ଶହୀଦଙ୍କ ମାଟିରେ ଶିକ୍ଷା ବ୍ୟବସ୍ଥା ବିପର୍ଯ୍ୟସ୍ତ

ବୈପାରିଗୁଡା,୨୧ା୧୧ (ଡି.ଏନ୍‌.ଏ.):ଶହୀଦ୍‌ ଲକ୍ଷ୍ମଣ ନାୟକ ଦେଶ ପାଇଁ ବଳି ଦେଇଥିଲେ। ମାତ୍ର ତାଙ୍କ ଜନ୍ମମାଟି କୋରାପୁଟ ଜିଲା ବୈପାରିଗୁଡା ବ୍ଲକର ତେନ୍ତୁଳିଗୁମ୍ମାରେ ହୋଇପାରିନି ଶିକ୍ଷାର ବିଶେଷ ବିକାଶ। ଏଠାରେ କଲ୍ୟାଣ ବିଭାଗ ଦ୍ବାରା ପରିଚାଳିତ ଆବାସିକ ବିଦ୍ୟାଳୟରେ ଶିକ୍ଷାବସ୍ଥା ବିପର୍ଯ୍ୟସ୍ତ ହୋଇପଡିଛି। ତେନ୍ତୁଳିଗୁମ୍ମାରେ ଶହୀଦ୍‌ ଲକ୍ଷ୍ମଣ ନାୟକଙ୍କ ନାମରେ ନାମିତ ସେବାଶ୍ରମ ବିଦ୍ୟାଳୟ ରହିଛି। ଏଠାରେ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପାଠ ପଢାଇବା ସହ ପିଲାଙ୍କ ରହିବା ଓ ଖାଇବା ବ୍ୟବସ୍ଥା କରାଯାଇଛି। ୨୧୨ ଜଣ ଛାତ୍ରୀଛାତ୍ର ଅଧ୍ୟୟନ କରୁଛନ୍ତି। ତେବେ ବ୍ଲକ ସଦର ମହକୁମାଠାରୁ ପ୍ରାୟ ୭୩ କି.ମି. ଦୂରତାରେ ଥିବା ତେନ୍ତୁଳିଗୁମ୍ମା ବ୍ଲକର ସେବାଶ୍ରମ ବିଦ୍ୟାଳୟକୁ ଯିବାକୁ ହେଲେ ମାଲକାନାଗିରି ଜିଲା ସୀମା ଭିତରେ ପଶି ଯିବାକୁ ପଡେ। ଏହି କାରଣରୁ ଉକ୍ତ ବିଦ୍ୟାଳୟରେ ନିୟୋଜିତ ଶିକ୍ଷକମାନେ ରହିବାକୁ ଇଚ୍ଛା କରନ୍ତି ନାହିଁ। ଏଠାରେ ଯୋଗ ଦେବାର ଅଳ୍ପ ଦିନ ମଧ୍ୟରେ ଯେମିତି ହେଉ ବଦଳି ହୋଇ ଅନ୍ୟତ୍ର ଚାଲିଯାଆନ୍ତି। ପ୍ରାୟ ଅନେକ ସମୟରେ ବିଦ୍ୟାଳୟରେ ଶିକ୍ଷକ ପଦବୀ ଖାଲି ପଡେ। ୨୦ ବର୍ଷ ତଳେ ଏଠାରେ ପ୍ରତିଷ୍ଠା ହୋଇଥିବା ଏକ ଘରୋଇ ବିଦ୍ୟୁତ୍‌ ଉପତ୍ାଦନ ପ୍ରକଳ୍ପ ମାଲିକଙ୍କ ନିକଟରେ ବିଦ୍ୟାଳୟରେ ଶିକ୍ଷକ ନିଯୁକ୍ତି ଲାଗି ଗ୍ରାମବାସୀ ପ୍ରସ୍ତାବ ଦେବାରୁ ସମ୍ପୃକ୍ତ ମାଲିକ ରାଜି ହୋଇ ସେବେଠାରୁ ବିଦ୍ୟାଳୟ କମିଟି ସୁପାରିଶରେ ସମ୍ପୃକ୍ତ କମ୍ପାନୀ ମାଲିକ ଶିକ୍ଷକ ନିୟୋଜିତ କରୁଛନ୍ତି। ସ୍ବଳ୍ପ ବେତନରେ ନିୟୋଜିତ ଏହି ଶିକ୍ଷକମାନେ ଅଣତାଲିପ୍ରାପ୍ତ ଏବଂ ଓଟିଇଟିରେ ପାସ କରି ନ ଥାନ୍ତି। ନିଯୁକ୍ତ ଶିକ୍ଷକମାନେ ସେମାନଙ୍କ ଇଛାରେ କାମ କରନ୍ତି। ଅନ୍ୟ କେଉଁଠି ଚାକିରି ମିଳିଲେ ବିଦ୍ୟାଳୟ ଛାଡି ଚାଲିଯାନ୍ତି। ବର୍ତ୍ତମାନ ବିଦ୍ୟାଳୟରେ ପ୍ରଧାନ ସେବକ ପଦବୀ ଖାଲି ପଡିଛି। ୩ ଜଣ ଶିକ୍ଷକଙ୍କ ମଧ୍ୟରୁ ଜଣଙ୍କୁ ଡେପୁଟେସନ୍‌ରେ ଅନ୍ୟତ୍ର ଯିବାକୁ ନିଦ୍ଦେର୍ର୍ଶ ଆସିଛି। ସେ ଚାଲିଗଲେ ଆଉ ରହିବେ ମାତ୍ର ୨ ଜଣ ଶିକ୍ଷକ ା ସେମାନଙ୍କ ମଧ୍ୟରୁ ଭାରପ୍ରାପ୍ତ ପ୍ରଧାନ ସେବକ ଅଧିକାଂଶ ସମୟରେ ବୈପାରିଗୁଡା ଅଥବା କୋରାପୁଟକୁ କୌଣସି ଅଫିସ୍‌ କାର୍ଯ୍ୟରେ ଗଲେ ଜଣେ ଶିକ୍ଷକରେ ପିଲାଙ୍କୁ ପାଠ ପଢାଇବା କଷ୍ଟକର ହୋଇପଡୁଛି। ଏ ସଂକ୍ରାନ୍ତରେ ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ସୂର୍ଯ୍ୟ ନାରାୟଣ ସାବତଙ୍କୁ ପଚାରିବାରୁ ଶିକ୍ଷକ ଅଭାବ ଯୋଗୁ ପାଠ ପଢାଇବାରେ ସମସ୍ୟା ହେଉଥିବା କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପାହାଡିଆ ରାସ୍ତାରେ ଜୀବନ: ପଡିଯାଇ ବାହାରିପଡିଲା ଛାତ୍ରଙ୍କ ଅନ୍ତନଳୀ

ମୋହନା,୨୧ା୮(ମନ୍ମଥ ମିଶ୍ର): ଗଞ୍ଜାମ ଓ ଗଜପତି ଜିଲା ସୀମାନ୍ତରେ ରହିଛି ଧରାକୋଟ ବ୍ଲକର ତାନାର୍ଜିପଲ୍ଲୀ ଗାଁ। ବିଦ୍ୟାଳୟକୁ ବାଲିପଦର ଗ୍ରାମକୁ ୫ କି.ମି. ଛାତ୍ରୀଛାତ୍ରଙ୍କୁ ପାହାଡିଆ, ପଥୁରିଆ…

ତୁମ୍ଭେଶ୍ୱର ଗଣେଶ ପୂଜା କମିଟି ପକ୍ଷରୁ ଶୁଭସ୍ଥମ୍ଭ ସ୍ଥାପନ

ଭଞ୍ଜନଗର, ୨୧।୮ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ମୁଜାଗଡ଼ ଗ୍ରାମର ପୁରାତନ ତଥା ୨୫ ବର୍ଷର ତୁମ୍ଭେଶ୍ୱର ଗଣେଶ ପୂଜା କମିଟି ପକ୍ଷରୁ ଆସନ୍ତା…

ଆନ୍ଧ୍ରପ୍ରଦେଶରୁ ୫ ବନ୍ଧକ ଶ୍ରମିକଙ୍କୁ ଉଦ୍ଧାର କଲା ପୋଲିସ

ପାରଳାଖେମୁଣ୍ଡି/ମୋହନା,୨୧ା୮(ଗିରିଧାରୀ ପରିଚ୍ଛା/ମନ୍ମଥ ମିଶ୍ର): ଆନ୍ଧ୍ରପ୍ରଦେଶକୁ କାମ କରିବାକୁ ଯାଇ ଜଣେ ମାଲିକଙ୍କ ନିକଟରେ ବନ୍ଧକ ଥିବା ୫ ଜଣ ଶ୍ରମିକଙ୍କୁ ଗଜପତି ଜିଲା ପୋଲିସ ଉଦ୍ଧାର କରି…

କ୍ଷେତମୁଣ୍ଡଳି ରାସ୍ତାରେ ୨ କଲରାପତରିଆ ବାଘ ଛୁଆ: ଘୁମୁସର ଉତ୍ତର ବନଖଣ୍ଡରେ ବଢ଼ୁଛି ବନ୍ୟପ୍ରାଣୀଙ୍କ ଚଳପ୍ରଚଳ

ଭଞ୍ଜନଗର, ୨୧।୮ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଘୁମୁସର ଉତ୍ତର ବନଖଣ୍ଡ ଅନ୍ତର୍ଗତ କ୍ଷେତମୁଣ୍ଡଳି-ତିରିକୁପା ରାସ୍ତାରେ ଶୁକ୍ରବାର ସନ୍ଧ୍ୟାରେ ଦୁଇଟି କଲରାପତରିଆ ବାଘ ଛୁଆ ରାସ୍ତା…

ଧରିତ୍ରୀ ପ୍ରଭାବ: ବାପାଙ୍କ ଦଶାହ କାର୍ଯ୍ୟପାଇଁ  ଝିଅପୁଅ ଗାଁ ଲୋକଙ୍କୁ ଭିକ୍ଷା ମାଗିବା ଘଟଣା, ଅସହାୟ ପରିବାରଙ୍କୁ ମିଳିଲା …

ଦିଗପହଣ୍ଡି,୨୧|୮(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଗୌଡ଼ଗାଁ ନୂଆସାହିର ଗୋବିନ୍ଦ ମହାରଣା(୪୯)ଙ୍କ ୧୫ ତାରିଖ ବିଳମ୍ବିତ ରାତିରେ ଆକସ୍ମିକ ମୃତ୍ୟୁ ଘଟିଥିଲା। ଗୋବିନ୍ଦଙ୍କ ମୃତ୍ୟୁପରେ…

ଟୁରିଷ୍ଟ ବସ୍‌ରେ ଯାତ୍ରୀ ନେବା ପଡ଼ିଲା ମହଙ୍ଗା

କୋକସରା,୨୧।୮(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଳକ ବିଜୁ ଏକ୍ସପ୍ରେସ ୱେ ଏବଂ ୨୬ ନମ୍ବର ଜାତୀୟ ରାଜପଥରେ ୧୫ରୁ ଊଦ୍ଦର୍‌ବ ଟୁରିଷ୍ଟ ବସ୍‌ ବେଆଇନ…

ଘରପଟ୍ଟା ପାଇଁ ତହସିଲଦାରଙ୍କ ଦ୍ୱାରସ୍ଥ ହେଲେ ବଳଦିଆଡ଼ିହ ଗ୍ରାମବାସୀ

ଗଞ୍ଜାମ,୨୧ା୮(ବିଦ୍ୟାଧର ସାହୁ): ଗଞ୍ଚାମ ବ୍ଲକ୍‌ ହୁମା ପଞ୍ଚାୟତ ଅନ୍ତର୍ଗତ ବଳଦିଆଡ଼ିହ ଗ୍ରାମର ଗ୍ରାମବାସୀମାନେ ହୁମା ପଞ୍ଚାୟତର ସମିତି ସଭ୍ୟ ଧ୍ରୁବ ଚରଣ ସାହୁଙ୍କ ନେତୃତ୍ୱରେ ଗଞ୍ଜାମ ତହସିଲଦାର…

ପ୍ରଧାନ ଶିକ୍ଷକଙ୍କ ବାଇକରେ ଥିବା ମଦ ବୋତଲ ଭାଇରାଲ: ପ୍ରଧନଶିକ୍ଷକ ନିଲମ୍ବିତ

ପାତ୍ରପୁର,୨୧ା୮(ଉମା ଚରଣ ନେପାକ): ଗଞ୍ଜାମ ଜିଲା ପାତ୍ରପୁର ବ୍ଲକ ତୁରୁବୁଡି ପଞ୍ଚାୟତ ନୂଆଗଡ଼ ପ୍ରାଥମିକ ବିଦ୍ୟାଳୟ ଛାତ୍ରୀଛାତ୍ରଙ୍କୁ ଗତ ଦୁଇ ଦିନ ହେଲା ମଧ୍ୟାହ୍ନ ଭୋଜନ ମିଳୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri