Posted inଖେଳ

ଟେନ୍‌ସନ୍‌ରେ ଏହି ୨ କ୍ରିକେଟର୍‌

ଲଣ୍ଡନ,୯।୮: ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ସିରିଜର ପ୍ରଥମ ଟେଷ୍ଟ ମ୍ୟାଚ ଡ୍ରରେ ଶେଷ ହୋଇଛି। ବର୍ଷା ହେତୁ ପଞ୍ଚମ ଦିନରେ ଗୋଟିଏ ବଲ ବୋଲିଂ ହୋଇପାରି ନଥିଲା, ଯାହା ଫଳରେ ଟେଷ୍ଟ ଡ୍ର’ ହୋଇଥିଲା। ପ୍ରଥମ ଟେଷ୍ଟରେ ଭାରତ ଜିତିବାର ସୁଯୋଗ ପାଇଥିଲା, କିନ୍ତୁ ଖରାପ ପାଗ ଭାରତର ଆଶାକୁ ନଷ୍ଟ କରି ଦେଇଥିଲା। ଏହି ମ୍ୟାଚର କୌଣସି ଫଳାଫଳ ନ ଥିଲେ ମଧ୍ୟ ବିରାଟ କୋହଲି ଏବଂ ଅଜିଙ୍କେ ରାହାନେଙ୍କୁ ଏହି ମ୍ୟାଚରୁ ବହୁତ ଟେନସନ ମିଳିଛି। ଉଭୟ ଖେଳାଳି ଏହି ମ୍ୟାଚର ପ୍ରଥମ ଇନିଂସରେ ଭଲ ଖେଳି ନ ଥିଲେ। କୋହଲି ପ୍ରଥମ ଇନିଂସରେ ପ୍ରଥମ ବଲ୍‌ରେ ଆଉଟ୍‌ ହୋଇଥିବାବେଳେ ରାହାନେ ୫ ରନ କରି ଆଉଟ ହୋଇଥିଲେ।
ବିରାଟ କୋହଲି: ଭାରତୀୟ ଅଧିନାୟକ ବିରାଟ କୋହଲି ନଭେମ୍ବର ୨୦୧୯ରେ ବାଂଲାଦେଶ ବିପକ୍ଷରେ ଶେଷ ଟେଷ୍ଟ ଶତକ ହାସଲ କରିଥିଲେ, କିନ୍ତୁ ଏହା ପରେ ସେ ୧୫ଇନିଂସରେ ଗୋଟିଏ ବି ଶତକ ହାସଲ କରିପାରି ନାହାନ୍ତି। ସେ ଗତ ୧୫ ଟେଷ୍ଟ ଇନିଂସରେ ୩ ଅର୍ଦ୍ଧଶତକ ହାସଲ କରିଛନ୍ତି। ୬ ଥର ଡବଲ ଫିଗରକୁ ଛୁଇଁ ପାରି ନାହାନ୍ତି ସେ। ଏହି ସମୟ ମଧ୍ୟରେ କୋହଲି ୩ ଥର ଆକାଉଣ୍ଟ ଖୋଲିପାରି ନ ଥିଲେ। ଏଭଳି ପରିସ୍ଥିତିରେ ତାଙ୍କର ନିରନ୍ତର ଖରାପ ପ୍ରଦର୍ଶନ ସମସ୍ତଙ୍କ ଚିନ୍ତା ବଢାଉଛି। ଇଂଲଣ୍ଡ ବିପକ୍ଷ ପ୍ରଥମ ଟେଷ୍ଟର ପ୍ରଥମ ଇନିଂସରେ ଜେମ୍ସ ଆଣ୍ଡରସନ ତାଙ୍କୁ ପ୍ରଥମ ବଲ୍‌ରେ ଆଉଟ୍‌ ହୋଇଥିଲେ।
ଅଜିଙ୍କେ ରାହାନେ: ଅଜିଙ୍କେ ରାହାନେଙ୍କ ବ୍ୟାଟ ମଧ୍ୟ ଇଂଲଣ୍ଡ ବିପକ୍ଷ ପ୍ରଥମ ଟେଷ୍ଟର ପ୍ରଥମ ଇନିଂସରେ କାମ କରି ନ ଥିଲା। ସେ ୫ ବଲରେ ୫ ରନ କରିଥିଲେ। ରାହାନେ ମଧ୍ୟ ଖରାପ ଫର୍ମ ସହିତ କ୍ରମାଗତ ଭାବରେ ସଂଘର୍ଷ କରୁଛନ୍ତି। ଏବେ ମଧ୍ୟ ଦଳରେ ତାଙ୍କ ସ୍ଥାନ ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଯଦି ଆମେ ଚଳିତ ବର୍ଷ ଟେଷ୍ଟ କ୍ରିକେଟରେ ରାହାନେଙ୍କ ପ୍ରଦର୍ଶନ ବିଷୟରେ କହିବା, ତେବେ ସେ ଗତ ୧୩ ଇନିଂସରେ ଗୋଟିଏ ବି ଶତକ ହାସଲ କରିପାରି ନ ଥିଲେ ଏବଂ କେବଳ ଗୋଟିଏ ଅର୍ଦ୍ଧଶତକ ହାସଲ କରିଛନ୍ତି। ଡିସେମ୍ବର ୨୦୨୦ରେ ସେ ଅଷ୍ଟ୍ରେଲିଆ ବିପକ୍ଷରେ ଶେଷ ଶତକ ସ୍କୋର କରିଥିଲେ।

 


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?