ବିବାହ ପୂର୍ବରୁ ମା’ ହୋଇଯାଇଥିଲେ ଏହି ପ୍ରସିଦ୍ଧ ଅଭିନେତ୍ରୀ

ବଲିଉଡ ଅଭିନେତ୍ରୀ କୋଙ୍କଣା ସେନ ଶର୍ମା ଆଜି ତାଙ୍କର ୪୧ତମ ଜନ୍ମଦିନ ପାଳନ କରୁଛନ୍ତି। ଅଭିନୟ ଜରିଆରେ ଦର୍ଶକଙ୍କ ହୃଦୟରେ ଏକ ସ୍ବତନ୍ତ୍ର ସ୍ଥାନ ସୃଷ୍ଟି କରିଥିବା କୋଙ୍କଣା ସେନ ଶର୍ମା କେବଳ ବୃତ୍ତିଗତ ନୁହେଁ, ବ୍ୟକ୍ତିଗତ ଜୀବନରେ ମଧ୍ୟ ବେଶ୍‌ ଚର୍ଚ୍ଚାରେ ଥା’ନ୍ତି। ଜାତୀୟ ପୁରସ୍କାର ଜିତିଥିବା କୋଙ୍କଣା ସେନ ଶର୍ମା ପିଲାଦିନରୁ ଅଭିନୟ ଆରମ୍ଭ କରିଥିଲେ। ତାଙ୍କ ପିତା ପ୍ରସିଦ୍ଧ ସାମ୍ବାଦିକ ମୁକୁଲ ଶର୍ମା ଏବଂ ମା’ ନିର୍ଦ୍ଦେଶକ ତଥା ଅଭିନେତା ଅପର୍ନା ସେନ। କୋଙ୍କଣା ସେନ ଶର୍ମା ଶିଶୁ କଳାକାର ଭାବରେ ନିଜର କ୍ୟାରିଅର୍‌ ଆରମ୍ଭ କରିଥିଲେ। ସେ ୧୯୮୩ ମସିହାରେ ବଙ୍ଗଳା ଚଳଚ୍ଚିତ୍ର ଇନ୍ଦିରା ସହିତ କ୍ୟାରିୟର ଆରମ୍ଭ କରିଥିଲେ। ବଡ ହେବା ପରେ ବଙ୍ଗଳା ଚଳଚ୍ଚିତ୍ର ଏକ ଜେ ଆଛେ କନ୍ୟା ସହିତ ଫିଲ୍ମ ଇଣ୍ଡଷ୍ଟ୍ରିରେ ଡେବ୍ୟୁ କରିଥିଲେ। ଏହି ଫିଲ୍ମରେ ତାଙ୍କ ଅଭିନୟକୁ ଉଚ୍ଚ ପ୍ରଶଂସା କରାଯାଇଥିଲା। ୨୦୦୨ରେ, କୋଙ୍କଣା ରୁତୁପୁର୍ଣ୍ଣା ଘୋଷଙ୍କ ଫିଲ୍ମ ‘ତିତ୍‌ଲି’ରେ ଅଭିନୟ କରି ଦର୍ଶକଙ୍କ ହୃଦୟ ଜିତିଥିଲେ। କୋଙ୍କଣା ଅଭିନେତା ରଣବୀର ସୋରେଙ୍କୁ ଫିଲ୍ମ ‘ଆଜା ନାଚ ଲେ’ର ସେଟରେ ଭେଟିଥିଲେ। ପରେ ଉଭୟ ପ୍ରେମରେ ପଡିଥିଲେ ଏବଂ ସେମାନଙ୍କ ସମ୍ପର୍କ ବିଷୟରେ ଆଲୋଚନା ଆରମ୍ଭ ହୋଇଥିଲା। କୋଙ୍କଣା ବିବାହ ପୂର୍ବରୁ ଗର୍ଭବତୀ ହୋଇଥିଲେ। ଯାହା ପରେ ଦୁହେଁ ବିବାହ କରିବାକୁ ସ୍ଥିର କଲେ ଏବଂ ୨୦୧୦ରେ ସେମାନେ ଶୀଘ୍ର ବିବାହ କଲେ। କିଛି ମାସ ପରେ କୋଙ୍କଣା ପୁଅ ହାରୁନଙ୍କୁ ଜନ୍ମ ଦେଇଥିଲେ। ତେବେ କୋଙ୍କଣା ଏବଂ ରଣବୀରଙ୍କ ବିବାହ ବେଶୀ ଦିନ ତିଷ୍ଠି ରହିଲା ନାହିଁ। ଉଭୟ ୨୦୧୫ରେ ଅଲଗା ହେବାକୁ ସ୍ଥିର କଲେ। ଉଭୟ ସୋସିଆଲ ମିଡିଆରେ ଅଲଗା ହେବାର ଖବର ମଧ୍ୟ ଘୋଷଣା କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ସଲମାନଙ୍କ ଗାଲୱାନ ଟ୍ରେଲର ଦେଖି ରାଗିଗଲା ଚାଇନା, ଏପରି କହିଲା ଭାରତ

ନୂଆଦିଲ୍ଲୀ,୩୦।୧୨: ସଲମାନଙ୍କ ଉପରେ ରାଗିଗଲା ଡ୍ରାଗନ। ‘ବ୍ୟାଟେଲ ଅଫ୍ ଗାଲୱାନ’ର ଟିଜର ମୁକ୍ତିଲାଭ କରିବା ପରେ ଚାଇନା ଏଥିରେ କ୍ଷୁବ୍ଧ ହୋଇଛି। ଚାଇନାର ସରକାରୀ ଗଣମାଧ୍ୟମ...

ୟାମିଙ୍କ ଇଚ୍ଛା

ମୁମ୍ବାଇ: ଆଦିତ୍ୟ ଧରଙ୍କ ଫିଲ୍ମ ‘ଧୁରନ୍ଧର’ ୨୦୨୫ର ସବୁଠାରୁ ବଡ଼ ଫିଲ୍ମ ହୋଇଛି। ଏହି ଫିଲ୍ମଟି ସାରା ବିଶ୍ୱରେ ୧୦୦୦ କୋଟିରୁ ଅଧିକ ଆୟ କରିଛି।...

Rashimka and Vijay Wedding: ସାମ୍ନାକୁ ଆସିଲା ରଶ୍ମିକା-ବିଜୟଙ୍କ ବିବାହ ତାରିଖ, ଏହି ଅତିଥି ଦେବେ ଯୋଗ

ନୂଆଦିଲ୍ଲୀ,୩୦ା୧୨ : ସାଉଥ ସିନେମାର ଷ୍ଟାର କପଲ୍ ରଶ୍ମିକା ମନ୍ଦାନା ଏବଂ ବିଜୟ ଦେବରକୋଣ୍ଡା ସେମାନଙ୍କ ବିବାହକୁ ନେଇ ବହୁତ ଦିନ ଧରି ଚର୍ଚ୍ଚାରେ ରହି...

ମୋତେ ଆଉ ଝିଅ ମିଳିବେ ତ… ବର୍ଷାଙ୍କୁ ହାତ ଯୋଡି ଏମିତି କହିଦେଲେ ଗୁଲୁଆ

ଭୁବନେଶ୍ୱର,୩୦।୧୨: ଓଡ଼ିଆ କମେଡିଆନ ଗୁଲୁଆ ଏବଂ ତାଙ୍କ ସ୍ତ୍ରୀ ବର୍ଷାଙ୍କ ପାରିବାରିକ ବିବାଦ ପଦାରେ ପଡ଼ିଛି। ଗୁଲୁଆଙ୍କର ଏକାଧିକ ଝିଅଙ୍କ ସହ ସମ୍ପର୍କ ଥିବା ଅଭିଯୋଗ...

ଆତ୍ମହତ୍ୟା କଲେ ଅଭିନେତ୍ରୀ, ସରକାରୀ ଚାକିରି କରିବାକୁ ଚାପ ପକାଉଥିଲେ ପରିବାର

ବେଙ୍ଗାଲୁରୁ,୨୯।୧୨: ସରକାରୀ ଚାକିରି ଆଉ ବିବାହ ଚାପରୁ ମୁକୁଳିପାରି ନାହାନ୍ତି ଲୋକପ୍ରିୟ ଅଭିନେତ୍ରୀ ନନ୍ଦିନୀ ସିଏମ୍‌। ବେଙ୍ଗାଲୁରୁର କେଙ୍ଗେରୀ ସ୍ଥିତ ଏକ ପେଇଂ ଗେଷ୍ଟ (PG)...

‘ଧୁରନ୍ଧର’ ବାପା ଚାଇନାର ଏହି ଫିଲ୍ମ, କଲାଣି ୧୮,୦୦୦ କୋଟିର ବ୍ୟବସାୟ

ନୂଆଦିଲ୍ଲୀ,୨୯।୧୨: ୨୦୨୫ ବର୍ଷର ଶେଷ ଭାଗରେ ବଲିଉଡ୍ ବକ୍ସ ଅଫିସ୍‌ରେ ଆଦିତ୍ୟ ଧରଙ୍କ ନିର୍ଦ୍ଦେଶିତ ସ୍ପାଏ-ଥ୍ରୀଲର ‘ଧୁରନ୍ଧର’ ନିଜର ଜୟଯାତ୍ରା ଜାରି ରଖିଛି। ରଣବୀର ସିଂ...

ଫ୍ୟାନ୍ସଙ୍କ ଭିଡ଼ ଯୋଗୁ ବିମାନବନ୍ଦରରେ ପଡ଼ିଗଲେ ସୁପରଷ୍ଟାର ବିଜୟ, ଭାଇରାଲ ହେଉଛି ଭିଡିଓ

ନୂଆଦିଲ୍ଲୀ,୨୯।୧୨: ସୁପରଷ୍ଟାର ବିଜୟ ଯେଉଁଠାକୁ ଯାଆନ୍ତି, ପ୍ରଶଂସକମାନେ ତାଙ୍କୁ ଘେରି ଯାଆନ୍ତି । ଏହି ଅଭିନେତା ହଜାର ହଜାର ଲୋକଙ୍କ ମଧ୍ୟରେ ହଇଚଇ ସୃଷ୍ଟି କରିବା ପାଇଁ...

ଫ୍ରେଞ୍ଚ ଅଭିନେତ୍ରୀ ବ୍ରିଗିଟ୍ଟେ ବାର୍ଡୋଟଙ୍କ ପରଲୋକ

ପ୍ୟାରିସ୍‌,୨୯ା୧୨:୫୦ ଦଶକରେ ଫ୍ରେଞ୍ଚ୍‌ ସିନେମାରେ ବିପ୍ଳବ ଆଣିବା ସହ ଯୌନ ଉଦାରତାର ପ୍ରତୀକ ପାଲଟିଥିବା ଅଭିନେତ୍ରୀ ବ୍ରିଗିଟ୍ଟେ ବାର୍ଡୋଟଙ୍କର ପରଲୋକ ହୋଇଯାଇଛି। ତାଙ୍କୁ ୯୧ ବର୍ଷ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri