ଚଢ଼ାଉ ସମୟରେ ଗଞ୍ଜେଇ ଭର୍ତ୍ତି ବୋଲେରୋ ଛାଡ଼ି ଚାଳକ ଚମ୍ପଟ

କୋକସରା,୧୬ା୩(ଡି.ଏନ୍‌.ଏ.): କୋରାପୁଟ ଅଞ୍ଚଳରୁ କଳାହାଣ୍ଡି ପଟେ ଆସୁଥିବା ଏକ ବୋଲେରୋ ନମ୍ବର ଓ ୦୮ ସି ୪୨୮୪ରେ ଗଞ୍ଜେଇ ଚୋରା ଚାଲାଣ ହେଉଥିବା କୌଣସି ସୂତ୍ରରୁ ଖବର ପାଇ କଳାହାଣ୍ଡି ଭବାନୀପାଟଣା ଓ ଜୟପାଟଣା ଅବକାରୀ ବିଭାଗର ମିଳିତ ଟିମ୍‌ ଚଢ଼ାଉ କରିଥିଲେ। ଏହି ସମୟରେ ଅବକାରୀ ବିଭାଗ ପାଟ୍ରୋଲିଂ ସ୍କ୍ବାର୍ଡକୁ ଦେଖି ଗାଡ଼ିରେ ଥିବା ଡ୍ରାଇଭର ସମେତ ଅନ୍ୟମାନେ ଗାଡ଼ି ଛାଡ଼ି ଚମ୍ପଟ ମାରିଥିଲେ। ଅବକାରୀ ବିଭାଗ କର୍ମଚାରୀ ସେମାନଙ୍କୁ ପିଛା କରିଥିଲେ ସୁଦ୍ଧା ଜଙ୍ଗଲ ରାସ୍ତା ଦେଇ ଫେରାର ମାରିବାରେ ସଫଳ ହୋଇଥିଲେ। ତେବେ ବୋଲେରୋରେ ଥିବା ଗଞ୍ଜେଇକୁ ଜବତ କରିଥିଲା ଅବକାରୀ ବିଭାଗ। ଜବତ ଗଞ୍ଜେଇ ୩ କ୍ୱିଣ୍ଟାଲ ୨୦ କେଜି ୬୫୦ ଗ୍ରାମ ଥିବାବେଳେ ବଜାରରେ ଆନୁମାନିକ ମୂଲ୍ୟ ୧୦ ଲକ୍ଷରୁ ଊର୍ଦ୍ଧ୍ୱ ହେବ ବୋଳି ସୂଚନା ମିଳିଛି। ତେବେ ଜବତ ବୋଲେରୋ କାହାର ଓ ଏହି ଚୋରା ଚାଲାଣ ଘଟଣାର ମାଷ୍ଟରମାଇଣ୍ଡ କିଏ ତାହା ସ୍ପଷ୍ଟ କରି ନାହିଁ ଅବକାରୀ ବିଭାଗ । ତଦନ୍ତ ପରେ ଜଣାପଡ଼ିବ ବୋଲି କଳାହାଣ୍ଡି ଜିଲା ଅବକାରୀ ବିଭାଗ ସୁପରିଟେଣ୍ଡେଣ୍ଟ ଦଣ୍ଡପାଣି ବେହେରା ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଉଚ୍ଛେଦ ଯୋଗୁ ଫାଟୁଛି ପାଖ ଘର

ପୁରୀ ଅଫିସ, ୩୦ା୧: ଶ୍ରୀମନ୍ଦିର ସୁରକ୍ଷା ଜୋନ୍‌ରେ ଉଚ୍ଛେଦ ଅଭିଯାନ ଜାରି ରହିଛି। ମେଘନାଦ ପାଚେରି କଡ଼ରୁ ୭୫ ମିଟର ପରିଧି ମଧ୍ୟରେ ଥିବା ନିର୍ମାଣ...

୬ଷ୍ଠ ଦିନରେ ଶ୍ରମିକ ସଙ୍ଗଠନର ଗଣଧାରଣା

ତାଳଚେର,୧୭।୭(ନି.ପ୍ର.) – ତାଳଚେରସ୍ଥିତ ଏମ୍‌ସିଏଲ୍‌ର ଭରତପୁର କୋଇଲା ଖଣିରେ ନୂତନ ସାଇଲୋ ଘରୋଇକରଣର ପ୍ରତିବାଦରେ ବିଭିନ୍ନ ଶ୍ରମିକ ସଙ୍ଗଠନ ପକ୍ଷରୁ ଦିଆଯାଇଥିବା ଶାନ୍ତିପୂର୍ଣ୍ଣ ଗଣଧାରଣା ଶନିବାର...

ମାଡ଼ର ପ୍ରତିଶୋଧ ହତ୍ୟାରେ

ରାସୋଳ, ୧୫।୬(ଡି.ଏନ.ଏ.) ଢେଙ୍କାନାଳ ଜିଲା ହିନ୍ଦୋଳ ବ୍ଲକ ବାଲିମୀ ଥାନା ଅନ୍ତର୍ଗତ କୁକୁଟା ଗ୍ରାମର ରାଜମିସ୍ତ୍ରି ବୁନୁ ବେହେରା (୪୦) ହତ୍ୟାକାଣ୍ଡର ପର୍ଦ୍ଦାଫାଶ ହୋଇଛି। ଏହି ଘଟଣାର...

ସୁରଟ ଫେରନ୍ତାଙ୍କୁ ଅଣଦେଖା ଅଭିଯୋଗ: କ୍ୱାରାଣ୍ଟାଇନ୍‌ ସେଣ୍ଟରକୁ ନ ଯାଇ ରାସ୍ତାରେ ଠିଆ ହୋଇ ହଟହଟା

ପୁରୁଷୋତ୍ତମପୁର,୪ା୫(ଡି.ଏନ୍‌.ଏ.): ସୁରଟ ଓ କେରଳରୁ ଫେରୁଥିବା ପ୍ରବାସୀ ଓଡ଼ିଆଙ୍କୁ ନେଇ ଚିନ୍ତା ବଢ଼ିଛି। ଏଭଳି ସ୍ଥିତିରେ ଫେରୁଥିବା ଏହି ଓଡ଼ିଆଙ୍କୁ ତତ୍‌କ୍ଷଣାତ୍‌ କ୍ବାରାଣ୍ଟାଇନ୍‌ ସେଣ୍ଟରରେ ନେଇ...

ଗଞ୍ଜାମରେ ଲକଡାଉନ୍‌ କଟକଣା ଉଲ୍ଲଂଘନ: ଦିନକରେ ୧ .୧୨ ଲକ୍ଷ ଜରିମାନା ଆଦାୟ

ବ୍ରହ୍ମପୁର ଅଫିସ,୨।୭: ଗଞ୍ଜାମ ଜିଲାରେ କରୋନା ସଂକ୍ରମିତଙ୍କ ସଂଖ୍ୟା ସାଙ୍ଗକୁ ମୃତ୍ୟୁ ସଂଖ୍ୟା ମଧ୍ୟ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ଫଳରେ ଏବେ ଜିଲାରେ...

କବାଡ଼ିଆକୁ ବୋଲେରୋ ବିକ୍ରି ବେଳେ ଧରିଲା ପୋଲିସ

ଖଇରା,୧୮।୬(ଡି.ଏନ.ଏ.): ଯାଜପୁରରୋଡ୍‌ରୁ ଚୋରି ହୋଇଥିବା ଏକ ବୋଲେରୋ ଗାଡିକୁ ଖଇରାରୁ ଉଦ୍ଧାର କରାଯାଇଛି । ଯାଜପୁରରୋଡ୍‌ ଶଙ୍ଖଚିଲ ଗ୍ରାମର କନକଲତା ସାହୁଙ୍କ ବୋଲେରୋ ଗାଡି(ନଂ.ଓଡି୦୪୩୮୪୬)କୁ କେତେକ...

ବାତ୍ୟା ମୁକାବିଲା ପାଇଁ ପ୍ରଶାସନ ତତ୍ପର: କୂଳକୁ ଫେରିଲା ଟ୍ରଲର, ଦୀଘାରେ ଏନ୍‌ଡିଆରଏଫ୍‌ର ସଚେତନତା

ଭୋଗରାଇ,୨୩ା୫(ଡି.ଏନ୍‌.ଏ.): ଆସୁଛି ବାତ୍ୟା ୟାସ୍‌। ବାଲେଶ୍ୱର ଉପକୂଳ ସହିତ ପଶ୍ଚିମବଙ୍ଗ ପୂର୍ବ ମେଦିନାପୁର ସମୁଦ୍ର କୂଳରେ ଏହି ଭୟଙ୍କର ସାମୁଦ୍ରିକ ଝଡ଼ ସ୍ଥଳଭାଗ ଛୁଇଁବା ନେଇ...

ଅଙ୍ଗନୱାଡି ଖାଦ୍ୟ ବାଟମାରଣା

ଖୋର୍ଦ୍ଧା ଅଫିସ,୨୮ା୭:ଗର୍ଭବତୀ ମହିଳା ଓ ଶିଶୁଙ୍କ ଯତ୍ନ ସହ ପିଲାଙ୍କୁ ପ୍ରାକ୍‌ ବିଦ୍ୟାଳୟ ଶିକ୍ଷା ପ୍ରଦାନ ସକାଶେ ସରକାର ଅଙ୍ଗନୱାଡି କେନ୍ଦ୍ର ବ୍ୟବସ୍ଥା କରିଛନ୍ତି। ମା’...

Advertisement
Archives

Model This Week