ପ୍ରତିଦିନ ସୋସିଆଲ ମିଡିଆରେ ଅନେକ ଭିଡିଓ ଭାଇରାଲ ହେଉଛି। ଗୋଟିଏ ଆଖୁ ବୋଝେଇ ଟ୍ରକୁ ହାତୀ ପଲ ଅଟକାଇ ଉକ୍ତ ଟ୍ରକରୁ ଆଖୁ ଖାଉଥିବା ଭିଡିଓ ବର୍ତ୍ତମାନ ଭାଇରାଲ ହୋଇଛି।
ଭିଡିଓରେ ଦେଖାଯାଇଛି, ୩ଟି ହାତୀ ଏକ ଆଖୁ ବୋଝେଇ ଟ୍ରକକୁ ଅଟକାଇଛନ୍ତି। ପରେ ଉକ୍ତ ଟ୍ରକରୁ ଆଖୁକୁ ଶୁଣ୍ଢରେ ଆଣି ଖାଉଛନ୍ତି। ଉକ୍ତ ହାତୀପଲଙ୍କ ମଧ୍ୟରେ ଏକ ଛୁଆ ହାତୀ ଥିବା ଦେଖିବାକୁ ମିଳିଛି। ଏହି ଭିଡିଓକୁ ଆଇଏଫଏସ ସୁଶାନ୍ତ ନନ୍ଦ ଟୁଇଟ କରି ଶେୟାର କରିଛନ୍ତି। ଏହି ଭିଡିଓକୁ ଅନେକ ଲୋକ ଲାଇକ୍ କରିଥିବାବେଳେ ଅନେକ ଭିନ୍ନ ମତ ଦେଇଛନ୍ତି।
The most gentle tax collectors.
And they are taking their dues & not part of your income.Somewhere in Southern India, elephant herd collecting sugarcane tax….. pic.twitter.com/gWkt97xGZo
— Susanta Nanda IFS (@susantananda3) October 1, 2020