ମୃତକଙ୍କ ପରିବାରକୁ ଦିଆଯାଇଛି ୫ଲକ୍ଷ

କଟକ ଅଫିସ,୨ା୧୨: ପୁରୀ ହାଜତ ମୃତ୍ୟୁ ମାମଲାକୁ ନେଇ ହାଇକୋର୍ଟରେ ହୋଇଥିବା ଜନସ୍ବାର୍ଥ ମାମଲାରେ ରାଜ୍ୟ ସରକାର ମଙ୍ଗଳବାର ସତ୍ୟପାଠ ଦାଖଲ କରିଛନ୍ତି। କେ. ରମେଶଙ୍କ ପରିବାରକୁ କ୍ଷତିପୂରଣ ବାବଦରେ ୫ଲକ୍ଷ ଟଙ୍କା ପ୍ରଦାନ କରାଯାଇଛି। ସେହିପରି ସିଆର୍‌ପିସି ୧୭୬ ଦଫା ଅନୁସାରେ ପୁରୀ ଜିଲା ଜଜ୍‌ ଜଣେ ବିଚାରବିଭାଗୀୟ ମାଜିଷ୍ଟ୍ରେଟଙ୍କୁ ମୃତ୍ୟୁର କାରଣ ସମ୍ପର୍କରେ ତଦନ୍ତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଆଗକୁ ଏନ୍‌ଏଚ୍‌ଆର୍‌ସି ଯେଉଁ ନିର୍ଦ୍ଦେଶ ଦେବେ, ସେହି ଅନୁସାରେ ତଦନ୍ତ ଆଗେଇବ ବୋଲି ସରକାର ସତ୍ୟପାଠରେ ଉଲ୍ଲେଖ କରିଛନ୍ତି। ଅପରପକ୍ଷରେ ଆବେଦନକାରୀ ଓକିଲ ମଙ୍ଗଳବାର ଆଉ ଏକ ସତ୍ୟପାଠ ଦାଖଲ କରିଛନ୍ତି। ଏଥିରେ ସେ କହିଛନ୍ତି , ରମେଶଙ୍କୁ ପୋଲିସ ବାହାରୁ ନୁହେଁ ବରଂ ଘରୁ ଉଠାଇ ନେଇଥିଲା। ଏପରି କି ବାସେଳି ସାହି ଥାନା ମଧ୍ୟରେ ତାଙ୍କୁ ମାଡ଼ ମରାଯିବାବେଳେ ଖୋଦ୍‌ ଏସ୍‌ପି ଅଖିଳେଶ୍ୱର ସିଂ ଉପସ୍ଥିତ ଥିଲେ। ମାମଲାର ପରବର୍ତ୍ତୀ ଶୁଣାଣି ଆସନ୍ତା ୧୪ତାରିଖରେ ହେବ।
ଘଟଣା ରାତିରେ ଏସ୍‌ପି ସିଂ ଥାନାରେ ଉପସ୍ଥିତ ଥିବା ନେଇ ଆବେଦନକାରୀ ଓକିଲ ଶରତ ରାୟଗୁରୁ ଅଦାଲତରେ ସତ୍ୟପାଠ ଦାଖଲ କରିବା ପରେ ଘଟଣା ନୂଆ ମୋଡ଼ ନେଇଛି। ରମେଶଙ୍କୁ ଗତ ୧୬ତାରିଖ ମଧ୍ୟରାତ୍ରିରେ ଘରୁ ପୋଲିସ ଉଠାଇ ନେଇଥିଲା ଏବଂ ପରେ ଜିଲା ମୁଖ୍ୟ ଚିକିତ୍ସାଳୟରେ ତାଙ୍କର ୧୮ତାରିଖରେ ମୃତ୍ୟୁ ହୋଇଥିବାନେଇ ପରିବାର ପକ୍ଷରୁ ଅଭିଯୋଗ ହୋଇଥିଲା। ତେବେ ରମେଶଙ୍କ ମୃତ ଦେହକୁ ପରିବାରକୁ ହସ୍ତାନ୍ତର ନ କରି ନଭେମ୍ବର ୧୯ରେ ସଂସ୍କାର କରାଯାଇଥିଲା। ଏହାର ଦିନକ ପରେ ଜାତୀୟ ମାନବାଧିକାର କମିଶନ (ଏନ୍‌ଏଚ୍‌ଆର୍‌ସି) ରାଜ୍ୟ ସରକାରଙ୍କୁ ଏହି ହାଜତ ମୃତ୍ୟୁ ସମ୍ପର୍କରେ ଜଣାଇବାକୁ ରିପୋର୍ଟ ତଲବ କରିଥିଲେ। ସୁପ୍ରିମକୋର୍ଟଙ୍କ ଗାଇଡଲାଇନକୁ ଉଲ୍ଲଂଘନ କରି ଏବେ ବି ହାଜତ ମୃତ୍ୟୁ ଭଳି ଘଟଣା ଘଟୁଥିବା ନେଇ ଏନ୍‌ଏଚ୍‌ଆର୍‌ସି ଉଦ୍‌ବେଗ ପ୍ରକାଶ କରିଥିଲେ। ଅପରପକ୍ଷରେ ରମେଶଙ୍କ ହାଜତରେ ମୃତ୍ୟୁ ହୋଇନାହିଁ, ବରଂ ତାଙ୍କୁ କାବୁ କରିବାକୁ ଗଲାବେଳେ ପୋଲିସ ସହିତ ଧସ୍ତାଧସ୍ତି ହେବାରୁ ସେ ତଳେ ପଡ଼ିଯାଇ ଆହତ ହୋଇଥିଲେ। ପରେ ତାଙ୍କୁ ହସ୍ପିଟାଲ ନିଆଯାଇଥିଲା ଏବଂ ସେଠାରେ ତାଙ୍କର ମୃତ୍ୟୁ ହୋଇଥିଲା ପୋଲିସ ହାଇକୋର୍ଟରେ ନିଜର ଜବାବ ଦାଖଲ କରିଥିଲା। ତେଣୁ ଏହି ଘଟଣାର ସତ୍ୟାସତ୍ୟ ଉନ୍ମୋଚନ ପାଇଁ ଅଦାଲତଙ୍କ ପ୍ରତ୍ୟକ୍ଷ ନିରୀକ୍ଷଣରେ ତଦନ୍ତ କରିବା ସହ ଘଟଣାରେ ସମ୍ପୃକ୍ତ ପୋଲିସ ଅଧିକାରୀଙ୍କ ବିରୋଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଆବେଦନକାରୀ ଓକିଲ ରାୟଗୁରୁ ଅଦାଲତରେ ପ୍ରାର୍ଥନା କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବାପାଙ୍କ ଶୁଦ୍ଧିକ୍ରିୟାରେ ଯୋଗଦେବେ ଗ୍ୟାଙ୍ଗଷ୍ଟର ଧଳସାମନ୍ତ ଭ୍ରାତା

କଟକ,୨୫ା୪(କାର୍ତ୍ତିକ ସାହୁ): ଗ୍ୟାଙ୍ଗଷ୍ଟର ଧଳସାମନ୍ତ ଭ୍ରାତା ତାଙ୍କ ଦିବଙ୍ଗତ ବାପାଙ୍କ ଶୁଦ୍ଧିକ୍ରିୟାରେ ଯୋଗଦେବା ନିମନ୍ତେ ଅଦାଲତ ଅନୁମତି ଦେଇଛନ୍ତି। ଆସନ୍ତା ୨୯ ଓ ୩୦ ତାରିଖରେ...

ଗରା ଧରି ଜିଲାପାଳଙ୍କୁ ପାଣି ମାଗିଲେ ଜୁଆଙ୍ଗ ଆଦିବାସୀ

କେନ୍ଦୁଝର,୨୫ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): ସରକାର ଆଦିବାସୀ ଓ ଗରିବ ଲୋକଙ୍କ ପାଇଁ ମାଳମାଳ ଯୋଜନା କରି ଅନେକ କୋଟି ଖର୍ଚ୍ଚ କରୁଛନ୍ତି। ମାତ୍ର ଜିଲାର ପୁରାତନ...

୨୦୧୮ ଗୁଳିକାଣ୍ଡ: କୁଖ୍ୟାତ ଅପରାଧୀ ତପୁଙ୍କୁ ୭ ବର୍ଷ କାରାଦଣ୍ଡ

କଟକ,୨୫ା୪ (କାର୍ତ୍ତିକ ସାହୁ): କଟକ ସଦର ଥାନା ଅଞ୍ଚଳରେ ୨୦୧୮ ମସିହା ମାର୍ଚ୍ଚ ୨ ତାରିଖରେ ଦୁଇଗୋଷ୍ଠୀ ମଧ୍ୟରେ ସଂଘଟିତ ଗୁଳିମାଡ଼ ମାମଲାର ରାୟ ଗୁରୁବାର...

ଶିମିଳିପାଳର ୩୧ ପଏଣ୍ଟରେ ଲାଗିଛି ନିଆଁ

ବାରିପଦା,୨୫ା୪(ନୀଳାଦ୍ରି ବିହାରୀ ଦଣ୍ଡପାଟ): ଶିମିଳିପାଳ ଅଭୟାରଣ୍ୟରେ ପ୍ରତିଦିନ ବନାଗ୍ନି ଦେଖିବାକୁ ମିଳୁଛି। ସବୁଜିମା ଭରା ବିସ୍ତୀର୍ଣ୍ଣ ଅଞ୍ଚଳରେ ନିଆଁ ମାଡ଼ି ଚାଲିଛି। କର୍ମଚାରୀମାନେ ଅକ୍ଳାନ୍ତ ପରିଶ୍ରମ...

ବାପାଙ୍କ ଶୁଦ୍ଧିକ୍ରିୟା ପାଇଁ ଗାଁକୁ ଯାଇଥିଲେ, ଘରେ ବୁଲିଲା କଳାକନା

ବାସୁଦେବପୁର,୨୫ା୪(ନାରାୟଣ ପ୍ରସାଦ ବାରିକ୍‌): ବାପାଙ୍କ ଶୁଦ୍ଧିକ୍ରିୟାକୁ ଯାଇଥିଲେ। ଏପଟେ ଘରେ କଳାକନା ବୁଲାଇ ଦେଲେ ଚୋର। ବାସୁଦେବପୁର ପୌରପାଳିକାର ବିଦ୍ୟୁତ୍‌ ମାର୍ଗରେ ବୁଧବାର ରାତିରେ ଏଭଳି...

ପଦ୍ମ ଧରିବା ପରେ ପ୍ରବୋଧଙ୍କୁ ସ୍ବାଗତ କଲା ଭାଜପା, ମିଳିବ କି’ ଟିକେଟ

ଭୁବନେଶ୍ୱର,୨୫।୪: କଂଗ୍ରେସରୁ ଇସ୍ତଫା ପରେ ଭାଜପାର ସାମିଲ ହୋଇଛନ୍ତି ପୂର୍ବତନ ହକି ତାରକା ପ୍ରବୋଧ ତିର୍କୀ । ଏହି ଅବସରରେ ଭାଜପା ଶୀର୍ଷ ନେତୃତ୍ୱ ଫୁଳତୋଡା...

ମିଶ୍ରଣ ପର୍ବରେ ବିଜେଡି କର୍ମୀଙ୍କୁ ଟାର୍ଗେଟ୍‌ କଲେ କଂଗ୍ରେସ କର୍ମୀ

ମୋରଡ଼ା,୨୫ା୪(ସ୍ମାରକ ମାଜୀ): ଆଗାମୀ ସାଧାରଣ ନିର୍ବାଚନ ପାଇଁ କଂଗ୍ରେସ ବଳ ଗୋଟାଇବାରେ ଲାଗିଛି। ଏହି ପରିପ୍ରେକ୍ଷୀରେ ଗୁରୁବାର ମୋରଡା ବ୍ଲକ ଅଧୀନ କଲରାଫୁଲିଆସ୍ଥିତ କଂଗ୍ରେସ କାର୍ଯ୍ୟାଳୟରେ...

ପୋଖରୀରେ ଗାଧୋଇବା ବେଳେ ବୁଡ଼ିଗଲେ ଦୁଇ ଭଉଣୀ

ଗୋପ,୨୫ା୪(ଭାରତୀ ଭୂଷଣ): ପୋଖରୀରେ ଗାଧୋଇବା ହେଲା କାଳ। ଦୁଇ ଭଉଣୀ ଗୁରୁବାର ପୋଖରୀରେ ବୁଡ଼ି ମୃତ୍ୟୁବରଣ କରିଛନ୍ତି। ପୁରୀ ଜିଲା ଗୋପ ଥାନା ଡଭାର ଗାଁରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri