ଦୁଇ ଭାଇଙ୍କୁ ଗିରଫ କଲା ଇଓଡବ୍ଲ୍ୟୁ

ଭୁବନେଶ୍ୱର,୮।୪ (ବ୍ୟୁରୋ): ଚାଷୀଙ୍କୁ କୃଷି ଉପକରଣ ବିକ୍ରି କରିଥିବା ଦର୍ଶାଇ ୬.୮୧ କୋଟି ସବ୍‌ସିଡି ଟଙ୍କା ହଡ଼ପ ମାମଲାରେ ସମ୍ପୃକ୍ତ ୨ ଭାଇଙ୍କୁ କ୍ରାଇମବ୍ରାଞ୍ଚର ଅର୍ଥନୈତିକ ଅପରାଧ ଶାଖା (ଇଓଡବ୍ଲ୍ୟୁ) ଗିରଫ କରିଛି। ସେମାନେ ହେଲେ ଏମ୍‌/ଏସ୍‌ ଶୀତଲ ଏଗ୍ରୋ ଇନ୍‌ପୁଟ୍ସ ପ୍ରାଇଭେଟ୍‌ ଲିଃର ନିର୍ଦ୍ଦେଶକ ମାନସ ରଞ୍ଜନ ଦାସ ଓ ଏମ୍‌/ଏସ୍‌ ମିଶିତା ଏଣ୍ଟର୍‌ପ୍ରାଇଜେସ୍‌ କମ୍ପାନୀର ପ୍ରୋପ୍ରାଇଟର୍‌ ତାପସ କୁମାର ଦାସ। ଉଭୟଙ୍କୁ ବୁଧବାର ଗିରଫ କରାଯିବା ପରେ ଗୁରୁବାର ଜଗତ୍‌ସିଂପୁର ଏସ୍‌ଡିଜେଏମ୍‌ କୋର୍ଟକୁ ଚାଲାଣ କରାଯାଇଥିଲା। ଜାମିନ୍‌ ନାମଞ୍ଜୁର ହେବାରୁ ଅଭିଯୁକ୍ତଦ୍ୱୟଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି। ଇଓଡବ୍ଲ୍ୟୁ ଅଭିଯୁକ୍ତଙ୍କଠାରୁ ଚାଷୀଙ୍କ ଦସ୍ତାବିଜ୍‌, ଜାଲ୍‌ କାଗଜପତ୍ର, ମନି ରିସିପ୍ଟ ଓ ଗୋଟିଏ ହାର୍ଡ ଡିସ୍କକୁ ଜବତ କରିଛି। ଏହି ମାମଲାରେ ଏକାଧିକ ଡିଲର୍‌ଙ୍କ ସମ୍ପୃକ୍ତି ଥିବାରୁ ସେମାନଙ୍କୁ ଗିରଫ କରିବାକୁ ଇଓଡବ୍ଲ୍ୟୁ ତଦନ୍ତ ଜାରି ରଖିଛି।
ସୂଚନା ଅନୁଯାୟୀ, ଏମ୍‌/ଏସ୍‌ ଶୀତଲ ଏଗ୍ରୋ ଇନ୍‌ପୁଟ୍ସ ପ୍ରାଇଭେଟ୍‌ ଲିଃର ଅଫିସ୍‌ ଜଗତ୍‌ସିଂହପୁର ଜିଲା ତରଡ଼ାପଡ଼ାସ୍ଥିତ ପୁରୋହିତପୁରରେ ରହିଛି। ରାଜ୍ୟ ସରକାରଙ୍କ କୃଷି ବିଭାଗ ପକ୍ଷରୁ ଡିବିଟି (ଡାଇରେକ୍ଟ ବେନିଫିଟ ଟ୍ରାନ୍ସଫର) ସ୍କିମ୍‌ ଜରିଆରେ ବିଭିନ୍ନ କୃଷି ଉପକରଣ ବିକ୍ରି କରିବାକୁ ଉକ୍ତ କମ୍ପାନୀ ପଞ୍ଜୀକୃତ ରହିଛି। ତେବେ ଅଭିଯୁକ୍ତ ମାନସ ୨୦୧୮-୨୦୧୯ ଓ ୨୦୧୯-୨୦୨୦ ଆର୍ଥିକ ବର୍ଷରେ ଏମ୍‌/ଏସ୍‌ ମିଶିତା ଏଣ୍ଟର୍‌ପ୍ରାଇଜେସ୍‌ କମ୍ପାନୀ ସମେତ ୮ ଡିଲରଙ୍କ ଦ୍ୱାରା ୫୦୮ ଧାନରୁଆ ଯନ୍ତ୍ର ବିକ୍ରି କରିଥିବା ନେଇ ବିଭିନ୍ନ ଚାଷୀଙ୍କ ଜାଲ କାଗଜପତ୍ର ୱେବ୍‌ସାଇଟ୍‌ ଜରିଆରେ ଅପଲୋଡ୍‌ କରିଥିଲେ। ଅଭିଯୁକ୍ତମାନେ ଜଗତ୍‌ସିଂହପୁର, ଯାଜପୁର, ବାଲେଶ୍ୱର, ଖୋର୍ଦ୍ଧା, କଳାହାଣ୍ଡି ଓ ସମ୍ବଲପୁର ଆଦି ୧୯ଟି ଜିଲାର ଚାଷୀଙ୍କୁ ଧାନରୁଆ ଯନ୍ତ୍ର ବିକ୍ରି କରିଥିବା ଦର୍ଶାଇ ୬ କୋଟି ୮୧ ଲକ୍ଷ ୫୩ ହଜାର ୪୮ ଟଙ୍କାର ସବ୍‌ସିଡି ଅର୍ଥ ହଡ଼ପ କରିଥିଲେ। ତେବେ ଏହି ସବ୍‌ସିଡି ଅର୍ଥ ବିଭିନ୍ନ ଚାଷୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଯିବା ପରେ ମାନସ ଓ ତାଙ୍କ ଭାଇ ତାପସ ଏବଂ ଡିଲରମାନେ ଚାଷୀଙ୍କୁ ଅଳ୍ପ ପରିମାଣର ଅର୍ଥ ଦେଇ ବାକି ଟଙ୍କା ନେଇଯାଇଥିଲେ। ତଦନ୍ତରୁ ଜଣାପଡ଼ିଛି ଯେ, ଡିଲର୍‌ ଏମ୍‌/ଏସ୍‌ ମିଶିତା ଏଣ୍ଟର୍‌ପ୍ରାଇଜେସ୍‌ର ପ୍ରୋପ୍ରାଇଟର୍‌ ତାପସ ୨୦୧୮-୨୦୧୯ ଆର୍ଥିକ ବର୍ଷରେ ୫୦୪ ଧାନରୁଆ ଯନ୍ତ୍ରରୁ ୩୩୭ଟି ବିକ୍ରି କରିଛନ୍ତି। ଦୁଇ ଭାଇ ମାନସ ଓ ତାପସ ଡିବିଟି ପୋର୍ଟାଲରେ ଫେକ୍‌ କାଗଜପତ୍ର ଦେଇ ସବ୍‌ସିଡି ଅର୍ଥ ହଡ଼ପ କରିଥିଲେ। ତେବେ ୨୦୨୧ରେ ରୁଜୁ ହୋଇଥିବା ଏକ ମାମଲା (ନଂ୭)ର ତଦନ୍ତ କରୁଥିବାବେଳେ ଇଓଡବ୍ଲ୍ୟୁର ଅତିରିକ୍ତ ଏସ୍‌ପି ଏ.କେ. ମିଶ୍ର ଏହି ଠକେଇ ସମ୍ପର୍କରେ ଜାଣିବାକୁ ପାଇଥିଲେ। ତାଙ୍କ ଅଭିଯୋଗକ୍ରମେ ଇଓଡବ୍ଲ୍ୟୁରେ ୨୦୨୨ ଏପ୍ରିଲ୍‌ ୨ରେ ମାମଲା (ନଂ.୮) ରୁଜୁ କରାଯାଇ ତଦନ୍ତ ଆରମ୍ଭ ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ବିଜୁବାବୁଙ୍କ ପ୍ରତି ଅଶାଳୀନ ମନ୍ତବ୍ୟର ପ୍ରତିବାଦ, ଏମ୍‌ପି ନିଶିକାନ୍ତ ଦୁବେଙ୍କ କୁଶପୁତ୍ତଳିକା ଦାହ କରି…

ଦେବଗଡ଼,୨ା୪(ଶଶାଙ୍କ ଶେଖର ଝାଙ୍କର): ପ୍ରବାଦପୁରୁଷ ବିଜୁ ପଟ୍ଟନାୟକଙ୍କ ପ୍ରତି ଭାଜପା ଏମ୍‌ପି ନିଶିକାନ୍ତ ଦୁବେ ଦେଇଥିବା ଅପମାନ ଜନକ ମନ୍ତବ୍ୟକୁ ଦେବଗଡ଼ ଜିଲା ବିଜେଡି ପକ୍ଷରୁ ଦୃଢ଼…

ଗଜପତି ପୋଲିସର ବଡ଼ ସଫଳତା: ୧ କୋଟି ୮୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ୩ ମାଫିଆ…

ମୋହନା, ୧।୪(ମନ୍ମଥ ମିଶ୍ର): ରାଜ୍ୟ ସରକାରଙ୍କ ଗଞ୍ଜେଇ ମୁକ୍ତ ଓଡ଼ିଶା ଅଭିଯାନ ମଧ୍ୟରେ ଗଜପତି ପୋଲିସକୁ ଏକ ବଡ଼ ସଫଳତା ମିଳିଛି। ଜିଲାର ଆର୍‌. ଉଦୟଗିରି ଥାନା…

IPL ୨୦୨୬: ଲକ୍ଷ୍ନୌକୁ ଲଗାତାର ୫ମ ଥର ପାଇଁ ହରାଇଲା ଦିଲ୍ଲୀ କ୍ୟାପିଟାଲ୍ସ; ଦଳକୁ ଦମ୍‌ଦାର ବିଜୟ ଦେଲେ ସମୀର ରିଜଭୀ…

ଲକ୍ଷ୍ନୌ, ୧ା୪: ଆଇପିଏଲ ୨୦୨୬ରେ ଦିଲ୍ଲୀ କ୍ୟାପିଟାଲ୍ସ ବିଜୟ ଅଭିଯାନ ଆରମ୍ଭ କରିଛି। ଲକ୍ଷ୍ନୌ ସୁପର ଜାଏଣ୍ଟସ (LSG) ବିପକ୍ଷ ମ୍ୟାଚରେ ଦିଲ୍ଲୀ ୧୪୨ ରନର ଲକ୍ଷ୍ୟକୁ…

ବ୍ୟାକଫୁଟରେ ସୁପରପାୱାର ଆମେରିକା, ଇରାନ ସହ ଯୁଦ୍ଧରୁ ଓହରିବ! ଟ୍ରମ୍ପଙ୍କ ବଡ଼ ବୟାନ…

ୱାଶିଂଟନ, ୧ା୪:ଇରାନ ଏବଂ ଆମେରିକା ମଧ୍ୟରେ ଚାଲିଥିବା ସଂଘର୍ଷ ଏବେ ଏକ ନୂଆ ମୋଡ଼ ନେଇଛି। ସୁପରପାୱାର ଆମେରିକାର ରଣନୀତି ଫେଲ ମାରୁଥିବା ବେଳେ ରାଷ୍ଟ୍ରପତି ଡୋନାଲ୍ଡ…

ବଲାଙ୍ଗୀରରେ ଓଡ଼ିଶା ଦିବସ ପାଳନକୁ ବିରୋଧ: ସଂସ୍କୃତି ଭବନରେ କୋଶଲ ସମର୍ଥକଙ୍କ ହଙ୍ଗାମା, ୮ ଅଟକ

ବଲାଙ୍ଗୀର,୧।୪(ସୁନିଲ କୁମାର ମହାନ୍ତି): ଆଜି ସମଗ୍ର ରାଜ୍ୟରେ ଓଡ଼ିଶା ଦିବସ ବା ଉତ୍କଳ ଦିବସ ପାଳିତ ହେଉଥିବା ବେଳେ ବଲାଙ୍ଗୀରରେ ଏହାକୁ ନେଇ ଅଭାବନୀୟ ପରିସ୍ଥିତି ସୃଷ୍ଟି…

ଲଜ୍ଜା: ୧୩ ବର୍ଷର ନାବାଳିକାଙ୍କୁ ଗର୍ଭବତୀ କଲେ ଦୁଇ ସନ୍ତାନର ବାପା, ଅଭିଯୁକ୍ତଙ୍କୁ ପୋଲିସ ବାନ୍ଧି…

ପାତ୍ରପୁର, ୧।୪ (ଉମା ଚରଣ ନେପାକ): ବ୍ରହ୍ମପୁର ପୋଲିସ ଜିଲା ଅନ୍ତର୍ଗତ ଜରଡ଼ା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଆଙ୍କୁଲି ପଞ୍ଚାୟତର ଜଣେ ୧୩…

ମହିଳା ଚଲାଉଥିଲେ ନିଶା କାରବାର: ମାଡ଼ି ବସିଲା ପୋଲିସ, ୬ ଲକ୍ଷରୁ ଅଧିକ ଟଙ୍କା ସହ…

ବରଗଡ଼,୧।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ବଢ଼ୁଥିବା ନିଶା କାରବାରକୁ ରୋକିବା ପାଇଁ ପୋଲିସ ନିଜର ଅଭିଯାନକୁ ଜୋରଦାର କରିଛି। ଏହି କ୍ରମରେ ଭଟଲି ଥାନା ପୋଲିସ ବୁଧବାର…

ଟାର୍ଗେଟରେ ଭାଜପା ଅଫିସ୍: ପାର୍କିଂରେ ଥିବା ସ୍କୁଟିରେ ହେଲା ବୋମା ବିସ୍ଫୋରଣ, ହାଇ ଆଲର୍ଟରେ…

ଚଣ୍ଡିଗଡ଼,୧।୪: ଭାଜପା କାର୍ଯ୍ୟାଳୟ ବାହାରେ ବିସ୍ଫୋରଣ। ଚଣ୍ଡିଗଡ଼ର ସେକ୍ଟର-୩୭ ସ୍ଥିତ ପଞ୍ଜାବ ଭାଜପା କାର୍ଯ୍ୟାଳୟ ବାହାରେ ଥିବା ପାର୍କିଂ ଅଞ୍ଚଳରେ ଏକ ବୋମା ବିସ୍ଫୋରଣ ଘଟିଛି। ଏହି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri