Posted inଫୁରସତ

ମାଲିକଙ୍କୁ ଏମିତି ପ୍ରଶ୍ନ ପଚାରି ଚାକିରି ହରାଇଲେ କର୍ମଚାରୀ, ଜାଣିଲେ…

ସାଧାରଣତଃ ନୂଆ ଚାକିରି ପାଇଲେ ସମସ୍ତେ ଖୁସି ହୁଅନ୍ତି, କିନ୍ତୁ ଚାକିରି କରିବାକୁ ଯାଇଥିବା ଲୋକଙ୍କ ମନରେ ଅନେକ ପ୍ରଶ୍ନ ରହିଥାଏ। ଫଳରେ ସେମାନେ ଚାକିରିରେ ଯୋଗଦେବା ପୂର୍ବରୁ ଉତ୍ତର ଖୋଜିବାକୁ ଚେଷ୍ଟା କରନ୍ତି, କାରଣ ଯୋଗଦେବା ପରେ କୌଣସି ପ୍ରକାରର ସମସ୍ୟାର ଯେମିତି ସମ୍ମୁଖୀନ ହେବାକୁ ପଡ଼ିବ ନାହିଁ। ମାତ୍ର ଜଣେ କର୍ମଚାରୀ ଚାକିରିରେ ଯୋଗଦେବା ପୂର୍ବରୁ କିଛି ଗୁରୁତ୍ୱପୂର୍ଣ୍ଣ ପ୍ରଶ୍ନ ଅଛି ଯାହା ପଚାରିବା ନିହାତି ଆବଶ୍ୟକ। ମାତ୍ର ଜଣେ କର୍ମଚାରୀ ଦରମା ସମ୍ବନ୍ଧୀୟ ପ୍ରଶ୍ନ ପଚାରି ଚାକିରିରୁ ବିଦା ହୋଇଛନ୍ତି।

ଏକ ରିପୋର୍ଟ ଅନୁଯାୟୀ, ସୋସିଆଲ ମିଡିଆ ସାଇଟ୍‌ ରେଡ୍ଡିଟ୍‌ର ଜଣେ ବ୍ୟକ୍ତି ତାଙ୍କ ନାମ ପ୍ରକାଶ ନ କରି ଅଜବ କାରଣରୁ ତାଙ୍କ ଚାକିରି ଚାଲିଯାଇଥିବା ପ୍ରକାଶ କରିଛନ୍ତି। ସେହି ବ୍ୟକ୍ତି ଏକ କମ୍ପାନୀରେ ଆବେଦନ କରିଥିଲେ, ଯାହାକି ପିଲାମାନଙ୍କୁ ଶିକ୍ଷା ଦେବା ପାଇଁ ରହିଥିଲା। ବ୍ୟକ୍ତି ଜଣକ ମନୋନୀତ ହୋଇଥିଲେ କିନ୍ତୁ ସେ ତାଙ୍କ ମାଲିକଙ୍କୁ ଏକ ପ୍ରଶ୍ନ ପଚାରିଥିଲେ, ଯେଉଁଥିରେ ତାଙ୍କର ଅସୁବିଧା ବଢ଼ି ଯାଇଥିଲା।

ବ୍ୟକ୍ତିଜଣକ ଦରମା ବିଷୟରେ ପଚାରିବା ପରେ ତାଙ୍କୁ ଚାକିରିରୁ ବରଖାସ୍ତ କରିଦିଆଯାଇଛି। ସେ ଏହି ସ୍କ୍ରିନଶଟ୍‌ଗୁଡ଼ିକୁ ସୋସିଆଲ ମିଡିଆରେ ଶେୟାର କରିଛନ୍ତି। କର୍ମଚାରୀ ତାଙ୍କ ଦରମା ବିଷୟରେ ମାଲିକଙ୍କୁ ପଚାରିଥିଲେ। ପ୍ରଶ୍ନ ଶୁଣିବା ପରେ ମାଲିକ ରାଗିଗଲେ।
ସେ କେବଳ ମାଲିକଙ୍କୁ ପଚାରିଥିଲେ ଯେ, କେତେ ଦିନରେ ସେ ଦରମା ପାଇବେ। ଏହାପରେ ବସ୍‌ କହିଥିଲେ, ତାଙ୍କୁ ସାପ୍ତାହିକ ଅର୍ଥାତ୍‌ ଦୁଇ ସପ୍ତାହ ମଧ୍ୟରେ ଦରମା ଦିଆଯିବ। ତା’ପରେ କେଉଁ ଦିନ ଦରମା ଦିଆଯିବ ବୋଲି ସେ ପଚାରିଥିଲେ। ଏହି ପ୍ରଶ୍ନରେ ମାଲିକ ଅତ୍ୟନ୍ତ କ୍ରୋଧିତ ହୋଇଥିଲେ ଏବଂ ସେ କହିଥିଲେ ସେ ତାଙ୍କ ମତ ପରିବର୍ତ୍ତନ କରିଛନ୍ତି। ସେ ବର୍ତ୍ତମାନ ଯାହାକୁ ନିଯୁକ୍ତି ଦେବାକୁ ଚାହୁଁଛନ୍ତି ସେ ଯେମିତି କାମରେ ଉଦ୍ଦେଶ୍ୟ ରଖିବେ ଦରମାରେ ନୁହଁ। ଏହାଶୁଣି କର୍ମଚାରୀ ଆଶ୍ଚର୍ଯ୍ୟ ହୋଇଗଲେ। ସେ କହିଛନ୍ତି, ମାଲିକ କ’ଣ କରିବାକୁ ଚାହୁଁଛନ୍ତି ତାହା ସେ ବୁଝିପାରୁନାହାନ୍ତି। ସେ ଆହୁରି ମଧ୍ୟ ଲେଖିଛନ୍ତି, ଦରମା ସମ୍ବନ୍ଧୀୟ ସୂଚନା ଆବଶ୍ୟକ। ଯାହା ଦ୍ୱାରା ସେ କେତେ ଦିନରେ ଟଙ୍କା ପାଇବ ସେହି ହିସାବରେ ବିଲ୍‌ ପୈଠ୍‌ କରିପାରିବେ। ଏନେଇ ଏକ ଧାରଣା ବି ପାଇପାରିବେ।

ମାତ୍ର ମାଲିକ ପୁନର୍ବାର କ୍ରୋଧିତ ହୋଇ ଉତ୍ତର ଦେଇଛନ୍ତି, ସେ ଏମିତି ଜଣେ କର୍ମଚାରୀଙ୍କୁ ଖୋଜୁଛନ୍ତି ଯିଏ କେବଳ ଦରମାରେ ନଜର ନ ରଖି କାମରେ ଧ୍ୟାନ ଦେବେ। ଏହା ପରେ କର୍ମଚାରୀଙ୍କୁ ସେ ଚାକିରିରୁ ବାହାର କରିଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଆମେରିକା ଗୋଟିଏ ରାତିରେ ଇରାନ୍‌କୁ କରିଦେବ ଧ୍ୱଂସ: ଚେତାବନୀ ଦେଲେ ଟ୍ରମ୍ପ, ଖୁବଶୀଘ୍ର…

ୱାଶିଂଟନ,୬/୪:ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନ୍ ଯୁଦ୍ଧକୁ ନେଇ ସୋମବାର ପୁଣି କଡ଼ା ମନ୍ତବ୍ୟ ଦେଇଛନ୍ତି। ସେ କହିଛନ୍ତି,ଆମେରିକା ମାତ୍ର ଗୋଟିଏ ରାତିରେ ସମ୍ପୂର୍ଣ୍ଣ ଇରାନ୍‌କୁ ଧ୍ୱଂସ…

ବିରୋଧୀଙ୍କୁ ଝଟ୍‌କା: CEC ଜ୍ଞାନେଶ କୁମାରଙ୍କ ବିରୋଧରେ ମହାଅଭିଯୋଗ ପ୍ରସ୍ତାବ ଖାରଜ

ନୂଆଦିଲ୍ଲୀ,୬।୪: ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ବିରୋଧରେ ମହାଭିଯୋଗ ପ୍ରସ୍ତାବକୁ ଖାରଜ କରାଯାଇଛି। ରାଜ୍ୟ ସଭା ଅଧ୍ୟକ୍ଷ ଏହି ପ୍ରସ୍ତାବକୁ ଖାରଜ କରିଛନ୍ତି। ବିରୋଧୀ ଦଳ…

ଥୁଆମୂଳ ରାମପୁରରେ ସଡ଼କ ଦୁର୍ଘଟଣା: ଗଲା ୩ ଜୀବନ, କ୍ଷତିପୂରଣ ପାଇଁ ରାସ୍ତାରୋକୋ

ଥୁଆମୂଳ ରାମପୁର, ୬ା୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନା ଅଞ୍ଚଳରେ ସୋମବାର ଦୁଇଟି ପୃଥକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟି ୩ ଜଣଙ୍କ…

ସୁନା ଭର୍ତ୍ତି ବ୍ୟାଗ୍‌ ନେଇ ଯାଉଥିଲେ ପବିତ୍ର: ବାଟରେ ଛକିଥିଲେ ୪ ଦୁର୍ବୃତ୍ତ: ଆଉ ତା’ପରେ ଘଟିଲା..

ଦିଗପହଣ୍ଡି,୬।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଡେଙ୍ଗାଓସ୍ତା ଗ୍ରାମର ଖଜୁରୀପଦା ସାହି ନିକଟରେ ସୋମବାର ରାତି ପ୍ରାୟ ୮ଟାରେ ଗୁଳି ଫୁଟିଛି। ଡେଙ୍ଗାଓସ୍ତା-ଭୀଷ୍ମଗିରି ଗ୍ରାମ…

କାମଦେବଙ୍କୁ ମିଳିଲା ବଡ଼ ଦାୟିତ୍ୱ: ଆଦିବାସୀଙ୍କ ବିକାଶ ପାଇଁ ଦେଲେ ପ୍ରତିଶ୍ରୁତି

ମୋହନା,୬।୪(ମନ୍ମଥ ମିଶ୍ର): ଗଜପତି ଜିଲାର ସର୍ବାଙ୍ଗୀନ ଉନ୍ନତି ପାଇଁ ସ୍ବତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ଭାବେ କାମଦେବ ବଡ଼ନାୟକଙ୍କୁ ରାଜ୍ୟ ସରକାର ମନୋନୀତ କରିଛନ୍ତି। ସେ ମୋହନା…

ସଲମାନଙ୍କ ଫଟା ଜୋତାର ଦାମ୍‌ ଜାଣିଲେ ଉଡିଯିବ ହୋଶ୍‌

ସଲମାନ ଖାନ ବଲିଉଡ ସୁପରଷ୍ଟାର ଭାବରେ ଜଣାଶୁଣା। ସେ ଯାହା କରନ୍ତି, ସମସ୍ତଙ୍କ ନଜର ତାଙ୍କ ଉପରେ ଥାଏ। ସେ ଫ୍ୟାଶନ ହେଉଛି କି ଫିଲ୍ମ ସବୁଠି…

ହାର୍‌ ମାନିଗଲେ ଟ୍ରମ୍ପ! ଶେଷରେ ଇରାନକୁ କହିଲେ ଶକ୍ତିଶାଳୀ, ଯୁଦ୍ଧ ଶେଷ କରିବା ଉପରେ ଦେଲେ ବଡ଼ ଅପଡେଟ୍‌

ଓ୍ବାଶିଂଟନ୍‌,୬।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ଯୁଦ୍ଧ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନର ଶକ୍ତିକୁ ସ୍ବୀକାର କରିଛନ୍ତି। ଚାଲିଥିବା ଶାନ୍ତି ଆଲୋଚନା ଏବଂ ୪୮ ଘଣ୍ଟାର ଅଲ୍ଟିମେଟମ୍‌…

ବରଗଡ଼ରେ କରାମାଡ଼,ଫସଲ ଧୂଳିସାତ୍‌: ଉଜୁଡିଲା ଚାଷୀଙ୍କ ଅମଳ ଆଶା

ବରଗଡ଼,୬।୪(ପ୍ରେମାନନ୍ଦ ଖମାରୀ):ଅଧିକ ଧାନ ଉତ୍ପାଦନ ଯୋଗୁ ରାଜ୍ୟର ଭାତହାଣ୍ଡି କୁହାଯାଉଥିବା ବରଗଡ଼ ଜିଲାର ଚାଷୀଙ୍କ ଦୁଃଖ ସରୁନାହିଁ। ଧାନବିକ୍ରି ଅବ୍ୟବସ୍ଥା ସାଧାରଣରେ ପରିଣତ ହୋଇଥିବାବେଳେ ପ୍ରକୃତିର ତାଣ୍ଡବ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri