ଶହୀଦଙ୍କ ମାଟିରେ ଶିକ୍ଷା ବ୍ୟବସ୍ଥା ବିପର୍ଯ୍ୟସ୍ତ

ବୈପାରିଗୁଡା,୨୧ା୧୧ (ଡି.ଏନ୍‌.ଏ.):ଶହୀଦ୍‌ ଲକ୍ଷ୍ମଣ ନାୟକ ଦେଶ ପାଇଁ ବଳି ଦେଇଥିଲେ। ମାତ୍ର ତାଙ୍କ ଜନ୍ମମାଟି କୋରାପୁଟ ଜିଲା ବୈପାରିଗୁଡା ବ୍ଲକର ତେନ୍ତୁଳିଗୁମ୍ମାରେ ହୋଇପାରିନି ଶିକ୍ଷାର ବିଶେଷ ବିକାଶ। ଏଠାରେ କଲ୍ୟାଣ ବିଭାଗ ଦ୍ବାରା ପରିଚାଳିତ ଆବାସିକ ବିଦ୍ୟାଳୟରେ ଶିକ୍ଷାବସ୍ଥା ବିପର୍ଯ୍ୟସ୍ତ ହୋଇପଡିଛି। ତେନ୍ତୁଳିଗୁମ୍ମାରେ ଶହୀଦ୍‌ ଲକ୍ଷ୍ମଣ ନାୟକଙ୍କ ନାମରେ ନାମିତ ସେବାଶ୍ରମ ବିଦ୍ୟାଳୟ ରହିଛି। ଏଠାରେ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପାଠ ପଢାଇବା ସହ ପିଲାଙ୍କ ରହିବା ଓ ଖାଇବା ବ୍ୟବସ୍ଥା କରାଯାଇଛି। ୨୧୨ ଜଣ ଛାତ୍ରୀଛାତ୍ର ଅଧ୍ୟୟନ କରୁଛନ୍ତି। ତେବେ ବ୍ଲକ ସଦର ମହକୁମାଠାରୁ ପ୍ରାୟ ୭୩ କି.ମି. ଦୂରତାରେ ଥିବା ତେନ୍ତୁଳିଗୁମ୍ମା ବ୍ଲକର ସେବାଶ୍ରମ ବିଦ୍ୟାଳୟକୁ ଯିବାକୁ ହେଲେ ମାଲକାନାଗିରି ଜିଲା ସୀମା ଭିତରେ ପଶି ଯିବାକୁ ପଡେ। ଏହି କାରଣରୁ ଉକ୍ତ ବିଦ୍ୟାଳୟରେ ନିୟୋଜିତ ଶିକ୍ଷକମାନେ ରହିବାକୁ ଇଚ୍ଛା କରନ୍ତି ନାହିଁ। ଏଠାରେ ଯୋଗ ଦେବାର ଅଳ୍ପ ଦିନ ମଧ୍ୟରେ ଯେମିତି ହେଉ ବଦଳି ହୋଇ ଅନ୍ୟତ୍ର ଚାଲିଯାଆନ୍ତି। ପ୍ରାୟ ଅନେକ ସମୟରେ ବିଦ୍ୟାଳୟରେ ଶିକ୍ଷକ ପଦବୀ ଖାଲି ପଡେ। ୨୦ ବର୍ଷ ତଳେ ଏଠାରେ ପ୍ରତିଷ୍ଠା ହୋଇଥିବା ଏକ ଘରୋଇ ବିଦ୍ୟୁତ୍‌ ଉପତ୍ାଦନ ପ୍ରକଳ୍ପ ମାଲିକଙ୍କ ନିକଟରେ ବିଦ୍ୟାଳୟରେ ଶିକ୍ଷକ ନିଯୁକ୍ତି ଲାଗି ଗ୍ରାମବାସୀ ପ୍ରସ୍ତାବ ଦେବାରୁ ସମ୍ପୃକ୍ତ ମାଲିକ ରାଜି ହୋଇ ସେବେଠାରୁ ବିଦ୍ୟାଳୟ କମିଟି ସୁପାରିଶରେ ସମ୍ପୃକ୍ତ କମ୍ପାନୀ ମାଲିକ ଶିକ୍ଷକ ନିୟୋଜିତ କରୁଛନ୍ତି। ସ୍ବଳ୍ପ ବେତନରେ ନିୟୋଜିତ ଏହି ଶିକ୍ଷକମାନେ ଅଣତାଲିପ୍ରାପ୍ତ ଏବଂ ଓଟିଇଟିରେ ପାସ କରି ନ ଥାନ୍ତି। ନିଯୁକ୍ତ ଶିକ୍ଷକମାନେ ସେମାନଙ୍କ ଇଛାରେ କାମ କରନ୍ତି। ଅନ୍ୟ କେଉଁଠି ଚାକିରି ମିଳିଲେ ବିଦ୍ୟାଳୟ ଛାଡି ଚାଲିଯାନ୍ତି। ବର୍ତ୍ତମାନ ବିଦ୍ୟାଳୟରେ ପ୍ରଧାନ ସେବକ ପଦବୀ ଖାଲି ପଡିଛି। ୩ ଜଣ ଶିକ୍ଷକଙ୍କ ମଧ୍ୟରୁ ଜଣଙ୍କୁ ଡେପୁଟେସନ୍‌ରେ ଅନ୍ୟତ୍ର ଯିବାକୁ ନିଦ୍ଦେର୍ର୍ଶ ଆସିଛି। ସେ ଚାଲିଗଲେ ଆଉ ରହିବେ ମାତ୍ର ୨ ଜଣ ଶିକ୍ଷକ ା ସେମାନଙ୍କ ମଧ୍ୟରୁ ଭାରପ୍ରାପ୍ତ ପ୍ରଧାନ ସେବକ ଅଧିକାଂଶ ସମୟରେ ବୈପାରିଗୁଡା ଅଥବା କୋରାପୁଟକୁ କୌଣସି ଅଫିସ୍‌ କାର୍ଯ୍ୟରେ ଗଲେ ଜଣେ ଶିକ୍ଷକରେ ପିଲାଙ୍କୁ ପାଠ ପଢାଇବା କଷ୍ଟକର ହୋଇପଡୁଛି। ଏ ସଂକ୍ରାନ୍ତରେ ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ସୂର୍ଯ୍ୟ ନାରାୟଣ ସାବତଙ୍କୁ ପଚାରିବାରୁ ଶିକ୍ଷକ ଅଭାବ ଯୋଗୁ ପାଠ ପଢାଇବାରେ ସମସ୍ୟା ହେଉଥିବା କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପିକ୍‌ଅପ୍‌ରୁ ଜବତ ହେଲା ପୁଳାପୁଳା ଟଙ୍କା

ପଦ୍ମପୁର,୧୯ା୪(ପ୍ରଦୀପ୍ତ ଦାଶ): ବରଗଡ଼ ଜିଲା ପଦ୍ମପୁର ଥାନା ପୋଲିସ ଶୁକ୍ରବାର ଏକ ପିକ୍‌ଅପ୍‌ରୁ ପୁଳାପୁଳା ଟଙ୍କା ଜବତ କରିଛି। ଗାଇସିଲେଟ -ପଦ୍ମପୁର ରାସ୍ତାର ଗଡ଼ଭାଟି ଛକରୁ...

ମହାନଦୀରେ ବୁଡିଲା ଡଙ୍ଗା: ଜଣେ ମୃତ, ୬ ନିଖୋଜ

ଝାରସୁଗୁଡା,୧୯।୪: ମହାନଦୀରେ ବୁଡିଲା ଡଙ୍ଗା। ଏଥିରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୬ ଜଣଙ୍କର ପତ୍ତା ମିଳୁନି। ଝାରସୁଗୁଡା ଜିଲା ଲଖନପୁର ବ୍ଲକ ଶରଧା ନିକଟ...

ବୃଦ୍ଧଙ୍କୁ ପଥରରେ ଛେଚି ହତ୍ୟା

ପାଇକମାଳ,୧୯ା୪(ବଡ଼ ଶତପଥୀ): ବରଗଡ଼ ଜିଲା ପାଇକମାଳ ବ୍ଲକ ଅନ୍ତର୍ଗତ ଭୁବନେଶ୍ୱରପୁର(ଚେରିମୁଣ୍ଡା) ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ଜଣେ ୬୫ ବର୍ଷର ବୃଦ୍ଧଙ୍କୁ ପଥରରେ ଛେଚି...

ଗଞ୍ଜେଇ ଚାଲାଣକାରୀଙ୍କୁ ୧୦ ବର୍ଷ ଜେଲ

ବ୍ରହ୍ମପୁର,୧୯।୪(ସୁବାସ ଚନ୍ଦ୍ର ପାଢ଼ୀ): ଅତିରିକ୍ତ ଜିଲା ଦୌରା ଜଜ୍‌(ଏଡିଜେ)-୩ ଡ. ଇନ୍ଦୁ ଶର୍ମା ଶୁକ୍ରବାର ଦୁଇ ଗଞ୍ଜେଇ ଚାଲାଣକାରୀଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି। ସେମାନେ ହେଲେ...

ପୋଲିସ ପରିଚୟ ଦେଇ ଲକ୍ଷାଧିକ ଟଙ୍କା ଲୁଟିନେଲେ ଦୁର୍ବୃତ୍ତ

କଟକ,୧୯ା୪(କାର୍ତ୍ତିକ ସାହୁ): ପୋଲିସ ପରିଚୟ ଦେଇ ଦୁଇ ଜଣଙ୍କଠାରୁ ଲକ୍ଷାଧିକ ଟଙ୍କା ଲୁଟିନେଇଛନ୍ତି ଦୁର୍ବୃତ୍ତ। ଦୁଇଜଣଙ୍କଠାରୁ ଦୁର୍ବୃତ୍ତମାନେ ସାଢ଼େ ୩ ଲକ୍ଷ ଟଙ୍କା ଲୁଟି ନେଇଛନ୍ତି।...

ଭିଜିଲାନ୍ସ ଜାଲରେ କିରାଣି

ବୌଦ୍ଧ,୧୯ା୪(ଅଜିତ ବାରିକ): ବୌଦ୍ଧ ଜିଲା ହରଭଙ୍ଗା ବ୍ଲକ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟର ବରିଷ୍ଠ କିରାଣି ରବୀନ୍ଦ୍ର ନାଥ ପାଢ଼ୀ ୨୦ ହଜାର ଟଙ୍କା ଲାଞ୍ଚ ନେଉଥିବାବେଳେ ବୌଦ୍ଧ...

ପୋଲିସ ଅଧିକାରୀଙ୍କୁ ଭର୍ତ୍ତୃହରିଙ୍କ ଦୁର୍ବ୍ୟବହାର ମାମଲା: କୋର୍ଟରେ ହାଜର ହେଲେ ଅମିତାଭ

କଟକ,୧୯।୪(କାର୍ତ୍ତିକ ସାହୁ): କଟକ ଏମ୍‌ପି ଭର୍ତ୍ତୃହରି ମହତାବ ପୋଲିସ ଅଧିକାରୀଙ୍କୁ ଦୁର୍ବ୍ୟବହାର କରିବା ମାମଲା ପୁଣି ଉଠିଛି। କଟକ ଜେଏମ୍‌ଏଫ୍‌ସି ଅଦାଲତରେ ଶୁକ୍ରବାର ସାକ୍ଷ୍ୟ ଗ୍ରହଣ...

ନାମାଙ୍କନପତ୍ର ଦାଖଲ କଲେ କୋରାପୁଟ କଂଗ୍ରେସ ଏମ୍‌ପି ପ୍ରାର୍ଥୀ

କୋରାପୁଟ,୧୯ା୪(ଅମିତାଭ ବେହେରା): ଶୁକ୍ରବାର ମଧ୍ୟାହ୍ନରେ କୋରାପୁଟ ଜିଲାପାଳ ଭି. କୀର୍ତ୍ତି ଭାସନଙ୍କ ନିକଟରେ କଂଗ୍ରେସର କୋରାପୁଟ ଏମ୍‌ପି ପ୍ରାର୍ଥୀ ସପ୍ତଗିରି ଶଙ୍କର ଉଲାକା ନାମାଙ୍କନପତ୍ର ଦାଖଲ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri