ନୂଆବର୍ଷରେ ରଙ୍ଗର ପ୍ରଭାବ

ଆଉ ଦିନ କେଇଟା ପରେ ପୁରୁଣା ବର୍ଷକୁ ବିଦାୟ ଦେଇ ନୂଆବର୍ଷକୁ ସ୍ବାଗତ କରାଯିବ। ସେହି ଅନୁଯାୟୀ ସମସ୍ତଙ୍କର ଆକାଂକ୍ଷା ଥିବ, ନୂଆବର୍ଷଟି କିପରି ସୁଖମୟ, ମଙ୍ଗଳମୟ ହେଉ ଏବଂ ସଭିଙ୍କ ଜୀବନ ସୁଖ, ସମୃଦ୍ଧିରେ ଭରିଯାଉ। ତେବେ ଜାଣିଲେ ଆଶ୍ଚର୍ଯ୍ୟ ହେବେ ବେଳେବେଳେ ରଙ୍ଗ ବି ସୌଭାଗ୍ୟକୁ ଡାକି ଆଣିଥାଏ, ତେଣିକି ସେ କପଡ଼ା ହେଉ ଅବା ଘରର ରଙ୍ଗ କିମ୍ବା କୌଣସି ଆସବାବପତ୍ରର ରଙ୍ଗ…

ନାଲି: ଏହି ରଙ୍ଗ ସାଧାରଣତଃ ଶକ୍ତିଶାଳୀ ତଥା ତୀବ୍ରତାର ପ୍ରତୀକ। ମନ ଏବଂ ଶରୀରକୁ ଉତ୍ତେଜିତ ଓ ଆକର୍ଷିତ କରିବାରେ ବି ଏହା ବେଶ୍‌ ସହାୟକ ହୋଇଥାଏ। ତେଣୁ କୁହାଯାଏ, ନୂଆବର୍ଷ ଅବସରରେ ନାଲି ରଙ୍ଗର ପୋଷାକ ପିନ୍ଧିଲେ ମନ ପ୍ରଫୁଲ୍ଲିତ ରହିବା ସହ ସହଜରେ ଅନ୍ୟମାନଙ୍କର ଦୃଷ୍ଟି ଆକର୍ଷଣ କରିହେବ।

ନୀଳ: ଏହି ରଙ୍ଗକୁ କଲର୍‌ ଅଫ୍‌ ମାଇଣ୍ଡ କୁହାଯାଇଥାଏ, ଯାହା ମନ ଓ ମସ୍ତିଷ୍କକୁ ଶାନ୍ତ ତଥା ଚିନ୍ତାମୁକ୍ତ ରଖିବାରେ ବେଶ୍‌ ସହାୟକ ହୋଇଥାଏ। ସେହିପରି ହାଲ୍‌କା ନୀଳ ରଙ୍ଗ ଏକାଗ୍ରତା ବୃଦ୍ଧି କରିବାରେ ବି ସାହାଯ୍ୟ କରିଥାଏ। ତେଣୁ ନୂଆବର୍ଷରେ ଏହି ରଙ୍ଗର ପୋଷାକ ଅବା ଜିନିଷ ବ୍ୟବହାର କରନ୍ତୁ।

ଧଳା: ଏହି ରଙ୍ଗ ଶାନ୍ତିର ପ୍ରତୀକ ହୋଇଥିବାରୁ ନୂଆବର୍ଷରେ ଧଳାରଙ୍ଗର ପୋଷାକ ପିନ୍ଧିଲେ ସାରା ଦିନ ମନ ଖୁସି ରହିବା ସହ କାମ କରିବାକୁ ଆଗ୍ରହ ହୋଇଥାଏ।

ସବୁଜ: ଏହା ସାଧାରଣତଃ ହସଖୁସି ତଥା ସତେଜତାକୁ ଦର୍ଶାଇଥାଏ। ଏଥିରେ ପ୍ରାକୃତିକ ଉପାୟରେ ଉର୍ଜା ବୃଦ୍ଧି କରିବାର ଶକ୍ତି ରହିଥିବାରୁ, ନୂଆବର୍ଷ ଅବସରରେ ଏହି ରଙ୍ଗର ପୋଷାକ ପିନ୍ଧିଲେ, ଘରର କାନ୍ଥରେ ଏହି ରଙ୍ଗ ଲଗାଇଲେ ଅବା ଉକ୍ତ ରଙ୍ଗର ଆସବାବପତ୍ର ବ୍ୟବହାର କଲେ ନିରାଶପଣରୁ ସହଜରେ ମୁକ୍ତି ମିଳିଥାଏ ବୋଲି ବିଶ୍ୱାସ ରହିଛି।

ହଳଦିଆ: ହଳଦିଆ ରଙ୍ଗର ଭାବରେ ଶରୀରର ନର୍ଭ ସିଷ୍ଟମ ଉତ୍ତେଜିତ ହୋଇ ସେଥିରୁ ଏକପ୍ରକାର ହରମୋନ୍‌ କ୍ଷରିତ ହୋଇଥାଏ, ଯାହା ଆମ ଚିନ୍ତାଧାରାକୁ ସକାରାତ୍ମକ ରଖି ନିଷ୍ପତ୍ତି ନେବାରେ ଆମକୁ ସାହାଯ୍ୟ କରିଥାଏ। ତେବେ ଗାଢ଼ ହଳଦିଆ ତୁଳନାରେ ହାଲ୍‌କା ହଳଦିଆ ରଙ୍ଗର ପ୍ରଭାବ ଅଧିକ ରହୁଥିବାରୁ ନୂଆବର୍ଷ ପାଇଁ ହାଲ୍‌କା ହଳଦିଆ ରଙ୍ଗର ପୋଷାକ ବି ଏକ ଭଲ ଅପ୍ସନ ହୋଇପାରିବ।

କମଳା: ଏହି ରଙ୍ଗକୁ ଉତ୍ସାହ ତଥା ବନ୍ଧନମୁକ୍ତର ପ୍ରତୀକ ଭାବେ ବିବେଚନା କରାଯାଇଥାଏ। ତାହା ସହ ଏହା ସୃଜନଶୀଳତାକୁ ବି ବେଶ୍‌ ପ୍ରଭାବିତ କରିଥାଏ। ଆମ ଶରୀର ଓ ମନ ଉପରେ କମଳା ରଙ୍ଗର ଭଲ ପ୍ରଭାବ ରହୁଥିବାରୁ ନୂଆବର୍ଷ ଅବସରରେ ଆପଣ ଚାହିଁଲେ ଏହି ରଙ୍ଗର ପୋଷାକ ହେଉ କିମ୍ବା କୌଣସି ଫ୍ୟାଶନ୍‌ ଆସେସରିଜ୍‌ ବି ଆରାମରେ ଟ୍ରାଏ କରିପାରିବେ।

ଗୋଲାପୀ: ଏହି ରଙ୍ଗକୁ ବି ପ୍ରେମ ଓ ରୋମାନ୍ସର ପ୍ରତୀକ ଭାବେ ଅନେକେ ବିବେଚନା କରିଥାନ୍ତି। ତେଣୁ ନୂଆବର୍ଷରେ ଯଦି କୌଣସି ଝିଅ କାହାକୁ ଇମ୍ପ୍ରେସ୍‌ କରିବାକୁ ଚାହୁଁଥାନ୍ତି, ତା’ହେଲେ ଗୋଲାପୀ ରଙ୍ଗର ପୋଷାକ ସେମାନଙ୍କ ପାଇଁ ବେଷ୍ଟ ଅପ୍ସନ ହେବ।


Enter your email to get our daily news in your inbox.

All Right Reserved By Dharitri.Com

ଶରୀର ପାଇଁ ଉପକାରୀ ଜିରା: ଏମିତି କରନ୍ତୁ ସେବନ

ଆମେ ସାଧାରଣତଃ ଅଧିକାଂଶ ଖାଦ୍ୟ ପ୍ରସ୍ତୁତ କରିବା ବେଳେ ଜିରା ବ୍ୟବହାର କରିଥାଉ। ଏହାର ସୁଗନ୍ଧ କେବଳ ଭଲ ନୁହେଁ ବରଂ ଏଥିରେ ଭରି ରହିଥିବା...

କେମିତି ହେବେ ଆଦର୍ଶ ଅଭିଭାବକ: ଜାଣନ୍ତୁ ଟିପ୍ସ

ପିଲାଙ୍କ ପ୍ରଥମ ଗୁରୁ ହେଉଛନ୍ତି ଅଭିଭାବକ। ସେମାନଙ୍କ ଉତ୍ତମ ଭବିଷ୍ୟତ ଗଢ଼ିବାରେ ଅଭିଭାବକଙ୍କର ହିଁ ଥାଏ ଗୁରୁତ୍ୱପୂର୍ଣ୍ଣ ଭୂମିକା। କାରଣ ପିଲାମାନେ ସର୍ବଦା ଅନୁକରଣ ପ୍ରିୟ।...

ଅତ୍ୟଧିକ ମିଠାଜାତୀୟ ଖାଦ୍ୟ ଖାଉଥିଲେ…

ମନଲୋଭା ଖାଦ୍ୟ ମଧ୍ୟରୁ ମିଠା ଅନ୍ୟତମ। ଏହାର ସ୍ବାଦ ହୁଏତ ମିଠା ହୋଇପାରେ, ହେଲେ ଏହାର ପରିମାଣ ଅଧିକ ହେଲେ ତାହା ଆମ ସ୍ମରଣ ଶକ୍ତିକୁ...

ଈଶ୍ୱର କଣିକାର ଆବିଷ୍କାରକ

ପଦାର୍ଥ ବିଜ୍ଞାନର ଏକ ଗୁରୁତ୍ୱପୂର୍ଣ୍ଣ ଆବିଷ୍କାର କରି ଖ୍ୟାତି ଲାଭ କରିଥିବା ପିଟର ହିଗ୍‌ସ ଚଳିତ ବର୍ଷ ଏପ୍ରିଲ ୮ ତାରିଖରେ ପରଲୋକ ଗମନ କରିଛନ୍ତି।...

ଥର୍ମୋମିଟର, ବାରୋମିଟର ଓ ଡାଲ୍‌ଟନ

କଡ଼େଇରେ ପାଣି ରଖି କଡ଼େଇ ତଳେ ନିଆଁ ଜାଳିଲେ ପାଣି ଗରମ ହୁଏ। କାରଣ ନିଆଁରୁ ବାହାରୁଥିବା ତାପ ଦ୍ୱାରା କଡ଼େଇ ଗରମ ହୁଏ। କଡ଼େଇ...

ଖରାଦିନେ ସ୍କିନ୍‌ ଆଲର୍ଜିର ଘରୋଇ ଚିକିତ୍ସା

ଖରାଦିନେ ଝାଳ ବୋହିବା ସହ କେତେକଙ୍କଠାରେ ବିଭିନ୍ନ ପ୍ରକାର ସ୍କିନ୍‌ ଆଲର୍ଜି ସମସ୍ୟା ଦେଖାଯାଇଥାଏ। କାହାର ଘିମିରି ବାହାରେ ତ କାହା ଶରୀରରେ ନାଲି ନାଲି...

ଘରେ ସୁଖସମୃଦ୍ଧି ବୃଦ୍ଧି ପାଇଁ ବାସ୍ତୁ ଉପାୟ, ଆପଣାଇଲେ…

ବାସ୍ତୁଶାସ୍ତ୍ର ଅନୁଯାୟୀ, ଏମିତି କିଛି ବିଶେଷ ଉପାୟ ରହିଛି; ଯାହାକୁ ଆପଣାଇଲେ ଘରେ ସୁଖସମୃଦ୍ଧି ବୃଦ୍ଧି ହେବା ସହ ସମ୍ପର୍କରେ ନିବିଡ଼ତା ଆସିଥାଏ। ତା’ସହିତ ଅନେକ...

ଇଲେକ୍ଟ୍ରିକ୍‌ ସମାଗ୍ରୀ ଚକ୍‌ଚକ୍‌ କରିବାକୁ ଚାହୁଁଥିଲେ…ଆପଣାନ୍ତୁ ଏହି ଉପାୟ

ଇଲେକ୍ଟ୍ରି ସାମଗ୍ରୀ ସଫା କରିବା ସମୟରେ କେତେକ ବିଷୟ ପ୍ରତି ସ୍ବତନ୍ତ୍ର ଭାବରେ ଦୃଷ୍ଟି ଦେବାକୁ ପଡ଼ିଥାଏ। ଏହି ସମୟରେ ନିମ୍ନଲିଖିତ ଟିପ୍ସ ଆପଣେଇ ପାରନ୍ତି…...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri