ପ୍ରଶାସନ ପକ୍ଷରୁ କୁହାଯାଇଛି।