ଇସିଏଲ୍‌ଜିଏସ୍‌ ସୀମା ବଢ଼ିଲା

ନୂଆଦିଲ୍ଲୀ: କୋଭିଡ୍‌-୧୯ ଦ୍ୱିତୀୟ ଲହର ଯୋଗୁ ବଜାର ବର୍ତ୍ତମାନ ପ୍ରଭାବିତ ହୋଇରହିଛି। ଏହି ପ୍ରଭାବକୁ କମାଇବା ଲାଗି ରାଷ୍ଟ୍ରାୟତ୍ତ ବ୍ୟାଙ୍କଗୁଡିକ ମିଳିତ ହୋଇ କାମ କରିବେ। ବ୍ୟାଙ୍କଗୁଡିକ ବିଭିନ୍ନ ଋଣ ପ୍ରଡକ୍ଟ ଏବଂ ଅନ୍ୟ ସହାୟତା ପଦକ୍ଷେପ ଯୋଗାଇ ଦେବେ ବୋଲି ଏକ ଭର୍ଚୁଆଲ ବୈଠକରେ ଏସ୍‌ବିଆଇ ଅଧ୍ୟକ୍ଷ ଦୀନେଶ ଖାରା, ଆଇବିଏ ଅଧ୍ୟକ୍ଷ ରାଜ କିରନ ରାୟ ଏବଂ ଆଇବିଏ ମୁଖ୍ୟ କାର୍ଯ୍ୟନିର୍ବାହୀ ସୁନୀଲ ମେହେଟ୍ଟା ସୂଚନା ଦେଇଛନ୍ତି।
ସରକାର ବର୍ତ୍ତମାନ ଏମର୍ଜେନ୍ସି କ୍ରେଡିଟ୍‌ ଲାଇନ ଗ୍ୟାରେଣ୍ଟି ସ୍କିମ(ଇସିଏଲ୍‌ଜିଏସ୍‌) ସୀମାକୁ ବଢ଼ାଇଛନ୍ତି। ଏଥିରେ ହସ୍ପିଟାଲ, ନର୍ସିଂ ହୋମ ଏବଂ କ୍ଲିନିକଗୁଡିକ ଅନସାଇଟ ଅକ୍ସିଜେନ ଜେନେରେଶନ ପ୍ଲାଣ୍ଟ ସ୍ଥାପନ କ୍ଷେତ୍ରରେ ୨ କୋଟି ଟଙ୍କା ପର୍ଯ୍ୟନ୍ତ ଋଣ ଉପରେ ଏନ୍‌ସିଜିଟିସି ପକ୍ଷରୁ ୧୦୦% ଗ୍ୟାରେଣ୍ଟି କଭର ଲାଭ କରିବେ। ଇସିଏଲ୍‌ଜିସି ସୀମାକୁ ସେପ୍ଟେମ୍ବର ଯାଏ ବଢାଯାଇଛି। ଏହି କ୍ଷେତ୍ରରେ ଋଣ ଯୋଗାଣକୁ ଚଳିତ ବର୍ଷ ଶେଷ ଯାଏ ଅନୁମତି ଦିଆଯାଇଛି। ବ୍ୟାଙ୍କଗୁଡିକ ବର୍ଦ୍ଧିତ ଇସିଏଲ୍‌ଜିଏସ୍‌ ପଦକ୍ଷେପକୁ କାର୍ଯ୍ୟକାରୀ କରାଇବେ। ସ୍ବାସ୍ଥ୍ୟ ଭିତ୍ତିଭୂମିରେ କାମ କରୁଥିବା ବାଣିଜ୍ୟ ସଂସ୍ଥାଗୁଡିକୁ ଋଣ ଯୋଗାଣ ତ୍ୱରାନ୍ବିତ କରାଯିବ। ସେହିଭଳି କୋଭିଡ୍‌ ଚିକିତ୍ସା ଖର୍ଚ୍ଚ କ୍ଷେତ୍ରରେ ଋଣ ସହାୟତା ଦେବା ଉପରେ ବ୍ୟାଙ୍କ କାର୍ଯ୍ୟ କରିବେ। ଆର୍‌ବିଆଇର ଋଣ ସମାଧାନ ପଦକ୍ଷେପ ୨.୦କୁ ନିରନ୍ତର ଲାଗୁ କରିବା ଲାଗି ବ୍ୟାଙ୍କ କାର୍ଯ୍ୟ କରିବେ। ଏଥିରେ ୨୫ କୋଟି ଟଙ୍କା ପର୍ଯ୍ୟନ୍ତ ଋଣ ରିଷ୍ଟକ୍ରଚର ବା ପୁନର୍ଗଠନ ପ୍ରକ୍ରିୟା ଆରମ୍ଭ କରାଯାଇଥିବା ସୂଚନା ମିଳିଛି।
ଆର୍‌ବିଆଇ ନିୟମ ଅନୁସାରେ ବ୍ୟାଙ୍କ କୋଭିଡ୍‌ ଲୋନ ବୁକ୍‌ ପ୍ରସ୍ତୁତ କରିବେ। ଭାକ୍ସିନ ମାନୁଫାକ୍‌ଚର, ହସ୍ପିଟାଲ, ଡିସପେନ୍‌ସାରି, ପାଥୋଲାବ୍‌, ମାନୁଫାକଚର, ଅକ୍ସିଜେନ ଯୋଗାଣକାରୀଙ୍କ ଭଳି କୋଭିଡ୍‌ ସ୍ବାସ୍ଥ୍ୟ ଭିତ୍ତିଭୂମିରେ କାମ କରୁଥିବା ସଂସ୍ଥାଗୁଡିକୁ ଋଣ ସହାୟତା ଯୋଗାଣ କରାଯିବ। ନୂଆ ହେଲ୍‌ଥ ଫାସିଲିଟି ସ୍ଥାପନ, ସମ୍ପ୍ରସାରଣ ଏବଂ ହେଲ୍‌ଥକେୟାର ପ୍ରଡକ୍ଟ ମାନୁଫାକ୍‌ଚରିଂ ଲାଗି ୧୦୦ କୋଟି ଟଙ୍କା ପର୍ଯ୍ୟନ୍ତ ଋଣ, କୋଭିଡ୍‌ ଚିକିତ୍ସା ଲାଗି ବିଭିନ୍ନ ବର୍ଗରେ ୨୫ହଜାର ଟଙ୍କାରୁ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ମିଳିବ। ରିହାତି ସୁଧହାରରେ ଏହି ସବୁ ଋଣ ବ୍ୟାଙ୍କ ପ୍ରଦାନ କରିବେ।


Enter your email to get our daily news in your inbox.

All Right Reserved By Dharitri.Com

ଯୁଦ୍ଧ ଭିତରେ ଭାରତ ଠାରୁ ମିସାଇଲ କିଣିଲା ଆମେରିକା, ବିଶ୍ୱରେ ଚହଳ…

ନୂଆଦିଲ୍ଲୀ,୫।୪: ୨୦୨୫-୨୬ ଆର୍ଥିକ ବର୍ଷରେ ଭାରତର ପ୍ରତିରକ୍ଷା ରପ୍ତାନି ସର୍ୱକାଳୀନ ସର୍ୱାଧିକ ସ୍ତରରେ ପହଞ୍ଚିଛି। ଏହା ବିଶ୍ୱ ଅସ୍ତ୍ରଶସ୍ତ୍ର ବଜାରରେ ଭାରତର ବର୍ଦ୍ଧିତ ଉପସ୍ଥିତିକୁ ସ୍ପଷ୍ଟ କରେ।…

ପ୍ରକୃତ ଉଦ୍ୟୋଗୀ କେବଳ ନିଜ ପାଇଁ ସମ୍ପତ୍ତି ସୃଷ୍ଟି କରନ୍ତି ନାହିଁ

ଭାଲଚନ୍ଦ୍ର ମହାନ୍ତି ଜଣେ ପ୍ରଥମ ପିଢିର ଓଡ଼ିଆ ଉଦ୍ୟୋଗୀ ଏବଂ ଓରିକ୍ଲିନ୍‌ ପ୍ରାଇଭେଟ୍‌ ଲିମିଟେଡ୍‌ର ପରିଚାଳନା ନିର୍ଦ୍ଦେଶକ। ୧୯୯୦ ମସିହାରେ କମ୍ପାନୀ ପ୍ରତିଷ୍ଠା ହେବା ପରଠାରୁ ସେ…

ଧନୀ ହେବାକୁ ଛାହୁଁଥିଲେ, ଛାଡ଼ନ୍ତୁ ଏହି ୫ ଅଭ୍ୟାସ: ନଚେତ୍‌ ପଡ଼ିବ ଅଭାବ

ମଧ୍ୟବିତ୍ତ ବର୍ଗର ଲୋକମାନେ ପ୍ରାୟତଃ ଭାବନ୍ତି, ବେଳେବେଳେ ହଠାତ୍‌ ସେମାନଙ୍କର ଆର୍ଥିକ ସଙ୍କଟ ଆସିଯାଉଛି; କିନ୍ତୁ ଏହା ବାସ୍ତବରେ ନୁହେଁ। ଏହା ଏକ ପରିସ୍ଥିତି ଯାହା ଧୀରେ…

ଏକାଗ୍ରତା ଆଣେ ସଫଳତା: ସୁରେଶଙ୍କ ସହ ସ୍ବତନ୍ତ୍ର ସାକ୍ଷାତ୍‌କାର

ହାଇଟେକ୍‌ ଗ୍ରୁପ୍‌ ଅଫ୍‌ ଇନ୍‌ଷ୍ଟିଚ୍ୟୁଶନର ମ୍ୟାନେଜିଂ ଟ୍ରଷ୍ଟି ତଥା ସିଇଓ ସୁରେଶ କୁମାର ପାଣିଗ୍ରାହୀ ଜଣେ ଉଦ୍ୟୋଗୀ ଏବଂ ଶିକ୍ଷାବିତ୍‌ ଭାବରେ ଅନୁଷ୍ଠାନ ଆରମ୍ଭରୁ ଏହାର ଭିତ୍ତିଭୂମିକୁ…

ସରକାରଙ୍କ ବଡ଼ ଘୋଷଣା! ବଦଳିବ ସୁନା କିଣିବା ନିୟମ, ଜାଣନ୍ତୁ ଗ୍ରାହକଙ୍କ ଉପରେ କ’ଣ ପ୍ରଭାବ ପଡ଼ିବ…

ନୂଆଦିଲ୍ଲୀ,୪।୪: ସରକାର ସୁନା କ୍ରୟ ସମ୍ବନ୍ଧୀୟ ନିୟମଗୁଡ଼ିକୁ ଆହୁରି କଠୋର କରିବାକୁ ଯାଉଛନ୍ତି। ଏହି ପଦକ୍ଷେପର ଅଂଶ ସ୍ବରୂପ, ହଲମାର୍କିଂର ଅପବ୍ୟବହାର ବିଷୟରେ ବଢ଼ୁଥିବା ଚିନ୍ତାକୁ ଦୂର…

ଇଣ୍ଡକ୍ସନରେ ରୋଷେଇ କରୁଛନ୍ତି କି? ଭୁଲରେ ବି କରନ୍ତୁ ନାହିଁ ଏହି ୫ ଜିନିଷ ରୋଷେଇ, ନଚେତ…

ନୂଆଦିଲ୍ଲୀ,୩।୪: ମଧ୍ୟପ୍ରାଚ୍ୟରେ ଜାରି ରହିଥିବା ଯୁଦ୍ଧ ପରିସ୍ଥିତିର ପ୍ରଭାବ ଏବେ ଭାରତୀୟ ରୋଷେଇ ଘର ପର୍ଯ୍ୟନ୍ତ ପହଞ୍ଚିଛି। ତୈଳ ଏବଂ ଗ୍ୟାସ ଯୋଗାଣ ବାଧାପ୍ରାପ୍ତ ହେବା ଯୋଗୁଁ…

ନମ୍ବର ସେଭ୍‌ ନ କରି କରିପାରିବେ WhatsAppରେ ଚାଟ୍‌, ଅନେକେ ଜାଣନ୍ତି ନାହିଁ ଏହି ସିକ୍ରେଟ୍‌…

ନୂଆଦିଲ୍ଲୀ,୩।୪: ସାଧାରଣତଃ ହାଟ୍ସଆପରେ କାହା ସହିତ କଥା ହେବାକୁ ହେଲେ ଆମକୁ ପ୍ରଥମେ ସେହି ବ୍ୟକ୍ତିଙ୍କ ନମ୍ବର ନିଜ ଫୋନରେ ସେଭ କରିବାକୁ ପଡ଼ିଥାଏ। କିନ୍ତୁ ଅନେକ…

ପ୍ରପର୍ଟି କାଗଜପତ୍ର ନାହିଁ, ତଥାପି ମିଳିପାରିବ ହୋମ୍‌ ଲୋନ୍‌? ଜାଣନ୍ତୁ କ’ଣ କହୁଛି ବ୍ୟାଙ୍କ ନିୟମ

ନୂଆଦିଲ୍ଲୀ,୩।୪: ନିଜର ଏକ ସୁନ୍ଦର ଘରଟିଏ କରିବା ସମସ୍ତଙ୍କର ସ୍ବପ୍ନ ଥାଏ। ଏହି ସ୍ବପ୍ନକୁ ସାକାର କରିବାରେ ‘ହୋମ ଲୋନ୍‌’ ବା ଗୃହ ଋଣ ଏକ ମୁଖ୍ୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri