ଟଙ୍କା ଭର୍ତ୍ତି ଭ୍ୟାନ ଲୁଟ୍‌ ପଛରେ ଡ୍ରାଇଭର

ବ୍ରହ୍ମପୁର ଅଫିସ,୨୨ା୮: ବ୍ରହ୍ମପୁର ବଡବଜାର ଥାନା ଅଧୀନ ଆସକାରୋଡରୁ ଏଟିଏମ୍‌ ଟଙ୍କା ଭର୍ତ୍ତି ଭ୍ୟାନ୍‌ ଲୁଟ ଘଟଣାର ପର୍ଦ୍ଦାଫାସ କରିଛି ପୋଲିସ। ଭ୍ୟାନ୍‌ର ଡ୍ରାଇଭର ଆଶିଷ କୁମାର ଦିଗାଲଙ୍କୁ କେହି ଅପହରଣ କରି ନ ଥିଲେ। ବରଂ ସେ ନିଜେ ଅପହରଣ ନାଟକ ରଚିଥିଲେ ବୋଲି ରବିବାର ବ୍ରହ୍ମପୁର ଏସ୍‌ପି ପିନାକ ମିଶ୍ର କହିଛନ୍ତି।

ଖବରଦାତା ସମ୍ମିଳନୀରେ ଏସ୍‌ପି କହିଛନ୍ତି, ଡ୍ରାଇଭର ତାଙ୍କର ୨ ସହଯୋଗୀଙ୍କ ସହ ଟଙ୍କା ଲୁଟ୍‌ କରି ଘଟଣାକୁ ଭିନ୍ନ ରୂପ ଦେବାକୁ ଚେଷ୍ଟା କରିଥିଲେ। ସେ ନିଜେ ନିଶା ଔଷଧ ସ୍ପ୍ରେ କରି ଅଚେତ ହେବା ଅଭିନୟ କରିଥିଲେ। ତାଙ୍କ ବୟାନ ଅଧାରରେ କନ୍ଧମାଳ ଜିଲା କଟ୍ରିଙ୍ଗିଆରେ ମାଟିତଳେ ପୋତାଯାଇଥିବା ୨୦ଲକ୍ଷ ୯୦ ହଜାର ଟଙ୍କା ଶନିବାର ଜବତ କରାଯାଇଥିଲା। ଏଥିସହ ଲୁଟରେ ବ୍ୟବହୃତ ବାଇକ୍‌ (ନଂ.ଓଡ଼ି ୧୨ ବି ୩୨୦୨) ଓ ୪ଟି ମୋବାଇଲ ଫୋନ୍‌ ଓ ଅଚେତ ହେବା ପାଇଁ ବ୍ୟବହୃତ ରାସାୟନିକ ଦ୍ରବ୍ୟ ଜବତ ହୋଇଛି। ଆଶିଷ ଓ ତାଙ୍କ ଦୁଇ ସହଯୋଗୀ କଟ୍ରିଙ୍ଗିଆର ମାନ୍ୟବର ନାୟକ ଓ କାର୍ତ୍ତିକ ନାୟକଙ୍କୁ କୋର୍ଟ ଚାଲାଣ କରାଯାଇଛି। ସେମାନଙ୍କୁ ରିମାଣ୍ଡରେ ଆଣି ଅଧିକ ପଚରାଉଚରା କରାଯିବ ବୋଲି ଏସପି କହିଛନ୍ତି।

ବ୍ୟାଙ୍କରୁ ଟଙ୍କା ନେଇ ଏଟିଏମ୍‌ କାଉଣ୍ଟରରେ ଭର୍ତ୍ତି କରୁଥିବା ଏଜିଏସ୍‌ ସିକ୍ୟୋର ସଂସ୍ଥାର ୪ କର୍ମଚାରୀ ୧୮ତାରିଖ ପୂର୍ବାହ୍ନରେ ୨୬ ଲକ୍ଷ ଟଙ୍କା ନେଇ ଭ୍ୟାନ୍‌ରେ ଯାଉଥିଲେ। ସେମାନେ ରଜାସାହିସ୍ଥିତ ଏଟିଏମ୍‌ କାଉଣ୍ଟରରେ ୨ଲକ୍ଷ ଟଙ୍କା ଭର୍ତ୍ତି କରିବା ପରେ ଆସିକା ରୋଡ୍‌ ଆକ୍ସିସ୍‌ ବ୍ୟାଙ୍କ ଏଟିଏମ୍‌ କାଉଣ୍ଟରକୁ ଯାଇଥିଲେ। ଗନ୍‌ମ୍ୟାନ୍‌ ଓ ୨ କର୍ମଚାରୀ ଭ୍ୟାନ୍‌ରୁ ଓହ୍ଲାଇ ଏଟିଏମ୍‌ ଭିତରକୁ ଯାଇ କିଛି ସମୟ ପରେ ଫେରିବାପରେ ଡ୍ରାଇଭର ସହ ଭ୍ୟାନ୍‌ଟି ଉଭାନ ହୋଇଯାଇଥିବା ଦେଖିଥିଲେ।

ପରେ ଜିପିଏସ୍‌ ଲୋକେଶନ୍‌ ଟ୍ରାକ୍‌ କରାଯାଇ ଭ୍ୟାନ୍‌କୁ ଗିରିସୋଲା ସୋରଳ ରୋଡ଼ ନିକଟରୁ ଠାବ କରାଯାଇଥିଲା। ଭ୍ୟାନ୍‌ରେ ଡ୍ରାଇଭର ଅଚେତ ଅବସ୍ଥାରେ ଥିବା ବେଳେ ଟଙ୍କା ଗାଏବ ହୋଇଯାଇଥିଲା। ଏ ନେଇ ବଡ଼ବଜାର ଥାନାରେ ଅଭିଯୋଗ କରାଯାଇଥିଲା। ନଂ. ୧୭୨/୨୧ରେ ମାମଲା ରୁଜୁ ହୋଇଥିଲା। ଡ୍ରାଇଭର ଆଶିଷଙ୍କ ଉପରେ ସନ୍ଦେହ କରି ଜେରା କରିବାରୁ ସେ ହିଁ ଲୁଟ ଘଟଣାର ବ୍ଲ୍ୟୁପ୍ରିଣ୍ଟ ପ୍ରସ୍ତୁତ କରିଥିବା ସ୍ବୀକାର କରିଥିଲେ। ଘଟଣାଦିନ ଦିଗାଲ ଟଙ୍କା ଭର୍ତ୍ତି ଭ୍ୟାନ ଧରି ଫେରାର୍‌ ହେବା ବେଳେ ରାସ୍ତାରେ ଟାଉନ ଥାନା ନିକଟରୁ ତାଙ୍କ ସହଯୋଗୀ ମାନ୍ୟବରଙ୍କୁ ସାଙ୍ଗରେ ନେଇଥିଲେ। ଚଳନ୍ତା ଭ୍ୟାନ୍‌ରେ ଯୋଜନା ମୁତାବକ ଏକ ନକଲି ଚାବି ସହାୟତାରେ କ୍ୟାସବକ୍ସ ଖୋଲି ସମସ୍ତ ୨୪ ଲକ୍ଷ ଟଙ୍କା ଏକ ଏୟାର ବ୍ୟାଗରେ ଭର୍ତ୍ତିି କରିଥିଲେ। ଅନ୍ଧପସରା ଆମ୍ବ ମାର୍କେଟ ଛକରେ ମାନ୍ୟବର ଟଙ୍କା ବ୍ୟାଗ୍‌ ଧରି ଭ୍ୟାନରୁ ଓହ୍ଲାଇ ପଡିଥିଲେ। ସେଠାରେ ବାଇକ୍‌ ଧରି ଅପେକ୍ଷା କରିଥିବା ଅନ୍ୟତମ ସହଯୋଗୀ କାର୍ତ୍ତିକଙ୍କ ସହ ପୁରୁଣା ବ୍ରହ୍ମପୁର, ଆସ୍କାରୋଡ ହୋଇ କଟ୍ରିଙ୍ଗିଆ ପଳାଇଥିଲେ। ସେପଟେ ଡ୍ରାଇଭର ଆଶିଷ ପୋଲିସକୁ ବାଟବଣା କରିବା ପାଇଁ ଗିରିସୋଲାରେ ପହଞ୍ଚତ୍ ଡିଭାଇନ ସ୍ଲିପ ଲିକ୍ୟୁଇଡ୍‌ ମୁହଁରେ ସ୍ପ୍ରେ କରି ଚେତାଶୂନ୍ୟ ହୋଇଯିବା ଅଭିନୟ କରିଥିଲେ। ହେଲେ ପୋଲିସ ଆଗରେ ଏହି ଅଭିନୟ ଧରାପଡ଼ି ଯାଇଥିଲା। ପରେ ପୋଲିସ କଟ୍ରିଙ୍ଗିଆ ଯାଇ ମାଟିତଳେ ପୋତାଯାଇଥିବା ଟଙ୍କା ଜବତ କରିବା ସହ ଦୁଇ ଅଭିଯୁକ୍ତ ମାନ୍ୟବର ଓ କାର୍ତ୍ତିକଙ୍କୁ ଗିରଫ କରିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଜନ୍ମ ହେଲା ୮ ଗୋଡ଼ ଥିବା ମଇଁଷି: ଦେଖିବାକୁ ଲୋକଙ୍କ ଭିଡ଼

ଭୋପାଳ,୧୨।୧୦: ମଧ୍ୟପ୍ରଦେଶର ଡିଣ୍ଡୋରୀ ଜିଲାରୁ ଏକ ବିରଳ ଘଟଣା ସାମ୍ନାକୁ ଆସିଛି। ଏଠାରେ ଏକ ମଇଁଷି ଆଠଟି ଗୋଡ଼ ଥିବା ଛୁଆକୁ ଜନ୍ମ ଦେଇଛି। ଏହି ଖବର…

ସମସ୍ୟା ଘେରରେ ଡୁମେରମୁଣ୍ଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ: ଗେଟ ଆଗରେ ବସିଲେ ଛାତ୍ରୀଛାତ୍ର

ଲାଞ୍ଜିଗଡ଼, ୧୨।୧୦ (ରମେଶ ଚନ୍ଦ୍ର ନାୟକ): ବିଦ୍ୟାଳୟରେ ନାହିଁ ପିଇବା ପାଣିର ସୁବିଧା, ବିଜୁଳି ସଂଯୋଗ ଓ ସୁରକ୍ଷା ପାଚେରୀ। ଶୌଚାଳୟ ଓ ଜଳର ସୁବ୍ୟବସ୍ଥା ନଥିବାରୁ…

ଦକ୍ଷିଣ ଓଡ଼ିଶା ଜୋନ-ଏ କ୍ରିକେଟ ଟୁର୍ନାମେଣ୍ଟ: ପୋଡ଼ାମାରିକୁ ହରାଇ ପାଟପୁର ଚାମ୍ପିୟନ

ଦିଗପହଣ୍ଡି,୧୨।୧୦ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁରସ୍ଥିତ ବିଶ୍ୱାସରାୟ ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ଚାଲିଥିବା ଦକ୍ଷିଣ ଓଡ଼ିଶା ଜୋନ-ଏ ଆନ୍ତଃ…

ବଦଳିଲେ ଓଡ଼ିଶାର ରାଜ୍ୟପାଳ: ହରିବାବୁ କମ୍ଭମପାଟିଙ୍କ ସ୍ଥାନ ନେଲେ…

ଭୁବନେଶ୍ୱର,୧୨।୧୦: ରାଜ୍ୟପାଳ ସ୍ତରରେ ବଡ଼ ଅଦଳବଦଳ କରିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଓଡ଼ିଶା ସମେତ ୬ଟି ରାଜ୍ୟରେ ନୂଆ ରାଜ୍ୟପାଳଙ୍କୁ ନିଯୁକ୍ତି ଦିଆଯାଇଛି। ଏହି ଅଦଳବଦଳରେ ବର୍ତ୍ତମାନର…

ଜଙ୍ଗଲକୁ କାଠ ପାଇଁ ଯାଉଥିଲେ ସୁଲୋଚନା, ନଦୀ ପାର୍‌ ହେବା ସମୟରେ ଘଟିଲା…

ମୋହନା.,୧୨।୧୦(ମନ୍ମଥ ମିଶ୍ର): ନଦୀ ପାର ହେବା ସମୟରେ ଭାସି ଯାଇ ମହିଳାଙ୍କ ମୃତ୍ୟୁ ଘଟିଛି l ଏଭଳି ଏକ ଦୁଃଖଦ ଘଟଣା ଘଟିଛି ଗଜପତି ଜିଲା ରା…

ମାଣିକେଶ୍ୱରୀ ଛକ ନିକଟରୁ ମିଳିଲା ଅଜଣା ବୃଦ୍ଧାଙ୍କ ମୃତଦେହ: ବଢୁଛି ସନ୍ଦେହ

ଭବାନୀପାଟଣା,୧୨।୧୦(ଉତ୍ତମ କୁମାର ଦାଶ):କଳାହାଣ୍ଡି ଜିଲା ଭବାନୀପାଟଣା ସହର ମାଣିକେଶ୍ୱରୀ ଛକ ଯାତ୍ରୀ ପ୍ରେକ୍ଷାଳୟରୁ ସୋମବାର ଅପରାହ୍ନରେ ଜଣେ ଅଜଣା ବୃଦ୍ଧାଙ୍କ ମୃତଦେହ ଉଦ୍ଧାର ହୋଇଛି। ଖବର ପାଇ…

ଥୁଆମୂଳ ରାମପୁରରେ ୧୭ ଦିନ ହେଲା ପାନୀୟ ଜଳ ସଙ୍କଟ: ‘ପାଣ୍ଠି ଅଭାବ’ ସଫେଇକୁ ନେଇ ଅସନ୍ତୋଷ

ଥୁଆମୂଳ ରାମପୁର, ୧୨।୧୦ (ଦୁର୍ଗା କୀର୍ତ୍ତି):କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ସଦର ମହକୁମାରେ ପାନୀୟ ଜଳ ସଙ୍କଟ ଗୁରୁତର ରୂପ ନେଇଛି। ‘ବସୁଧା’ ଯୋଜନାରେ ଜଳ…

୩୬ ଦିନ ଜେଲରୁ ରହିବା ପରେ ଦମ୍‌ଦାର ପ୍ରତ୍ୟାବର୍ତ୍ତନ କଲେ ଏହି ଖେଳାଳି, ପ୍ରଥମ ମ୍ୟାଚରେ ଶତକ ମାରି କାନ୍ଦି ପକାଇଲେ…

ନୂଆଦିଲ୍ଲୀ,୧୨।୧୦: ରଣଜୀ ଟ୍ରଫିର ନୂଆ ସିଜନ ଅକ୍ଟୋବର ୧୧ରୁ ଆରମ୍ଭ ହୋଇଛି। ବଙ୍ଗଳା ଓ ଦିଲ୍ଲୀ ମଧ୍ୟରେ ଖେଳାଯାଉଥିବା ମ୍ୟାଚରେ ବଙ୍ଗଳା ଦଳ ଦିଲ୍ଲୀ ଉପରେ ଚାପ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?