ଜଳିବାକୁ ଅମଙ୍ଗ ରାବଣ; କର୍ମଚାରୀ ଦଣ୍ଡିତ

ରାୟପୁର,୮।୧୦: ବେଶ୍‌ ଆନନ୍ଦ ଉଲ୍ଲାସରେ ଦେଶବ୍ୟାପୀ ଦଶହରା ପର୍ବ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ରାବଣପୋଡ଼ି କାର୍ଯ୍ୟକ୍ରମର ଆୟୋଜନ କରାଯାଇଥାଏ, ଯେଉଁଥିରେ ଲଙ୍କେଶ୍ୱରଙ୍କ ଦଶ ମୁଣ୍ଡ ବିଶିଷ୍ଟ କୁଶ ପୁତ୍ତଳିକାରେ ଅଗ୍ନି ସଂଯୋଗ କରାଯାଏ। କିନ୍ତୁ ଚଳିତବର୍ଷ ଛତିଶଗଡ଼ର ଧାମତରିରେ ଏହି କାର୍ଯ୍ୟକ୍ରମ ଅଧାରେ ରହିଯାଇଛି। ଗତ ବୁଧବାର ଧାମତରି ମ୍ୟୁନିସିପାଲିଟି ପକ୍ଷରୁ କରାଯାଇଥିବା ରାବଣପୋଡ଼ି। ପାରମ୍ପରିକ ରୀତିନୀତି ଅନୁସାରେ ଧନୁସର ମାରି ରାବଣ ପୁତ୍ତଳିକାରେ ନିଆଁ ଲଗାଇବାର କିଛି କ୍ଷଣ ମଧ୍ୟରେ ତାଙ୍କ ଶରୀର ଜଳିଯାଇଥିଲା। ହେଲେ ୧୦ଟି ଯାକ ମୁଣ୍ଡ ଅପୋଡ଼ା ରହିଯାଇଥିଲା। ସତେ ଯେମିତି ରାବଣ ଜଳିବାକୁ ଅମଙ୍ଗ ହୋଇଥିଲେ, ଯାହାର ପରିଣତି ମ୍ୟୁନିସିପାଲିଟି କର୍ମଚାରୀ ଓ ଅଧିକାରୀଙ୍କୁ ଭୋଗିବାକୁ ପଡ଼ିଥିଲା।
ସୂଚନାନୁସାରେ କାର୍ଯ୍ୟରେ ଅବହେଳା ନେଇ ଧାମତରି ନଗରପାଳିକା କିରାଣି ରାଜେନ୍ଦ୍ର ଯାଦବଙ୍କୁ କାର୍ଯ୍ୟରୁ ନିଲମ୍ବନ କରିବା ସହ ୪ ଅଫିସର ଆସିଷ୍ଟାଣ୍ଟ ଇଞ୍ଜିନିୟର୍‌ ବିଜୟ ମେହେର, ସବ୍‌ ଇଞ୍ଜିନିୟର୍‌ ଲୋମାସ ଦଓ୍ବେନ୍‌ଗନ୍‌, କାମଲେଶ ଠାକୁର ଏବଂ କାମତା ନଗେନ୍ଦ୍ରଙ୍କ ବିରୋଧରେ କାରଣ ଦର୍ଶାଅ ନୋଟିସ୍‌ ଜାରି କରାଯାଇଛି। ରାବଣପୋଡ଼ି କାର୍ଯ୍ୟକ୍ରମରେ ଏ ପ୍ରକାର ବିଘ୍ନ ଦ୍ୱାରା ଧାମତରି ନଗରପାଳିକାର ଛବି କଳଙ୍କିତ ହୋଇଥିବା ମ୍ୟୁନିସିପାଲିଟି ପକ୍ଷରୁ କୁହାଯାଇଛି। ନଗରପାଳିକା କମିଶନର ବିଜୟ କୁମାର ଛୁଟିରେ ଥିବା କାରଣରୁ ରାଜେଶ ପଦମଓ୍ବାର ମାମଲାର ଯାଞ୍ଚ କରୁଛନ୍ତି। ଘଟଣାରେ ସମ୍ପୃକ୍ତ ବ୍ୟକ୍ତିଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଟାନ ନିଆଯାଇଥିବା ସହ ଏ ନେଇ ଖର୍ଚ୍ଚ ନେଇ ହୋଇଥିବା ବିଲ୍‌ ପୈଠ କରାଯିବ ନାହିଁ ବୋଲି ଧାମତରି ମେୟର କହିଛନ୍ତି। ଲଘୁଚାପ କାରଣରୁ ଦଶହରା ସମୟରେ ଅନେକ ସ୍ଥାନରେ ବର୍ଷା ଲାଗି ରହିଥିଲା। ଏଥିଯୋଗୁ କିଛି ସ୍ଥାନରେ ରାବଣପୋଡ଼ି କାର୍ଯ୍ୟକ୍ରମ ବାଧାପ୍ରାପ୍ତ ହୋଇଥିଲା। ବର୍ଷାରେ ଓଦା ହୋଇଯିବା କାରଣରୁ ରାବଣ ଦରପୋଡ଼ା ହୋଇ ରହିଥିବାର ମଧ୍ୟ ଦେଖିବାକୁ ମିଳିଛି।


Enter your email to get our daily news in your inbox.

All Right Reserved By Dharitri.Com

୨୫ ଫୁଟ ଉଚ୍ଚ ପାଣି ଟାଙ୍କିରେ ଚଢ଼ିଗଲେ ଛାତ୍ର, ସୁରକ୍ଷାକୁ ନେଇ ବଢ଼ିଲା ଚିନ୍ତା

ଖଜୁରିପଡ଼ା,୨ା୪(ବିଦୁର ବେହେରା): ଖଜୁରିପଡ଼ା ବ୍ଲକ୍‌ ପିରିକୁଡ଼ି ସରକାରୀ ଉଚ୍ଚ ବିଦ୍ୟାଳୟରେ ପ୍ରଥମରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ଶତାଧିକ ଛାତ୍ରୀଛାତ୍ର ହଷ୍ଟେଲରେ ରହି ପାଠପଢୁଥିବା ବେଳେ ସେମାନଙ୍କ ସୁରକ୍ଷାକୁ…

ଟ୍ରେନ୍ ଯାତ୍ରୀଙ୍କ ପାଇଁ IRCTC ର ‘ଡିଜିଟାଲ୍ ଢାବା’: ଏବେ ଗୋଟିଏ କ୍ଲିକରେ ସିଟ୍‌ରେ ପହଞ୍ଚିବ ଗରମାଗରମ ଖାଦ୍ୟ! ଜାଣନ୍ତୁ କେମିତି…

ନୂଆଦିଲ୍ଲୀ,୨।୪: ଭାରତୀୟ ରେଳରେ ଯାତ୍ରା କରୁଥିବା ଯାତ୍ରୀଙ୍କ ପାଇଁ ଏକ ବଡ଼ ସୁବିଧା ନେଇ ଆସିଛି IRCTC। ଏବେ ମେଲ କିମ୍ବା ଏକ୍ସପ୍ରେସ ଟ୍ରେନରେ ଯାତ୍ରା ସମୟରେ…

୨୦୨୬ ଆଇପିଏଲରେ ଖେଳିବା ପାଇଁ କୋର୍ଟଙ୍କ ଦ୍ୱାରସ୍ଥ ହେଲେ RCB ବୋଲର, ପୂରା ଘଟଣା ଜାଣିଲେ…

ନୂଆଦିଲ୍ଲୀ,୨।୪: IPL ୨୦୨୬ ମଧ୍ୟରେ ଏକ ଗୁରୁତ୍ୱପୂର୍ଣ୍ଣ ଖବର ସାମ୍ନାକୁ ଆସିଛି। ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (RCB)ର ଶ୍ରୀଲଙ୍କାର ଦ୍ରୁତ ବୋଲର ନୁୱାନ ତୁଷାରା IPL ୨୦୨୬…

ମା’ ଦକ୍ଷିଣ କାଳୀଙ୍କ ୧୩ଦିନିଆ ଦଣ୍ଡ ଯାତ୍ରା ଆରମ୍ଭ, ଢହଢହ ଖରାରେ ଭୋକତା ଭୋଗିବେ….

ଗଞ୍ଜାମ,୧।୪(ବିଦ୍ୟାଧର ସାହୁ ): ଗଞ୍ଜାମ ସହର କଲେଜ ରୋଡ଼ ସ୍ଥିତ ମା’ ଦକ୍ଷିଣ କାଳୀଙ୍କ ତେର ଦିନିଆ ଦଣ୍ଡଯାତ୍ରା ଗୁରୁବାର ଶୁଭାରମ୍ଭ ହୋଇଛି । ମା’ ଦକ୍ଷିଣ…

ଇନଷ୍ଟାଗ୍ରାମରୁ ପ୍ରେମ ପରେ ଛୁଆ ଜନ୍ମ ଦେଲେ ୨୦ ବର୍ଷୀୟ ଯୁବତୀ; ଭୟରେ ବାଲଟିରେ ସିଲ୍ କରି ମନ୍ଦିରରେ ଛାଡିଦେଲେ, ତାପରେ…

ନୂଆଦିଲ୍ଲୀ,୨ା୪: ଇନଷ୍ଟାଗ୍ରାମରୁ ସାଙ୍ଗ ହେବା ପରେ ଗଢ଼ି ଉଠିଥିଲା ପ୍ରେମ ସମ୍ପର୍କ । ପରେ ୨୦ ବର୍ଷୀୟ ଯୁବତୀ ଜଣକ ଏକ ଛୁଆକୁ ଜନ୍ମ ଦେଇଥିଲେ ।…

ବଡ଼ ଘୋଷଣା କଲେ ଉପମୁଖ୍ୟମନ୍ତ୍ରୀ, ଝିଅ ଜନ୍ମ ହେବାର ବର୍ଷକ ଭିତରେ ଟଙ୍କା ପଠାଇବେ ସରକାର

ଭୁବନେଶ୍ବର,୨ା୪: ଖୁଵ୍‌ ଶୀଘ୍ର ଆସିବ କନ୍ୟା ସୁମଙ୍ଗଳ ଯୋଜନାର ଏସ୍‌ଓପି । ସୂଚନା ଦେଲେ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । ଝିଅ ଜନ୍ମ ହେବାର ବର୍ଷକ…

ସରିଲା ମା’ ତାରାତାରିଣୀଙ୍କ ଚୈତ୍ର ପର୍ବ: ଅଧରପଣା ପାଇ ଫେରିଗଲେ ସର୍ବଦେବାଦେବୀ

ପୁରୁଷୋତ୍ତମପୁର,୨।୪ (ସବିତା ମିଶ୍ର): ଗଞ୍ଜାମ ଜିଲାର ଅଧିଷ୍ଟାତ୍ରୀ ଇଷ୍ଟଦେବୀ ମା’ ତାରାତାରିଣୀଙ୍କ ପୀଠରେ ଦୀର୍ଘ ଏକମାସ ଧରି ମହାଆଡମ୍ବର ସହକାରେ ପାଳିତ ହେଉଥିବା ପ୍ରସିଦ୍ଧ ଚୈତ୍ରପର୍ବ ଗୁରୁବାର…

ବିଧାୟକ ଅଖିଳ ନାଏକଙ୍କ ଠାରୁ ଆରମ୍ଭ ହେଲା ସ୍ବ ଜନଗଣନା: ପାଟଣାବାସୀଙ୍କୁ କଲେ ଏହି ଅପିଲ

ପାଟଣା,୨।୪(ବୀର କିଶୋର ଦାଶ):କେନ୍ଦୁଝର ଜିଲା ପାଟଣା ପ୍ରଶାସନ ପକ୍ଷରୁ ଗୁରୁବାର ପାଟଣା ବିଧାୟକ ଅଖିଳ ଚନ୍ଦ୍ର ନାଏକଙ୍କ ଠାରୁ ସ୍ବ ଜନଗଣନା ଶୁଭାରମ୍ଭ ହୋଇଛି। ପାଟଣା ତହସିଲ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri