ଗୁଞ୍ଜରଣର ପ୍ରଭାବ

କେତେକ ଘଟଣା ସମ୍ପର୍କିତ ରିପୋର୍ଟ ଗଣମାଧ୍ୟମରେ ସାମ୍ନାକୁ ନ ଆସିଲେ ମଧ୍ୟ ସେସବୁ କେବଳ ଗୁଞ୍ଜରଣ, ଲିଫ୍ଟର ପ୍ରତୀକ୍ଷାଳୟରେ ଆଲୋଚନା ଏବଂ ଡିନରରେ କାନକୁହା କଥା ଦ୍ୱାରା ବ୍ୟାପିଯାଏ। ଏବେ ସେଭଳି ଏକ ଘଟଣା ବ୍ୟାପିବାରେ ଲାଗିଛି, ଯାହା ୨ଜଣ ଛାତ୍ର କର୍ମକର୍ତ୍ତା, ଉଗ୍ରବାଦୀ କାର୍ଯ୍ୟକଳାପ ବିରୋଧୀ କାର୍ଯ୍ୟ ପାଇଁ ଜଣାଶୁଣା ଦିଲ୍ଲୀ ପୋଲିସର ଏକ ୟୁନିଟ୍‌ ଏବଂ ହାଜତ ନିର୍ଯାତନାର ଏକ କ୍ରୂର ଅଧ୍ୟାୟ ସହ ଜଡ଼ିତ। ଲକ୍ଷିତା ଏବଂ ଗୁର୍‌କିରାତଙ୍କ ଅନୁଯାୟୀ ସେମାନଙ୍କୁ ଚମଡ଼ା ଚାବୁକରେ ପିଟାଯାଇଛି। କୌଣସି ରାଜନୈତିକ ଉତ୍ତେଜନା କିମ୍ବା କ୍ଷତିକାରକ କାର୍ଯ୍ୟ ପାଇଁ ଏଭଳି କରାଯାଇ ନ ଥିଲା। ସେମାନେ କହନ୍ତି, ଜଣେ ପ୍ରତିଷ୍ଠିତ ପରିବାର ସହ ବ୍ୟକ୍ତିଗତ ବିବାଦରୁ ଏଭଳି ନିର୍ଯାତନା ଦିଆଯାଇଛି। ଅନୌପଚାରିକ ଭାବେ ମିଳିଥିବା ପ୍ରଶାସନିକ ତଥ୍ୟ ୧୯୯୫ ବ୍ୟାଚ୍‌ର ଜଣେ ବରିଷ୍ଠ ଅଧିକାରୀଙ୍କୁ ଇଙ୍ଗିତ କରୁଛି, ଯିଏ କି ନିକଟରେ ଜଳ କ୍ଷେତ୍ରରେ ଏକ ଜାତୀୟ ମିଶନର ନେତୃତ୍ୱ ନେଉଛନ୍ତି । ଅବଶ୍ୟ ଏଫ୍‌ଆଇଆର୍‌ରେ ତାଙ୍କ ନାମ ନାହିଁ। ଗୁରୁତ୍ୱପୂର୍ଣ୍ଣ କଥା ଯେ, ଏକ ଘରୋଇ ଅଭିଯୋଗରେ ସ୍ବତନ୍ତ୍ର ପୋଲିସ ୟୁନିଟ୍‌ ଦ୍ୱାରା ବେଆଇନ ଭାବେ ଅଟକ ରଖି ଶାରୀରିକ ନିର୍ଯାତନା ଦିଆଯାଇଥିବା ଦିନଗୁଡ଼ିକର ଘଟଣାଗୁଡ଼ିକୁ ଦର୍ଶାଯାଇଥିବା ଜଣାପଡ଼ିଛି, ଯାହା ପୋଲିସ ପାଇଁ ବିପଦର କାରଣ ପାଲଟିଛି। କୌଣସି ଆନ୍ଦୋଳନ ନାହିଁ କି ଗଣମାଧ୍ୟମ ରିପୋର୍ଟ ନାହିଁ; କେବଳ ଲୋକଙ୍କ ଦ୍ୱାରା ଖବର ବ୍ୟାପୁଛି। ଦିଲ୍ଲୀରେ,ଗୁଞ୍ଜରଣ ଓପଚାରିକ ପ୍ରେସ୍‌ ରିଲିଜଠାରୁ ସବୁବେଳେ ଅଧିକ କିଛି କହେ । କ୍ଷମତା ଯେତେବେଳେ ଘଟଣାକୁ ସର୍ବସାଧାରଣରେ ପ୍ରକାଶ କରିବାକୁ ଚାହେଁ ନାହିଁ ସେତେବେଳେ ତାହାର ଅବସ୍ଥା କ’ଣ ହୁଏ ତାହା ସମସ୍ତେ ଜାଣନ୍ତି। ଘଟଣାକୁ କେବେ ବି ନିୟନ୍ତ୍ରଣରେ ରଖିହୁଏ ନାହିଁ।
ଅସ୍ଥାୟୀ ନିଯୁକ୍ତି
ନିକଟରେ ଦିଲ୍ଲୀ ପୋଲିସ କମିଶନର ଭାବେ ଅତିରିକ୍ତ ଦାୟିତ୍ୱରେ ବରିଷ୍ଠ ଆଇପିଏସ୍‌ ଅଧିକାରୀ ଏସ୍‌.ବି.କେ. ସିଂଙ୍କୁ ଅବସ୍ଥାପିତ କରାଯାଇଛି। ଏହା ନିଶ୍ଚିତ ଯେ, ଦିଲ୍ଲୀ ପୋଲିସର ଶୀର୍ଷ ପଦବୀଗୁଡ଼ିକରେ ବାହାରୁ ଆସି ବସିଯିବା ଘଟଣା ଅନେକ ବର୍ଷ ହେଲା ଗଡ଼ିଚାଲିଛି। ହେଲେ ଶେଷରେ ଏବେ ଏଜିଏମ୍‌ୟୁଟି କ୍ୟାଡର ଅଧିକାରୀମାନେ ସେମାନଙ୍କର ଜଣେ ନିଜ ଲୋକଙ୍କୁ ପଦବୀରେ ରହିବା ଦେଖିବାକୁ ପାଇଛନ୍ତି। ୧୯୮୮ ବ୍ୟାଚ୍‌ ଅଧିକାରୀ ସିଂ ବ୍ୟବସ୍ଥାକୁ ଭଲ ଭାବେ ଜାଣନ୍ତି ଓ ତାଙ୍କର ସଂସ୍ଥାଗତ ଅଭିଜ୍ଞତା ଅଛି। ଏଭଳି ନିଯୁକ୍ତିରୁ ଜଣାପଡ଼ୁଛି , ବ୍ୟବସ୍ଥା ତାହାର ପୁରୁଣା ଧାରାକୁ ଫେରୁଛି। କିନ୍ତୁ ଏଠାରେ ଏକ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ନିଯୁକ୍ତିରେ ଅତିରିକ୍ତ ଦାୟିତ୍ୱ, ୬ ମାସ କାର୍ଯ୍ୟକାଳ ଏବଂ ପାଖାପାଖିରେ ଅବସର ନେଉଥିବା ବିଷୟ ସମସ୍ତଙ୍କ ନଜରକୁ ଆସେନାହିଁ। କିନ୍ତୁ ଏସବୁ ସମସ୍ତେ ଅନୁଭବ କରୁଛନ୍ତି। ଯେଉଁମାନେ ଅତୀତର ଘଟଣାଗୁଡ଼ିକୁ ଦେଖିଥିବେ ସେମାନେ ଅସ୍ଥାୟୀ କମିଶନର ଏସ୍‌.ଏନ୍‌. ଶ୍ରୀବାସ୍ତବଙ୍କ କଥା ମନେରଖିଥିବେ, ଯାହାଙ୍କୁ ସେବାନିବୃତ୍ତିର ଠିକ୍‌ ପୂର୍ବରୁ ପଦୋନ୍ନତି ଦିଆଯାଇଥିଲା। ଏବେ ସୁଦ୍ଧା ସେଭଳି ଧାରାର ଅନ୍ତ ଘଟିନାହିଁ। ଏହାର ରହସ୍ୟ କ’ଣ? କାହିଁକି ଏଭଳି ଅସ୍ଥାୟୀ ବ୍ୟବସ୍ଥା? କେହି ଏହା ବିରୋଧରେ ସ୍ବର ଉଠାଉନାହାନ୍ତି। କିନ୍ତୁ ବାହାରକୁ ଜଣାଇବା ଲାଗି କେବଳ ନିଯୁକ୍ତି କରାଯାଉଥିବାବେଳେ ବାସ୍ତବରେ ବିବାଦ ବା ସମସ୍ୟାରୁ ଦୂରେଇ ରହିବାକୁ ତାହା କରାଯାଉଥିବା ଜଣାପଡ଼ୁଛି। ଅସ୍ଥାୟୀ ନିଯୁକ୍ତିରେ ଶୀର୍ଷ ପୋଲିସ ଅଧିକାରୀଙ୍କୁ ଯେତେବେଳେ ଏକ ସୀମିତ ସମୟରେ ଦାୟିତ୍ୱସମ୍ପନ୍ନ କରିବାକୁ ପଡ଼ିଥାଏ ସେତେବେଳେ ଏକ ଦୀର୍ଘ ମିଆଦୀ ଯୋଜନା କରିବା କଷ୍ଟକର ହୋଇପଡ଼େ। ତେବେ ଏବେ ଦିଲ୍ଲୀ ପୋଲିସକୁ ଜଣେ ଜଣାଶୁଣା ଅଧିକାରୀ ମିଳିଛି। ଏହା ସ୍ଥାୟୀ ନେତୃତ୍ୱ ହେଉଛି କି ନାହିଁ ତାହା ଆଗକୁ ଜଣାପଡ଼ିବ ।
ନେତୃତ୍ୱରେ ମହିଳା
ଭାରତୀୟ ବନସେବା (ଆଇଏଫ୍‌ଏସ୍‌) ସଂଘର ସାଧାରଣ ବୈଠକକୁ ନେଇ ଏବେ ଚର୍ଚ୍ଚା ଜାରି ରହିଛି। ପ୍ରଥମ ଥର ପାଇଁ ଏହାର ଜାତୀୟ କାର୍ଯ୍ୟକାରିଣୀରେ ସବୁ ମହିଳା ସ୍ଥାନ ପାଇଛନ୍ତି। ଏହା କେବଳ ଏକ ଛୋଟ ଖବର ଭାବେ ପ୍ରକାଶ ପାଇନାହିଁ, ବରଂ ଏକ ପ୍ରମୁଖ ପ୍ରବନ୍ଧ ଭାବେ ସ୍ଥାନିତ ହୋଇଛି। ସେବାରେ ବେଶ୍‌ ଜଣାଶୁଣା ତଥା ଜଣେ ସଫଳ ଅଧିକାରୀ ଭାବେ ଜ୍ୟୋତ୍ସ୍ନା ସିଟ୍‌ଲିଙ୍ଗ ଏବେ ପୃଷ୍ଠପୋଷକ ଭାବେ ରହିଛନ୍ତି। ଅନିତା କରଣ ସଭାପତି, ମୋନାଲିସା ଦାଶ ମହାସଚିବ ଅଛନ୍ତି। କାର୍ଯ୍ୟକାରିଣୀରେ ଥିବା ଅନ୍ୟ ଯୋଗ୍ୟ ମହିଳାମାନେ ହେଲେ ସୁରଭି ରାୟ, ସୁଭେନା ଠାକୁର ଏବଂ ଚେଷ୍ଟା ସିଂ। ଏହା କେବଳ ଏକ ଟିମ୍‌ ନୁହେଁ, ଏକ ଦକ୍ଷତା, ପ୍ରତିବଦ୍ଧତା ଏବଂ ସବୁ ଲିଙ୍ଗରେ ନେତୃତ୍ୱ ଦକ୍ଷତାର ଘୋଷଣା। ଏହି ମହିଳାମାନେ କେବଳ ଅମଲାତନ୍ତ୍ରୀ ନୁହନ୍ତି, ସେମାନେ ଦକ୍ଷତାର ସହ ପ୍ରକୃତ ଜଙ୍ଗଲରେ କାମ କରିଛନ୍ତି। ସେମାନେ ଜଙ୍ଗଲ ସଂରକ୍ଷଣର ନେତୃତ୍ୱରେ ରହି କାର୍ଯ୍ୟ କରିବା ସହ ବନାଗ୍ନି ନିୟନ୍ତ୍ରଣ ଏବଂ ପରିବେଶ ନୀତି ନିର୍ଦ୍ଧାରଣ କ୍ଷେତ୍ରରେ ପ୍ରମୁଖ ଭୂମିକା ନେଇଛନ୍ତି। ଏହି ସେବାରେ ଦୀର୍ଘଦିନରୁ ଖାକିଧାରୀ ପୁରୁଷଙ୍କ ପ୍ରାଧାନ୍ୟ ରହିଆସିଥିବାବେଳେ ଏହି ପରିବର୍ତ୍ତନ କିଛି କମ୍‌ କଥା ନୁହେଁ। ଏହା ମଧ୍ୟ ଠିକ୍‌ ସମୟରେ ହୋଇଛି। ଜଳବାୟୁ ସଙ୍କଟ ବୃଦ୍ଧିପାଇବା ସହ ଜୈବ ବିବଧତା କ୍ଷୟ ହେଉଥିବା ସମୟରେ ବନସେବା ଦୃଢ଼ ନେତୃତ୍ୱର ସହ କାମ କରିବା ଆବଶ୍ୟକ। ଏହି ଟିମ୍‌ ତାହା କରିବା ପାଇଁ ଅଗ୍ରସର ହେଉଥିବା ମନେହେଉଛି। ଏଣୁ ଭାରତୀୟ ବନସେବା ଇତିହାସ ରଚିଛି। କିନ୍ତୁ ସବୁଠୁ ଗୁରୁତ୍ୱପୂର୍ଣ୍ଣ ହେଉଛି,ଭବିଷ୍ୟତରେ ମଧ୍ୟ ଏହା ପୁଣି ଇତିହାସ ସୃଷ୍ଟିକରିପାରେ।
Email: dilipcherian@gmail.com

Share
Tags: odisha