ନୂଆବର୍ଷରେ ରଙ୍ଗର ପ୍ରଭାବ

ଆଉ ଦିନ କେଇଟା ପରେ ପୁରୁଣା ବର୍ଷକୁ ବିଦାୟ ଦେଇ ନୂଆବର୍ଷକୁ ସ୍ବାଗତ କରାଯିବ। ସେହି ଅନୁଯାୟୀ ସମସ୍ତଙ୍କର ଆକାଂକ୍ଷା ଥିବ, ନୂଆବର୍ଷଟି କିପରି ସୁଖମୟ, ମଙ୍ଗଳମୟ ହେଉ ଏବଂ ସଭିଙ୍କ ଜୀବନ ସୁଖ, ସମୃଦ୍ଧିରେ ଭରିଯାଉ। ତେବେ ଜାଣିଲେ ଆଶ୍ଚର୍ଯ୍ୟ ହେବେ ବେଳେବେଳେ ରଙ୍ଗ ବି ସୌଭାଗ୍ୟକୁ ଡାକି ଆଣିଥାଏ, ତେଣିକି ସେ କପଡ଼ା ହେଉ ଅବା ଘରର ରଙ୍ଗ କିମ୍ବା କୌଣସି ଆସବାବପତ୍ରର ରଙ୍ଗ…

ନାଲି: ଏହି ରଙ୍ଗ ସାଧାରଣତଃ ଶକ୍ତିଶାଳୀ ତଥା ତୀବ୍ରତାର ପ୍ରତୀକ। ମନ ଏବଂ ଶରୀରକୁ ଉତ୍ତେଜିତ ଓ ଆକର୍ଷିତ କରିବାରେ ବି ଏହା ବେଶ୍‌ ସହାୟକ ହୋଇଥାଏ। ତେଣୁ କୁହାଯାଏ, ନୂଆବର୍ଷ ଅବସରରେ ନାଲି ରଙ୍ଗର ପୋଷାକ ପିନ୍ଧିଲେ ମନ ପ୍ରଫୁଲ୍ଲିତ ରହିବା ସହ ସହଜରେ ଅନ୍ୟମାନଙ୍କର ଦୃଷ୍ଟି ଆକର୍ଷଣ କରିହେବ।

ନୀଳ: ଏହି ରଙ୍ଗକୁ କଲର୍‌ ଅଫ୍‌ ମାଇଣ୍ଡ କୁହାଯାଇଥାଏ, ଯାହା ମନ ଓ ମସ୍ତିଷ୍କକୁ ଶାନ୍ତ ତଥା ଚିନ୍ତାମୁକ୍ତ ରଖିବାରେ ବେଶ୍‌ ସହାୟକ ହୋଇଥାଏ। ସେହିପରି ହାଲ୍‌କା ନୀଳ ରଙ୍ଗ ଏକାଗ୍ରତା ବୃଦ୍ଧି କରିବାରେ ବି ସାହାଯ୍ୟ କରିଥାଏ। ତେଣୁ ନୂଆବର୍ଷରେ ଏହି ରଙ୍ଗର ପୋଷାକ ଅବା ଜିନିଷ ବ୍ୟବହାର କରନ୍ତୁ।

ଧଳା: ଏହି ରଙ୍ଗ ଶାନ୍ତିର ପ୍ରତୀକ ହୋଇଥିବାରୁ ନୂଆବର୍ଷରେ ଧଳାରଙ୍ଗର ପୋଷାକ ପିନ୍ଧିଲେ ସାରା ଦିନ ମନ ଖୁସି ରହିବା ସହ କାମ କରିବାକୁ ଆଗ୍ରହ ହୋଇଥାଏ।

ସବୁଜ: ଏହା ସାଧାରଣତଃ ହସଖୁସି ତଥା ସତେଜତାକୁ ଦର୍ଶାଇଥାଏ। ଏଥିରେ ପ୍ରାକୃତିକ ଉପାୟରେ ଉର୍ଜା ବୃଦ୍ଧି କରିବାର ଶକ୍ତି ରହିଥିବାରୁ, ନୂଆବର୍ଷ ଅବସରରେ ଏହି ରଙ୍ଗର ପୋଷାକ ପିନ୍ଧିଲେ, ଘରର କାନ୍ଥରେ ଏହି ରଙ୍ଗ ଲଗାଇଲେ ଅବା ଉକ୍ତ ରଙ୍ଗର ଆସବାବପତ୍ର ବ୍ୟବହାର କଲେ ନିରାଶପଣରୁ ସହଜରେ ମୁକ୍ତି ମିଳିଥାଏ ବୋଲି ବିଶ୍ୱାସ ରହିଛି।

ହଳଦିଆ: ହଳଦିଆ ରଙ୍ଗର ଭାବରେ ଶରୀରର ନର୍ଭ ସିଷ୍ଟମ ଉତ୍ତେଜିତ ହୋଇ ସେଥିରୁ ଏକପ୍ରକାର ହରମୋନ୍‌ କ୍ଷରିତ ହୋଇଥାଏ, ଯାହା ଆମ ଚିନ୍ତାଧାରାକୁ ସକାରାତ୍ମକ ରଖି ନିଷ୍ପତ୍ତି ନେବାରେ ଆମକୁ ସାହାଯ୍ୟ କରିଥାଏ। ତେବେ ଗାଢ଼ ହଳଦିଆ ତୁଳନାରେ ହାଲ୍‌କା ହଳଦିଆ ରଙ୍ଗର ପ୍ରଭାବ ଅଧିକ ରହୁଥିବାରୁ ନୂଆବର୍ଷ ପାଇଁ ହାଲ୍‌କା ହଳଦିଆ ରଙ୍ଗର ପୋଷାକ ବି ଏକ ଭଲ ଅପ୍ସନ ହୋଇପାରିବ।

କମଳା: ଏହି ରଙ୍ଗକୁ ଉତ୍ସାହ ତଥା ବନ୍ଧନମୁକ୍ତର ପ୍ରତୀକ ଭାବେ ବିବେଚନା କରାଯାଇଥାଏ। ତାହା ସହ ଏହା ସୃଜନଶୀଳତାକୁ ବି ବେଶ୍‌ ପ୍ରଭାବିତ କରିଥାଏ। ଆମ ଶରୀର ଓ ମନ ଉପରେ କମଳା ରଙ୍ଗର ଭଲ ପ୍ରଭାବ ରହୁଥିବାରୁ ନୂଆବର୍ଷ ଅବସରରେ ଆପଣ ଚାହିଁଲେ ଏହି ରଙ୍ଗର ପୋଷାକ ହେଉ କିମ୍ବା କୌଣସି ଫ୍ୟାଶନ୍‌ ଆସେସରିଜ୍‌ ବି ଆରାମରେ ଟ୍ରାଏ କରିପାରିବେ।

ଗୋଲାପୀ: ଏହି ରଙ୍ଗକୁ ବି ପ୍ରେମ ଓ ରୋମାନ୍ସର ପ୍ରତୀକ ଭାବେ ଅନେକେ ବିବେଚନା କରିଥାନ୍ତି। ତେଣୁ ନୂଆବର୍ଷରେ ଯଦି କୌଣସି ଝିଅ କାହାକୁ ଇମ୍ପ୍ରେସ୍‌ କରିବାକୁ ଚାହୁଁଥାନ୍ତି, ତା’ହେଲେ ଗୋଲାପୀ ରଙ୍ଗର ପୋଷାକ ସେମାନଙ୍କ ପାଇଁ ବେଷ୍ଟ ଅପ୍ସନ ହେବ।


Enter your email to get our daily news in your inbox.

All Right Reserved By Dharitri.Com

କେଉଁ ବୋତଲରେ ପାଣି ପିଇବା ଉଚିତ୍‌: ଜାଣନ୍ତୁ କ’ଣ ରହିଛି…

ଜଳ ହିଁ ଜୀବନ । ପାଣି ପିଇବା ପାଇଁ କିଏ ପ୍ଲାଷ୍ଟିକ୍‌ ବଟଲ ବ୍ୟବହାର କରନ୍ତି ତ ଆଉ କିଏ ତମ୍ବା ନ ହେଲେ ଷ୍ଟିଲ୍‌। ଘରୁ…

ଅକ୍ଷୟ ତୃତୀୟାରେ ଗୋଟିଏ ଟଙ୍କା ଖର୍ଚ୍ଚ ନକରି ବି ପାଇବେ ମହାଲାଭ, କରନ୍ତୁ ଏହି ଗୋଟିଏ କାମ…

ସନାତନ ଧର୍ମର ଅନୁଗାମୀମାନଙ୍କ ପାଇଁ, ଅକ୍ଷୟ ତୃତୀୟା ତିଥି ଅତ୍ୟନ୍ତ ସ୍ବତନ୍ତ୍ର। ଏହି ଦିନ ଦେବୀ ଲକ୍ଷ୍ମୀ, ଭଗବାନ କୁବେର ଏବଂ ଭଗବାନ ଧନୱନ୍ତରୀଙ୍କୁ ପୂଜା କରାଯାଏ।…

ଶୁକ୍ର ନକ୍ଷତ୍ର ଗୋଚର: ମାଲାମାଲ ହେବେ ଏହି ୩ ରାଶି

ଦ୍ରିକ ପଞ୍ଚାଙ୍ଗ ଅନୁସାରେ, ସୋମବାର, ଏପ୍ରିଲ ୬, ୨୦୨୬ ରାତି ୧:୦୪ ସମୟରେ, ସୁଖ ଏବଂ ସମୃଦ୍ଧିର ଦାତା ଶୁକ୍ର ଅଶ୍ୱିନୀରୁ ଭରଣୀ ନକ୍ଷତ୍ରକୁ ଗମନ କରିଛନ୍ତି।…

ହାର୍ଟ ପାଇଁ ବିପଦ ଏସବୁ ଖାଦ୍ୟ

ବର୍ତ୍ତମାନ ଆମେ ସମ୍ମୁଖୀନ ହେଉଥିବା ପ୍ରମୁଖ ସ୍ବାସ୍ଥ୍ୟ ସମସ୍ୟାଗୁଡ଼ିକ ମଧ୍ୟରୁ ହୃଦ୍‌ଜନିତ ସମସ୍ୟା ଅନ୍ୟତମ। ତେବେ କେତେକ ଖାଦ୍ୟ ପ୍ରତି ସତର୍କ ରହିଲେ ଏଭଳି ସମସ୍ୟାଠାରୁ ଆପଣ…

ଆବେଲ ପୁରସ୍କାର-୨୦୨୬

ଆବେଲ ପୁରସ୍କାର ହେଉଛି ଗଣିତ ପାଇଁ ଏକ ଉଲ୍ଲେଖନୀୟ ସମ୍ମାନ। ଏହାକୁ ନୋବେଲ ପୁରସ୍କାର ସହ ସମାନ ମନେ କରାଯାଇଥାଏ। ନରଓ୍ବେର ବିଶିଷ୍ଟ ଗଣିତଜ୍ଞ ନିଲ୍‌ସ ହେନରିକ…

ହାଇଡ୍ରୋଜେନ ବଣ୍ଡିଂ: ଦୈନନ୍ଦିନ ଜୀବନର ଅଦୃଶ୍ୟ ସ୍ଥାପତ୍ୟ

କଥା ୧୯୧୯ ମସିହାର। ଆମେରିକାର କାଲିଫର୍ଣ୍ଣିଆ ବିଶ୍ୱବିଦ୍ୟାଳୟ, ବର୍କଲେରେ ଗ୍ରାଜୁଏଶନ ସମୟ ପାଖେଇ ଆସୁଥିଲା ଏବଂ ମୋରିସ ହଗିନ୍ସ ନାମକ ଜଣେ ଛାତ୍ର ବହୁତ ଚିନ୍ତାରେ ଥିଲେ।…

ଏପ୍ରିଲରେ ୩ରାଶିର ଖୋଲିବ ଭାଗ୍ୟ, ମିଳିବ ମୂଲ୍ୟବାନ….

ଜ୍ୟୋତିଷ ଶାସ୍ତ୍ରରେ ଗ୍ରହର ସେନାପତି ମଙ୍ଗଳଙ୍କ ଗୋଚରଙ୍କୁ ଗୁରୁତ୍ବପୂର୍ଣ୍ଣ ବୋଲି ବିବେଚନା କରାଯାଇଥାଏ ।ମଙ୍ଗଳ ଗ୍ରହକୁ ସାହାସ, ପରାକ୍ରମ ଏବଂ ବିଶ୍ବାସର ପ୍ରତିକ ରୂପେ ବିବେଚନା କରାଯାଇଥାଏ…

ଧନୀ ହେବାକୁ ଛାହୁଁଥିଲେ, ଛାଡ଼ନ୍ତୁ ଏହି ୫ ଅଭ୍ୟାସ: ନଚେତ୍‌ ପଡ଼ିବ ଅଭାବ

ମଧ୍ୟବିତ୍ତ ବର୍ଗର ଲୋକମାନେ ପ୍ରାୟତଃ ଭାବନ୍ତି, ବେଳେବେଳେ ହଠାତ୍‌ ସେମାନଙ୍କର ଆର୍ଥିକ ସଙ୍କଟ ଆସିଯାଉଛି; କିନ୍ତୁ ଏହା ବାସ୍ତବରେ ନୁହେଁ। ଏହା ଏକ ପରିସ୍ଥିତି ଯାହା ଧୀରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri