ଟଙ୍କା ଭର୍ତ୍ତି ଭ୍ୟାନ ଲୁଟ୍‌ ପଛରେ ଡ୍ରାଇଭର

ବ୍ରହ୍ମପୁର ଅଫିସ,୨୨ା୮: ବ୍ରହ୍ମପୁର ବଡବଜାର ଥାନା ଅଧୀନ ଆସକାରୋଡରୁ ଏଟିଏମ୍‌ ଟଙ୍କା ଭର୍ତ୍ତି ଭ୍ୟାନ୍‌ ଲୁଟ ଘଟଣାର ପର୍ଦ୍ଦାଫାସ କରିଛି ପୋଲିସ। ଭ୍ୟାନ୍‌ର ଡ୍ରାଇଭର ଆଶିଷ କୁମାର ଦିଗାଲଙ୍କୁ କେହି ଅପହରଣ କରି ନ ଥିଲେ। ବରଂ ସେ ନିଜେ ଅପହରଣ ନାଟକ ରଚିଥିଲେ ବୋଲି ରବିବାର ବ୍ରହ୍ମପୁର ଏସ୍‌ପି ପିନାକ ମିଶ୍ର କହିଛନ୍ତି।

ଖବରଦାତା ସମ୍ମିଳନୀରେ ଏସ୍‌ପି କହିଛନ୍ତି, ଡ୍ରାଇଭର ତାଙ୍କର ୨ ସହଯୋଗୀଙ୍କ ସହ ଟଙ୍କା ଲୁଟ୍‌ କରି ଘଟଣାକୁ ଭିନ୍ନ ରୂପ ଦେବାକୁ ଚେଷ୍ଟା କରିଥିଲେ। ସେ ନିଜେ ନିଶା ଔଷଧ ସ୍ପ୍ରେ କରି ଅଚେତ ହେବା ଅଭିନୟ କରିଥିଲେ। ତାଙ୍କ ବୟାନ ଅଧାରରେ କନ୍ଧମାଳ ଜିଲା କଟ୍ରିଙ୍ଗିଆରେ ମାଟିତଳେ ପୋତାଯାଇଥିବା ୨୦ଲକ୍ଷ ୯୦ ହଜାର ଟଙ୍କା ଶନିବାର ଜବତ କରାଯାଇଥିଲା। ଏଥିସହ ଲୁଟରେ ବ୍ୟବହୃତ ବାଇକ୍‌ (ନଂ.ଓଡ଼ି ୧୨ ବି ୩୨୦୨) ଓ ୪ଟି ମୋବାଇଲ ଫୋନ୍‌ ଓ ଅଚେତ ହେବା ପାଇଁ ବ୍ୟବହୃତ ରାସାୟନିକ ଦ୍ରବ୍ୟ ଜବତ ହୋଇଛି। ଆଶିଷ ଓ ତାଙ୍କ ଦୁଇ ସହଯୋଗୀ କଟ୍ରିଙ୍ଗିଆର ମାନ୍ୟବର ନାୟକ ଓ କାର୍ତ୍ତିକ ନାୟକଙ୍କୁ କୋର୍ଟ ଚାଲାଣ କରାଯାଇଛି। ସେମାନଙ୍କୁ ରିମାଣ୍ଡରେ ଆଣି ଅଧିକ ପଚରାଉଚରା କରାଯିବ ବୋଲି ଏସପି କହିଛନ୍ତି।

ବ୍ୟାଙ୍କରୁ ଟଙ୍କା ନେଇ ଏଟିଏମ୍‌ କାଉଣ୍ଟରରେ ଭର୍ତ୍ତି କରୁଥିବା ଏଜିଏସ୍‌ ସିକ୍ୟୋର ସଂସ୍ଥାର ୪ କର୍ମଚାରୀ ୧୮ତାରିଖ ପୂର୍ବାହ୍ନରେ ୨୬ ଲକ୍ଷ ଟଙ୍କା ନେଇ ଭ୍ୟାନ୍‌ରେ ଯାଉଥିଲେ। ସେମାନେ ରଜାସାହିସ୍ଥିତ ଏଟିଏମ୍‌ କାଉଣ୍ଟରରେ ୨ଲକ୍ଷ ଟଙ୍କା ଭର୍ତ୍ତି କରିବା ପରେ ଆସିକା ରୋଡ୍‌ ଆକ୍ସିସ୍‌ ବ୍ୟାଙ୍କ ଏଟିଏମ୍‌ କାଉଣ୍ଟରକୁ ଯାଇଥିଲେ। ଗନ୍‌ମ୍ୟାନ୍‌ ଓ ୨ କର୍ମଚାରୀ ଭ୍ୟାନ୍‌ରୁ ଓହ୍ଲାଇ ଏଟିଏମ୍‌ ଭିତରକୁ ଯାଇ କିଛି ସମୟ ପରେ ଫେରିବାପରେ ଡ୍ରାଇଭର ସହ ଭ୍ୟାନ୍‌ଟି ଉଭାନ ହୋଇଯାଇଥିବା ଦେଖିଥିଲେ।

ପରେ ଜିପିଏସ୍‌ ଲୋକେଶନ୍‌ ଟ୍ରାକ୍‌ କରାଯାଇ ଭ୍ୟାନ୍‌କୁ ଗିରିସୋଲା ସୋରଳ ରୋଡ଼ ନିକଟରୁ ଠାବ କରାଯାଇଥିଲା। ଭ୍ୟାନ୍‌ରେ ଡ୍ରାଇଭର ଅଚେତ ଅବସ୍ଥାରେ ଥିବା ବେଳେ ଟଙ୍କା ଗାଏବ ହୋଇଯାଇଥିଲା। ଏ ନେଇ ବଡ଼ବଜାର ଥାନାରେ ଅଭିଯୋଗ କରାଯାଇଥିଲା। ନଂ. ୧୭୨/୨୧ରେ ମାମଲା ରୁଜୁ ହୋଇଥିଲା। ଡ୍ରାଇଭର ଆଶିଷଙ୍କ ଉପରେ ସନ୍ଦେହ କରି ଜେରା କରିବାରୁ ସେ ହିଁ ଲୁଟ ଘଟଣାର ବ୍ଲ୍ୟୁପ୍ରିଣ୍ଟ ପ୍ରସ୍ତୁତ କରିଥିବା ସ୍ବୀକାର କରିଥିଲେ। ଘଟଣାଦିନ ଦିଗାଲ ଟଙ୍କା ଭର୍ତ୍ତି ଭ୍ୟାନ ଧରି ଫେରାର୍‌ ହେବା ବେଳେ ରାସ୍ତାରେ ଟାଉନ ଥାନା ନିକଟରୁ ତାଙ୍କ ସହଯୋଗୀ ମାନ୍ୟବରଙ୍କୁ ସାଙ୍ଗରେ ନେଇଥିଲେ। ଚଳନ୍ତା ଭ୍ୟାନ୍‌ରେ ଯୋଜନା ମୁତାବକ ଏକ ନକଲି ଚାବି ସହାୟତାରେ କ୍ୟାସବକ୍ସ ଖୋଲି ସମସ୍ତ ୨୪ ଲକ୍ଷ ଟଙ୍କା ଏକ ଏୟାର ବ୍ୟାଗରେ ଭର୍ତ୍ତିି କରିଥିଲେ। ଅନ୍ଧପସରା ଆମ୍ବ ମାର୍କେଟ ଛକରେ ମାନ୍ୟବର ଟଙ୍କା ବ୍ୟାଗ୍‌ ଧରି ଭ୍ୟାନରୁ ଓହ୍ଲାଇ ପଡିଥିଲେ। ସେଠାରେ ବାଇକ୍‌ ଧରି ଅପେକ୍ଷା କରିଥିବା ଅନ୍ୟତମ ସହଯୋଗୀ କାର୍ତ୍ତିକଙ୍କ ସହ ପୁରୁଣା ବ୍ରହ୍ମପୁର, ଆସ୍କାରୋଡ ହୋଇ କଟ୍ରିଙ୍ଗିଆ ପଳାଇଥିଲେ। ସେପଟେ ଡ୍ରାଇଭର ଆଶିଷ ପୋଲିସକୁ ବାଟବଣା କରିବା ପାଇଁ ଗିରିସୋଲାରେ ପହଞ୍ଚତ୍ ଡିଭାଇନ ସ୍ଲିପ ଲିକ୍ୟୁଇଡ୍‌ ମୁହଁରେ ସ୍ପ୍ରେ କରି ଚେତାଶୂନ୍ୟ ହୋଇଯିବା ଅଭିନୟ କରିଥିଲେ। ହେଲେ ପୋଲିସ ଆଗରେ ଏହି ଅଭିନୟ ଧରାପଡ଼ି ଯାଇଥିଲା। ପରେ ପୋଲିସ କଟ୍ରିଙ୍ଗିଆ ଯାଇ ମାଟିତଳେ ପୋତାଯାଇଥିବା ଟଙ୍କା ଜବତ କରିବା ସହ ଦୁଇ ଅଭିଯୁକ୍ତ ମାନ୍ୟବର ଓ କାର୍ତ୍ତିକଙ୍କୁ ଗିରଫ କରିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ନାବାଳିକା ଛାତ୍ରୀ ଅପହରଣ ମାମଲାରେ ଓଡ଼ିଆ ଅଧ୍ୟାପକ ଗିରଫ

ରାୟଗଡ଼ା,୨୪/୪(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ସ୍ୱୟଂଶାସିତ ମହାବିଦ୍ୟାଳୟର ଜଣେ ଓଡ଼ିଆ ଅଧ୍ୟାପକଙ୍କୁ ନାବାଳିକା ଅପହରଣ ଓ ପ୍ରଲୋଭନ ପୋଲିସ ଗିରଫ କରିଥିବା ଜଣାପଡ଼ିଛି । ମିଳିଥିବା...

ତାଣ୍ଡବ ରଚିଲା କାଳବୈଶାଖୀ: ଭାଙ୍ଗିଲା ଗଛ, ଦୋକାନରୁ ଉଡ଼ିଗଲା ଆଜବେଷ୍ଟ୍‌ସ

ନିରାକାରପୁର,୨୪ା୪(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ଜିଲା ନିରାକାରପୁର ସମେତ ଏହାର ଆଖପାଖ ଅଞ୍ଚଳରେ ୪୦ ଡିଗ୍ରୀ ତାପମାତ୍ରା ଲାଗିରହିଥିବା ବେଳେ ବୁଧବାର ଅପରାହ୍ନରେ ହଠାତ୍‌ ପାଗର...

ଏହି ୯ ଷ୍ଟେସନରେ ସୁଲଭ ମୂଲ୍ୟରେ ଖାଦ୍ୟ ପ୍ରଦାନ କରିବ ଇଷ୍ଟକୋଷ୍ଟ ରେଲୱେ

ଭୁବନେଶ୍ୱର,୨୪ା୪: କମ୍ ଖର୍ଚ୍ଚରେ ଯାତ୍ରା କରୁଥିବା ଯାତ୍ରୀମାନଙ୍କ ପାଇଁ ଏକ ବଡ଼ ଖବର। ଭାରତୀୟ ରେଳବାଇ ସହିତ ଭାରତୀୟ ରେଳ କ୍ୟାଟରିଂ ଆଣ୍ଡ ଟୁରିଜିମ୍ କର୍ପୋରେସନ୍...

କୋରାପୁଟ ଲୋକ ସଭା ଆସନରେ ୩ ପ୍ରାର୍ଥୀ, ୩ ବିଧାନସଭା ଆସନରେ ୯ ପ୍ରାର୍ଥୀ ଦାଖଲ କଲେ ନାମାଙ୍କନପତ୍ର

କୋରାପୁଟ,୨୪ା୪(ଅମିତାଭ ବେହେରା): ବୁଧବାର ନାମାଙ୍କନପତ୍ର ଦାଖଲର ଷଷ୍ଠ ଦିନରେ କୋରାପୁଟ ଲୋକ ସଭା ଆସନ ନିମନ୍ତେ ଭାଜପା ସମେତ ୩ ପ୍ରାର୍ଥୀ ସେମାନଙ୍କ ନାମାଙ୍କନପତ୍ର ଦାଖଲ...

ଦିଗପହଣ୍ଡି ବିଧାନସଭା ପ୍ରାର୍ଥୀ ବଦଳାଇଲା କଂଗ୍ରେସ

ଭୁବନେଶ୍ୱର,୨୪ା୪: ଗଞ୍ଜାମ ଜିଲାର ଦିଗପହଣ୍ଡି ବିଧାନସଭା ଆସନରୁ କଂଗ୍ରେସ ପ୍ରାର୍ଥୀ ଭାବେ ବୁଧବାର ମଧ୍ୟାହ୍ନ ପ୍ରାୟ ୧୨ଟାରେ ନାମାଙ୍କନ ଦାଖଲ କରିଥିବା ଶ୍ରୀଧର ଦେବଙ୍କ ଟିକେଟ...

ମାଓବାଦୀ କ୍ୟାମ୍ପ୍‌ ଧ୍ୱଂସ: ବିପୁଳ ସାମଗ୍ରୀ ଜବତ

ମାଲକାନଗିରି,୨୪ା୪(ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ସୀମାନ୍ତ ଛତିଶଗଡ଼ ନାରାୟଣପୁର ଜିଲା ପୋଲିସ ଫୋର୍ସ, ଡିଆର୍‌ଜି, ବସ୍ତର ଫାଇଟର୍ସ ଓ ସିଏଏଫ୍‌ର ଯବାନମାନେ ବୁଧବାର ମିଳିତ ତଲାସି ବେଳେ...

ଯାଞ୍ଚବେଳେ ବାଇକ୍‌ରୁ ମିଳିଲା ବିପୁଳ ଗଞ୍ଜେଇ: ନଗଦ ଟଙ୍କା ଜବତ, ଅଭିଯୁକ୍ତ ଗିରଫ

ବରଗଡ଼,୨୪ା୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଭଟଲି ଥାନା ପୋଲିସ ବୁଧବାର ଯାଞ୍ଚବେଳେ ଗଞ୍ଜେଇ ବୋଝେଇ ଏକ ବାଇକ୍‌ ଜବତ କରିଛି। ଏହା ସହିତ ଅଭିଯୁକ୍ତ ଚିତ୍ରେଶ୍ୱର...

ଡେରାବିଶ ବ୍ଲକର ପୂର୍ବତନ କିରାଣି ଭିଜିଲାନ୍ସ କୋର୍ଟରେ ଦଣ୍ଡିତ

କଟକ,୨୪ା୪(କାର୍ତ୍ତିକ ସାହୁ): କେନ୍ଦ୍ରାପଡ଼ା ଜିଲା ଡେରାବିଶ ବ୍ଲକର ପୂର୍ବତନ କିରାଣି ତଥା ଡିଲିଂ ଆସିଷ୍ଟାଣ୍ଟ ମାଧବ ଚନ୍ଦ୍ର ଆଚାର୍ଯ୍ୟ ଭିଜିଲାନ୍ସ ଅଦାଲତରେ ଦଣ୍ଡିତ ହୋଇଛନ୍ତି। ସେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri