ଆଉ ଏକ ଗୁଳିିବିଦ୍ଧ ଦନ୍ତା ଗୁରୁତର

ଭୁବନେଶ୍ୱର(ବ୍ୟୁରୋ)/ନରସିଂହପୁର (ସ୍ବ.ପ୍ର.)୨୯।୭: ଆଠଗଡ଼ ବନଖଣ୍ଡ ନରସିଂହପୁର ଜଙ୍ଗଲରେ ଗତ ୬ଦିନ ହେଲା ବୁଲୁଥିବା ଗୁଳିବିଦ୍ଧ ଦନ୍ତାକୁ ବନ ବିଭାଗ ଗୁରୁବାର ଠାବ କରି ଚିକିତ୍ସା ଆରମ୍ଭ କରିଛି। ନରସିଂହପୁର ପ୍ରାଣୀଧନ ଚିକିତ୍ସକ ବିଜୟ କୁମାର ସେନାପତି, ନନ୍ଦନକାନନ ଏବଂ ସାତକୋଶିଆର ବନ୍ୟପ୍ରାଣୀର ଏକ ଟିମ୍‌ ହାତୀର ଚିକିତ୍ସା କରୁଥିବା ଜଣାପଡ଼ିଛି। ହାତୀର ବୟସ ୨୫ରୁ ୩୦ବର୍ଷ ମଧ୍ୟରେ ହୋଇଥିବା ଅନୁମାନ କରାଯାଉଥିବାବେଳେ ତାର ଅବସ୍ଥା ଗୁରୁତର ରହିଛି। ତାକୁ ଟ୍ରାଙ୍କୁଲାଇଜ କରି ଚିକିତ୍ସା କରାଯାଉଥିବା ଆଠଗଡ଼ ବନଖଣ୍ଡ ଅଧିକାରୀ ସୁଦର୍ଶନ ଗୋପୀନାଥ ଯାଦବ କହିଛନ୍ତି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ହାତୀଟି ଗୁଳିର ଶିକାର ହୋଇଥିବା ସମ୍ପର୍କରେ ଗ୍ରାମବାସୀ ପୂର୍ବରୁ କହୁଥିବାବେଳେ ବନ ବିଭାଗ ଏହାକୁ ଖଣ୍ଡନ କରି ଆସୁଥିଲା। ଅନ୍ୟ ହାତୀଙ୍କ ସହ ଲଢ଼େଇରେ ଆହତ ହୋଇଥିବା ବନ ବିଭାଗ ସଫେଇ ଦେଉଥିଲା। ହେଲେ ଗୁରୁବାର ବାରିସିଂଗା ଜଙ୍ଗଲରେ ହାତୀଟି ଗୁରୁତର ଅବସ୍ଥାରେ ପଡ଼ିଥିବା ଦେଖିବାକୁ ମିଳିଥିଲା। ହାତୀର ବାମ କାନ, ଶୁଣ୍ଢ, ଗୋଡ଼ ଏବଂ ଶରୀରର ୨ଟି ସ୍ଥାନରେ ଛେର୍‌ରା(ଗୁଳି) ବାଜିଥିବା ଜଣାପଡ଼ିଛି। ଉକ୍ତ ସ୍ଥାନଗୁଡ଼ିକରେ ଗଭୀର କ୍ଷତ ହୋଇ ଘା’ ହୋଇଯାଇଥିବାରୁ ହାତୀର ଅବସ୍ଥା ସଙ୍କଟାପନ୍ନ ରହିଥିବା ଜଣାପଡ଼ିଛି।
ଉଲ୍ଲେଖଯୋଗ୍ୟ, ଗତ ମାସରେ ଏହି ଅଞ୍ଚଳରେ ଏକ ଗୁଳିବିଦ୍ଧ ଦନ୍ତାହାତୀ ବୁଲୁଥିଲା। ବଡ଼ମ୍ବା ବିଧାୟକ ଦେବୀପ୍ରସାଦ ମିଶ୍ର ଏସମ୍ପର୍କରେ ନିଜ ଫେସ୍‌ବୁକ ଆକାଉଣ୍ଟରେ ପୋଷ୍ଟ କରିବା ପରେ ବନ ବିଭାଗ ତତ୍ପରତା ଦେଖାଇଥିଲା। ସେତେବେଳେ ମଧ୍ୟ ହାତୀ ଶରୀରରେ ଗୁଳି ବାଜି ନ ଥିବା ବନ ବିଭାଗ କହିଥିଲା। ପରେ ତା’ ଶରୀରରେ ୬ଟି ଗୁଳି ବାଜିଥିବା ଜଣାପଡ଼ିଥିଲା। ଗୁଳିବିଦ୍ଧ ଅବସ୍ଥାରେ ହାତୀଟି କିଛି ଦିନ ରହିବା ପରେ ଦୁର୍ବଳ ହୋଇପଡ଼ିଥିଲା। ଚିକିତ୍ସା ବିଳମ୍ବରେ ଆରମ୍ଭ ହୋଇଥିବାରୁ ତାକୁ ବଞ୍ଚାଇବା ସମ୍ଭବ ହୋଇପାରି ନ ଥିଲା। ବନ ବିଭାଗର ଖାମ ଖିଆଲ ମନ୍ତବ୍ୟ ଏବଂ ତତ୍ପରତାର ଅଭାବ ଯୋଗୁ ହାତୀ ଶିକାରୀଙ୍କ ଦୌରାତ୍ମ୍ୟ ବୃଦ୍ଧି ପାଉଥିବା ସହ ନିରୀହ ହାତୀ ବଂଶ ଲୋପ ପାଇବାରେ ଲାଗିଛି। ହାତୀ ମୃତ୍ୟୁ ଏବଂ କଙ୍କାଳ ଉଦ୍ଧାର ଘଟଣାରେ ଫେରାର ଥିବା ଫରେଷ୍ଟର ମନୋଜ ଦାସ ଏବଂ ବଗ ପରିଡ଼ାଙ୍କୁ ଏଯାବତ୍‌ ବନ ବିଭାଗ ଧରିପାରି ନାହିଁ। ଏପରି କି କ୍ରାଇମ୍‌ବ୍ରାଞ୍ଚ କିମ୍ବା ଜିଲା ପୋଲିସ ମଧ୍ୟ ଫେରାର ଫରେଷ୍ଟରଙ୍କୁ ଧରିବା ପାଇଁ ଚେଷ୍ଟା କରୁନାହାନ୍ତି। ଅପରପକ୍ଷରେ ପୂର୍ବ ଘଟଣାରେ ଗିରଫ ହୋଇଥିବା ୫ଜଣ ଅଭିଯୁକ୍ତଙ୍କ ସହ ବନ କର୍ମଚାରୀଙ୍କୁ ଅଧିକ ଜେରା କଲେ ପ୍ରକୃତ କାରଣ ଜଣାପଡ଼ିବ ବୋଲି ବନଖଣ୍ଡ ଅଧିକାରୀ ଯାଦବ କହିଛନ୍ତି। ଏହି ଘଟଣାକୁ ନେଇ ବନ୍ୟପ୍ରାଣୀ ବିଶେଷଜ୍ଞମାନେ ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି। ଏସମ୍ପର୍କରେ ବନ୍ୟପ୍ରାଣୀ ବିଶେଷଜ୍ଞ ଡ. ବିଶ୍ୱଜିତ୍‌ ମହାନ୍ତି କହିଛନ୍ତି, ଆହତ ହାତୀ ବିଷୟରେ ଗତ ୨୩ତାରିଖରେ ବନ୍ୟପ୍ରାଣୀ ପିସିସିଏଫ୍‌ଙ୍କୁ ସୂଚନା ଦେଇଥିଲୁ। ହାତୀଟି ଆହତ ହୋଇ ବୁଲୁଥିବାବେଳେ ଚିକିତ୍ସା କରିବା ବଦଳରେ ଆଠଗଡ଼ର ବିଭିନ୍ନ ରେଞ୍ଜର କର୍ମଚାରୀମାନେ ତାକୁ ନିଜ ରେଞ୍ଜରୁ ତଡ଼ିବାରେ ବ୍ୟସ୍ତ ଥିଲେ। ଏକଥା ସ୍ପଷ୍ଟଭାବେ ପିସିସିଏଫ୍‌ଙ୍କୁ ଜଣାଇଥିଲେ ସୁଦ୍ଧା କୌଣସି ତତ୍ପରତା ଦେଖିବାକୁ ମିଳି ନ ଥିଲା।ଏବେ ହାତୀ ଗୁରୁତର ଅବସ୍ଥାରେ ଜୀବନ ସହ ସଂଗ୍ରାମ କରୁଛି। ବିଶେଷକରି ସତ ମାନିବାକୁ ବନବିଭାଗ କାହିଁକି ନାରାଜ ହେଉଛି ତାହା ସନ୍ଦେହ ସୃଷ୍ଟି ହେଉଛି। ଗୋଟିଏ ମାସ ବ୍ୟବଧାନରେ ୨ଟି ହାତୀ ଗୁଳିବିଦ୍ଧ ହେବା ଏବଂ ଗୋଟିକର ମୃତ୍ୟୁ ଘଟିଥିବାବେଳେ ଅନ୍ୟଟି ମୁମୂର୍ଷୁ ଅବସ୍ଥାରେ ପଡ଼ିରହିବା ପରେ ମଧ୍ୟ ବନବିଭାଗ କେବେ ଚେତିବ ବୋଲି ବିଶ୍ୱଜିତ୍‌ ପ୍ରଶ୍ନ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆମେରିକା ଗୋଟିଏ ରାତିରେ ଇରାନ୍‌କୁ କରିଦେବ ଧ୍ୱଂସ: ଚେତାବନୀ ଦେଲେ ଟ୍ରମ୍ପ, ଖୁବଶୀଘ୍ର…

ୱାଶିଂଟନ,୬/୪:ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନ୍ ଯୁଦ୍ଧକୁ ନେଇ ସୋମବାର ପୁଣି କଡ଼ା ମନ୍ତବ୍ୟ ଦେଇଛନ୍ତି। ସେ କହିଛନ୍ତି,ଆମେରିକା ମାତ୍ର ଗୋଟିଏ ରାତିରେ ସମ୍ପୂର୍ଣ୍ଣ ଇରାନ୍‌କୁ ଧ୍ୱଂସ…

ବିରୋଧୀଙ୍କୁ ଝଟ୍‌କା: CEC ଜ୍ଞାନେଶ କୁମାରଙ୍କ ବିରୋଧରେ ମହାଅଭିଯୋଗ ପ୍ରସ୍ତାବ ଖାରଜ

ନୂଆଦିଲ୍ଲୀ,୬।୪: ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ବିରୋଧରେ ମହାଭିଯୋଗ ପ୍ରସ୍ତାବକୁ ଖାରଜ କରାଯାଇଛି। ରାଜ୍ୟ ସଭା ଅଧ୍ୟକ୍ଷ ଏହି ପ୍ରସ୍ତାବକୁ ଖାରଜ କରିଛନ୍ତି। ବିରୋଧୀ ଦଳ…

ଥୁଆମୂଳ ରାମପୁରରେ ସଡ଼କ ଦୁର୍ଘଟଣା: ଗଲା ୩ ଜୀବନ, କ୍ଷତିପୂରଣ ପାଇଁ ରାସ୍ତାରୋକୋ

ଥୁଆମୂଳ ରାମପୁର, ୬ା୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନା ଅଞ୍ଚଳରେ ସୋମବାର ଦୁଇଟି ପୃଥକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟି ୩ ଜଣଙ୍କ…

ସୁନା ଭର୍ତ୍ତି ବ୍ୟାଗ୍‌ ନେଇ ଯାଉଥିଲେ ପବିତ୍ର: ବାଟରେ ଛକିଥିଲେ ୪ ଦୁର୍ବୃତ୍ତ: ଆଉ ତା’ପରେ ଘଟିଲା..

ଦିଗପହଣ୍ଡି,୬।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଡେଙ୍ଗାଓସ୍ତା ଗ୍ରାମର ଖଜୁରୀପଦା ସାହି ନିକଟରେ ସୋମବାର ରାତି ପ୍ରାୟ ୮ଟାରେ ଗୁଳି ଫୁଟିଛି। ଡେଙ୍ଗାଓସ୍ତା-ଭୀଷ୍ମଗିରି ଗ୍ରାମ…

କାମଦେବଙ୍କୁ ମିଳିଲା ବଡ଼ ଦାୟିତ୍ୱ: ଆଦିବାସୀଙ୍କ ବିକାଶ ପାଇଁ ଦେଲେ ପ୍ରତିଶ୍ରୁତି

ମୋହନା,୬।୪(ମନ୍ମଥ ମିଶ୍ର): ଗଜପତି ଜିଲାର ସର୍ବାଙ୍ଗୀନ ଉନ୍ନତି ପାଇଁ ସ୍ବତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ଭାବେ କାମଦେବ ବଡ଼ନାୟକଙ୍କୁ ରାଜ୍ୟ ସରକାର ମନୋନୀତ କରିଛନ୍ତି। ସେ ମୋହନା…

ସଲମାନଙ୍କ ଫଟା ଜୋତାର ଦାମ୍‌ ଜାଣିଲେ ଉଡିଯିବ ହୋଶ୍‌

ସଲମାନ ଖାନ ବଲିଉଡ ସୁପରଷ୍ଟାର ଭାବରେ ଜଣାଶୁଣା। ସେ ଯାହା କରନ୍ତି, ସମସ୍ତଙ୍କ ନଜର ତାଙ୍କ ଉପରେ ଥାଏ। ସେ ଫ୍ୟାଶନ ହେଉଛି କି ଫିଲ୍ମ ସବୁଠି…

ହାର୍‌ ମାନିଗଲେ ଟ୍ରମ୍ପ! ଶେଷରେ ଇରାନକୁ କହିଲେ ଶକ୍ତିଶାଳୀ, ଯୁଦ୍ଧ ଶେଷ କରିବା ଉପରେ ଦେଲେ ବଡ଼ ଅପଡେଟ୍‌

ଓ୍ବାଶିଂଟନ୍‌,୬।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ଯୁଦ୍ଧ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନର ଶକ୍ତିକୁ ସ୍ବୀକାର କରିଛନ୍ତି। ଚାଲିଥିବା ଶାନ୍ତି ଆଲୋଚନା ଏବଂ ୪୮ ଘଣ୍ଟାର ଅଲ୍ଟିମେଟମ୍‌…

ବରଗଡ଼ରେ କରାମାଡ଼,ଫସଲ ଧୂଳିସାତ୍‌: ଉଜୁଡିଲା ଚାଷୀଙ୍କ ଅମଳ ଆଶା

ବରଗଡ଼,୬।୪(ପ୍ରେମାନନ୍ଦ ଖମାରୀ):ଅଧିକ ଧାନ ଉତ୍ପାଦନ ଯୋଗୁ ରାଜ୍ୟର ଭାତହାଣ୍ଡି କୁହାଯାଉଥିବା ବରଗଡ଼ ଜିଲାର ଚାଷୀଙ୍କ ଦୁଃଖ ସରୁନାହିଁ। ଧାନବିକ୍ରି ଅବ୍ୟବସ୍ଥା ସାଧାରଣରେ ପରିଣତ ହୋଇଥିବାବେଳେ ପ୍ରକୃତିର ତାଣ୍ଡବ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri