ସବୁଜ ସଂକଳ୍ପର ସାରଥି ‘ସତ୍ୟ’

ଢେଙ୍କାନାଳ ଅଫିସ, ୧୭।୩ – ଆଜି ଚାରାଟିଏ ଲଗାଇ ସାମାନ୍ୟ ଯତ୍ନ ନେଲେ କାଲି ତାହା ଗଛରେ ପରିଣତ ହେବ। ମଲା ପରେ ବି ଏହାକୁ ଲଗାଇଥିବା ବ୍ୟକ୍ତିଙ୍କୁ ସମସ୍ତେ ମନେପକାଉଥିବେ। ଗଛ କେବଳ ମାନବଜାତିର ମିତ୍ର ନୁହେଁ, ଛନଛନ ପତ୍ର, ଫୁଲ, ଫଳରେ ଭର୍ତ୍ତି ହୋଇଥିବା ଗଛଟିଏ ଦେଖିଲେ ମଣିଷ ମନରେ ସୃଷ୍ଟି ହେଉଥିବା ଯାବତୀୟ ଦୁଶ୍ଚିନ୍ତା, କଷ୍ଟ ଲାଘବ ହୋଇଯାଏ। ରାଗ, ରୁଷା, ଅଭିମାନ ଦୂର ହୋଇଗଲେ ଭ୍ରାତୃଭାବ ସୃଷ୍ଟି ହେବ ଏବଂ ସମାଜରେ ଶାନ୍ତି ଫେରିଆସିବ। ଏଭଳି ମହତ୍‌ ଉଦ୍ଦେଶ୍ୟ ନେଇ ଗାଁ ଗାଁ ବୁଲି ଚାରା ଲଗାଉଛନ୍ତି ପୁରୀର ସତ୍ୟନାରାୟଣ ଦାସ। ପ୍ରକୃତିର ସୁରକ୍ଷା ଏବଂ ବିଶ୍ୱ ଭ୍ରାତୃତ୍ୱ ସୃଷ୍ଟି କରିବା ଲକ୍ଷ୍ୟରେ ସବୁଜ ସଂକଳ୍ପର ସାରଥି ସାଜିଥିବା ସତ୍ୟଙ୍କ ଏଭଳି ଉଦ୍ୟମକୁ ସବୁ ମହଲରେ ପ୍ରଶଂସା କରାଯାଉଛି।
୪୭ ବର୍ଷୀୟ ସତ୍ୟନାରାୟଣଙ୍କ ଘର ପୁରୀ ଶ୍ରୀମନ୍ଦିର ପଶ୍ଚିମଦ୍ୱାର ସମ୍ମୁଖରେ। ପେସାରେ ଜଣେ ଅଟୋମୋବାଇଲ ଇଞ୍ଜିନିୟର। ଜଙ୍ଗଲ ଅବକ୍ଷୟ, ତାପମାତ୍ରା ଅହେତୁକ ବୃଦ୍ଧି, ଅସୁରକ୍ଷିତ ହୋଇପଡୁଥିବା ଜୀବଜଗତକୁ ନେଇ ତାଙ୍କର ମନ ବ୍ୟାକୁଳ ହୋଇ ଉଠିଥିଲା। ଏହା ପରେ ପ୍ରକୃତିର ସୁରକ୍ଷା ଲକ୍ଷ୍ୟ ନେଇ ସେ ବିଭିନ୍ନ ଜିଲା ବୁଲି ବୁଲି ଚାରାରୋପଣ କରିବା ସହ ଏଥି ଲାଗି ଅନ୍ୟମାନଙ୍କୁ ପ୍ରବର୍ତ୍ତାଉଛନ୍ତି। ପୁରୀ, ଖୋର୍ଦ୍ଧା, କଟକ, କେନ୍ଦ୍ରାପଡ଼ା ଏବଂ ଅନୁଗୋଳ ଜିଲାରେ ଚାରା ରୋପଣ କରିବା ପରେ ମଙ୍ଗଳବାର ସତ୍ୟନାରାୟଣ ପହଞ୍ଚତ୍ଥିଲେ ଢେଙ୍କାନାଳରେ। ସେ ସ୍ଥାନୀୟ ଜିଲା କାର୍ଯ୍ୟଳୟ ପରିସର, ଶ୍ରୀବଳରାମ ମନ୍ଦିର ପ୍ରାଙ୍ଗଣରେ ଚାରା ଲଗାଇବା ସହ ବେଲ ଏବଂ ତୁଳସୀ ମଞ୍ଜି ବାଣ୍ଟିଥିଲେ। ଜିଲା କାର୍ଯ୍ୟାଳୟରେ ପ୍ରଶାସନିକ ଅଧିକାରୀଙ୍କୁ ଚାରା ରୋପଣ, ଗଛର ଯତ୍ନ ନେବାକୁ ପରାମର୍ଶ ଦେଇଥିଲେ।
ନିଜ ପ୍ରତିକ୍ରିୟାରେ ସତ୍ୟ କୁହନ୍ତି, ଫୁଲଗଛ ଲୋକଙ୍କୁ ଅଧିକ ଆନନ୍ଦ ଦେଇଥାଏ। ଏଥିଲାଗି ସେ ଅପରାଜିତା, ଅର୍ଜୁନ, କୃଷ୍ଣନେମାଳ, ଗରୁଡ଼ ଗୋବିନ୍ଦ ଆଦି ଚାରାରୋପଣ କରୁଛନ୍ତି। ସେ ବିଭିନ୍ନ ଜିଲା ଓ ରାଜ୍ୟ ବାହାରେ ଗଛ ଲଗାଇଛନ୍ତି। ଚଳିତବର୍ଷ କରୋନା ଯୋଦ୍ଧାଙ୍କ ଉଦ୍ଦେଶ୍ୟରେ ଏହାକୁ ଉତ୍ସର୍ଗୀକୃତ କରିଛନ୍ତି। ଆଗାମୀ ଦିନରେ ମଧ୍ୟ ଏହି ଅଭିଯାନ ଜାରି ରଖିବେ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କାର୍ଯ୍ୟର ମାସେ ନପୁରୁଣ ଭାଙ୍ଗିଲା ଡ୍ରେନ

ଚମ୍ପୁଆ,୨୫ା୭(ଡି.ଏନ.ଏ.)-ଚମ୍ପୁଆ ବସଷ୍ଟାଣ୍ଡ ନିକଟରେ ଏନଏସି ପକ୍ଷରୁ ନିର୍ମାଣ କରାଯାଇଥିବା ଡ୍ରେନ ମାସେ ନପୁରୁଣ ଧସିଯାଇଥିବା ଦେଖିବାକୁ ମିଳିଛି। ଫଳରେ କାର୍ଯ୍ୟର ସ୍ଥାୟୀତ୍ୱ ନେଇ ପ୍ରଶ୍ନବାଚୀ ସୃଷ୍ଟି...

ପୂର୍ତ୍ତ ରାସ୍ତାରେ ପଥଚାରୀ ହୀନସ୍ତା: ଶୁଖିଲାରେ ଧୂଳି, ବର୍ଷାରେ କାଦୁଅ

କଣିହାଁ, ୧୩ା୭(ଡି.ଏନ.ଏ.) ଅନୁଗୋଳ ଜିଲା କଣିହାଁ ବ୍ଲକ ମହକୁମା ହାଟ ପଡିଆଠାରୁ ପାଉଁଶ ପୋଖରୀ କଡ ଦେଇ ଯାଇଥିବା ପୂର୍ତ୍ତ ରାସ୍ତାରେ ହୀନସ୍ତା ହେଉଛନ୍ତି ପଥଚାରୀ। ତାଳଚେର...

ମେ’ ୧୫ରୁ ତାରାତାରିଣୀଙ୍କ ନୂତନ ମନ୍ଦିର ପ୍ରତିଷ୍ଠା: ମୁଖ୍ୟମନ୍ତ୍ରୀଙ୍କୁ ନିମନ୍ତ୍ରଣ ଲାଗି ପ୍ରସ୍ତାବ

ଛତ୍ରପୁର,୨୧ା୪(ଡି.ଏନ୍‌.ଏ.): ଗଞ୍ଜାମ ଜିଲାର ଅଧିଷ୍ଠାତ୍ରୀ ଦେବୀ ମା’ ତାରାତାରିଣୀଙ୍କ ନୂତନ ମନ୍ଦିର ପ୍ରତିଷ୍ଠା ଉତ୍ସବ ଆସନ୍ତା ମେ’ ୧୫ରୁ ଆରମ୍ଭ ହୋଇ ୨୦ ତାରିଖରେ ଅନୁଷ୍ଠିତ...

ସ୍ଥିତି ନିୟନ୍ତ୍ରଣ ପାଇଁ ସଜବାଜ

ଅନୁଗୋଳ ଅଫିସ, ୧୨।୪: ଅନୁଗୋଳ ଜିଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଯେପରି ବୃଦ୍ଧି ପାଇବାରେ ଲାଗିଛି ଆଗାମୀ ଦିନରେ ସ୍ଥିତି ହାତରୁ ଖସିଯାଇପାରେ। ତେଣୁ ଏପରି ସମ୍ଭାବନାକୁ...

ସ୍ବଚ୍ଛ ସାଥୀ ଚୟନରେ ଅନିୟମିତତା: ଆବେଦନକାରୀଙ୍କୁ ଅଣଦେଖା

ରଣପୁର,୨୬ା୯(ସ୍ବ.ପ୍ର.): ରଣପୁର ଏନ୍‌ଏସିରେ ସ୍ବଚ୍ଛ ସାଥୀ ଚୟନରେ ଅନିୟମିତତା ନେଇ ଜିଲାପାଳଙ୍କ ନିକଟରେ ଅଭିଯୋଗ ହୋଇଛି। ଏଥିରେ ଆବେଦନକାରୀଙ୍କୁ ଅଣଦେଖା କରାଯାଇ ଅଣଆବେଦନକାରୀଙ୍କୁ ଅନୁକମ୍ପା ଦେଖାଇ...

୫ବର୍ଷ ପରେ ଅପମୃତ୍ୟୁ ହେଲା ହତ୍ୟା ମାମଲା: ଜଙ୍ଗଲକୁ ନେଇ ହତ୍ୟା କରିଥିଲେ ସ୍ବାମୀ

ଭଞ୍ଜନଗର,୨୯।୮(ଡି.ଏନ.ଏ)- ଗଞ୍ଜାମ ଜିଲା ତାରସିଂ ଥାନା ଝାଲିଆଗୋଚ୍ଛା ଗ୍ରାମରେ ୨୦୧୫ରେ ଘଟିଥିବା ଏକ ଅପମୃତ୍ୟୁ ମାମଲା ୫ବର୍ଷ ପରେ ହତ୍ୟା ମାମଲାରେ ପରିଣତ ହୋଇଛି। ଅଭିଯୁକ୍ତ...

ବାଲି ଖାଦାନରେ ଲାଗିବ ସିସିଟିଭି କ୍ୟାମେରା

ଯାଜପୁର ଅଫିସ,୧୦ା୩: ସିମେଣ୍ଟ,କଂକ୍ରିଟ୍‌ ନିର୍ମାଣ କାର୍ଯ୍ୟରେ ବାଲିର ବ୍ୟବହାର ଗୁରୁତ୍ୱପୂର୍ଣ୍ଣ । ଏଣୁ ରାଜ୍ୟରେ ଚାଲିଥିବା ଏପରି ନିର୍ମାଣ କାର୍ଯ୍ୟ ଯୋଗୁ ବାଲିର ଚାହିଦା ଆକାଶଛୁଆଁ...

ଲିଜ୍‌, ଶ୍ରୀଜଗନ୍ନାଥ ଜମିର ସ୍ଥାୟୀ ସମାଧାନ ହେଉ

ପୁରୀ ଅଫିସ,୧୯।୧: ପୁରୀ ସହରରେ ଥିବା ପୌରାଞ୍ଚଳ ଲିଜ୍‌ ଜମି, ଶ୍ରୀଜଗନ୍ନାଥଙ୍କ ସମ୍ପତ୍ତି, ଇକୋ-ସେନ୍ସିଟିଭ୍‌ ଜମି ଭଳି ଅନେକ ମାମଲାର ସ୍ଥାୟୀ ସମାଧାନ ପାଇଁ ପୁରୀ...

Advertisement
Archives

Model This Week