ପରଜଙ୍ଗ, ୭।୪(ଡି.ଏନ.ଏ.): ଗୋଟିଏ କୋଠରିରେ ହାତୀ। ଆଉ ଗୋଟିଏ ପ୍ରକୋଷ୍ଠରେ ୫ ପ୍ରାଣୀ। ଘର ଭିତରେ ୩୦ ମିନିଟ୍ ଧରି ହିଂସ୍ରହାତୀର ତାଣ୍ଡବ। ଭୟ ଆତଙ୍କର ପରିବେଶ। ତେବେ ଉପସ୍ଥିତ ବୁଦ୍ଧି ଖଟାଇ ହାତୀ କବଳରୁ ବର୍ତ୍ତିଯାଇଛନ୍ତି ପରିବାର ସଦସ୍ୟ। ସୋମବାର ବିଳମ୍ବିତ ରାତିରେ ଏଭଳି ଏକ ଛାତିଥରା ଘଟଣା ଘଟିଛି ଢେଙ୍କାନାଳ ବନଖଣ୍ଡ ମହାବିରୋଡ଼ ରେଞ୍ଜ ବଡ଼କମର ଗ୍ରାମରେ, ଯାହା ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ହାତୀ ମୁହଁରୁ ବର୍ତ୍ତିଯାଇଥିବା ବଡ଼କମର ଗ୍ରାମର ପ୍ରଦୀପ କୁମାର ଆଇଚ୍ଙ୍କ କହିବା କଥା, ସବୁଦିନ ପରି ସୋମବାର ରାତିରେ ପରିବାର ସଦସ୍ୟ ଭିନ୍ନ ଭିନ୍ନ ପ୍ରକୋଷ୍ଠରେ ଶୋଇଥିଲେ। ବିଳମ୍ବିତ ରାତିରେ ଏକ ମାଈ ହାତୀ ମୁଖ୍ୟ କବାଟ ଭାଙ୍ଗି ଭିତରକୁ ପଶିଥିଲା। ଏ ସମ୍ପର୍କରେ ଜାଣି ପାରି ଅନ୍ୟ ପ୍ରକୋଷ୍ଠରେ ଶୋଇଥିବା ପରିବାର ସଦସ୍ୟ ପ୍ରାଣ ବିକଳରେ ଗୋଟିଏ କୋଠରିକୁ ଆସି ଭିତରପଟୁ କବାଟ କିଳି ଦେଇଥିଲେ। ପ୍ରାୟ ଅଧଘଣ୍ଟା ଧରି ହିଂସ୍ର ହାତୀଟି ଘରର ଆସବାବପତ୍ର ଭଙ୍ଗାରୁଜା କରିଥିଲା। ଏଥିରେ ଡାଇନିଂ ହଲ୍ରେ ଥିବା ମୂଲ୍ୟବାନ ଆସବାବପତ୍ର ସମେତ ଅନେକ ଜରୁରୀ ସାମଗ୍ରୀ ନଷ୍ଟ ହୋଇଯାଇଛି। ହାତୀ ଏକ ଚାଉଳ ବସ୍ତା ଶୁଣ୍ଢରେ ବୋହିନେଇ ଜଙ୍ଗଲ ଆଡ଼କୁ ପଳାଇଥିଲା। ହାତୀ ଯିବା ପରେ ଭୟଭୀତ ପରିବାର ଲୋକେ ପଦାକୁ ଆସି ବନ ବିଭାଗକୁ ସୂଚନା ଦେଇଥିଲେ। ତେବେ ମଙ୍ଗଳବାର ରାତି ୭ଟା ସୁଦ୍ଧା କୌଣସି କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚତ୍ ନ ଥିବା ପ୍ରଦୀପ କହିଛନ୍ତି। ଅଭିଯୋଗ ସମ୍ପର୍କରେ ଡିହଡୋଳ ଫରେଷ୍ଟର ସୁରେନ୍ଦ୍ର କୁମାର ନାୟକ କୁହନ୍ତି, ସେ ଏକ ଜରୁରୀ କାର୍ଯ୍ୟରେ ଯୋଗଦେବାକୁ ବାହାରକୁ ଆସିଛନ୍ତି। ତୁରନ୍ତ ଘଟଣାର ତଦନ୍ତ କରି ପଦକ୍ଷେପ ନେବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି।
Posted inଆମ ଜିଲା ଖବର, ଢେଙ୍କାନାଳ View All

ନାଗପଡ଼ାରେ ଦୁର୍ବୃତ୍ତ ଜାଳି ଦେଲେ ଘର, ବୋଲେରୋ
ଆଳି,୫ା୧୧(ଡି.ଏନ.ଏ.): କେନ୍ଦ୍ରାପଡ଼ା ଜିଲା ଆଳି ଥାନା ଅନ୍ତର୍ଗତ ନାଗପଡା ଗଁାର ଗୋଟିଏ ବୋଲେରୋ ସମେତ ୨ ଜଣଙ୍କ ଘରକୁ ଦୁର୍ବୃତ୍ତମାନେ ଜାଳି ଦେଇଥିବା ନେଇ ଅଭିଯୋଗ...

ଭଡ଼ାଘରୁ ମହିଳାଙ୍କ ମୃତଦେହ ମିଳିବା ଘଟଣାର ପର୍ଦ୍ଦାଫାଶ: ଅନୈତିକ ସମ୍ପର୍କରୁ ହତ୍ୟା
ବାସୁଦେବପୁର,୫।୨(ଡି.ଏନ୍.ଏ.): ଭଦ୍ରକ ଜିଲା ବାସୁଦେବପୁର ବ୍ଲକ ଇରମ ଅଞ୍ଚଳର ଏକ ଭଡ଼ାଘରୁ ଜଣେ ମହିଳାଙ୍କ ମୃତଦେହ ଗତ ଗୁରୁବାର ମିଳିଥିଲା। ଝିଅକୁ ଗଣବଳାତ୍କାର ପରେ ହତ୍ୟା...

କଂଗ୍ରେସର ସାଙ୍ଗଠନିକ ଦକ୍ଷତା ବୃଦ୍ଧି ଉପରେ ସମୀକ୍ଷା: ଯୋଗଦେଲେ ରାଜ୍ୟ ପ୍ରଭାରୀ
ବାଲେଶ୍ୱର ଅଫିସ, ୨୦।୨-ଅଖିଳ ଭାରତୀୟ କଂଗ୍ରେସ କମିଟି ସାଧାରଣ ସମ୍ପାଦକ ତଥା ଓଡ଼ିଶା ପ୍ରଭାରୀ ଜିତେନ୍ଦ୍ର ସିଂ ବୁଧବାର ଦିନିକିଆ ବାଲେଶ୍ୱର ଜିଲା ଗସ୍ତରେ ଆସି...

କାର୍ରେ ଢେଙ୍କାନାଳରୁ ଲଦାଖ
ଢେଙ୍କାନାଳ ଅଫିସ, ୧୯ ।୬: କାର୍ରେ ଢେଙ୍କାନାଳରୁ ଲଦାଖ। ଲଦାଖରୁ ପୁଣି ଢେଙ୍କାନାଳ। ମୋଟ ୪,୭୫୦ କିଲୋମିଟରର ଯାତ୍ରା। ବରଫାବୃତ୍ତ ପାହାଡ଼, ସଂକୀର୍ଣ୍ଣ ରାସ୍ତା, ଅକ୍ସିଜେନ ସମସ୍ୟା...

ଭାଜପା ଗଡ଼ରେ ଶଙ୍ଖନାଦ
ବାରିପଦା ଅଫିସ,୨୭।୨: ମୟୂରଭଞ୍ଜ ଜିଲାର ୫୬ ଜିଲା ପରିଷଦ ଆସନ ମଧ୍ୟରୁ ଶନିବାର ପ୍ରଥମ ଦିନରେ ୨୬ଟି ଜୋନ୍ର ଭୋଟ ଗଣତି ହୋଇଛି। ଏଥିମଧ୍ୟରୁ ୨୫ଟିରେ...

ମହାପ୍ରଭୁଙ୍କ ଦର୍ଶନ ପାଇଁ ନୂଆ ଏସ୍ଓପି ଜାରି
ପୁରୀ ଅଫିସ, ୧୮।୨: ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଗୁରୁବାର ଶ୍ରୀମନ୍ଦିରରେ ଶ୍ରୀବିଗ୍ରହମାନଙ୍କ ଦର୍ଶନ ପାଇଁ ନୂଆ ଏସ୍ଓପି ଜାରି କରାଯାଇଛି। ଜାରି ହୋଇଥିବା ନୂଆ ଏସ୍ଓପି...

ବିପଦସଙ୍କୁଳ ନଦୀ ପାର ହେଉଛନ୍ତି ଛାତ୍ରୀଛାତ୍ର
ଆର.ଉଦୟଗିରି,୨୩ା୯(ଡି.ଏନ.ଏ.): ସରକାର ଗ୍ରାମାଞ୍ଚଳର ବିକାଶ ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି। ହେଲେ ଏବେ ବି ଅନେକ ଗାଁ ଅବହେଳିତ ଅବସ୍ଥାରେ ରହିଛି। ପୋଲ...

ଏମ୍ସିଏଲ୍ କୋଇଲା ଖଣି ଜଳାର୍ଣ୍ଣବ : ଉତ୍ପାଦନ ବାଧାପ୍ରାପ୍ତ
ଝାରସୁଗୁଡ଼ା ଅଫିସ,୫ା୭: ଝାରସୁଗୁଡ଼ା ଜିଲାରେ ମୌସୁମୀ ବର୍ଷା ୧ ସପ୍ତାହ ହେଲା ଆରମ୍ଭ ହୋଇଛି। ଏପରିକି ବର୍ଷାଜଳ ମହାନଦୀ କୋଲ୍ଫିଲ୍ଡ ଲିମିଟେଡ୍ (ଏମ୍ସିଏଲ୍) ଲଖନପୁର କ୍ଷେତ୍ର...