ରାନ୍‌ସମ୍‌ୱେର ଯୁଗ

ଗୁଗଲ୍‌, ଆମାଜନ ଓ ଫେସ୍‌ବୁକ୍‌ ଭଳି ବହୁରାଷ୍ଟ୍ରୀୟ କମ୍ପାନୀ (ଏମ୍‌ଏନ୍‌ସି) ସମଗ୍ର ବିଶ୍ୱରେ ବେପାର କରୁଛନ୍ତି। କିନ୍ତୁ ହାତଗଣତି ଦେଶରେ ଟିକସ ଦେଉଛନ୍ତି। ହେଲେ ଆଗକୁ ସେମାନଙ୍କୁ ବିଶ୍ୱ ସର୍ବନିମ୍ନ କର୍ପୋରେଟ୍‌ ଟିକସ ଭାବେ ୧୫ ପ୍ରତିଶତ ପଇଠ କରିବାକୁ ପଡ଼ିବ। ୫ ଜୁନ୍‌ରେ ଲଣ୍ଡନଠାରେ ଅନୁଷ୍ଠିତ ଜି-୭ ରାଷ୍ଟ୍ରଗୁଡ଼ିକର ଅର୍ଥମନ୍ତ୍ରୀଙ୍କ ବୈଠକରେ ଏଭଳି ନିଷ୍ପତ୍ତି ନିଆଯାଇଛି। ସର୍ବନିମ୍ନ କର୍ପୋରେଟ୍‌ ଟିକସ ଉପରେ ଆସନ୍ତା ମାସରେ ରାଜିନାମା ସ୍ବାକ୍ଷରିତ ହେବ ବୋଲି ଜଣାପଡ଼ିଛି। ଏଠାରେ ଉଲ୍ଲେଖଯୋଗ୍ୟ ଯେ, ଏହି ନିଷ୍ପତ୍ତି ଜି-୭ ବୈଠକରେ ନିଆଯାଇଛି, କିନ୍ତୁ ଏଥିପ୍ରତି ଅନ୍ୟ ଦେଶଗୁଡ଼ିକ ପକ୍ଷରୁ ତୀବ୍ର ବିରୋଧ ପ୍ରକାଶ ପାଇବାକୁ ଆରମ୍ଭ କଲାଣି। ତେବେ ବ୍ରିଟେନ୍‌ ଅର୍ଥମନ୍ତ୍ରୀ ରିଷି ସୁନକ୍‌ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଏହା ଉପରେ ମଧ୍ୟ ଆଲୋଚନା ହୋଇଛି ଯେ, ଏମ୍‌ଏନ୍‌ସିଗୁଡ଼ିକୁ ଆକୃଷ୍ଟ କରିବା ଲାଗି ରାଷ୍ଟ୍ର ରାଷ୍ଟ୍ର ମଧ୍ୟରେ ଯେଉଁ କମ୍‌ ଟିକସ ଲୋଭ ଦେଖାଯାଉଥିଲା ତାହା ବନ୍ଦ ହୋଇଯିବ। ଉଲ୍ଲେଖଯୋଗ୍ୟ ଯେ, ଏହି ଜି-୭ ବର୍ଗରେ ବ୍ରିଟେନ୍‌ ସହିତ ଥିବା ଅନ୍ୟ ବିକଶିତ ଦେଶଗୁଡ଼ିକ ହେଉଛନ୍ତି-ଆମେରିକା, କାନାଡ଼ା, ଫ୍ରାନ୍ସ, ଜର୍ମାନୀ, ଇଟାଲୀ ଓ ଜାପାନ।
ସାଧାରଣତଃ ସୂଚନା ଓ ପ୍ରଯୁକ୍ତି ସହ ସମ୍ପୃକ୍ତ ଅନେକ ଏମ୍‌ଏନ୍‌ସିର ସ୍ଥାୟୀ ଭିତ୍ତିଭୂମି କୌଣସି ଦେଶରେ ନ ଥିଲେ ମଧ୍ୟ ସେଠାକାର ବଜାରରୁ ବିପୁଳ ଅର୍ଥ ରୋଜଗାର କରିପାରୁଛନ୍ତି। ପାଣ୍ଡେମିକ୍‌ ସମୟରେ ସେମାନଙ୍କ ଲାଭ ବହୁଗୁଣିତ ହୋଇଯାଇଛି। ହେଲେ ଅଧିକାଂଶ କମ୍ପାନୀ ନିର୍ଦ୍ଦିଷ୍ଟ ଦେଶର ନାଗରିକଙ୍କ ଦ୍ୱାରା ଲାଭବାନ ହେଉଥିଲେ ମଧ୍ୟ ସେହି ରାଷ୍ଟ୍ରକୁ କିଛି ଟିକସ ଦେଉନାହାନ୍ତି। କେତେକ ଅତି ଚାଲାକ କରି ବୌଦ୍ଧିକ ସମ୍ପତ୍ତି ଆଳ ଦେଖାଇ ସହାୟକ କମ୍ପାନୀ ଜରିଆରେ ଟିକସ ସୁବିଧା ନେବାରେ ସକ୍ଷମ ହେଉଛନ୍ତି। ସର୍ବନିମ୍ନ ଟିକସ ବ୍ୟବସ୍ଥା ଲାଗୁ ହୋଇଗଲେ ଯେଉଁ ରାଷ୍ଟ୍ରରେ ଏମ୍‌ଏନ୍‌ସିଗୁଡ଼ିକ କାର୍ଯ୍ୟ କରୁଛନ୍ତି ସେହି ଦେଶକୁ ଟିକସ ଦେବାକୁ ବାଧ୍ୟ ହେବେ।
ଏହି ପରିପ୍ରେକ୍ଷୀରେ ଭାରତ କଥା ଦେଖିଲେ, ଘରୋଇ କର୍ପୋରେଟ୍‌ ସଂସ୍ଥାଗୁଡ଼ିକ ବିଭିନ୍ନ ଆଳ ଦେଖାଇ ଟିକସ ଫାଙ୍କିବାରେ ଲାଗିଛନ୍ତି। ଏଭଳି କାରବାରରେ ରାଜନେତା ଓ ଅମଲାତନ୍ତ୍ରୀଙ୍କ ଭୂମିକା ରହିଥାଏ। ଏମ୍‌ଏନ୍‌ସିଗୁଡ଼ିକ ସହ ସଲାସୁତରା କରି ଏହି ବର୍ଗ ନିଜ ପକେଟ ପାଇଁ ଅର୍ଥ ରଖିଦେଲା ପରେ ଦେଶର ଆର୍ଥିକ ସ୍ଥିତି ଯୁଆଡ଼େ ଯାଉ ପଛେ ଚିନ୍ତା କରୁନାହାନ୍ତି। ଅନୁରୂପ ଭାବେ ରାଜ୍ୟଗୁଡ଼ିକ କ୍ଷେତ୍ରରେ ଦେଖିଲେ ଏମ୍‌ଏନ୍‌ସି ହେଉ ବା ଦେଶର ବୃହତ୍‌ କମ୍ପାନୀକୁ ନିଜ ଅଞ୍ଚଳରେ ସ୍ଥାପନ କରିବା ଲାଗି ଗୋଟେ ପ୍ରତିଦ୍ୱନ୍ଦ୍ୱିତା ଚାଲିଥିବା ଭଳି ମନେହେଉଛି। କେଉଁ ରାଜ୍ୟ କେତେ ଶିଳ୍ପ ସଂସ୍ଥାକୁ ଡାକି କେଡ଼େ ଆକାରରେ ପୁଞ୍ଜି ବିନିଯୋଗ କରିପାରିଛି ତାହାକୁ ନେଇ ଜୋରଦାର ପ୍ରଚାର କରାଯାଉଛି। କେହି ପ୍ରଶ୍ନ କରୁନାହାନ୍ତି ଯେ, ପ୍ରତିବର୍ଷ ନିର୍ଦ୍ଦିଷ୍ଟ ରାଜ୍ୟରେ ହେଉଥିବା ବିପୁଳ ପୁଞ୍ଜି ନିବେଶର ସୁଫଳ ସେଠାକାର ଜନସାଧାରଣଙ୍କୁ ମିଳୁନାହିଁ କାହିଁକି। ନିଯୁକ୍ତି ସୁଯୋଗ ପାଇବାରୁ ଯୁବତୀଯୁବକ ବଞ୍ଚିତ ହେବା ବିଷୟକୁ ତର୍ଜମା କରାଯାଉନାହିଁ। ଏହାର ପ୍ରମୁଖ କାରଣ ହେଉଛି ଆଜିକାଲି ବୃହତ୍‌ କର୍ପୋରେଟ୍‌ ସଂସ୍ଥା ଅଧିକ ମାନବ ସମ୍ବଳକୁ ବ୍ୟବହାର ନ କରି ସୂଚନା ପ୍ରଯୁକ୍ତି ସମ୍ବନ୍ଧୀୟ ସେବା (ଆଇଟିଇଏସ୍‌)କୁ ଉପଯୋଗ କରିବାକୁ ବାଧ୍ୟ ହେଉଛନ୍ତି। ଅନ୍ୟପକ୍ଷରେ ମୂଲ୍ୟବାନ ଜମି, ପ୍ରାକୃତିକ ସମ୍ବଳ ଆଦି ସମ୍ପୃକ୍ତ କମ୍ପାନୀ ହାତରେ ସଅଁପି ଦେଇ ନେତୃତ୍ୱ ନେଉଥିବା ବର୍ଗ ଶ୍ରେୟ ନେଉଛନ୍ତି। ବିଶେଷକରି ଭାରତବର୍ଷର ଅନେକ ଯୁବତୀଯୁବକଙ୍କ ମଧ୍ୟରେ ନିଯୁକ୍ତି ଯୋଗ୍ୟତାର ଅଭାବ ଥିବା ହେତୁ ରୋଜଗାରକ୍ଷମ ହେବା ସମ୍ଭବପର ହେଉନାହିଁ। ଭାରତ ତୁଳନାରେ ଭିଏଟ୍‌ନାମ କିମ୍ବା ଫିଲିପାଇନ୍ସ ଭଳି ଦେଶରେ ଆଇଟିଇଏସ୍‌ରେ ଦକ୍ଷତା ଅଧିକ ରହୁଥିବାରୁ ବିଶ୍ୱସ୍ତରୀୟ ପୁଞ୍ଜି ନିବେଶରେ ସେହି ଦେଶଗୁଡ଼ିକ ଆଗୁଆ ହୋଇଗଲେଣି। ଏବେ ସମଗ୍ର ପୃଥିବୀରେ ବ୍ୟବସାୟ ଓ ଶିଳ୍ପର ମୌଳିକ ଢାଞ୍ଚାରେ ବିରାଟକାୟ ପରିବର୍ତ୍ତନ ଘଟିବାକୁ ଆରମ୍ଭ କଲାଣି। ପୂର୍ବରୁ ଯୁକ୍ତି ବଢ଼ାଯାଉଥିଲା ଯେ ସରକାର କୌଣସି ବ୍ୟବସାୟରେ ସମ୍ପୃକ୍ତ ରହିବା ଉଚିତ ନୁହେଁ। ଯେତେବେଳେ ପାଲଟା ପ୍ରଶ୍ନ ଭାବେ ପଚରାଯାଉଥିଲା ଯେ, ସରକାର ଆଦାୟ କରୁଥିବା ଟିକସର କେଉଁ ପ୍ରକାର ସଦୁପଯୋଗ କରାଯିବା ଉଚିତ ତାହାର ଉତ୍ତର ଭାବେ କୁହାଯାଉଥିଲା, ସରକାର କେବଳ ଭିତ୍ତିଭୂମି ପ୍ରସ୍ତୁତ କରିବା କଥା। ଅନେକ ଦେଶରେ ଦେଖାଯାଇଛି ଯେ, ଏହିଭଳି ଭିତ୍ତିଭୂମି କରଦାତାଙ୍କ ଅର୍ଥରେ ଗଢ଼ାଯାଇ ଘରୋଇ ବ୍ୟବସାୟୀମାନଙ୍କୁ ରକ୍ଷଣାବେକ୍ଷଣ ପାଇଁ ହସ୍ତାନ୍ତର କରିଦିଆଯାଉଥିଲା। ଏବେ ସମଗ୍ର ପୃଥିବୀରେ ସେହି ଚିନ୍ତାଧାରାକୁ ନେଇ ଆଲୋଚନା କରାଯାଉଛି। ଆଇଟିଇଏସ୍‌ର ସୁବିଧାରେ ପ୍ରକୃତ ଭିତ୍ତିଭୂମିର ଆବଶ୍ୟକତା ଗୌଣ ହୋଇପଡ଼ିବ। ସେହି ସମୟକୁ ଅପେକ୍ଷା କରି ବସିଥିବା ଏମ୍‌ଏନ୍‌ସି ବୁଝିଗଲେଣି ଯେ, ସେମାନଙ୍କ ସମୟ ଆସିଗଲାଣି। ସେମାନଙ୍କ ସେବା ଉପରେ ସାରା ପୃଥିବୀ ନିର୍ଭରଶୀଳ ହୋଇପଡ଼ିଲାଣି। ଅପରାଧୀ ମଧ୍ୟ ନିଜର ଦକ୍ଷତାକୁ ବୃଦ୍ଧି କରାଇ ରାନ୍‌ସମ୍‌ଓ୍ବେର୍‌ ପ୍ରସ୍ତୁତି କରିବାରେ ଲାଗିପଡ଼ିଲେଣି। ଯେତେବେଳେ ଅର୍ଥର ରୂପ କ୍ରିପ୍‌ଟୋକରେନ୍ସିଠାରୁ ଆଗେଇ ଯାଉଛି, ସେତେବେଳେ ଭାରତକୁ ମଧ୍ୟ ନିଜର ପୁରୁଣା ବ୍ୟବସାୟିକ ଢାଞ୍ଚାରେ ପରିବର୍ତ୍ତନ ଆଣିବା ଜରୁରୀ ହୋଇପଡ଼ିଲାଣି।


Enter your email to get our daily news in your inbox.

All Right Reserved By Dharitri.Com

ରାସ୍ତାକଡ଼ ଖାଦ୍ୟ କେତେ ସୁରକ୍ଷିତ

ଦହିବରା-ଆଳୁଦମ୍‌, ଘୁଗୁନି, ଚାଟ୍‌, ଗୁପ୍‌ଚୁପ୍‌, ମୁଢ଼ିମିକ୍ସ, ବରା-ପକୋଡ଼ିଠାରୁ ଆରମ୍ଭ କରି ବିଭିନ୍ନ ପାରମ୍ପରିକ ଖାଦ୍ୟ ସର୍ବଦା ରାସ୍ତାକଡ଼ରେ ସହଜରେ ମିଳେ। ଏପରି ଖାଦ୍ୟ ବହୁ କ୍ଷେତ୍ରରେ ଅପରିଷ୍କାର…

ବନ୍ୟପ୍ରାଣୀ ଚଲାପଥ ସଂଯୋଗୀକରଣ

ଦୁଇଟି ପ୍ରାକୃତିକ ଜଙ୍ଗଲ ପରିସଂସ୍ଥାକୁ ସଂଯୋଗ କରୁଥିବା ସଂକୀର୍ଣ୍ଣ ଅଣଓସାରିଆ ଜଙ୍ଗଲୀ ରାସ୍ତାକୁ କୁହାଯାଏ କରିଡର; ଚଲାପଥ ବା ବନ୍ୟପ୍ରାଣୀ ସଂଯୋଗୀ ପଥ। ଚଳିତବର୍ଷ ଅକ୍ଟୋବର ୨ରୁ…

ବଦଳିର ବାର୍ତ୍ତା

ଅତିରିକ୍ତ ସଚିବ ସ୍ତରରେ ୧୦ ଜଣ ଅଧିକାରୀଙ୍କ ଅଦଳବଦଳ ଏକ ସାଧାରଣ ପ୍ରଶାସନିକ କାର୍ଯ୍ୟ ହୋଇପାରେ। କିନ୍ତୁ ନିକଟରୁ ଦେଖିଲେ ଏହା କେନ୍ଦ୍ର ସରକାର କେଉଁ କ୍ଷେତ୍ରରେ…

ଏଇ ଭାରତରେ

ନିରବଚ୍ଛିନ୍ନ ପ୍ରୟାସ ଓ ଦୃଢ଼ ଇଚ୍ଛାଶକ୍ତି ଦ୍ୱାରା ସଫଳତା ମିଳେ, ଯାହା ପ୍ରମାଣ କରିଛନ୍ତି ରାଜସ୍ଥାନ ଏକାଲଖୋରି ଗାଁର ରାଣାରାମ ବିଷ୍ଣୋଇ । ଗଛ ପରିବେଶ ଓ…

ଗାନ୍ଧୀ ବିଚାରରେ ପରିବେଶ ସୁରକ୍ଷା

ମହାକାଳର ଅସୀମ ଗର୍ଭରେ ଇତିହାସର ଅନେକ ପୃଷ୍ଠା ରକ୍ତର କାଳିରେ ଲେଖାଯାଇଛି, ଅନେକ ବିପ୍ଳବ କେବଳ କ୍ଷମତା ଆଉ ସାମ୍ରାଜ୍ୟବାଦର ମୋହରେ ଧୂଳିସାତ ହୋଇଯାଇଛି। କିନ୍ତୁ ବିଂଶ…

ନିର୍ମୂଳୀ ଚେର

ଅନେକ ଦଶନ୍ଧି ଧରି ଦେଶରୁ ଗରିବ ହଟାଇବା ଲକ୍ଷ୍ୟରେ ଅନେକ ଦୃଷ୍ଟାନ୍ତମୂଳକ ଯୋଜନା ପ୍ରଣୟନ କରାଯାଇଛି। ଅର୍ଥଶାସ୍ତ୍ରବିତ୍‌ଙ୍କ ସୁକଳ୍ପିତ ପରାମର୍ଶ, ସଂଗଠନ ସଦସ୍ୟଙ୍କ ମତାମତ ଏବଂ ରାଜନୀତିଜ୍ଞଙ୍କ…

ମାନବାଧିକାର ଓ ନେତୃତ୍ୱରେ ତ୍ରୁଟି

ଦ୍ବିତୀୟ ବିଶ୍ୱଯୁଦ୍ଧ ପରବର୍ତ୍ତୀ ସମୟରେ ଗଠିତ ଅନ୍ତର୍ଜାତୀୟ ବ୍ୟବସ୍ଥା ଏବେ ବୈଧତା ସଙ୍କଟର ସମ୍ମୁଖୀନ ହେଉଛି। ମାନବାଧିକାର ରକ୍ଷା କରୁଥିବା ବ୍ୟବସ୍ଥା ମଧ୍ୟ ଏଥିରୁ ବାଦ୍‌ ପଡ଼ୁନାହିଁ।…

ଆସ, ଗଢ଼ିବା ବିଦ୍ୟାଳୟ

କିଛି ଦିନ ତଳେ ଜଣେ ବନ୍ଧୁ କଥା ପ୍ରସଙ୍ଗରେ କହିଲେ, ସନ୍ତାନସନ୍ତତିଙ୍କ ପାଠପଢ଼ାକୁ ନେଇ ପରୀକ୍ଷା ନିରୀକ୍ଷା କରିହେବ ନାହିଁ। ସ୍ବାଧୀନତା ପରେ ପାଖାପାଖି ପଚାଶ ବର୍ଷ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?