ପୋଖରୀ ଖୋଳା ବେଳେ ମିଳିଲା ଅନନ୍ତ ସାଇ ବିଷ୍ଣୁ ମୂର୍ତ୍ତି

ଭଣ୍ଡାରିପୋଖରୀ, ୫।୫ (ଡି.ଏନ.ଏ)-ଭଦ୍ରକ ଜିଲା ଭଣ୍ଡାରିପୋଖରୀ ବ୍ଲକ କୁରିଗାଁ ପଞ୍ଚାୟତ ଷଠଗାଁର ରମେଶ ପରିଡ଼ା ନାମକ ଜଣେ ବ୍ୟକ୍ତିଙ୍କର ଦୁଧେଇ ନାଳ ନିକଟରେ ଥିବା ନିଜସ୍ବ ଜମିରେ ରବିବାର ପୋଖରୀ ଖୋଳାଯାଉଥିଲା। ଏହି ସମୟରେ ସେଠାରୁ ଅନନ୍ତ ସାଇ ବିଷ୍ଣୁଙ୍କର ଏକ ମୂର୍ତ୍ତି ଉଦ୍ଧାର ହୋଇଛି। ମୂର୍ତ୍ତିର ଉଚ୍ଚତା ୨ ଫୁଟ ହେବ। ପ୍ରତ୍ନତାତ୍ତ୍ୱିକ ଦୃଷ୍ଟିକୋଣରୁ ଏହା ଏକ ଅକ୍ଷୂର୍ଣ୍ଣ ବଉଳ ମାଳିଆ ପ୍ରସ୍ତରରେ ନିର୍ମିତ ୧୦ମ ଶତାବ୍ଦୀର ମୂର୍ତ୍ତି। ଏହି ମୂର୍ତ୍ତିରେ ସପ୍ତ ଫେଣି ଅନନ୍ତ ଶେଷନାଗ ଉପରେ ବିଷ୍ଣୁ ଶୟନ କରିଥିବା ବେଳେ ମାତା ଲକ୍ଷ୍ମୀ ପ୍ରଭୁଙ୍କ ପାଦ ସେବା କରୁଛନ୍ତି। ପ୍ରଭୁଙ୍କ ନାଭି ଅଂଶରୁ ଏକ ପଦ୍ମ ନାଡ଼ରୁ ଫୁଲ ବାହାରିଛି। ଶ୍ରୀ ବିଷ୍ଣୁଙ୍କ ଚାରି ହସ୍ତ ମଧ୍ୟରୁ ଦୁଇ ହସ୍ତରେ ଶଙ୍ଖ, ଚକ୍ର ଥିବାବେଳେ ଗୋଟିଏ ହସ୍ତ ମସ୍ତକରେ ଆଉ ଏକ ହସ୍ତ ଜାନୁ ଉପରେ ରହିଛି। ଏହା ଏକ ବିରଳ ମୂର୍ତ୍ତି ବୋଲି ସ୍ଥାନୀୟ ଗବେଷକ ବିଶ୍ବମ୍ବର ରାଉତ ମତବ୍ୟକ୍ତ କରିଛନ୍ତି।
ପ୍ରକଶ ଯେ, ଏକ ଜେସିବି ସାହାଯ୍ୟରେ ପୋଖରୀ ଖୋଳା ଚାଲିଥିବା ବେଳେ ପ୍ରାୟ ୭ ଫୁଟ ତଳୁ ଏହି ମୂର୍ତ୍ତି ବାହାରିଥିଲା। ପ୍ରଥମେ ମୂର୍ତ୍ତିକୁ ଗ୍ରାମର ପ୍ରତ୍ୟେକ୍ଷ ଦେବୀ ମା’ ସୁନମୁହିଁ ମନ୍ଦିରରେ ରଖାଯାଇଥିଲା। ଏହି ଦୁର୍ଲଭ ମୂର୍ତ୍ତି ଚୋରି ହୋଇଯିବ ଭାବି ରମେଶ ତାଙ୍କ ଘର ପାଖରେ ରଖିଛନ୍ତି। ମୂର୍ତ୍ତିଟିକୁ ଦେଖିବା ପାଇଁ ଆଖପାଖ ଅଞ୍ଚଳରୁ ଲୋକଙ୍କ ସୁଅ ଛୁଟୁଛି। ମୂର୍ତ୍ତି ଉଦ୍ଧାର ହୋଇଥିବା ସ୍ଥାନରୁ କିଛି ପ୍ରାଚୀନ କାଳର ପ୍ରସ୍ତର ଖଣ୍ଡ ମଧ୍ୟ ବାହାରୁଛି। ଜିଲା ସଂସ୍କୃତି, ପ୍ରତ୍ନତତ୍ତ୍ୱ ବିଭାଗ ଏଥିପ୍ରତି ଦୃଷ୍ଟି ଦେଇ ଉକ୍ତ ସ୍ଥାନର ଚତୁଃପାର୍ଶ୍ୱ ଖନନ କରାଇଲେ ଆହୁରି କିଛି କୀର୍ତ୍ତିରାଜି ଉଦ୍ଧାର ହୋଇପାରନ୍ତା ବୋଲି ଗ୍ରାମବାସୀ ମତବ୍ୟକ୍ତ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଛାତ୍ରୀଛାତ୍ରଙ୍କୁ ନିଶାଠାରୁ ଦୂରେଇ ରହିବାକୁ ଆହ୍ବାନ

ବଞ୍ଚୋ,୩୦ା୮(ପ୍ରଦୋଷ ବିଶ୍ୱାଳ): କେନ୍ଦୁଝର ଜିଲା ଆନନ୍ଦପୁର ବଞ୍ଚୋର ପ୍ରାଣବଲ୍ଲଭ ପବ୍ଲିକ ସ୍କୁଲରେ ‘ନିଶାମୁକ୍ତ ଭାରତ ଅଭିଯାନ’ ଅଧୀନରେ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଆନନ୍ଦପୁର ଏସ୍‌ଡିପିଓ…

ଭଲିବଲ୍‌ରେ ଡିଏଭି ଚାମ୍ପିଅନ୍‌

ଭଞ୍ଜନଗର, ୩୦।୮ (ବାବୁଲା ପ୍ରଧାନ): ଜାତୀୟ କ୍ରୀଡ଼ା ଦିବସ ଅବସରରେ ଭଞ୍ଜନଗର କେନ୍ଦ୍ରୀୟ ବିଦ୍ୟାଳୟ ପକ୍ଷରୁ ଶନିବାର ଏକ ସଚେତନତା ସଭା ଅନୁଷ୍ଠିତ ହୋଇଯାଇଛି। ଏଥିସହ କିଛି…

କଲ୍ୟାଣସିଂହପୁର ଜଗନ୍ନାଥ କଲୋନିରେ ଚାଲିଛି ଗଣେଶ ପୂଜା ପ୍ରସ୍ତୁତି, ସ୍ଥାପନ ହେ

​କଲ୍ୟାଣସିଂହପୁର,୩୦।୮(ଦୀପକ କୁମାର ପରିଡ଼ା): ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକ ସଦର ମହକୁମାସ୍ଥିତ ଜଗନ୍ନାଥ କଲୋନିଠାରେ ଆଗାମୀ ଗଣେଶ ପୂଜା ନିମନ୍ତେ ରବିବାର ବିଧିବଦ୍ଧ ଭାବେ ଭୂମି ପୂଜା…

ସ୍ତ୍ରୀଙ୍କୁ ନିର୍ଯାତନା ଅଭିଯୋଗ; ଗିରଫ ହେଲେ SI ସ୍ୱାମୀ, ବର୍ଷେ ତଳେ ହୋଇଥିଲା ବିବାହ

ଭଦ୍ରକ,୩୦ା୮(ସନାତନ ରାଉତ): ସ୍ତ୍ରୀଙ୍କୁ ନିର୍ଯାତନା ଅଭିଯୋଗରେ ଗିରଫ ହେଲେ ପୋଲିସ ଏସଆଇ । ଭଦ୍ରକ ଟାଉନ ଥାନା ସବ ଇନ୍ସପେକ୍ଟର ଗଣନାଥ ସେଠୀ ଗିରଫ ହୋଇଛନ୍ତି ।…

ଯୌତୁକ ନିର୍ଯାତନା: ଥାନାରେ ଏତଲା, ଅଭିଯୋଗକୁ ଶ୍ବଶୁର ଘର ଲୋକଙ୍କ ….

ଦିଗପହଣ୍ଡି,୩୦|୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଜକର ପଞ୍ଚାୟତ ତେଣ୍ଟୁଆପଡ଼ା ଗ୍ରାମର ନିରଞ୍ଜନ ପାଣିଗ୍ରାହୀଙ୍କ ଝିଅ ଅଂଶିତାଙ୍କୁ ତାଙ୍କ ସ୍ଵାମୀ,ଶାଶୁ,ଶ୍ବଶୁର ଯୌତୁକ ପାଇଁ ଶାରିରୀକ…

୨୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଲେ ଲହୁଣୀପଡ଼ା ଥାନା ଏଏସ୍‌ଆଇ ଓ ସହଯୋଗୀ

ସୁନ୍ଦରଗଡ଼, ୩୦।୮ (ଜୟ ନାରାୟଣ ମେଣ୍ଡୁଳି): ସୁନ୍ଦରଗଡ଼ ଜିଲା ଲହୁଣୀପଡ଼ା ଥାନାର ଏଏସ୍‌ଆଇ ମଦନ ମୋହନ ପ୍ରଧାନ ଏବଂ ତାଙ୍କ ସହଯୋଗୀ ମନଦୀପ କୁମାର ଦାସମୋଦକ (ଘରୋଇ…

ଖେମୁଣ୍ଡି କଲେଜରେ ମହିଳାଙ୍କ ଆର୍ଥିକ ଅଭିବୃଦ୍ଧି …

ଦିଗପହଣ୍ଡି,୩୦|୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଖେମୁଣ୍ଡି କଲେଜରେ ଶକ୍ତିଶ୍ରୀ ମହିଳା ସଶକ୍ତିକରଣ ସେଲ୍ ପକ୍ଷରୁ ମହିଳାଙ୍କ ଆର୍ଥିକ ଅଭିବୃଦ୍ଧି ଓ ବ୍ୟାଙ୍କ ସମ୍ପର୍କିତ…

କନ୍ୟା ସନ୍ତାନ ଜନ୍ମଦେଲେ ୧୬ ବର୍ଷୀୟା ନାବାଳିକା: ପୋଲିସର ମାମଲା ରୁଜୁ

କେନ୍ଦୁଝର, ହାଟଡିହୀ,୩୦।୮(ନରେଶ ଚନ୍ଦ୍ର ପଟ୍ଟନାୟକ/ ଶୁଭକାନ୍ତ ନାୟକ/ନିରାକାର ପରିଡା ): କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ଅଞ୍ଚଳରେ ଜଣେ ୧୬ ବର୍ଷୀୟା ନାବାଳିକା କନ୍ୟା ସନ୍ତାନକୁ ଜନ୍ମ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri