ବାସ୍ତୁଶାସ୍ତ୍ର: ଘରେ ସୌଭାଗ୍ୟ ଆଣେ ହାତୀଙ୍କ ମୂର୍ତ୍ତି

ବାସ୍ତୁଶାସ୍ତ୍ର ଅନୁସାରେ ଘରେ ହାତୀଙ୍କ ଫଟୋ କିମ୍ବା ମୂର୍ତ୍ତି ରଖିଲେ କ’ଣ ସବୁ ଉପକାର ହୋଇଥାଏ ଆସନ୍ତୁ ଜାଣିବା ସେ ସମ୍ପର୍କରେ…

*ଶୟନକକ୍ଷରେ ଯୋଡ଼ା ହାତୀଙ୍କ ମୂର୍ତ୍ତି କିମ୍ବା ଫଟୋ ରଖିଲେ ପତ୍ନୀ-ପତିଙ୍କ ମଧ୍ୟରେ ଭଲପାଇବା ବଢ଼ିବା ସହ ପରସ୍ପର ପ୍ରତି ସମ୍ମାନ ବୃଦ୍ଧି ପାଇଥାଏ।

*ସେହିପରି ଆଲମାରିର କବାଟରେ ଶୁଣ୍ଢ ଉପରକୁ ଉଠାଇଥିବା ଦୁଇଟି ହାତୀଙ୍କ ମଝିରେ ମା’ଲକ୍ଷ୍ମୀ ବସିଥିବାର ଫଟୋ ଲଗାଇଲେ କିମ୍ବା ଆଲମାରିରେ ଏପରି ମୂର୍ତ୍ତି ରଖିଲେ ପରିବାରରେ ସୁଖ ସମୃଦ୍ଧି ବଢ଼ିବା ସହ ଆର୍ଥିକ ସ୍ଥିତି ମଜଭୁତ ହୋଇଥାଏ।

*ଯଦି ଘରେ ଆର୍ଥିକ ଦୁରବସ୍ଥା ଲାଗି ରହିଥାଏ, ତା’ହେଲେ ହାତୀ ରହୁଥିବା ସ୍ଥାନରୁ କିଛି ମାଟି ଆଣି ଘରେ ଥିବା କୂଅରେ ପକାଇଲେ ଏହି ସମସ୍ୟାର ସମାଧାନ ହୋଇଥାଏ ବୋଲି ବିଶ୍ୱାସ ରହିଛି।

*ସେହିପରି ଯଦି କେହି ନିଜର ସ୍ମରଣ ଶକ୍ତି ବୃଦ୍ଧି କରିବାକୁ ଚାହୁଁଥାନ୍ତି, ତା’ହେଲେ ସେହି ମାଟିରେ କିଛି ଘିଅ ଓ ପାଣି ମିଶାଇ ୬ଟି ଗୋଲି ତିଆରି କରିବେ ଓ ସେଥିରେ ସିନ୍ଦୂର ଲଗାଇ ତାହାକୁ ଏକ ଡବାରେ ଭର୍ତ୍ତି କରି ଘରର ଦକ୍ଷିଣ-ପଶ୍ଚିମ ଦିଗରେ ଲୁଚାଇ ରଖିଲେ ସୁଫଳ ମିଳିଥାଏ ବୋଲି ବାସ୍ତୁଶାସ୍ତ୍ରରେ ଉଲ୍ଲେଖ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରତିବର୍ଷ ମାଡ଼ି ଆସୁଛି ମହାବିପତ୍ତି, ସତ ହେବ ବାବା ଭେଙ୍ଗାଙ୍କ ଭବିଷ୍ୟବାଣୀ!

ଜଳବାୟୁ ପରିବର୍ତ୍ତନ ଉପରେ ଚାରି ଦଶନ୍ଧିର ବୈଜ୍ଞାନିକ ଗବେଷଣା ଏପରି ନିଷ୍କର୍ଷ ପ୍ରକାଶ କରିଛି ଯାହା ପୃଥିବୀର ଭବିଷ୍ୟତ ବିଷୟରେ ଚିନ୍ତାକୁ ଆହୁରି ବଢ଼ାଇ ଦେଇଛି ।…

୧୬ ଜୁଲାଇରୁ ୫ ରାଶିଙ୍କ ଖୋଲିବ ଭାଗ୍ୟ; ଚାକିରିରେ ବଡ଼ ପ୍ରମୋସନ୍ ହେବା ସହ ସାଲାରି ହେବ ଡବଲ୍!

୧୬ ଜୁଲାଇ, ୨୦୨୬ ହେଉଛି ଆଷାଢ଼ ମାସ ଶୁକ୍ଳ ପକ୍ଷ ଦ୍ୱିତୀୟା ତିଥି ଏବଂ ଗୁରୁବାର। ଏହି ତିଥି ଅତ୍ୟନ୍ତ ବିଶେଷ, କାରଣ ଏହି ଦିନ ଭଗବାନ…

Budh Uday: ୨୫ ଜୁଲାଇ ପରେ ୫ ରାଶିଙ୍କ ବିଜନେସ୍-କ୍ୟାରିୟରରେ ହେବ ବଡ଼ ଉନ୍ନତି; ଭାଗ୍ୟବାନ ରାଶି…

୨୫ ଜୁଲାଇ, ୨୦୨୬ରେ ବୁଧ ନିଜ ରାଶି ମିଥୁନ ରାଶିରେ ଉଦୟ ହେବ, ଯାହା ଅନେକ ରାଶି ପାଇଁ ସେମାନଙ୍କ କ୍ୟାରିଅର ଏବଂ ବ୍ୟବସାୟରେ ଲାଭ ଆଣିପାରେ।…

ମଦ ନିଶା ଛାଡ଼ିବାର ସରଳ ଚିକିତ୍ସା, ବିନା କଷ୍ଟରେ…

ମଦ ଛାଡ଼ିଲେ ଯେଉଁ କଷ୍ଟଦାୟକ ଲକ୍ଷଣମାନ ଦେଖା ଦେଇଥାଏ, ସେଗୁଡିକୁ ରୋକିବା ପାଇଁ କେତେକ ନିର୍ଦ୍ଦିଷ୍ଟ ମେଡିସିନ୍‌ ବ୍ୟବହାର କରାଯାଇଥାଏ। ଏହାଦ୍ୱାରା ରୋଗୀ ବିନା କଷ୍ଟରେ ବା…

ଦାନ୍ତବିନ୍ଧା ତାଲିକାରେ ଯୋଡ଼ା ହେଲା ଆଉ ଏକ କାରଣ…

ସାଧାରଣତଃ ଥଣ୍ଡାଜନିତ ସମସ୍ୟା କିମ୍ବା ଦାନ୍ତ ମୂଳରେ ସଂକ୍ରମଣ ହେଲେ ଦାନ୍ତ ବିନ୍ଧିଥାଏ। ତେବେ ଏହି ତାଲିକାରେ ଏବେ ଆଉ ଏକ କାରଣକୁ ଯୋଡ଼ାଯାଇଛି। ଦାନ୍ତ ବିନ୍ଧା…

ପ୍ଲୁଟୋକୁ ନେଇ ବିବାଦ

ପ୍ଲୁଟୋ ହେଉଛି ସୌରଜଗତର ପାଞ୍ଚଟି ବାମନ ଗ୍ରହ ମଧ୍ୟରୁ ଗୋଟିଏ। ବାସ୍ତବରେ ଆମେରିକୀୟ ଜ୍ୟୋତିର୍ବିଦ କ୍ଲାଇଡ୍‌ ଟମ୍‌ବାଓ ଏହାକୁ ୧୯୩୦ ମସିହାରେ ଆବିଷ୍କାର କରିଥିଲେ। ତା’ପରେ ଏହା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri