ହାତୀ ଉପଦ୍ରବ ଥମୁନି, ବନବିଭାଗ ଅସହାୟ

ଭଞ୍ଜନଗର,୨୯ା୧୦(ଡି.ଏନ.ଏ.): ଭଞ୍ଜନଗର ଉତ୍ତା ଓ ଦକ୍ଷିଣ ବନଖଣ୍ଡର ହାତୀ କରିଡ଼ରଗୁଡ଼ିକ ବିଭିନ୍ନ କାରଣ ଯୋଗୁ ନଷ୍ଟ ହେବାକୁ ବସିଛି। ଏହି କାରଣରୁ ହତୀପଲ ଜଙ୍ଗଲରୁ ବାହାରି ନିକଟବର୍ତ୍ତୀ ଅଞ୍ଚଳରେ ଫସଲ କ୍ଷତି କରୁଛନ୍ତି। ବିଶେଷକରି ଜମିରେ ପଶି ଧାନ ଫସଲ ନଷ୍ଟ କରିଦେଉଛନ୍ତି। ଅନ୍ୟପକ୍ଷରେ ବନ ବିଭାଗ କେତେକ ସ୍ଥାନରେ ହାତୀପଲକୁ ଜଙ୍ଗଲକୁ ଘଉଡ଼ାଇବାରେ ବିଫଳ ହେଉଛି । କିଛିଦିନ ହେବ ତାରସିଂ ରେଞ୍ଜର ତିନିଛକିଆ ନିକଟ ଜଙ୍ଗଲରେ ରହୁଥିବା ୧୮ଟି ହାତୀ ଫସଲ କ୍ଷତି କରୁଛନ୍ତି। ଶୁକ୍ରବାର ସକାଳେ ହାତୀପଲ ଗୋଟିଏ ଜଙ୍ଗଲରୁ ବାହାରି ଅନ୍ୟ ଜଙ୍ଗଲକୁ ତିନିଛକିଆଠାରେ ରାସ୍ତା ପାର ହେଉଥିଲେ। ଏଥିଲାଗି କିଛି ସମୟ ପାଇଁ ଭଞ୍ଜନଗର-ଦଶପଲ୍ଲା ମୁଖ୍ୟ ରାସ୍ତାରେ ଯାନବାହନ ଚଳାଚଳ ବ୍ୟାହତ ହୋଇଥିଲା । ଅପରପକ୍ଷେ ତାରସିଂ ରେଞ୍ଜର ଜଣେ କର୍ମଚାରୀ ବନାଞ୍ଚଳରେ କାର୍ଯ୍ୟ ଚାପ ବଢ଼ୁଥିବା ଦର୍ଶାଇ ଏଠାରୁ ଅନ୍ୟତ୍ର ବଦଳି ହୋଇ ଯିବାପାଇଁ ୨ମାସ ପୂର୍ବେ ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷଙ୍କୁ ଲିଖିତ ଭାବେ ଜଣାଇଛନ୍ତି । କିନ୍ତୁ ତାଙ୍କର ବଦଳି ହୋଇନାହିଁ । ତାରସିଂ ରେଞ୍ଜରେ ଜଙ୍ଗଲ ଓ ବନ୍ୟପ୍ରାଣୀ ସୁରକ୍ଷା କରିବାକୁ ହେଲେ ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ତୁରନ୍ତ ଏଥିପ୍ରତି ଦୃଷ୍ଟିଦେଇ ଆବଶ୍ୟକ ପଦକ୍ଷେପ ନେବାର ଆବଶ୍ୟକତା ରହିଛି । ଏ ନେଇ ରେଞ୍ଜର ତାରାକାନ୍ତଙ୍କ ସହ ଯୋଗାଯୋଗ କରିବାରୁ, ରେଞ୍ଜରେ କାର୍ଯ୍ୟ ଚାପ ବଢ଼ୁଥିବା ଘଟଣାକୁ ସେ ସ୍ବୀକାର କରିଛନ୍ତି। ତେଣୁ ୨ମାସ ପୂର୍ବେ ବ୍ରହ୍ମପୁର ଅଫିସକୁ ବଦଳି କରିଦେବା ପାଇଁ ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷଙ୍କୁ ଅନୁରୋଧ କରିଛି। ବର୍ତ୍ତମାନ ଏଠାରେ କାର୍ଯ୍ୟରତ ଥିବା ଯୋଗୁ ଯଥାସମ୍ଭବ ଜଙ୍ଗଲ ଓ ବନ୍ୟପ୍ରାଣୀ ସୁରକ୍ଷା ପ୍ରତି ଦୃଷ୍ଟିଦେଉଛି ବୋଲି ଉଦ୍‌ଗାତା କହିଛନ୍ତି । ତାରସିଂ ରେଞ୍ଜ ଗରୁଡ଼ପଥରର ଚାଷୀ ଚଗଲା ଦିଗାଲ କହିଛନ୍ତି, ଦିନ ବେଳେ ପାତି ମାଙ୍ଗଡ଼ ଆତଙ୍କ, ରାତି ହେଲେ ହାତୀ, ବାରାହା ଆତଙ୍କ । ତେଣୁ ଫସଲ ସୁରକ୍ଷା ପାଇଁ ଦିନରାତି ପଡ଼ିରହୁଛୁ। ବନ ବିଭାଗ ଫସଲ ସୁରକ୍ଷା ପ୍ରତି ଯେତିକି ଦୃଷ୍ଟି ଦେବାକଥା ଦେଉନାହିଁ । ବନ୍ୟପ୍ରାଣୀ ଘଉଡ଼ାଇବା ପାଇଁ ଚାଷୀ ବାଣ ମାଗିଲେ ମିଳୁ ନ ଥିବାରୁ ଚଗଲା କ୍ଷୋଭ ପ୍ରକାଶ କରିଛନ୍ତି । ଶୁକ୍ରବାର ସୁଦ୍ଧା ଉତ୍ତର ଘୁମୁସର ବନଖଣ୍ଡର ତାରସିଂ ରେଞ୍ଜରେ ୪୩ଟି ହାତୀ ଥିବାବେଳେ ଗାଲେରି ରେଞ୍ଜରେ ୩ଟି ଏବଂ ଜଗନ୍ନାଥପ୍ରସାଦ ରେଞ୍ଜରେ ୧୩ଟି ହାତୀ ଅଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗୋଟିଏ IPL ମ୍ୟାଚ୍‌ ଖେଳିବାକୁ କେତେ ଟଙ୍କା ନିଅନ୍ତି ବିରାଟ କୋହଲି: ଜାଣିଲେ ଉଡିଯିବ ହୋଶ୍‌

ନୂଆଦିଲ୍ଲୀ,୪।୪: IPL ହେଉଛି ବିଶ୍ୱର ସବୁଠାରୁ ବଡ଼ କ୍ରୀଡା ଲିଗ ମଧ୍ୟରୁ ଗୋଟିଏ। ସାରା ବିଶ୍ୱରେ ଲକ୍ଷ ଲକ୍ଷ ଲୋକ ପ୍ରତିଦିନ ଇଣ୍ଡିଆନ ପ୍ରିମିୟର ଲିଗ ମ୍ୟାଚ…

‘ଟ୍ରମ୍ପ ଦୟାକରି କିଛି କୁହନ୍ତୁ…’ ଆମେରିକା ରାଷ୍ଟ୍ରପତିଙ୍କୁ ପରିହାସ କଲା ଇରାନ

ତେହରାନ,୪।୪:  ଗତ ୨୪ଘଣ୍ଟା ମଧ୍ୟରେ ଦୁଇଟି ଆମେରିକୀୟ ଯୁଦ୍ଧ ବିମାନ ଖସାଇବା ପରେ ଇରାନ ରାଷ୍ଟ୍ରପତି ଟ୍ରମ୍ପଙ୍କୁ ପରିହାସ କରିଛନ୍ତି । ଆମେରିକୀୟ ରାଷ୍ଟ୍ରପତିଙ୍କୁ ପରିହାସ କରି…

ସାଧାରଣ ଲୋକଙ୍କ କଥା କହୁ କହୁ କେମିତି ‘ଆମ ଆଦମୀ ପାର୍ଟି’ର ‘ଖଳନାୟକ’ ପାଲଟିଗଲେ ରାଘବ ଚଢା? ଜାଣନ୍ତୁ ସମ୍ପୂର୍ଣ୍ଣ ଖବର

ନୂଆଦିଲ୍ଲୀ,୪।୪: ରାଜନୀତିର ପ୍ରକୃତି ଅଦ୍ଭୁତ। କେତେବେଳେ ବନ୍ଧୁ ଶତ୍ରୁ ହୋଇଯାଏ, ଆଉ କେତେବେଳେ ଶତ୍ରୁ ବନ୍ଧୁ ହୋଇଯାଏ। ରାଜନୀତି କ୍ଷେତ୍ରରେ, ପବନର ଦିଗ ନିରନ୍ତର ପରିବର୍ତ୍ତନ ହୁଏ…

ମାତ୍ର ୧୧ ବଲ୍‌ରେ ବାଜି ପଲଟାଇ ଦେଲେ ଶିକ୍ଷକଙ୍କ ପୁଅ: ରାତାରାତି ପାଲଟିଲେ ସୁପରଷ୍ଟାର

ନୂଆଦିଲ୍ଲୀ,୪।୪: ଆଇପିଏଲରେ ଅଜଣା ଏବଂ ନୂତନ ଖେଳାଳିମାନେ ସୁପରଷ୍ଟାର ମାନ୍ୟତା ହାସଲ କରିପାରିବେ। ଚେନ୍ନାଇ ସୁପର କିଙ୍ଗ୍ସ (ସିଏସକେ) ଏବଂ ପଞ୍ଜାବ କିଙ୍ଗ୍ସ (ପିବିକେଏସ) ମଧ୍ୟରେ ଆଇପିଏଲ…

ଧନୀ ହେବାକୁ ଛାହୁଁଥିଲେ, ଛାଡ଼ନ୍ତୁ ଏହି ୫ ଅଭ୍ୟାସ: ନଚେତ୍‌ ପଡ଼ିବ ଅଭାବ

ମଧ୍ୟବିତ୍ତ ବର୍ଗର ଲୋକମାନେ ପ୍ରାୟତଃ ଭାବନ୍ତି, ବେଳେବେଳେ ହଠାତ୍‌ ସେମାନଙ୍କର ଆର୍ଥିକ ସଙ୍କଟ ଆସିଯାଉଛି; କିନ୍ତୁ ଏହା ବାସ୍ତବରେ ନୁହେଁ। ଏହା ଏକ ପରିସ୍ଥିତି ଯାହା ଧୀରେ…

ଶପଥ ନେଇ ନିଜ ନିଜର ଦାୟିତ୍ୱ ଗ୍ରହଣ କଲେ ଓକିଲ ସଂଘର ନବନିର୍ବାଚିତ କର୍ମକର୍ତ୍ତା

ପୁରୁଷୋତ୍ତମପୁର,୪ା୪(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଓକିଲ ସଂଘର ନବନିର୍ବାଚିତ କର୍ମକର୍ତ୍ତାମାନେ ଶନିବାର ଶପଥ ନେଇ ନିଜନିଜର ଦାୟିତ୍ୱ ଗ୍ରହଣ କରିଛନ୍ତି। ଓକିଲ ସଂଘ କକ୍ଷରେ ଆୟୋଜିତ…

ମଧ୍ୟସ୍ଥତା କରୁ କରୁ ବଢିଲାଣି ପାକିସ୍ତାନର ଅଡୁଆ, UAE ମାଗିଲାଣି ୩.୫ ବିଲିୟନ ଡଲାର

ଇସଲାମାବାଦ,୪।୪: ଇରାନ ଏବଂ ଆମେରିକା ମଧ୍ୟରେ ବିବାଦର ଅନ୍ତ ଘଟାଇବା ପାଇଁ ପାକିସ୍ତାନ ମଧ୍ୟସ୍ଥତା କରିବାକୁ ଚେଷ୍ଟା କରିଥିଲା। ତଥାପି, ପାକିସ୍ତାନ – ଯାହା ନିଜେ ଆର୍ଥିକ…

ଛାତ୍ରୀଛାତ୍ର-ଶିକ୍ଷକଙ୍କ ମଧ୍ୟରେ ସୁସମ୍ପର୍କ ଗଢ଼ିବାକୁ ପ୍ରୟାସ

ମୋହନା,୪।୪( ମନ୍ମଥ ମିଶ୍ର ): ଗଜପତି ଜିଲା ମୋହନାରେ ଥିବା ପିଏମଶ୍ରୀ ଏସ୍‌ଏସ୍‌ଡି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ପ୍ରଧାନ ଶିକ୍ଷକ ସତ୍ୟ ରଞ୍ଜନ କରଙ୍କ ତତ୍ୱାବଧାନରେ ପ୍ରବେଶ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri