ଡ୍ରୋନ କ୍ୟାମେରାରେ ହେବ ଲୁଟ୍‌ର ଆକଳନ

ଚଣ୍ଡିଖୋଲ,୨ା୧୦(ପ୍ରଦୀପ୍ତ କୁମାର ପୃଷ୍ଟି):ଯାଜପୁର ଜିଲା ଦର୍ପଣ ତହସିଲ ଅଧୀନରେ ଥିବା ମାଣ୍ଡୁକା ପାହାଡ଼ରେ ବେଆଇନ ଲୁଟ୍‌ ଘଟଣାକୁ ନେଇ ଡେରିରେ ପ୍ରଶାସନର ଚେତା ପଶିଛି। ସରକାରୀ ଭାବେ ଅନୁମୋଦିତ ଲିଜ୍‌ ଏରିଆ ବାହାରୁ ବିପୁଳ ଟଙ୍କାର ଲଘୁ ଖଣିଜ ଲୁଟ ହୋଇଥିବା ଜଣାପଡ଼ିବା ପରେ ତହସିଲ ଓ ଖଣି ବିଭାଗ କର୍ମଚାରୀ ଆସି ତଦନ୍ତ କରିଥିଲେ। ତେବେ ପାହାଡ଼ରେ ମାପଚୁପ କରି କେତେ ପରିମାଣର ମୋରମ, ବୋଲଡର ଲୁଟ୍‌ ହୋଇଛି ତାହାର ଆକଳନ ସମ୍ଭବ ନ ହେବାରୁ ଡ୍ରୋନ କ୍ୟାମେରା ସାହାଯ୍ୟରେ ସର୍ବେକ୍ଷଣ କରାଯିବାକୁ ସ୍ଥିର କରାଯାଇଛି। ଡ୍ରୋନ ଦ୍ୱାରା ଆକଳନ ପାଇଁ ତହସିଲ ପକ୍ଷରୁ ବିଭିନ୍ନ ସଂସ୍ଥାଠାରୁ ଦରଖାସ୍ତ ଆହ୍ବାନ କରାଯାଇଛି। ଅନ୍ୟପକ୍ଷରେ ଏହି ତଦନ୍ତ ପ୍ରକ୍ରିୟାକୁ ନେଇ ପ୍ରଶ୍ନ ଉଠିଛି। ପାହାଡ଼ର ବିଭିନ୍ନ ସ୍ଥାନରୁ ବେଧଡ଼କ ଲଘୁ ଖଣିଜ କିଛି ବର୍ଷ ହେବ ଲୁଟ ଚାଲିଛି। ଦୈନିକ ଶହେରୁ ଊଦ୍ଧର୍‌ବ ଟ୍ରକ ଯୋଗେ ମୋରମ ଓ ବୋଲଡର ଲୁଟ୍‌ ହେଉଛି। ହେଲେ ପ୍ରଶାସନ ପକ୍ଷରୁ ଆଖିଦୃଶିଆ ପଦକ୍ଷେପ ନିଆଯାଇ ନାହିଁ। ଜୁଲାଇ ୩ ତାରିଖରେ ଦର୍ପଣ ତହସିଲ ଓ ସ୍ଥାନୀୟ ପୋଲିସ ମିଳିତ ଭାବେ ଏଠାରେ ଚଢ଼ାଉ କରି ୬ ଟ୍ରକ୍‌ ଓ ଗୋଟିଏ ଜେସିବି ମେଶିନ ଜବତ କରିବାପରେ ପ୍ରଶାସନ ଲୁଟ ହୋଇଥିବା ଲଘୁ ଖଣିଜ ଆକଳନ କରିବାକୁ ଅଣ୍ଟା ଭିଡିଛି। ତେବେ ଦୀର୍ଘଦିନ ହେବ ଲୁଟ ଚାଲିଥିବାବେଳେ କେଉଁ ଆଧାରରେ ଡ୍ରୋନ ଦ୍ୱାରା ସର୍ବେକ୍ଷଣ କରି ପରିମାଣସ୍ଥିର କରାଯିବ ତାହା ମଧ୍ୟ ଏକ ବଡ଼ପ୍ରଶ୍ନ। ଅପରପକ୍ଷରେ ଲିଜ ସୂତ୍ରରେ ଦିଆଯାଇଥିବାସ୍ଥାନରୁ କିଛି ମିଟର ଦୂରରେ ଏଭଳି ଲୁଟ ଚାଲିଥିଲେ ମଧ୍ୟ କାହିଁକି କାହାରି ପ୍ରତିବାଦ ନ ଥିଲା।
ଏହି ଖାଦାନକୁ ୨୦୨୧ରେ ପରିବେଶ ମଞ୍ଜୁରୀ ମିଳିବା ଓ ପରିବେଶ ମଞ୍ଜୁରୀ ହସ୍ତାନ୍ତର ସମୟରେ ଲିଜ ଏରିଆ ୧୨ ଏକର ପରିମିତ ସ୍ଥାନରେ ପ୍ରତି ଚାରିଫୁଟ ଅନ୍ତରରେ ଏକ ମିଟର ଲମ୍ବ ଲେଖାଏ ସିମେଣ୍ଟ ଖୁଣ୍ଟ ପୋତି ଲିଜ ଏରିଆ ଚିହ୍ନଟ କରାଯିବା କଥା। ମାତ୍ର ଆଜି ଯାଏ ଲିଜ ଏରିଆ ଚିହ୍ନଟ ହୋଇପାରିନାହିଁ କି ଖୁଣ୍ଟନାହିଁ। ଦୁଇବର୍ଷ ହେବ ଖନନ ପାଇଁ ଅନୁମତି ଦିଆଯାଇଥିଲେ ମଧ୍ୟ ଆଜି ଯାଏ ତହସିଲ ପକ୍ଷରୁ ଲିଜ ସ୍ଥାନ କେତେ ତାହା ଚିହ୍ନଟ ହୋଇପାରୁନାହିଁ। ଜୁଲାଇ ୩ରେ ଚଢ଼ାଉ ସମୟରେ ଲିଜ ଏରିଆ ବାହାରୁ ହଜାରହଜାର ଘନ ମିଟର ମୋରମ ଲୁଟ ହୋଇଥିବା ଜଣାପଡିଥିଲା। ଏନେଇ ଦର୍ପଣ ତହସିଲଦାର ବାଲିଚନ୍ଦ୍ରପୁର ଥାନାରେ ଏତଲା ଦେଇଥିଲେ। ତେବେ ଏହି ଘଟଣା ପରେ ତହସିଲ ଓ ଖଣି ବିଭାଗ ଅଧିକାରୀ ମିଳିତ ଭାବେ ଲୁଟ ହୋଇଥିବା ଖଣିଜ ପରିମାଣ ଆକଳନ ପାଇଁ ଘଟଣାସ୍ଥଳକୁ ଯାଇଥିଲେ। ମାତ୍ର ପାହାଡ଼ର ଉଚ୍ଚାନିଚା ସ୍ଥାନରେ ମାପଚୁପ ଦ୍ୱାରା ଲୁଟ ପରିମାଣ ସ୍ଥିର ହୋଇପାରି ନ ଥିଲା। ଯାହା ପାଇଁ ଡ୍ରୋନ ସାହାଯ୍ୟରେ ଲୁଟ୍‌ ପରିମାଣ ଆକଳନ କରାଯିବ ବୋଲି ସ୍ଥିର କରାଯାଇଛି। ତେବେ ଲିଜ ହୋଇଥିବା ଖାଦାନରୁ କେତେ ପରିମାଣର ଉତ୍ତୋଳନ ହେଉଛି। ପ୍ରତିମାସରେ ସ୍ଥାନୀୟ ବାଲିଚନ୍ଦ୍ରପୁର ରାଜସ୍ବ ନିରୀକ୍ଷକ ତାହାର ମାପଚୁପ କରି ତହସିଲ ପ୍ରଶାସନକୁ ରିପୋର୍ଟ ପ୍ରଦାନ କରିଥାନ୍ତି। ତଦାରଖ ସମୟରେ ଲିଜ ଏରିଆ ବାହାରେ ଏତେ ପରିମାଣର ମୋରମ ବୋଲଡର ବେଆଇନ ଭାବେ ଲୁଟ ହେଉଥିବା ରାଜସ୍ବ ନିରୀକ୍ଷକ କିପରି ଜାଣି ପାରିଲେନାହିଁ। କୌଣସି ମାସରେ ରାଜସ୍ବ ନିରୀକ୍ଷକ ଏନେଇ ଅଭିଯୋଗ ମଧ୍ୟ କରିନାହାନ୍ତି। ଦୈନଦିନ ପାହାଡ଼ରୁ ଶହଶହ ସଂଖ୍ୟାରେ ମୋରମ ବୋଝେଇ ଟ୍ରକ୍‌ ବିଭିନ୍ନସ୍ଥାନକୁ ଚାଲାଣ ହେଉଥିବା ବେଳେ ସ୍ଥାନୀୟ ପୋଲିସ, ତହସିଲ ବନବିଭାଗ ଓ ଖଣି ବିଭାଗ କେବେ କାର୍ଯ୍ୟାନୁଷ୍ଠାନ ନେବାର ନଜିର ମଧ୍ୟ ନାହିଁ। ଏପରିସ୍ଥଳେ ଦୀର୍ଘ ବର୍ଷ ଧରି ବେଆଇନ ଖାଦାନ ଚାଲୁଥିବାବେଳେ କେଉଁ ଆଧାରରେ ଡ୍ରୋନ ଦ୍ୱାରା ସର୍ବେକ୍ଷଣ କରି ଲୁଟ ପରିମାଣ ସ୍ଥିର କରାଯିବ ତାହାକୁ ନେଇ ପ୍ରଶ୍ନ ଉଠିଛି। ଏ ସମ୍ପର୍କରେ ଦର୍ପଣ ତହସିଲଦାର ମାନସ କୁମାର ତ୍ରିପାଠୀଙ୍କୁ ପଚାରିବାରେ ସେ କହିଛନ୍ତି, ସରକାରଙ୍କ ନିଷ୍ପତ୍ତି ଅନୁଯାୟୀ ଡ୍ରୋନ ସାହାଯ୍ୟରେ ମାପ ଚୁପ କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ଓଲଟିଲା ମାଛ ବୋଝେଇ ମିନି ଟ୍ରକ: ଆଉ ତା’ପରେ ଘଟିଲା…

ଗଞ୍ଜାମ,୧।୪(ଅନାଥ ତରାଇ): ଗଞ୍ଜାମ ଥାନା ଅନ୍ତର୍ଗତ ବିଞ୍ଚଣାପଲି ଛକ ୧୬ ନମ୍ବର ଜାତୀୟ ରାଜପଥଠାରେ ଗତକାଲି ବିଳମ୍ବିତ ରାତି ପ୍ରାୟ ୧୨ଟା ୩୦ ମିନିଟ ସମୟରେ ଏକ…

ଗଞ୍ଜାମ ଜିଲାକୁ ୩ ଜାତୀୟ ପୁରସ୍କାର: ଚାରିଆଡ଼ୁ ଛୁଟିଲା ଶୁଭେଚ୍ଛାର ସୁଅ

ଛତ୍ରପୁର, ୧/୪(ଦିଲ୍ଲୀପ ସାମଲ): ପୁଣି ରାଜ୍ୟରେ ଗଞ୍ଜାମ ଜିଲା ସୁନାମ ଆଣିଛି । ଜିଲାକୁ ୩ଟି ଜାତୀୟ ପୁରସ୍କାର ମିଳିଛି । ଦୀନଦୟାଲ ଉପାଧ୍ୟାୟ ପଞ୍ଚାୟତ ସତତ…

ବଦଳିଛି ମାନଚିତ୍ର, ବାଟବଣା ବିକାଶ ପଥ: ଜିଲା ଗଠନକୁ ପୂରିଲା ୩୩ବର୍ଷ

ବରଗଡ଼,୧।୪(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲା ଗଠନକୁ ୩୩ବର୍ଷ ପୂରିଛି। ନୂତନ ଜିଲା ମନ୍ୟତା ପାଇବା ପରେ ୧୯୯୩ ଅପ୍ରେଲ ୧ ତାରିଖ ପୂର୍ବତନ ମୁଖ୍ୟମନ୍ତ୍ରୀ ପ୍ରବାଦ ପୁରୁଷ ସ୍ବର୍ଗତ…

ଆଜି ସମଲେଶ୍ବରୀଙ୍କ ମହାସ୍ନାନ: ମନ୍ଦିରରେ ଶ୍ରଦ୍ଧାଳୁଙ୍କ ସମାଗମ

ବରଗଡ଼,୧।୪(ପ୍ରେମାନନ୍ଦ ଖମାରୀ)- ବରଗଡ଼ର ଅଧିଷ୍ଠାତ୍ରୀ ଗ୍ରାମ୍ୟଦେବୀ ମା’ ସମଲେଶ୍ବରୀଙ୍କ ବୁଧବାର ମହାସ୍ନାନ ହୋଇଛି। ଏହି କ୍ରମରେ ଶୀତଳଧାରା ଅର୍ପଣ ପୂର୍ବକ ପ୍ରାତଃ ୪ଟା ୫୧ମିନିଟରୁ ଭକ୍ତମାନଙ୍କ ଦ୍ୱାରା…

ଜନଗଣନା ପାଇଁ ପ୍ରସ୍ତୁତି ଜୋରଦାର: ଗଣନାକାରୀ, ପର୍ଯ୍ୟବେକ୍ଷକଙ୍କୁ ତାଲିମ

ଦାରିଙ୍ଗବାଡି, ୧ା୪ (ଅରୁଣ ସାହୁ)କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ଓଡିଶା ଆଦର୍ଶ ବିଦ୍ୟାଳୟ ପରିସରରେ ୩ ଦିନିଆ ଜନ ଗଣନା-୨୦୨୭ ପାଇଁ ଗଣନାକାରୀ ଓ ପର୍ଯ୍ୟବେକ୍ଷକଙ୍କୁ ନେଇ…

ଗୁଣିଗାରେଡ଼ି ସନ୍ଦେହରେ ବୃଦ୍ଧଙ୍କୁ ହତ୍ୟା, ୪ ଗିରଫ

ସୁନ୍ଦରଗଡ଼, ୩୧।୩(ଜୟନାରାୟଣ ମେଣ୍ଡୁଳି)-ବର୍ତ୍ତମାନର ବିଜ୍ଞାନ ଯୁଗରେ ମଧ୍ୟ ଆଦିବାସୀ ଅଧ୍ୟୁଷିତ ସୁନ୍ଦରଗଡ଼ ଜିଲାରେ ଲୋକଙ୍କ ମଧ୍ୟରେ ଅନ୍ଧବିଶ୍ୱାସ ଭରି ରହିଛି। ଏହି ଅନ୍ଧବିଶ୍ବାସ ଯୋଗୁ ସୋମବାର ରାତିରେ…

ରାସ୍ତାରେ ଷଣ୍ଢକୁ ଧକ୍କା ଦେଇ ଗଛରେ ପିଟଥିଲେ ବାଇକ୍‌ , ଚାଲିଗଲା ଜୀବନ ଦୁର୍ଘଟଣାରେ ବାଇକ ଚାଳକକଙ୍କ ମୃତ୍ୟୁ

ଦିଗପହଣ୍ଡି,୩୧।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବମୋକେଇ ପଞ୍ଚାୟତ କୁକୁଟବନ୍ଧ ଗାଁ ଛକରେ ମଙ୍ଗଳବାର ଅପରାହ୍ନ ପ୍ରାୟ ସାଢେ ୪ଟାରେ ଦୁର୍ଘଟଣାରେ ଜଣେ ଯୁବକଙ୍କ…

୩୦ ବର୍ଷ ସରକାରୀ ସେବା ନିୟମିତ ନ ହୋଇ ଅବସର ନେଲେ ଟୁନା ଜେନା

ଭଞ୍ଜନଗର,୩୧।୩(ବାବୁଲା ପ୍ରଧାନ): ତ୍ରୁଟିପୂର୍ଣ୍ଣ ସରକାରୀ ବିଧି ବ୍ୟବସ୍ଥା ଭିତରେ ଜଣେ ଚତୁର୍ଥ ଶ୍ରେଣୀ କର୍ମଚାରୀ ୩୦ ବର୍ଷ ସରକାରୀ ସେବା ଯୋଗାଇଥିଲେ ମଧ୍ୟ ନିୟମିତ କର୍ମଚାରୀ ମାନ୍ୟତା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri