ଟ୍ରମ୍ପ୍‌ ଯୁଗର ଅବସାନ

ଓ୍ବାଶିଂଟନ,୬ା୧୧:ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ତାଙ୍କ ଡେମୋକ୍ରାଟିକ୍‌ ଚ୍ୟାଲେଞ୍ଜର ଜୋଶେଫ୍‌ ଆର୍‌ ବାଇଡେନ୍‌ ଜୁନିୟରଙ୍କଠାରୁ ପରାସ୍ତ ହୋଇଛନ୍ତି। ସମ୍ପୂର୍ଣ୍ଣ ଫଳାଫଳ ଆସିବା ବାକି ଥିଲେ ମଧ୍ୟ ଟ୍ରମ୍ପ୍‌ ଯେଉଁ ସ୍ଥିତିରେ ରହିଛନ୍ତି, ସେଠାରୁ ଉଠି ନିର୍ବାଚନ ଜିତିବା ଏକପ୍ରକାର ଅସମ୍ଭବ ମନେହେଉଛି। କାରଣ ଆଉ ମାତ୍ର ୫ଟି ରାଜ୍ୟର ପରିଣାମ ଆସିବା ବାକି ଅଛି।
ବାଇଡେନ୍‌ଙ୍କଠାରୁ ଟ୍ରମ୍ପ୍‌ଙ୍କ ପରାଜୟ ପାଇଁ ଅନେକ କାରଣକୁ ଦାୟୀ କରାଯାଉଛି। ମହାମାରୀ କରୋନା ସଂକ୍ରମଣକୁ ରୋକିବାର ଟ୍ରମ୍ପ୍‌ଙ୍କ ବିଫଳତାକୁ ମୁଖ୍ୟ ପ୍ରସଙ୍ଗ ବୋଲି କୁହାଯାଉଛି। ସେହିପରି କୋଭିଡ୍‌-୧୯ ଆସିବା ପରେ ଦେଶର ଅର୍ଥନୀତି ବିପର୍ଯ୍ୟସ୍ତ ହୋଇଛି। ମହାମାରୀରେ ଅଦ୍ୟାବଧି ୨୩୯,୮୯୪ ଜଣଙ୍କ ଜୀବନ ଯାଇଥିବାବେଳେ ୯,୮୦୬,୯୬୦ ସଂକ୍ରମିତ ହୋଇଛନ୍ତି। ଏଥିଯୋଗୁ ଆମେରିକାରେ ସ୍ବାସ୍ଥ୍ୟ ସଙ୍କଟ ସୃଷ୍ଟି ହୋଇଛି। ଆର୍ଥିକ ସଙ୍କଟ ଯୋଗୁ ବେକାର ସମସ୍ୟା ବଢ଼ିବା ସହ ଲକ୍ଷ ଲକ୍ଷ ଲୋକ ବେରୋଜଗାର ହୋଇଯାଇଛନ୍ତି। ଶରଣାର୍ଥୀଙ୍କ ପ୍ରତି ଟ୍ରମ୍ପ୍‌ଙ୍କ ଆଭିମୁଖ୍ୟ, ବହିର୍ବ୍ୟାପାର, ବର୍ଣ୍ଣବୈଷମ୍ୟ ଓ ଆପ୍ରବାସନ ନୀତିକୁ ମଧ୍ୟ ବିଭିନ୍ନ ମହଲରେ ସମାଲୋଚନା କରାଯାଉଛି। ସେହିପରି ଟ୍ରମ୍ପ୍‌ଙ୍କ ଝିଅ ଇଭାଙ୍କା ଟ୍ରମ୍ପ୍‌ ମଧ୍ୟ ମହିଳା ଓ ଯୁବବର୍ଗର ଭୋଟରଙ୍କୁ ସେତେଟା ଆକୃଷ୍ଟ କରିପାରି ନ ଥିବା କୁହାଯାଉଛି। ଟ୍ରମ୍ପ୍‌ ନିର୍ବାଚନ ହାରିଯିବା ପରେ ଏବେ ୭୬ ଦିନ ହ୍ବାଇଟ୍‌ ହାଉସ୍‌ରୁ ନିଜ କ୍ଷମତା ପ୍ରୟୋଗ କରିପାରିବେ। ଏହି ସମୟ ମଧ୍ୟରେ ସେ କେତେକ ନକାରାମତ୍କ ପଦକ୍ଷେପ ମଧ୍ୟ ନେଇପାରନ୍ତି ବୋଲି ଆଶଙ୍କା କରାଯାଉଛି। ପରାଜୟରେ ଜର୍ଜରିତ ଟ୍ରମ୍ପ୍‌ ତାଙ୍କ ସ୍ବପ୍ନ ସାକାର କରିବାରେ ବିଫଳ ହୋଇଥିବା କେତେଜଣ ବରିଷ୍ଠ ଅଧିକାରୀଙ୍କୁ ବିଦା କରିପାରନ୍ତି। ଏପରି କି ଜାନୁୟାରୀ ୨୦ରେ ଟ୍ରମ୍ପ୍‌ଙ୍କୁ ହ୍ବାଇଟ୍‌ ହାଉସ୍‌ ଖାଲି କରିବାକୁ ବାଧ୍ୟ କରାଗଲେ ସେ ଆହୁରି ଅନେକ କଡ଼ା ପଦକ୍ଷେପ ନେଇପାରନ୍ତି। ରାଷ୍ଟ୍ରପତି ଟ୍ରମ୍ପ୍‌ ୬୮ ନିୟୁତ ଭୋଟ ପାଇଛନ୍ତି, ଯାହାକି ୨୦୧୬ ତୁଳନାରେ ୫ ନିୟୁତ କମ୍‌। ପପୁଲାର ଭୋଟ କଥା ଦେଖିଲେ ତାଙ୍କ ସପକ୍ଷରେ ୪୮% ଯାଇଛି। ଅର୍ଥାତ୍‌ ୪ ବର୍ଷ ମଧ୍ୟରେ ଅନେକ ସ୍କାଣ୍ଡାଲ, ମହାଭିଯୋଗ ଓ କରୋନା ଭାଇରସ୍‌ ସମେତ ବର୍ଣ୍ଣବୈଷମ୍ୟ ବିରୋଧୀ ଆନ୍ଦୋଳନ ସତ୍ତ୍ୱେ ଟ୍ରମ୍ପ୍‌ଙ୍କୁ ପ୍ରାୟ ଅଧା ଆମେରିକୀୟ ସମର୍ଥନ କରିଛନ୍ତି।
୨୮ ବର୍ଷ ପରେ ଏହା ହେଉଛି ଜଣେ ରାଷ୍ଟ୍ରପତିଙ୍କ ପ୍ରଥମ ପରାଜୟ। ପୂର୍ବରୁ ୧୯୯୨ରେ ରାଷ୍ଟ୍ରପତି ଜର୍ଜ ଏଚ୍‌.ଡବ୍ଲ୍ୟୁ ବୁଶ୍‌ ଦ୍ୱିତୀୟ ଥର ପାଇଁ ନିର୍ବାଚିତ ହୋଇପାରି ନ ଥିଲେ। ସେ ଡେମୋକ୍ରାଟ୍‌ ବିଲ୍‌ କ୍ଲିଣ୍ଟନଙ୍କଠାରୁ ପରାଜିତ ହୋଇଥିଲେ। ବୁଶ୍‌ଙ୍କ ପରେ ଆମେରିକାର ୩ ରାଷ୍ଟ୍ରପତି ବିଲ୍‌ କ୍ଲିଣ୍ଟନ, ଜର୍ଜ ଡବ୍ଲ୍ୟୁ ବୁଶ୍‌ ଓ ବାରାକ୍‌ ଓବାମା ଦୁଇଥର ଲେଖାଏ ବିଜୟୀ ହୋଇ ହ୍ବାଇଟ୍‌ ହାଉସ୍‌ ଦଖଲ କରିଥିଲେ। ସେହିପରି ବିଗତ ୧୦୦ ବର୍ଷରେ ମାତ୍ର ୪ ଜଣ ରାଷ୍ଟ୍ରପତି ପୁନଃ ନିର୍ବାଚିତ ହେବାରେ ବିଫଳ ହୋଇଥିଲେ। ସେମାନେ ହେଲେ ଜର୍ଜ ଏଚ୍‌.ଡବ୍ଲ୍ୟୁ. ବୁଶ୍‌ (୧୯୯୨), ଜିମି କାର୍ଟର (୧୯୮୦), ଗେରାଲ୍ଡ ଫୋର୍ଡ (୧୯୭୬) ଓ ହେର୍ବର୍ଟ ହୁଭର୍‌।


Enter your email to get our daily news in your inbox.

All Right Reserved By Dharitri.Com

ସ୍କୁଲ ପ୍ରିନି୍ସପାଲଙ୍କ ଉପସ୍ଥିତ ବୁଦ୍ଧି ଯୋଗୁ ବଞ୍ଚିଗଲା ସମସ୍ତ ସ୍କୁଲ ପିଲା, ଶିକ୍ଷକଙ୍କ ଜୀବନ, କେମିତି ଜାଣନ୍ତୁ…

କାଠମାଣ୍ଡୁ,୩୦ା୮: ନେପାଳରେ ପ୍ରଳୟଙ୍କରୀ ବନ୍ୟା ମାଡ଼ିଆସିବା ବେଳେ ଜଣେ ସ୍କୁଲ ପ୍ରିନି୍ସପାଲଙ୍କ ଉପସ୍ଥିତ ବୁଦ୍ଧି ଯୋଗୁ ୧,୬୪୩ ଜଣ ପିଲାଙ୍କ ଜୀବନ ବଞ୍ଚତ୍ୟାଇଛି। ନୁଓ୍ବାକୋଟ୍‌ ଜିଲା ତ୍ରିଭୁବନ…

ଛତ୍ରପୁରରେ ଚାଞ୍ଚଲ୍ୟ: ଚିକିତ୍ସାଳୟରୁ ମୂକ ଶିଶୁକନ୍ୟା ଚୋରି, ସିସିଟିଭି ଯାଞ୍ଚ କରୁଛି ପୋଲିସ

ଛତ୍ରପୁର,୩୦ା୮(ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ଉପଖଣ୍ଡ ଚିକିତ୍ସାଳୟରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଗୋଟିଏ ୫ ବର୍ଷର ମୂକ ଶିଶୁକନ୍ୟାକୁ ଜଣେ ବ୍ୟକ୍ତି ଚୋରି…

ଘରେ ପଶି ମୂକ ଯୁବତୀଙ୍କୁ ବଳାତ୍କାର ଉଦ୍ୟମ, ଜେଲ୍‌ ଗଲେ ଯୁବକ

ଦିଗପହଣ୍ଡି,୩୦ା୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ଅଧୀନ ଏକ ଗାଁରେ ଶନିବାର ମଧ୍ୟାହ୍ନରେ ଘରେ ପଶି ଜଣେ ମାନସିକ ଅନଗ୍ରସର ଓ ମୂକ ଯୁବତୀ(୨୧)ଙ୍କୁ…

ମଝି ସମୁଦ୍ରରେ ବୁଡ଼ିଗଲା ବୋଟ୍‌, ମୃତ୍ୟୁ ସଂଖ୍ୟା ୭କୁ ବୃଦ୍ଧି , ନିଖୋଜ ଅଛନ୍ତି ଅନେକ ଯାତ୍ରୀ

ନିକୋସିଆ,୩୦ା୮: ଉତ୍ତର ସାଇପ୍ରସ୍‌ ଉପକୂଳରେ ଏକ ବୋଟ୍‌ ରବିବାର ବୁଡ଼ିଯାଇ ୭ ଯାତ୍ରୀଙ୍କ ମୃତ୍ୟୁ ଘଟିଥିବା ବେଳେ ଅନେକ ଯାତ୍ରୀ ନିଖୋଜ ଅଛନ୍ତି। ଏନେଇ ମୃତ୍ୟୁ ସଂଖ୍ୟା…

ନାବାଳିକା ଛାତ୍ରୀଙ୍କୁ ଅପହରଣ କରିନେଲେ ୨୨ ବର୍ଷୀୟ ଯୁବକ, ଗାଁରେ ଉତ୍ତେଜନା ପରେ…

ହାଟଡିହୀ/ଛେନାପଦୀ,୩୦ା୮(ଶୁଭକାନ୍ତ ନାୟକ/ନିରାକାର): କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ନନ୍ଦିପଦା ଥାନା ଅଞ୍ଚଳରେ ଜଣେ ନାବାଳିକା ଦଶମ ଶ୍ରେଣୀ ଛାତ୍ରୀକୁ ଅପହରଣ କରାଯାଇଥିବା ଥାନାରେ ଅଭିଯୋଗ ହୋଇଛି। ଏହାକୁ…

ଓଡ଼ିଆ ସାହିତ୍ୟର ଜଣେ ଅମର ନକ୍ଷତ୍ର ଥିଲେ ସ୍ବଭାବ କବି ଗଙ୍ଗାଧର ମେହେର, ତାଙ୍କ କଲମ ଚାଳନାରେ ଥିଲା…

କେସିଙ୍ଗା,୩୦ା୮(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗାସ୍ଥିତ ଚେତାବନୀ ସାହିତ୍ୟ ସଂସଦ ପକ୍ଷରୁ ସ୍ବଭାବ କବି ଗଙ୍ଗାଧର ମେହେରଙ୍କ ୧୬୫ତମ ଜୟନ୍ତୀ ସମାରୋହ ଅନୁଷ୍ଠାନର ସଭାପତି ଯାଜ୍ଞସେନୀ ସାହାଙ୍କ…

ନିଟ୍‌ରେ ସଫଳ ଦୁଇ ଭଉଣୀଙ୍କ ଡାକ୍ତରୀ ପାଠରେ ଅର୍ଥ ସାଜିଛି ବାଧକ, ସ୍ବପ୍ନରେ ରହିଯିବ କି ଉଭୟଙ୍କ…

କର୍ଲାମୁଣ୍ଡା,୩୦ା୮(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ରେଗଡ଼ା ଗ୍ରାମର ଏକ ମେଧାବୀ ପରିବାରର ଦୁଇ ଭଉଣୀ ଏକାସାଙ୍ଗେ ନିଟ୍‌ ପରୀକ୍ଷାରେ ସଫଳତା ହାସଲ କରିବା…

ଭୟଙ୍କର ଦୁର୍ଘଟଣା: ୨୭୦ ଲୋକଙ୍କୁ ନେଇ ଯାଉଥିବା ଡଙ୍ଗା ବୁଡ଼ିଲା, ଏବେ ବି ଜାରିରହିଛି…

ଆଙ୍କରା,୩୦ା୮: ଉତ୍ତର ସାଇପ୍ରସ ଉପକୂଳରେ ଏକ ଭୟଙ୍କର ଡଙ୍ଗା ବୁଡ଼ି ଦୁର୍ଘଟଣା ଘଟିଛି। ରବିବାର ଅପରାହ୍ନରେ ଉତ୍ତର ସାଇପ୍ରସର କାଇରେନିଆ ବନ୍ଦରରୁ ତୁର୍କୀର ମର୍ସିନ ପ୍ରଦେଶସ୍ଥିତ ତାସୁକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri