Posted inଫୁରସତ

ମାଲିକଙ୍କୁ ଏମିତି ପ୍ରଶ୍ନ ପଚାରି ଚାକିରି ହରାଇଲେ କର୍ମଚାରୀ, ଜାଣିଲେ…

ସାଧାରଣତଃ ନୂଆ ଚାକିରି ପାଇଲେ ସମସ୍ତେ ଖୁସି ହୁଅନ୍ତି, କିନ୍ତୁ ଚାକିରି କରିବାକୁ ଯାଇଥିବା ଲୋକଙ୍କ ମନରେ ଅନେକ ପ୍ରଶ୍ନ ରହିଥାଏ। ଫଳରେ ସେମାନେ ଚାକିରିରେ ଯୋଗଦେବା ପୂର୍ବରୁ ଉତ୍ତର ଖୋଜିବାକୁ ଚେଷ୍ଟା କରନ୍ତି, କାରଣ ଯୋଗଦେବା ପରେ କୌଣସି ପ୍ରକାରର ସମସ୍ୟାର ଯେମିତି ସମ୍ମୁଖୀନ ହେବାକୁ ପଡ଼ିବ ନାହିଁ। ମାତ୍ର ଜଣେ କର୍ମଚାରୀ ଚାକିରିରେ ଯୋଗଦେବା ପୂର୍ବରୁ କିଛି ଗୁରୁତ୍ୱପୂର୍ଣ୍ଣ ପ୍ରଶ୍ନ ଅଛି ଯାହା ପଚାରିବା ନିହାତି ଆବଶ୍ୟକ। ମାତ୍ର ଜଣେ କର୍ମଚାରୀ ଦରମା ସମ୍ବନ୍ଧୀୟ ପ୍ରଶ୍ନ ପଚାରି ଚାକିରିରୁ ବିଦା ହୋଇଛନ୍ତି।

ଏକ ରିପୋର୍ଟ ଅନୁଯାୟୀ, ସୋସିଆଲ ମିଡିଆ ସାଇଟ୍‌ ରେଡ୍ଡିଟ୍‌ର ଜଣେ ବ୍ୟକ୍ତି ତାଙ୍କ ନାମ ପ୍ରକାଶ ନ କରି ଅଜବ କାରଣରୁ ତାଙ୍କ ଚାକିରି ଚାଲିଯାଇଥିବା ପ୍ରକାଶ କରିଛନ୍ତି। ସେହି ବ୍ୟକ୍ତି ଏକ କମ୍ପାନୀରେ ଆବେଦନ କରିଥିଲେ, ଯାହାକି ପିଲାମାନଙ୍କୁ ଶିକ୍ଷା ଦେବା ପାଇଁ ରହିଥିଲା। ବ୍ୟକ୍ତି ଜଣକ ମନୋନୀତ ହୋଇଥିଲେ କିନ୍ତୁ ସେ ତାଙ୍କ ମାଲିକଙ୍କୁ ଏକ ପ୍ରଶ୍ନ ପଚାରିଥିଲେ, ଯେଉଁଥିରେ ତାଙ୍କର ଅସୁବିଧା ବଢ଼ି ଯାଇଥିଲା।

ବ୍ୟକ୍ତିଜଣକ ଦରମା ବିଷୟରେ ପଚାରିବା ପରେ ତାଙ୍କୁ ଚାକିରିରୁ ବରଖାସ୍ତ କରିଦିଆଯାଇଛି। ସେ ଏହି ସ୍କ୍ରିନଶଟ୍‌ଗୁଡ଼ିକୁ ସୋସିଆଲ ମିଡିଆରେ ଶେୟାର କରିଛନ୍ତି। କର୍ମଚାରୀ ତାଙ୍କ ଦରମା ବିଷୟରେ ମାଲିକଙ୍କୁ ପଚାରିଥିଲେ। ପ୍ରଶ୍ନ ଶୁଣିବା ପରେ ମାଲିକ ରାଗିଗଲେ।
ସେ କେବଳ ମାଲିକଙ୍କୁ ପଚାରିଥିଲେ ଯେ, କେତେ ଦିନରେ ସେ ଦରମା ପାଇବେ। ଏହାପରେ ବସ୍‌ କହିଥିଲେ, ତାଙ୍କୁ ସାପ୍ତାହିକ ଅର୍ଥାତ୍‌ ଦୁଇ ସପ୍ତାହ ମଧ୍ୟରେ ଦରମା ଦିଆଯିବ। ତା’ପରେ କେଉଁ ଦିନ ଦରମା ଦିଆଯିବ ବୋଲି ସେ ପଚାରିଥିଲେ। ଏହି ପ୍ରଶ୍ନରେ ମାଲିକ ଅତ୍ୟନ୍ତ କ୍ରୋଧିତ ହୋଇଥିଲେ ଏବଂ ସେ କହିଥିଲେ ସେ ତାଙ୍କ ମତ ପରିବର୍ତ୍ତନ କରିଛନ୍ତି। ସେ ବର୍ତ୍ତମାନ ଯାହାକୁ ନିଯୁକ୍ତି ଦେବାକୁ ଚାହୁଁଛନ୍ତି ସେ ଯେମିତି କାମରେ ଉଦ୍ଦେଶ୍ୟ ରଖିବେ ଦରମାରେ ନୁହଁ। ଏହାଶୁଣି କର୍ମଚାରୀ ଆଶ୍ଚର୍ଯ୍ୟ ହୋଇଗଲେ। ସେ କହିଛନ୍ତି, ମାଲିକ କ’ଣ କରିବାକୁ ଚାହୁଁଛନ୍ତି ତାହା ସେ ବୁଝିପାରୁନାହାନ୍ତି। ସେ ଆହୁରି ମଧ୍ୟ ଲେଖିଛନ୍ତି, ଦରମା ସମ୍ବନ୍ଧୀୟ ସୂଚନା ଆବଶ୍ୟକ। ଯାହା ଦ୍ୱାରା ସେ କେତେ ଦିନରେ ଟଙ୍କା ପାଇବ ସେହି ହିସାବରେ ବିଲ୍‌ ପୈଠ୍‌ କରିପାରିବେ। ଏନେଇ ଏକ ଧାରଣା ବି ପାଇପାରିବେ।

ମାତ୍ର ମାଲିକ ପୁନର୍ବାର କ୍ରୋଧିତ ହୋଇ ଉତ୍ତର ଦେଇଛନ୍ତି, ସେ ଏମିତି ଜଣେ କର୍ମଚାରୀଙ୍କୁ ଖୋଜୁଛନ୍ତି ଯିଏ କେବଳ ଦରମାରେ ନଜର ନ ରଖି କାମରେ ଧ୍ୟାନ ଦେବେ। ଏହା ପରେ କର୍ମଚାରୀଙ୍କୁ ସେ ଚାକିରିରୁ ବାହାର କରିଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ସର୍ବପ୍ରଥମେ କେବେ ପିନ୍ଧାଯାଇଥିଲା ମଙ୍ଗଳସୁତ୍ର: ଭାରତ ଛାଡ଼ା ଏସବୁ ଦେଶରେ ଏହାକୁ ପିନ୍ଧାଯାଏ

ହିନ୍ଦୁ ଧର୍ମରେ ବିବାହ ପରେ ମହିଳାମାନେ ବେକରେ ମଙ୍ଗଳସୁତ୍ର ପିନ୍ଧିବା ପ୍ରଥା ରହିଛି। କିନ୍ତୁ ଆପଣ ଜାଣନ୍ତି କି ବିବାହ ପରେ ମହିଳାମାନେ ମଙ୍ଗଳସୁତ୍ର କାହିଁକି...

କୋର୍ଟରେ ସ୍ବାମୀଙ୍କୁ ଜୋତାରେ ପିଟିଲେ ସ୍ତ୍ରୀ: ଭାଇରାଲ ହେଉଛି ଭିଡିଓ

ପ୍ରାୟତଃ ସ୍ବାମୀ ଏବଂ ସ୍ତ୍ରୀଙ୍କ ମଧ୍ୟରେ ସମସ୍ୟା ଉପୁଜିବାର ଅନେକ କାରଣ ଥାଏ। ଏଥିରେ ତୃତୀୟ ପକ୍ଷର ହସ୍ତକ୍ଷେପ ଅତି ସାଧାରଣ ଅଟେ। ଏପରି ପରିସ୍ଥିତିରେ...

ଆଜି ବିଶ୍ୱ ମ୍ୟାଲେରିଆ ଦିବସ

ସଂକ୍ରାମକ, ଅଣସଂକ୍ରାମକ, ନୂଆ ଭାବେ ପରିପ୍ରକାଶ ପାଉଥିବା ଓ ଆଗଠୁ ଅତ୍ୟଧିକ ଥିବା ସହ କମିଯାଇ ପୁଣି ଅଧିକ ସଂଖ୍ୟାରେ ପରିଲକ୍ଷିତ ହେଉଥିବା ରୋଗ ମଧ୍ୟରୁ...

କିଏ ତିଆରି କରିଛି EVM ଆଉ VVPAT, ନିର୍ମାତାଙ୍କ ନାଁ ପ୍ରକାଶ କରିବାକୁ ମନା କଲା ଇସିଆଇଏଲ୍‌

ନୂଆଦିଲ୍ଲୀ,୨୪ା୪: ଇଲେକ୍ଟ୍ରୋନିକ୍ସ କର୍ପୋରେଶନ ଅଫ୍‌ ଇଣ୍ଡିଆ ଲିମିଟେଡ୍‌ (ECIL) ଏବଂ ଭାରତ ଇଲେକ୍ଟ୍ରୋନିକ୍ସ ଲିମିଟେଡ (BEL) ଇଭିଏମ୍‌ ଏବଂ ଭିଭିପାଟ୍‌ର ନିର୍ମାତାଙ୍କ ନାମ ପ୍ରକାଶ କରିବାକୁ...

ଗାଁ ଦେଶର ମେରୁଦଣ୍ଡ

ଭାରତ ହେଉଛି ବିବିଧତାର ଦେଶ। ଯେତେବେଳେ ଦେଶର ସମଗ୍ର ବିକାଶ ବିଷୟରେ କଥା ଉଠେ, ସେତେବେଳେ ତୃଣମୂଳସ୍ତରରୁ ତାହା ଆରମ୍ଭ ହୋଇଥାଏ। କେବଳ କେନ୍ଦ୍ର ସରକାର...

୪ ବିଧାୟକଙ୍କ କଟିଲା ଟିକେଟ୍‌: ୬ରୁ ୫ ନୂଆମୁହଁ

ଭୁବନେଶ୍ୱର,୨୨।୪: ବିଜେଡିର ସପ୍ତମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ସୋମବାର ପ୍ରକାଶ କରିଛି। ୬ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି ବିଜେଡି। ଘୋଷଣା ହୋଇଥିବା...

ଶିବେଇ ସାମନ୍ତରାଙ୍କ ଚତୁରତା ଲୋକମୁଖରେ ଭିନ୍ନ ରୂପ ନେଲା

ଚୁମ୍ବକଶିଳା ବସାଯିବା ପରେ ତିନିଥର ବିଫଳ ହୋଇଥିବା କାର୍ଯ୍ୟ ସଫଳ ହୋଇଥିଲା। ସହସ୍ର ମଲ୍ଲ ସେଇ ଖୁସିରେ ପୁରସ୍କାର ଘୋଷଣା କରିଥିଲେ। ଧର୍ମପଦ ମନ୍ଦିର ଶିଖରରୁ...

ଜାଣନ୍ତୁ ବିଶ୍ୱ ପୁସ୍ତକ, କପିରାଇଟ୍‌ ଦିବସର ଇତିହାସ…

ପ୍ରତିବର୍ଷ ଏପ୍ରିଲ ୨୩ରେ ବିଶ୍ୱ ପୁସ୍ତକ ଏବଂ କପିରାଇଟ୍‌ ଦିବସ ପାଳନ କରାଯାଇଥାଏ। ସମୟ ବଦଳିବା ସହିତ କମ୍ପ୍ୟୁଟର ଏବଂ ଇଣ୍ଟରନେଟ୍‌ ବର୍ତ୍ତମାନ ପୁସ୍ତକ ବି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri