ଇସିଏଲ୍‌ଜିଏସ୍‌ ସୀମା ବଢ଼ିଲା

ନୂଆଦିଲ୍ଲୀ: କୋଭିଡ୍‌-୧୯ ଦ୍ୱିତୀୟ ଲହର ଯୋଗୁ ବଜାର ବର୍ତ୍ତମାନ ପ୍ରଭାବିତ ହୋଇରହିଛି। ଏହି ପ୍ରଭାବକୁ କମାଇବା ଲାଗି ରାଷ୍ଟ୍ରାୟତ୍ତ ବ୍ୟାଙ୍କଗୁଡିକ ମିଳିତ ହୋଇ କାମ କରିବେ। ବ୍ୟାଙ୍କଗୁଡିକ ବିଭିନ୍ନ ଋଣ ପ୍ରଡକ୍ଟ ଏବଂ ଅନ୍ୟ ସହାୟତା ପଦକ୍ଷେପ ଯୋଗାଇ ଦେବେ ବୋଲି ଏକ ଭର୍ଚୁଆଲ ବୈଠକରେ ଏସ୍‌ବିଆଇ ଅଧ୍ୟକ୍ଷ ଦୀନେଶ ଖାରା, ଆଇବିଏ ଅଧ୍ୟକ୍ଷ ରାଜ କିରନ ରାୟ ଏବଂ ଆଇବିଏ ମୁଖ୍ୟ କାର୍ଯ୍ୟନିର୍ବାହୀ ସୁନୀଲ ମେହେଟ୍ଟା ସୂଚନା ଦେଇଛନ୍ତି।
ସରକାର ବର୍ତ୍ତମାନ ଏମର୍ଜେନ୍ସି କ୍ରେଡିଟ୍‌ ଲାଇନ ଗ୍ୟାରେଣ୍ଟି ସ୍କିମ(ଇସିଏଲ୍‌ଜିଏସ୍‌) ସୀମାକୁ ବଢ଼ାଇଛନ୍ତି। ଏଥିରେ ହସ୍ପିଟାଲ, ନର୍ସିଂ ହୋମ ଏବଂ କ୍ଲିନିକଗୁଡିକ ଅନସାଇଟ ଅକ୍ସିଜେନ ଜେନେରେଶନ ପ୍ଲାଣ୍ଟ ସ୍ଥାପନ କ୍ଷେତ୍ରରେ ୨ କୋଟି ଟଙ୍କା ପର୍ଯ୍ୟନ୍ତ ଋଣ ଉପରେ ଏନ୍‌ସିଜିଟିସି ପକ୍ଷରୁ ୧୦୦% ଗ୍ୟାରେଣ୍ଟି କଭର ଲାଭ କରିବେ। ଇସିଏଲ୍‌ଜିସି ସୀମାକୁ ସେପ୍ଟେମ୍ବର ଯାଏ ବଢାଯାଇଛି। ଏହି କ୍ଷେତ୍ରରେ ଋଣ ଯୋଗାଣକୁ ଚଳିତ ବର୍ଷ ଶେଷ ଯାଏ ଅନୁମତି ଦିଆଯାଇଛି। ବ୍ୟାଙ୍କଗୁଡିକ ବର୍ଦ୍ଧିତ ଇସିଏଲ୍‌ଜିଏସ୍‌ ପଦକ୍ଷେପକୁ କାର୍ଯ୍ୟକାରୀ କରାଇବେ। ସ୍ବାସ୍ଥ୍ୟ ଭିତ୍ତିଭୂମିରେ କାମ କରୁଥିବା ବାଣିଜ୍ୟ ସଂସ୍ଥାଗୁଡିକୁ ଋଣ ଯୋଗାଣ ତ୍ୱରାନ୍ବିତ କରାଯିବ। ସେହିଭଳି କୋଭିଡ୍‌ ଚିକିତ୍ସା ଖର୍ଚ୍ଚ କ୍ଷେତ୍ରରେ ଋଣ ସହାୟତା ଦେବା ଉପରେ ବ୍ୟାଙ୍କ କାର୍ଯ୍ୟ କରିବେ। ଆର୍‌ବିଆଇର ଋଣ ସମାଧାନ ପଦକ୍ଷେପ ୨.୦କୁ ନିରନ୍ତର ଲାଗୁ କରିବା ଲାଗି ବ୍ୟାଙ୍କ କାର୍ଯ୍ୟ କରିବେ। ଏଥିରେ ୨୫ କୋଟି ଟଙ୍କା ପର୍ଯ୍ୟନ୍ତ ଋଣ ରିଷ୍ଟକ୍ରଚର ବା ପୁନର୍ଗଠନ ପ୍ରକ୍ରିୟା ଆରମ୍ଭ କରାଯାଇଥିବା ସୂଚନା ମିଳିଛି।
ଆର୍‌ବିଆଇ ନିୟମ ଅନୁସାରେ ବ୍ୟାଙ୍କ କୋଭିଡ୍‌ ଲୋନ ବୁକ୍‌ ପ୍ରସ୍ତୁତ କରିବେ। ଭାକ୍ସିନ ମାନୁଫାକ୍‌ଚର, ହସ୍ପିଟାଲ, ଡିସପେନ୍‌ସାରି, ପାଥୋଲାବ୍‌, ମାନୁଫାକଚର, ଅକ୍ସିଜେନ ଯୋଗାଣକାରୀଙ୍କ ଭଳି କୋଭିଡ୍‌ ସ୍ବାସ୍ଥ୍ୟ ଭିତ୍ତିଭୂମିରେ କାମ କରୁଥିବା ସଂସ୍ଥାଗୁଡିକୁ ଋଣ ସହାୟତା ଯୋଗାଣ କରାଯିବ। ନୂଆ ହେଲ୍‌ଥ ଫାସିଲିଟି ସ୍ଥାପନ, ସମ୍ପ୍ରସାରଣ ଏବଂ ହେଲ୍‌ଥକେୟାର ପ୍ରଡକ୍ଟ ମାନୁଫାକ୍‌ଚରିଂ ଲାଗି ୧୦୦ କୋଟି ଟଙ୍କା ପର୍ଯ୍ୟନ୍ତ ଋଣ, କୋଭିଡ୍‌ ଚିକିତ୍ସା ଲାଗି ବିଭିନ୍ନ ବର୍ଗରେ ୨୫ହଜାର ଟଙ୍କାରୁ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ମିଳିବ। ରିହାତି ସୁଧହାରରେ ଏହି ସବୁ ଋଣ ବ୍ୟାଙ୍କ ପ୍ରଦାନ କରିବେ।


Enter your email to get our daily news in your inbox.

All Right Reserved By Dharitri.Com

ଏହି କାରଣ ପାଇଁ ଦୁବେଙ୍କ ବଦଳରେ ହାର୍ଦ୍ଦିକଙ୍କୁ ଟି-୨୦ ବିଶ୍ୱକପ ଦଳରେ ମିଳିବ ସ୍ଥାନ: ରିପୋର୍ଟ

ନୂଆଦିଲ୍ଲୀ,୨୬।୪: ଭାରତ ଷ୍ଟାର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ଭଲ ଫର୍ମ ନଥାଇ ପାରନ୍ତି କିନ୍ତୁ ତାଙ୍କର ପୂର୍ବ ପ୍ରଦର୍ଶନ ବଳରେ ବା ତାଙ୍କ ପ୍ରତିବଦଳ ଖେଳାଳି...

ଅନେକ ଦିନର ହ୍ରାସ ପରେ ବଦଳିଲା ଟ୍ରେଣ୍ଡ, ପୁଣି ବୃଦ୍ଧି ପାଇଲା ସୁନା ଏବଂ ରୂପା ମୂଲ୍ୟ

ନୂଆଦିଲ୍ଲୀ,୨୬।୪: ଗତ କିଛି ଦିନ ହେବ ସୁନା ମୂଲ୍ୟରେ ହ୍ରାସ ଘଟିଥିଲା, କିନ୍ତୁ ଶୁକ୍ରବାର ସୁନା ଓ ରୂପା ମୂଲ୍ୟ ବୃଦ୍ଧି ପାଇଛି। ବଜାରରେ ସୁନା...

ଚଳିତ ବର୍ଷ ୬୦୦୦ ଫ୍ରେଶରଙ୍କୁ ନିଯୁକ୍ତି ଦେବ ଟେକ୍ ମହିନ୍ଦ୍ରା

ମୁମ୍ବାଇ,୨୬ା୪: ପ୍ରମୁଖ ଆଇଟି କମ୍ପାନୀ ଟେକ୍ ମହିନ୍ଦ୍ରା, ଏପ୍ରିଲ୍ ୨୫ ରେ ଘୋଷଣା କରିଛି ଯେ ଏହା ୨୦୨୫ ଆର୍ଥିକ ବର୍ଷରେ ୬,୦୦୦ ଫ୍ରେଶର୍ ନିଯୁକ୍ତ...

ଏଚ୍‌ଏମ୍‌ଏସ୍‌ଆଇର ନୂତନ ମାଇଲଖୁଣ୍ଟ

ଭୁବନେଶ୍ୱର,୨୬ା୪: ହୋଣ୍ଡା ମୋଟରସାଇକେଲ ଆଣ୍ଡ ସ୍କୁଟର ଇଣ୍ଡିଆ (ଏଚ୍‌ଏମ୍‌ଏସ୍‌ଆଇ)କୁ ନିକଟରେ ଆଉ ଏକ ସଫଳତା ସହ ପୂର୍ବ ଭାରତ ବଜାରରେ କମ୍ପାନୀ ନୂତନ ମାଇଲଖୁଣ୍ଟ ହାସଲ...

ଅଟୋ ଏଜ୍‌-୨୦୨୪ ସମ୍ମିଳନୀ: ଅଟୋ ଉଦ୍ୟୋଗର ଆବଶ୍ୟକତା ପୂରଣ

ଭୁବନେଶ୍ୱର,୨୬ା୪: ବେଦାନ୍ତ ଆଲୁମିନିୟମର ବହୁ ପ୍ରତୀକ୍ଷିତ ତଥା ଜାତୀୟ ଅଟୋ ଦିବସ ଉପଲକ୍ଷେ ନୂଆଦିଲ୍ଲୀଠାରେ ‘ଅଟୋ ଏଜ୍‌-୨୦୨୪’ ସମ୍ମିଳନୀ ଆୟୋଜିତ ହୋଇଯାଇଛି। ଏଥିରେ ଶିଳ୍ପ ବିଶେଷଜ୍ଞ...

ଆକ୍ସିସ୍‌ ବ୍ୟାଙ୍କର ବାର୍ଷିକ ଫଳାଫଳ

ଭୁବନେଶ୍ୱର,୨୬ା୪: ଆକ୍ସିସ୍‌ ବ୍ୟାଙ୍କର ନିର୍ଦ୍ଦେଶକ ମଣ୍ଡଳୀ ବୈଠକ ନିକଟରେ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ବୈଠକରେ ବ୍ୟାଙ୍କର କାରବାର ଓ ଆଗାମୀ କାର୍ଯ୍ୟକଳାପ ସହ ୨୦୨୩-୨୪ ଆର୍ଥତ୍କ...

ଜଳବାୟୁ ପରିବର୍ତ୍ତନ ପାଇଁ ବଢ଼ୁଛି ଦରଦାମ

ଭୁବନେଶ୍ୱର,୨୬ା୪(ଅନୁରାଧା ମହାରଣା): ଆସନ୍ତା ୫ବର୍ଷ ମଧ୍ୟରେ ଦେଶର ଅର୍ଥନୀତିର ବିକାଶ ନେଇ ଭାରତୀୟ ରିଜର୍ଭ ବ୍ୟାଙ୍କ(ଆର୍‌ବିଆଇ) ଆକଳନ କରିଥିବାବେଳେ ପାଣିପାଗ ପରିବର୍ତ୍ତନ ଦରଦାମ ହ୍ରାସରେ ବାଧକ...

ଭୋଡାଫୋନ ଆଇଡିଆକୁ ମିଳିଲା ନୂଆ ଜୀବନ, କରିବ ସ୍ମାର୍ଟ ଏଣ୍ଟ୍ରି

ନୂଆଦିଲ୍ଲୀ,୨୫।୪: ଆଦିତ୍ୟ ବିର୍ଲା ଗ୍ରୁପ ଚେୟାରମ୍ୟାନ କୁମାର ମଙ୍ଗଳମ ବିର୍ଲା କହିଛନ୍ତି ଯେ ଟେଲିକମ କମ୍ପାନୀ ଭୋଡାଫୋନ ଆଇଡିଆର ୧୮,୦୦୦ କୋଟି ଟଙ୍କା ସଂଗ୍ରହ କମ୍ପାନୀ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri