ବନ୍ଧାହେଲେ ନକଲି ତହସିଲଦାର

ଢେଙ୍କାନାଳ ଅଫିସ, ୭।୭ – ନିଜକୁ ତହସିଲଦାର ବୋଲି ପରିଚୟ ଦେଉଥିଲେ। ଡରାଇ, ଧମକାଇ ଲଘୁ ଖଣିଜ ବୋଝେଇ ଭାରିଯାନରୁ ଆଦାୟ କରୁଥିଲେ ବଟି। ଏଭଳି ଏକ ଗ୍ୟାଙ୍ଗ୍‌ର ଦୁଇଜଣ ସଦସ୍ୟ ଢେଙ୍କାନାଳ ଟାଉନ ଥାନା ପୋଲିସ ହାତରେ ଧରାପଡ଼ିଛନ୍ତି। ସେମାନେ ହେଲେ ଗୋବିନ୍ଦପୁର ଫାଣ୍ଡି ସିଆରିଆ ଗ୍ରାମର ଅଶ୍ୱିନୀ କୁମାର ଧଳ (୨୯) ଏବଂ କାଳୁ ଦୋରା (୨୮)। ଅନ୍ୟ ଜଣେ ଅଭିଯୁକ୍ତ କୌଶଳକ୍ରମେ ଫେରାର ହୋଇଯାଇଥିବାବେଳେ ଘଟଣାସ୍ଥଳରୁ ଏକ ବୋଲେରୋ (ନଂ. ଓଡ଼ି ୦୬ ଜି ୧୨୭୦) ଜବତ ହୋଇଛି।
ପୋଲିସ ସୂଚନା ଅନୁଯାୟୀ, ଓଡ଼ାପଡ଼ା ବ୍ଲକ ମୋଟଙ୍ଗା ଥାନା ଗୁଡ଼ିଆକାଟେଣୀ ଅଞ୍ଚଳରେ ଥିବା କ୍ରଶରରୁ ଏକ ମେଟାଲ ବୋଝେଇ ଟ୍ରକ୍‌ ସୋମବାର ରାତିରେ ଜଗତ୍‌ସିଂହପୁର ଯାଉଥିଲା। ରାତି ପ୍ରାୟ ୧୦ଟା ୧୫ରେ ଢେଙ୍କାନାଳ ସହରସ୍ଥିତ ଆନନ୍ଦନଗରଠାରେ ୩ଜଣ ଯୁବକ ବୋଲେରୋରେ ଆସି ଗାଡ଼ି ଅଟକାଇଥିଲେ। ସେମାନଙ୍କ ମଧ୍ୟରୁ ଜଣେ ନିଜକୁ ତହସିଲଦାର ବୋଲି ପରିଚୟ ଦେଇ ଟ୍ରକ୍‌ ଚାଳକ ରାମଚନ୍ଦ୍ର ପଟ୍ଟନାୟକଙ୍କୁ କାଗଜପତ୍ର ସହ ଟଙ୍କା ମାଗିଥିଲେ। ଦାବି ଅନୁଯାୟୀ ଅର୍ଥ ନ ଦେଲେ ଗୋବିନ୍ଦପୁର ଫାଣ୍ଡିରେ ପୂରେଇଦେବେ ବୋଲି ଧମକ ଦେଇଥିଲେ। ଏହି ସମୟରେ ଜାତୀୟ ରାଜପଥରେ ପାଟ୍ରୋଲିଂ କରୁଥିବା ସଦର ଥାନାର ପିସିଆର୍‌ ଭ୍ୟାନ୍‌ରେ ଥିବା ପୋଲିସ କର୍ମଚାରୀଙ୍କ ନଜରକୁ ଏହି ଘଟଣା ଆସିଥିଲା। ସନ୍ଦେହରେ ସେମାନେ ଗାଡ଼ିରୁ ଓହ୍ଲାଇ ପଚରାଉଚୁରା କରିବା ବେଳେ ପ୍ରକୃତ କଥା ଜଣାପଡ଼ିଥିଲା। ଘଟଣାସ୍ଥଳରୁ ୨ଅଭିଯୁକ୍ତ ଧରାପଡ଼ିଥିବାବେଳେ ଅନ୍ୟଜଣେ ଫେରାର ହୋଇଯାଇଥିଲେ। ପିସିଆର୍‌ କର୍ମଚାରୀଙ୍କଠାରୁ ସୂଚନା ପାଇ ଟାଉନ ଥାନା ପୋଲିସ ପହଞ୍ଚତ୍ ସମ୍ପୃକ୍ତ ୨ ଜଣଙ୍କୁ ହେପାଜତକୁ ନେଇଥିଲା। ଜଗତ୍‌ସିଂହପୁର ଜିଲା ରଘୁନାଥପୁର ଅଞ୍ଚଳର ଟ୍ରକ୍‌ ଚାଳକ ରାମଚନ୍ଦ୍ରଙ୍କ ଅଭିଯୋଗକ୍ରମେ ମଙ୍ଗଳବାର ନଂ. ୨୬୯/୨୧ରେ ଏକ ମାମଲା ରୁଜୁ ହୋଇଛି। ଅଶ୍ୱିନୀ ନିଜକୁ ତହସିଲଦାର ବୋଲି ପରିଚୟ ଦେଇଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଥିବା ଥାନାଧିକାରୀ ନମିତା ନାୟକ ସୂଚନା ଦେଇଛନ୍ତି।

 

ଜିଲାରେ ଠକେଇ ଗ୍ୟାଙ୍ଗ୍‌ ସକ୍ରିୟ
ଢେଙ୍କାନାଳ ଜିଲାରେ ଉଚ୍ଚପଦସ୍ଥ ପ୍ରଶାସନିକ ଅଧିକାରୀଭାବେ ପରିଚୟ ଦେଇ ବଟି ଆଦାୟ କରିବା ଭଳି ଘଟଣା ବଢ଼ିବାରେ ଲାଗିଛି। ଜିଲାର ବିଭିନ୍ନ ଥାନା ଅଞ୍ଚଳରେ ଏଭଳି ମାମଲା ନଜରକୁ ଆସୁଛି। ବିଶେଷ କରି ୫୫ନଂ. ଜାତୀୟ ରାଜପଥର ନିଛାଟିଆ ସ୍ଥାନରେ ଗାଡ଼ି ଅଟକାଇ ଅଭିଯୁକ୍ତମାନେ ନିଜକୁ ତହସିଲଦାର ଓ ଆର୍‌ଟିଓ ବୋଲି ପରିଚୟ ଦେଇ ମାଲ୍‌ ବୋଝେଇ ଭାରିଯାନ ଚାଳକଙ୍କଠାରୁ ଟଙ୍କା ଆଦାୟ କରୁଛନ୍ତି। ଏଭଳି ଆପରାଧିକ ଘଟଣାରେ ବିଧିବଦ୍ଧ ଭାବେ ଏକ ଗ୍ୟାଙ୍ଗ୍‌ ସାମିଲ ଥିବା ପୋଲିସ ପ୍ରାଥମିକ ତଦନ୍ତରୁ ଜାଣିବାକୁ ପାଇଛି।

 

ଆର୍‌ଟିଓ ଅଫିସ୍‌ରେ ଭଡ଼ାରେ ଲାଗିଥିଲା ବୋଲେରୋ
ଅଭିଯୁକ୍ତମାନେ ବ୍ୟବହାର କରୁଥିବା ବୋଲେରୋ କିଛିଦିନ ତଳେ ଢେଙ୍କାନାଳ ଆର୍‌ଟିଓଙ୍କ କାର୍ଯ୍ୟାଳୟରେ ଭଡ଼ାରେ ଲାଗିଥିଲା। ଉକ୍ତ ଗାଡ଼ିର ପ୍ରକୃତ ମାଲିକ କିଏ। ଅଭିଯୁକ୍ତମାନଙ୍କ ସହିତ ଗାଡ଼ି ମାଲିକଙ୍କ ଲିଙ୍କ୍‌ ରହିଛି କି। ସେମାନେ ଭଡ଼ାରେ ବୋଲେରୋ ଆଣିଥିଲେ କି। ଏହି ଘଟଣାରେ ଆର୍‌ଟିଓ କାର୍ଯ୍ୟାଳୟର କାହାରି ସମ୍ପୃକ୍ତି ଅଛି କି ନାହିଁ। ଏଭଳି ଅନେକ ପ୍ରଶ୍ନ ଏବେ ବି ରହସ୍ୟ ଘେରରେ ରହିଛି। ବିଭିନ୍ନ ଦିଗକୁ ନେଇ ପୋଲିସ ଅନୁସନ୍ଧାନ ଆରମ୍ଭ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ମୁଖ୍ୟମନ୍ତ୍ରୀ ପୁନର୍ବିଚାର କରିବେ ବୋଲି ବିଶ୍ୱାସ: ସମୀର

ଗୋପ, ୧୯ା୪(ଭାରତୀ ଭୂଷଣ ଉପାଧ୍ୟାୟ): ନିମାପଡ଼ା ବିଧାୟକ ସମୀର ରଞ୍ଜନ ଦାଶଙ୍କୁ ବିଜେଡି ପକ୍ଷରୁ ଟିକେଟ ନ ମିଳିବା ନେଇ ଏବେ ତାଙ୍କ ସମର୍ଥକଙ୍କ ମଧ୍ୟରେ...

ନିମାପଡ଼ା ଆସନରେ ମାଷ୍ଟରଷ୍ଟ୍ରୋକ୍‌ ଖେଳିପାରେ କଂଗ୍ରେସ

ନିମାପଡ଼ା,୧୯ା୪(ରଞ୍ଜନ ପଟ୍ଟନାୟକ): ନିମାପଡ଼ା ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ଭାଜପା ଏବଂ ବିଜେଡି ପ୍ରାର୍ଥୀ ଘୋଷଣା କରିସାରିଥିବା କଂଗ୍ରେସ ପଡ଼ିଛି ପଛରେ। ୨୦୧୯ ନିର୍ବାଚନରେ ଦିଲ୍ଲୀପ ନାୟକକଂଗ୍ରେସରୁ...

ଚିଟ୍‌ଫଣ୍ଡ ଅଭିଯୁକ୍ତଙ୍କ ପାସ୍‌ପୋର୍ଟ ଫେରାଅ: ହାଇକୋର୍ଟ

କଟକ,୧୯ା୪ (କାର୍ତ୍ତିକ ସାହୁ) ଜଣେ ଚିଟ୍‌ଫଣ୍ଡ ଅଭିଯୁକ୍ତଙ୍କ ପାସ୍‌ପୋର୍ଟ ଫେରାଇବାକୁ ହାଇକୋର୍ଟ ସିବିଆଇକୁ ଆଦେଶ ଦେଇଛନ୍ତି। ଏଥିସହ ସମ୍ପୃକ୍ତ ଅଭିଯୁକ୍ତଙ୍କ ପାସ୍‌ପୋର୍ଟ ଫେରାଇବା ବିରୋଧରେ ସିବିଆଇ...

କୋରାପୁଟରେ ଶକ୍ତି ପ୍ରଦର୍ଶନ କଲେ ମାମୁଁ ଭଣଜା

କୋରାପୁଟ,୧୯।୪(ଅମିତାଭ ବେହେରା) କୋରାପୁଟ ସଂସଦୀୟ କ୍ଷେତ୍ରରେ ଆସନ୍ତା ମେ ୧୩ରେ ପ୍ରଥମ ପର୍ଯ୍ୟାୟ ମତଦାନ ହେବ। ଗତକାଲି ଅର୍ଥାତ ୧୮ରୁ ପାର୍ଥୀପତ୍ର ଦାଖଲ ଆରମ୍ଭ ହୋଇଥିବାବେକେ...

ଟ୍ରେନ୍‌ ଚଳାଚଳରେ ପରିବର୍ତ୍ତନ

ସମ୍ବଲପୁର,୧୯ା୪(ପ୍ରମୋଦ ବହିଦାର): ରେଳବାଇ ସୁରକ୍ଷା ଜନିତ ରକ୍ଷଣାବେକ୍ଷଣ କାର୍ଯ୍ୟ ପାଇଁ ସମ୍ବଲପୁର ରେଳମଣ୍ଡଳ ଅଧୀନସ୍ଥ କେତେକ ଟ୍ରେନ୍‌ ଚଳାଚଳରେ ପରିବର୍ତ୍ତନ କରାଯାଇଥିବା ନେଇ ସମ୍ବଲପୁର ରେଳ...

ତାପମାତ୍ରାରେ ଭୁବନେଶ୍ୱକୁ ଟପିଲା କଟକ

ଭୁବନେଶ୍ୱର,୧୯।୪: ରାଜ୍ୟରେ ଜାରି ରହିଛି ପ୍ରଚଣ୍ଡ ତାତି। ସକାଳ ୮ଟା ପରେ ଘରୁ ବାହାରିବା ମୁସ୍କିଲ ହୋଇପଡୁଛି। ରାଜ୍ୟରେ ଏ ବର୍ଷ ପ୍ରଥମ ଥର ପାଇଁ...

୨୦୧୯ରେ ପୁରୀ ବିଧାନସଭାରେ କାହିଁକି ହାରିଥିଲା ବିଜେଡି, କାରଣ କହିଲେ ସଭାପତି…

ପୁରୀ,୧୯।୪: ୨୦୧୯ରେ ପୁରୀ ବିଧାନସଭା ଆସନରେ କାହିଁକି ହାରିଲା ବିଜେଡି । ଏନେଇ କାରଣ କହିଛନ୍ତି ଖୋଦ ଜିଲା ବିଜେଡି ସଭାପତି । ସଭାପତି ଦିବାକର...

ପିକ୍‌ଅପ୍‌ରୁ ଜବତ ହେଲା ପୁଳାପୁଳା ଟଙ୍କା

ପଦ୍ମପୁର,୧୯ା୪(ପ୍ରଦୀପ୍ତ ଦାଶ): ବରଗଡ଼ ଜିଲା ପଦ୍ମପୁର ଥାନା ପୋଲିସ ଶୁକ୍ରବାର ଏକ ପିକ୍‌ଅପ୍‌ରୁ ପୁଳାପୁଳା ଟଙ୍କା ଜବତ କରିଛି। ଗାଇସିଲେଟ -ପଦ୍ମପୁର ରାସ୍ତାର ଗଡ଼ଭାଟି ଛକରୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri