Advertisement

ଟ୍ରକ୍‌ରୁ ହାତଗୋଡ଼ ବନ୍ଧା ଅବସ୍ଥାରେ ଚାଳକ ଉଦ୍ଧାର

ଛେଣ୍ଡିପଦା,୧୦ା୧୧(ସ୍ବ.ପ୍ର.): ଅନୁଗୋଳ-ଛେଣ୍ଡିପଦା ୬୩ନଂ ରାଜ୍ୟ ରାଜପଥର ଛେଣ୍ଡିପଦା ଥାନା କୋଶଳା ଗ୍ରାମ ଅରୁଣ ଶହୀଦ ସ୍ତମ୍ଭ ନକଟରେ ଥିବା ଏକ ଟ୍ରକ୍‌ ଭିତରୁ ହାତଗୋଡ଼ ବନ୍ଧା ଅବସ୍ଥାରେ ଚାଳକଙ୍କୁ ଉଦ୍ଧାର କରାଯାଇଛି। ସମ୍ପକ୍ତ ଚାଳକ ହେଲେ କଟକ ଜିଲା ବଡମ୍ବା କ୍ରିଷ୍ଣପୁର ଅଞ୍ଚଳର ଉମେଶ ସିଂଙ୍କ ପୁତ୍ର ଚନ୍ଦନ ସିଂ(୨୧)। କୋଶଳା ଡ୍ରାଇଭର ସଂଘ ପକ୍ଷରୁ ଚାଳକଙ୍କୁ ଉଦ୍ଧାର କରାଯାଇ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଚିକିତ୍ସା କରାଯାଉଛି।

ଟ୍ରକ୍‌ ଚାଳକଙ୍କ କହିବା ମୁତାବକ, କଟକ ଅଞ୍ଚଳର ଉକ୍ତ ଟ୍ରକ୍‌ (ନଂ. ଓଡି୦୫ଭି- ୧୩୯୭) କଟକ ବୋର୍ଡ ଅଫିସରୁ ପ୍ରଶ୍ନପତ୍ର ନେଇ ସମ୍ବଲପୁର ଯାଇଥିଲା। ସେଠାରୁ ରସୁଣ ବୋଝେଇ କରି କଟକ ଅଭିମୁଖେ ଫେରୁଥିବାବେଳେ ରିଆମାଳ ଅଞ୍ଚଳରୁ ୨ଜଣ ଯୁବକ ଟ୍ରକ୍‌ରେ ଆସିଥିଲେ। ପରେ ଅନ୍ୟ ୨ ଯୁବକ ଟ୍ରକ୍‌ରେ ଚଢ଼ିଥିଲେ। ଏହାପରେ ସମ୍ପୃକ୍ତ ୪ ଯୁବକ ମିଶି ଚାଳକ ଚନ୍ଦନଙ୍କୁ ମାରପିଟ କରି ୬ହଜାର ଟଙ୍କା ଲୁଟି ନେବା ସହ ହାତ, ଗୋଡ ଓ ମୁହଁ ଗାମୁଛାରେ ବାନ୍ଧି ଦେଇଥିଲେ। ତେବେ ତେଲ ସରିଯିବାରୁ ଗାଡ଼ିକୁ ଛେଣ୍ଡିପଦା କୋଶଳା ଗ୍ରାମ ମୁଣ୍ଡରେ ରଖି ସେମାନେ ଫେରାର ହୋଇଯାଇଥିଲେ। ସେହି ରାସ୍ତା ଦେଇ ଯାଉଥିବା ଏକ କୋଇଲା ବୋଝେଇ ଗାଡି ଚାଳକ ରସୁଣ ବୋଝେଇ ଟ୍ରକ୍‌ ନିକଟକୁ ଆସିବା ସହ ଚାଳକଙ୍କୁ ଏପରି ଅବସ୍ଥାରେ ଦେଖି କୋଶଳା ଡ୍ରାଇଭର ସଂଘକୁ ଖବର ଦେଇଥିଲେ। ସଂଘ କର୍ମକର୍ତ୍ତାମାନେ ପହଞ୍ଚି ଚାଳକଙ୍କୁ ଉଦ୍ଧାର କରିଥିଲେ। ଘଟଣା ସମ୍ପର୍କରେ ଜାଣିବା ପରେ ଛେଣ୍ଡିପଦା ଥାନା ପୋଲିସ ରସୁଣ ବୋଝେଇ ଟ୍ରକ୍‌କୁ ଜବତ କରିବା ସହ ଚାଳକଙ୍କୁ ପଚରାଉଚରା ଚଳାଇଛି। ଅନ୍ୟପକ୍ଷରେ ଉକ୍ତ ଟ୍ରକ୍‌ ନିଖୋଜ ଥିବାନେଇ ମାଲିକ ପ୍ରଶାନ୍ତ କୁମାର ପାଣି କଟକ ସଦର ଥାନାରେ ଅଭିଯୋଗ କରିଥିବା ସୂଚନା ମିଳିଛି।


Enter your email to get our daily news in your inbox.

All Right Reserved By Dharitri.Com

ବିଦ୍ୟୁତ ଆଘାତରେ ଶ୍ରମିକ ମୃତ

ବ୍ରହ୍ମପୁର ଅଫିସ,୩ା୧: ବିଦ୍ୟୁତ୍‌ ଆଘାତରେ ଗୁରୁତର ଜଣେ ଶ୍ରମିକଙ୍କ ଗୁରୁବାର ବ୍ରହ୍ମପୁର ବଡ଼ ମେଡିକାଲରେ ମୃତ୍ୟୁ ଘଟିଛି। ସେ ହେଲେ ହିଞ୍ଜିଳିକାଟୁ ଥାନା ଅନ୍ତର୍ଗତ ସମରଝୋଳ...

ଭୁଶୁଡ଼ି ପଡ଼ିଛି କ୍ରୀଡ଼ା ଭିତ୍ତିଭୂମି

ଅନୁଗୋଳ ଅଫିସ, ୩୧।୧୦ – ଶିଳ୍ପ ସମୃଦ୍ଧ ଅନୁଗୋଳ ଜିଲାରେ କ୍ରୀଡ଼ା ଭିତ୍ତିଭୂମିର ଉନ୍ନତୀକରଣ ହୋଇପାରୁନାହିଁ। ଅର୍ଥର ଅଭାବ ନ ଥିଲେ ମଧ୍ୟ ପ୍ରଶାସନର ଆନ୍ତରିକତା...

ଲିଭିଲା ବିଜୁଳି, ଜଳିଲା ଦୀପ

ବାଲେଶ୍ୱର ଅଫିସ, ୫ା୪- କରୋନା ମହାମାରୀର ମୁକାବିଲା କରି ବିଜୟୀ ହେବା ଉଦ୍ଦେଶ୍ୟରେ ରବିବାର ରାତି ୯ଟାରୁ ୯ ମିନିଟ୍‌ ଯାଏ ଦେଶବାସୀଙ୍କୁ ବିଜୁଳି ବନ୍ଦ...

ନାବାଳିକାଙ୍କୁ ଗଣବଳାତ୍କାର: ୩ କୋର୍ଟଚାଲାଣ, ସୁଧାର ଗୃହ ଗଲେ ନାବାଳକ

ଫୁଲବାଣୀ ଅଫିସ, ୨୫ା୧୨- ଖଜୁରିପଡା ଥାନା ଅଞ୍ଚଳରେ ଜଣେ ନାବାଳିକାଙ୍କୁ ଗଣ ବଳାତ୍କାର କରାଯାଇଛି। ଏହି ଘଟଣାରେ ଅଟକ ଥିବା ୩ ଯୁବକଙ୍କୁ ପୋଲିସ ଗିରଫ...

ଅଟୋ ସାହାଯ୍ୟରେ ଧାନ ଅମଳ

ଚିତ୍ରକୋଣ୍ଡା,୩୦ା୧୨(ଡି.ଏନ୍‌.ଏ.): ମାଲକାନଗିରି ଜିଲା ଚିତ୍ରକୋଣ୍ଡା ସ୍ବାଭିମାନ ଅଞ୍ଚଳରେ କିଛିଦିନ ତଳେ ମୋଟରସାଇକେଲ ମାଧ୍ୟମରେ ଚାଷୀ ଫସଲ ଅମଳ କରୁଥିବାର ଦୃଶ୍ୟ ଦେଖିବାକୁ ମିଳିଥିଲା। ଏବେ ଚିତ୍ରକୋଣ୍ଡା...

ଖୋର୍ଦ୍ଧାରେ ଖୋଲିବ କୋଭିଡ୍‌ କେୟାର ସେଣ୍ଟର: ଉପଲବ୍ଧ ହେବ ୮ଶହ ବେଡ୍‌

ଖୋର୍ଦ୍ଧା ଅଫିସ,୧୩।୭: ଖୋର୍ଦ୍ଧା ଜିଲାରେ କରୋନା ଆକ୍ରାନ୍ତ ସଂଖ୍ୟା ବଢ଼ିବାରେ ଲାଗିଛି। ତେଣୁ କରୋନା ସଂକ୍ରମିତ ରୋଗୀଙ୍କ ଚିକିତ୍ସା ଲାଗି ଜିଲାରେ କୋଭିଡ୍‌ କେୟାର ସେଣ୍ଟର...

ବରଗଡ଼ରେ ଭାରତ ବନ୍ଦ ପ୍ରଭାବ: ଦୋକାନ ବଜାର ବନ୍ଦ, ଯାତାୟାତ ଠପ୍‌

ବରଗଡ଼ ଅଫିସ, ୨୩।୨- ସୁପ୍ରିମକୋର୍ଟଙ୍କ ସଂରକ୍ଷଣ ରାୟକୁ କେନ୍ଦ୍ର କରି ରବିବାର ଭୀମ ଆର୍ମି ପକ୍ଷରୁ ଭାରତ ବନ୍ଦ ଡାକରା ଦିଆଯାଇଛି। ଏହାର ପ୍ରଭାବ ବରଗଡ଼ରେ...

ମହିତଳାରେ ଔଷଧୀୟ ଚାରା ବଣ୍ଟନ

ଅନୁଗୋଳ ଅଫିସ,୮।୬ – ଅନୁଗୋଳ କୃଷି ବିଜ୍ଞାନ କେନ୍ଦ୍ର ତରଫରୁ ଛେଣ୍ଡିପଦା ବ୍ଲକ ମହିତଳା ଗ୍ରାମରେ ଗତ ରବିବାର ବିଶ୍ୱ ପରିବେଶ ଦିବସ ପାଳିତ ହୋଇଯାଇଛି।...

Advertisement
Archives

Model This Week