ପ୍ରଚାର ଶେଷ, ଭୋଟରଙ୍କ ହାତରେ ପ୍ରାର୍ଥୀଙ୍କ ଭାଗ୍ୟ

ରାୟଗଡ଼ା ଅଫିସ, ୨୩।୩ – ପ୍ରାର୍ଥୀଙ୍କ ପ୍ରଚାରରେ କମ୍ପିଲା ରାୟଗଡ଼ା ସହରର ବିଭିନ୍ନ ସାହିବସ୍ତି। ପ୍ରମୁଖ ଦଳୀୟ ପ୍ରାର୍ଥୀ ପ୍ରଚାର ରଣାଙ୍ଗନରେ ଭୋଟରଙ୍କୁ ଆକୃଷ୍ଟ କରିବାକୁ ଆପ୍ରାଣ ଉଦ୍ୟମ କରୁଛନ୍ତି। କଂଗ୍ରେସ, ଭାଜପା ଓ ବିଜେଡିର ହେଭିୱେଟ୍‌ ନେତା ନିର୍ବାଚନୀ ପ୍ରଚାରରେ ସାମିଲ ହୋଇ ଦଳୀୟ ପ୍ରାର୍ଥୀଙ୍କ ପାଇଁ ମାରାଥନ ପ୍ରଚାର କରିଥିଲେ। ରାଜ୍ୟ ସଭା ସଦସ୍ୟ ଏନ୍‌. ଭାସ୍କର ରାଓ ବିଜେଡିର ପ୍ରଚାର ମଙ୍ଗ ଧରିଥିଲେ। ରାଜ୍ୟ ସରକାରଙ୍କ କଲ୍ୟାଣକାରୀ ଯୋଜନା ସମ୍ପର୍କରେ ସାହି ଗଳି ବୁଲି ଦଳର ପୌରାଧ୍ୟକ୍ଷ ଓ କାଉନ୍‌ସିଲର ପ୍ରାର୍ଥୀଙ୍କୁ ଭୋଟ ଦେବାକୁ ସେ ଜନତାଙ୍କୁ ଅନୁରୋଧ କରିଥିଲେ। ରୋଡ୍‌ ଶୋ’ରେ ରାୟଗଡ଼ା ପୌରାଞ୍ଚଳର ସମସ୍ତ ୱାର୍ଡ ପରିକ୍ରମା କରି ପୌରାଧ୍ୟକ୍ଷ ପ୍ରାର୍ଥୀ ପି. ମହେଶ ପଟ୍ଟନାୟକଙ୍କୁ ଭୋଟ ଦେବା ପାଇଁ ସେ ଲୋକଙ୍କୁ ଅନୁରୋଧ କରିଥିଲେ। ସନ୍ଧ୍ୟା ୫ଟାରେ ପ୍ରଚାର ବନ୍ଦ ହୋଇଯାଇଛି। ଏହାପରେ ବିଭିନ୍ନ ଦଳର ନେତାମାନେ ନିଜ ପରିବାର ଓ ସମ୍ପର୍କୀୟଙ୍କ ସାହାଯ୍ୟରେ ଘରକୁ ଘର ବୁଲି ସମର୍ଥନ ହାସଲ କରିବାକୁ ଉଦ୍ୟମ କରୁଛନ୍ତି।
କୋରାପୁଟ ଏମ୍‌ପି ସପ୍ତଗିରି ଉଲାକା ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିଥିଲେ। ସହରର ବିଭିନ୍ନ ସାହିବସ୍ତି ବୁଲି ରାଜ୍ୟ ସରକାରଙ୍କୁ ସମାଲୋଚନା କରିବା ସହ ଦୁର୍ନୀତିମୁକ୍ତ ଓ ସ୍ବଚ୍ଛ ଶାସନ ପାଇଁ କଂଗ୍ରେସକୁ ଭୋଟ ଦେବାକୁ ସେ ଲୋକଙ୍କୁ ପ୍ରବର୍ତ୍ତାଇଥିଲେ। ରାୟଗଡା ପୌରାଞ୍ଚଳରେ କଂଗ୍ରେସ କ୍ଷମତାକୁ ଫେରିଲେ ସହରାଞ୍ଚଳବାସୀଙ୍କୁ ସ୍ମାର୍ଟ ସୁବିଧା ମିଳିବା ନେଇ ସେ ଆଶ୍ୱାସନା ଦେଇଥିଲେ। ସପ୍ତଗିରି ମଧ୍ୟ ଅନୁରୂପ ରୋଡ଼ଶୋ ଆୟୋଜନ କରି ପ୍ରତ୍ୟେକ ୱାର୍ଡ ବୁଲି ଲୋକଙ୍କୁ କଂଗ୍ରେସ ପୌରାଧ୍ୟକ୍ଷ ପ୍ରାର୍ଥୀ ଆପଲ ସ୍ବାମୀ କାଡ୍ରାକା ଓ କାଉନସିଲର ପ୍ରାର୍ଥୀମାନଙ୍କୁ ଭୋଟ ଦେବାକୁ ଲୋକଙ୍କୁ ଅନୁରୋଧ କରିଛନ୍ତି। ଗୁରୁବାର ରାଜ୍ୟ ନିର୍ବାଚନ ଆୟୋଗଙ୍କ ଦ୍ୱାରା ଭୋଟ ଗ୍ରହଣ ହେବା ନେଇ ତାରିଖ ଧାର୍ଯ୍ୟ ହୋଇଛି। ରାୟଗଡ଼ା ପୌରାଞ୍ଚଳ ସମେତ ଗୁଣୁପୁର ପୌରପାଳିକା ଓ ଗୁଡାରୀ ବିଜ୍ଞପିତ ଅଞ୍ଚଳ ପରିଷଦରେ ଭୋଟ ଗ୍ରହଣ ହେବ। ଗୁରୁବାର ରାଜ୍ୟ ନିର୍ବାଚନ ଆୟୋଗଙ୍କ ଦ୍ୱାରା ଭୋଟ ଗ୍ରହଣ ହେବା ନେଇ ତାରିଖ ଧାର୍ଯ୍ୟ ହୋଇଛି। ରାୟଗଡ଼ା ପୌରାଞ୍ଚଳ ସମେତ ଗୁଣପୁର ପୌରପାଳିକା ଓ ଗୁଡାରୀ ବିଜ୍ଞାପିତ ଅଞ୍ଚଳ ପରିଷଦରେ ଭୋଟ ଗ୍ରହଣ ହେବ।


Enter your email to get our daily news in your inbox.

All Right Reserved By Dharitri.Com

ରାସ୍ତାରେ ପକାଇଥିଲେ ବାଲି, ଚିପ୍ସ : କହିବାରୁ ବାପା, ଝିଅଙ୍କୁ ହାଣିଲେ

ଭଦ୍ରକ ଅଫିସ,୧୬।୭: ସାମାନ୍ୟ କଥାରୁ ବାପାଝିଅଙ୍କୁ ଭୁଜାଲିରେ ଆକ୍ରମଣ କରାଯାଇଛି। ଏଭଳି ଏକ ଘଟଣା ଘଟିଛି ଭଦ୍ରକ ଟାଉନ ଥାନା ଅଧୀନ ଏଲଖା ଗାଁରେ। ଉଭୟ...

ଡହଡହ ଖରାରେ ମାନବିକତା ଦେଖାଇଲେ ଟ୍ରାଫିକ କର୍ମଚାରୀ

ବଲାଙ୍ଗୀର ଅଫିସ,୨।୫: ମୁଣ୍ଡଫଟା ଖରା ଯୋଗୁ ଲୋକେ ଘରୁ ବାହାରିବା କଷ୍ଟକର ହୋଇପଡୁଛି। ଏଭଳି ସ୍ଥିତିରେ ଲୋକେ ଜରୁରୀ କାମ ପଡ଼ିଲେ ବାଧ୍ୟହୋଇ ଘରୁ ବାହାରୁଛନ୍ତି।...

ବାଲେଶ୍ୱରରେ ‘ଅମ୍ଫନ୍‌’ର ତାଣ୍ଡବ: ଅପରାହ୍ନରୁ ୧୧୦ କିମି ବେଗରେ ବହୁଛି ପବନ, ଭାଙ୍ଗିଲା କଚ୍ଚାଘର; ବିଦ୍ୟୁତ୍‌ ଖୁଣ୍ଟ ପଡ଼ି ମହିଳା ମୃତ

ବାଲେଶ୍ୱର ଅଫିସ,୨୦।୫: ବାଲେଶ୍ୱର ଉପକୂଳ ଅତିକ୍ରମ କରୁଛି ବାତ୍ୟା ‘ଅମ୍ଫନ୍‌’। ଫଳରେ ଜିଲାରେ ବୁଧବାର ଅପରାହ୍ନରୁ ପବନର ବେଗ ବଢ଼ିବାରେ ଲାଗିଛି। ଖବର ଲେଖାଯିବା ବେଳେ...

୨ ମହିଳାଙ୍କୁ ଦଳିଦେଲା ହାତୀ, ରାସ୍ତା ଅବରୋଧ କଲେ ଗ୍ରାମବାସୀ

ସାତମାଇଲ,୩୦ା୩(ଡି.ଏନ୍‌.ଏ.): ଢେଙ୍କାନାଳ ଜିଲା ହିନ୍ଦୋଳ ଉପଖଣ୍ତ ଦୁଦୁରୁକୋଟ ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ଏହି ଗ୍ରାମର ୨ ଜଣ ମହିଳାଙ୍କୁ ହାତୀ ଦଳିଦେବାରୁ ଉଭୟଙ୍କର...

ମୃତକଙ୍କ ପରିବାରକୁ ଭେଟିଲେ କଂଗ୍ରେସ ନେତା

ଗୋପାଳପୁର,୧୪ା୨- ଗତ ରବିବାର ଗଞ୍ଜାମ ଜିଲା ରଙ୍ଗେଇଲୁଣ୍ଡା ବ୍ଲକ ଡଙ୍କଲପାଡୁ ରାସ୍ତାରେ ନିର୍ବନ୍ଧ ପାଇଁ ଯାଉଥିବା ବସ ୧୧ କେଭି ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ଆସିଯିବାରୁ...

ବଣାଇ ବିଧାୟକଙ୍କ ପିଏସ୍‌ଓଙ୍କ ଆତ୍ମହତ୍ୟା: ସର୍ଭିସ ରିଭଲଭର୍‌ରୁ ନିଜକୁ କଲେ ଗୁଳି

ବଣାଇଁ, ୧୮।୬(ସ୍ବ.ପ୍ର.)- ସୁନ୍ଦରଗଡ଼ ଜିଲା ବଣାଇଁ ଉପଖଣ୍ଡର ଲହୁଣିପଡ଼ା ଥାନା ଅନ୍ତର୍ଗତ କୁର୍ଡା ଗ୍ରାମରେ ଥିବା ନିଜ ବାସଭବନରେ ଗୁରୁବାର ସକାଳୁ ଛାତ ଉପରକୁ ଯାଇ...

ବଦଳୁଛି ଚିତ୍ରଶିଳ୍ପୀଙ୍କ ରୁଚି: ‘ମଡ୍‌ ଆର୍ଟ’ ପ୍ରତି ବଢ଼ୁଛି ଆଗ୍ରହ

ବାଲେଶ୍ୱର ଅଫିସ, ୧୦।୬(ମାନସ ବିଶ୍ୱାଳ)-ପରିବର୍ତ୍ତନଶୀଳ ସମାଜରେ ଦିନକୁ ଦିନ କଳାକାରଙ୍କ ରୁଚି ବଦଳୁଛି। ଚିତ୍ରଶିଳ୍ପୀମାନେ ଭିନ୍ନ ଭିନ୍ନ ଆର୍ଟ ମାଧ୍ୟମରେ ନିଜର ସ୍ଥିତିକୁ ଜାହିର କରି...

ଗଛ ପକାଇ ରାସ୍ତା ଅବରୋଧ କଲେ ମାଓବାଦୀ

ଦାରିଙ୍ଗବାଡ଼ି,୨୫।୧୦(ଡି.ଏନ.ଏ)- କନ୍ଧମାଳ ଜିଲା ଦାରିଙ୍ଗବାଡ଼ି-କ.ନୂଆଗଁା ସୀମାନ୍ତବର୍ତ୍ତୀ କନ୍ଦିବାନ୍ଦା ନିକଟରେ ମାଓବାଦୀମାନେ ଗୁରୁବାର ସନ୍ଧ୍ୟା ପ୍ରାୟ ସାଢେ ୭ଟାରେ ଗଛ ପକାଇ ରାସ୍ତା ଅବରୋଧ କରିଛନ୍ତି। ଘଟଣାସ୍ଥଳରେ...

Advertisement
Archives

Model This Week