ସବୁଜ ସଂକଳ୍ପର ସାରଥି ‘ସତ୍ୟ’

ଢେଙ୍କାନାଳ ଅଫିସ, ୧୭।୩ – ଆଜି ଚାରାଟିଏ ଲଗାଇ ସାମାନ୍ୟ ଯତ୍ନ ନେଲେ କାଲି ତାହା ଗଛରେ ପରିଣତ ହେବ। ମଲା ପରେ ବି ଏହାକୁ ଲଗାଇଥିବା ବ୍ୟକ୍ତିଙ୍କୁ ସମସ୍ତେ ମନେପକାଉଥିବେ। ଗଛ କେବଳ ମାନବଜାତିର ମିତ୍ର ନୁହେଁ, ଛନଛନ ପତ୍ର, ଫୁଲ, ଫଳରେ ଭର୍ତ୍ତି ହୋଇଥିବା ଗଛଟିଏ ଦେଖିଲେ ମଣିଷ ମନରେ ସୃଷ୍ଟି ହେଉଥିବା ଯାବତୀୟ ଦୁଶ୍ଚିନ୍ତା, କଷ୍ଟ ଲାଘବ ହୋଇଯାଏ। ରାଗ, ରୁଷା, ଅଭିମାନ ଦୂର ହୋଇଗଲେ ଭ୍ରାତୃଭାବ ସୃଷ୍ଟି ହେବ ଏବଂ ସମାଜରେ ଶାନ୍ତି ଫେରିଆସିବ। ଏଭଳି ମହତ୍‌ ଉଦ୍ଦେଶ୍ୟ ନେଇ ଗାଁ ଗାଁ ବୁଲି ଚାରା ଲଗାଉଛନ୍ତି ପୁରୀର ସତ୍ୟନାରାୟଣ ଦାସ। ପ୍ରକୃତିର ସୁରକ୍ଷା ଏବଂ ବିଶ୍ୱ ଭ୍ରାତୃତ୍ୱ ସୃଷ୍ଟି କରିବା ଲକ୍ଷ୍ୟରେ ସବୁଜ ସଂକଳ୍ପର ସାରଥି ସାଜିଥିବା ସତ୍ୟଙ୍କ ଏଭଳି ଉଦ୍ୟମକୁ ସବୁ ମହଲରେ ପ୍ରଶଂସା କରାଯାଉଛି।
୪୭ ବର୍ଷୀୟ ସତ୍ୟନାରାୟଣଙ୍କ ଘର ପୁରୀ ଶ୍ରୀମନ୍ଦିର ପଶ୍ଚିମଦ୍ୱାର ସମ୍ମୁଖରେ। ପେସାରେ ଜଣେ ଅଟୋମୋବାଇଲ ଇଞ୍ଜିନିୟର। ଜଙ୍ଗଲ ଅବକ୍ଷୟ, ତାପମାତ୍ରା ଅହେତୁକ ବୃଦ୍ଧି, ଅସୁରକ୍ଷିତ ହୋଇପଡୁଥିବା ଜୀବଜଗତକୁ ନେଇ ତାଙ୍କର ମନ ବ୍ୟାକୁଳ ହୋଇ ଉଠିଥିଲା। ଏହା ପରେ ପ୍ରକୃତିର ସୁରକ୍ଷା ଲକ୍ଷ୍ୟ ନେଇ ସେ ବିଭିନ୍ନ ଜିଲା ବୁଲି ବୁଲି ଚାରାରୋପଣ କରିବା ସହ ଏଥି ଲାଗି ଅନ୍ୟମାନଙ୍କୁ ପ୍ରବର୍ତ୍ତାଉଛନ୍ତି। ପୁରୀ, ଖୋର୍ଦ୍ଧା, କଟକ, କେନ୍ଦ୍ରାପଡ଼ା ଏବଂ ଅନୁଗୋଳ ଜିଲାରେ ଚାରା ରୋପଣ କରିବା ପରେ ମଙ୍ଗଳବାର ସତ୍ୟନାରାୟଣ ପହଞ୍ଚତ୍ଥିଲେ ଢେଙ୍କାନାଳରେ। ସେ ସ୍ଥାନୀୟ ଜିଲା କାର୍ଯ୍ୟଳୟ ପରିସର, ଶ୍ରୀବଳରାମ ମନ୍ଦିର ପ୍ରାଙ୍ଗଣରେ ଚାରା ଲଗାଇବା ସହ ବେଲ ଏବଂ ତୁଳସୀ ମଞ୍ଜି ବାଣ୍ଟିଥିଲେ। ଜିଲା କାର୍ଯ୍ୟାଳୟରେ ପ୍ରଶାସନିକ ଅଧିକାରୀଙ୍କୁ ଚାରା ରୋପଣ, ଗଛର ଯତ୍ନ ନେବାକୁ ପରାମର୍ଶ ଦେଇଥିଲେ।
ନିଜ ପ୍ରତିକ୍ରିୟାରେ ସତ୍ୟ କୁହନ୍ତି, ଫୁଲଗଛ ଲୋକଙ୍କୁ ଅଧିକ ଆନନ୍ଦ ଦେଇଥାଏ। ଏଥିଲାଗି ସେ ଅପରାଜିତା, ଅର୍ଜୁନ, କୃଷ୍ଣନେମାଳ, ଗରୁଡ଼ ଗୋବିନ୍ଦ ଆଦି ଚାରାରୋପଣ କରୁଛନ୍ତି। ସେ ବିଭିନ୍ନ ଜିଲା ଓ ରାଜ୍ୟ ବାହାରେ ଗଛ ଲଗାଇଛନ୍ତି। ଚଳିତବର୍ଷ କରୋନା ଯୋଦ୍ଧାଙ୍କ ଉଦ୍ଦେଶ୍ୟରେ ଏହାକୁ ଉତ୍ସର୍ଗୀକୃତ କରିଛନ୍ତି। ଆଗାମୀ ଦିନରେ ମଧ୍ୟ ଏହି ଅଭିଯାନ ଜାରି ରଖିବେ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଜୀବିତ ସାବିତ୍ରୀଙ୍କୁ ମୃତ ଦର୍ଶାଇଲା ପ୍ରଶାସନ, ଧରିତ୍ରୀରେ ଖବର ପ୍ରକାଶ ପରେ…

ଥୁଆମୂଳ ରାମପୁର,୧୫ା୨(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ଅନ୍ତର୍ଗତ ଓଡରୀ ପଞ୍ଚାୟତ ଦୋଳଗୁଡ଼ା ଗ୍ରାମର ଜଣେ ଅସହାୟା ମହିଳାଙ୍କୁ ନେଇ ପ୍ରଶାସନର ଚରମ ଅବହେଳା…

ଜାଗରରେ ଅଘଟଣ: ଦୀପରୁ ମହିଳାଙ୍କ ଦେହରେ ଲାଗିଲା ନିଆଁ, ଆଉ ତା’ ପରେ…

ଖଇରା,୧୫ା୨(ଉତ୍କଳ ବନ୍ଧୁ ପଣ୍ଡା): ବାଲେଶ୍ୱର ଜିଲା ଖଇରା ଥାନା ଅଧୀନ ଗଣ୍ଡିବେଡ଼ସ୍ଥିତ ଲଙ୍କେଶ୍ୱର ଶିବ ମନ୍ଦିର ପ୍ରାଙ୍ଗଣରେ ଦୀପରୁ ନିଆଁ ଲାଗିବା ଯୋଗୁ ଗଣ୍ଡିବେଡ଼ ଗ୍ରାମର ଭଗବାନ…

OSRTC ବସ୍‌ ଦୁର୍ଘଟଣା: ୨୯ ଯାତ୍ରୀଙ୍କ ମଧ୍ୟରୁ…

କୋରାପୁଟ/ପଟ୍ଟାଙ୍ଗି,୧୫ା୨(ଅମିତାଭ ବେହେରା/ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ପଡ଼ୋଶୀ ଆନ୍ଧ୍ର ରାଜ୍ୟ ସାଲୁର୍‌ ବାଇପାସ ରାସ୍ତାରେ ଶନିବାର ବିଳମ୍ବିତ ରାତିରେ ଭାରସାମ୍ୟ ହରାଇ ଓଡ଼ିଶା…

ଗଞ୍ଜାମ ଉତ୍ସବମୁଖର: ଶିବାଳୟରେ ଭକ୍ତଙ୍କ ପ୍ରବଳ ଭିଡ଼

ଗଞ୍ଜାମ,୧୫ା୨(ଅନାଥ ତରାଇ): ପବିତ୍ର ମହାଶିବରାତ୍ରି ଅବସରରେ ରବିବାର ଗଞ୍ଜାମ ସହର ଉତ୍ସବମୁଖର ହୋଇଉଠିଛି। ସ୍ଥାନୀୟ ପ୍ରସିଦ୍ଧ ଖଣ୍ଡେଶ୍ୱର ମନ୍ଦିରରେ ଭୋର୍‌ ସମୟରୁ ଶତାଧିକ ଶ୍ରଦ୍ଧାଳୁଙ୍କ ଭିଡ଼ ଦେଖିବାକୁ…

ଦେବଗଡ଼ର ପରିତ୍ୟକ୍ତ ଶିଶୁ ବଢ଼ିବ ଆମେରିକାରେ, ପୋଷ୍ୟ ସନ୍ତାନ ଭାବେ ଗ୍ରହଣ କରି…

ଦେବଗଡ଼,୧୫ା୨(ଶଶାଙ୍କ ଶେଖର ଝାଙ୍କର): ଜିଲା ଶିଶୁ ସୁରକ୍ଷା ଅଧିକାରୀ ରୋମିଓ ମହାପାତ୍ରଙ୍କ ଆବେଦନ ଓ ଜିଲାପାଳ କବିନ୍ଦ୍ର କୁମାର ସାହୁଙ୍କ ଅନୁମୋଦନ ପରେ ବିଗତ ତିନି ବର୍ଷରୁ…

ଟ୍ରେନ୍‌ ଲାଇନ୍‌ ପାର ସମୟରେ ବୃଦ୍ଧଙ୍କୁ ଧକ୍କା ଦେଲା ଟ୍ରେନ୍‌, ଚାଲିଗଲା ଜୀବନ

ଲଖନପୁର,୧୫ା୨(ଗୌତମ ସାହୁ): ଝାରସୁଗୁଡା ଜିଲା ଲଖନପୁର ବ୍ଲକ ସୀମାନ୍ତ କନକତୋରା ଗ୍ରାମର ଫଲ୍ଲବ ପଧାନ(୬୨) ନିକଟସ୍ଥ ପଡ଼ୋଶୀ ରାଜ୍ୟ ଏକତାଳ କ୍ରିକେଟ ପଡ଼ିଆ ପାର୍ଶ୍ୱରେ ଯାଇଥିବା ଏନଟିପିସି…

ରାଜ୍ୟର ସର୍ବୋଚ୍ଚ ଶିବ ପ୍ରତିମୂର୍ତ୍ତି: ବେଲେଶ୍ୱର ପୀଠରେ ଦର୍ଶନ ପାଇଁ ସକାଳୁ ସକାଳୁ ଶ୍ରଦ୍ଧାଳୁ…

ଭଞ୍ଜନଗର,୧୫ା୨(ବାବୁଲା ପ୍ରଧାନ): ଆଜି ହେଉଛି ମହାଶିବରାତ୍ରି ପର୍ବ। ତେଣୁ ରବିବାର ଭଞ୍ଜନଗର ଅଞ୍ଚଳର ସମସ୍ତ ଶୈବ ପୀଠରେ ଭଗବାନ ଶିବଠାକୁରଙ୍କ ଦର୍ଶନ ପାଇଁ ସକାଳୁ ସକାଳୁ ଶ୍ରଦ୍ଧାଳୁଙ୍କ…

ମହାଶିବରାତ୍ରିକୁ ନେଇ ଚଳଚଞ୍ଚଳ ଭୋଗରାଇ: ଭକ୍ତଙ୍କ ପ୍ରବଳ ଗହଳି, ଭୋର ୪.୩୦ରେ ଉଠିବ ମହାଦୀପ

ଭୋଗରାଇ, ୧୫।୨(ପ୍ରଦୀପ ଦାସ): ଆଜି ହେଉଛି ପବିତ୍ର ମହାଶିବରାତ୍ରି। ସମସ୍ତ ଶୈବପୀଠ ହୋଇଛି ଭକ୍ତମୟ। ସବୁଠି ଓଁ ନମଃ ଶିବାୟରେ ପ୍ରକମ୍ପିତ ହେଉଛି ମନ୍ଦିର l ଏଭଳି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri