ରାୟଗଡ଼ା ପୌରାଞ୍ଚଳରେ ଡ୍ରେନେଜ୍‌ ବ୍ୟବସ୍ଥାରେ ସୁଧାର ଆସୁନାହିଁ

ରାୟଗଡ଼ା ଅଫିସ,୨୦।୬: ରାୟଗଡ଼ା ସହରକୁ ସ୍ବଚ୍ଛ ଏବଂ ସୁନ୍ଦର କରିବାକୁ ପୌର ପରିଷଦ ଜରିଆରେ ଅର୍ଥ ଖର୍ଚ୍ଚ ହେଉଛି। ତଥାପି ଡ୍ରେନେଜ୍‌ ବ୍ୟବସ୍ଥାରେ ସୁଧାର ଆସିପାରୁନାହିଁ। ସାମାନ୍ୟ ବର୍ଷା ହେଲେ ପୌରାଞ୍ଚଳର ବିଭିନ୍ନ ସାହିରେ ଆଣ୍ଠୁଏ ଉଚ୍ଚତାରେ ପାଣି ଜମିରହୁଛି। ବର୍ଷାଦିନ ଆସିଲେ ଏହି ସମସ୍ୟା ଦ୍ୱିଗୁଣିତ ହେଉଛି। ଲୋକଙ୍କ ଘରେ ଡ୍ରେନ୍‌ ପାଣି ପଶି ଅସ୍ବାସ୍ଥ୍ୟକର ପରିବେଶ ସୃଷ୍ଟି ହେଉଛି। ଏହି ସମସ୍ୟା ଦୀର୍ଘ ବର୍ଷର ହୋଇଥିଲେ ମଧ୍ୟ ସମାଧାନ ନେଇ କୌଣସି ଆଖିଦୃଶିଆ ପଦକ୍ଷେପ ଦେଖିବାକୁ ମିଳୁନାହିଁ।
ସୂଚନାଯୋଗ୍ୟ, ରାୟଗଡ଼ା ପୌରାଞ୍ଚଳ ୨୪ ୱାର୍ଡକୁ ନେଇ ଗଠିତ। ପ୍ରାୟ ୯୫ ହଜାର ଜନସାଧାରଣ ଏଠାରେ ବସବାସ କରୁଛନ୍ତି। ତେବେ କେତେକ ୱାର୍ଡରେ ଏ ପର୍ଯ୍ୟନ୍ତ ଡ୍ରେନ୍‌ ନିର୍ମାଣ ହୋଇପାରିନାହିଁ। ସେହିପରି ଡ୍ରେନ୍‌ ରହିଥିବା ଅଧିକାଂଶ ଓ୍ବାର୍ଡରେ ଜଳ ନିଷ୍କାସନର ସୁବିଧା ନ ଥିବାରୁ ବର୍ଷାଦିନେ କୃତ୍ରିମ ବନ୍ୟା ପରିସ୍ଥିତି ସୃଷ୍ଟି ହେଉଛି। ରାସ୍ତା ଉପରେ ପ୍ରାୟ ଏକ ଫୁଟ ଉଚ୍ଚରେ କାଦୁଅ ଏବଂ ଆବର୍ଜନା ଜମାହୋଇ ଅସ୍ବାସ୍ଥ୍ୟକର ପରିବେଶ ସୃଷ୍ଟି ହେଉଛି। ଏବେ ପ୍ରାକ୍‌ ମୌସୁମୀ ବର୍ଷା ଆରମ୍ଭ ହୋଇଥିବାବେଳେ ଆଗକୁ ଆହୁରି ବର୍ଷା ରହିଛି। ତଥାପି ପୌର ପରିଷଦ ପକ୍ଷରୁ ଏ ପର୍ଯ୍ୟନ୍ତ କୌଣସି ପଦକ୍ଷେପ ନିଆଯିବା ନଜରକୁ ଆସିନାହିଁ।
ସେହିପରି ସହରକୁ ଆବର୍ଜନା ମୁକ୍ତ କରିବା ପାଇଁ ଅଳିଆବୁହା ଗାଡ଼ି ଏବଂ ସଫେଇ କର୍ମଚାରୀ ନିଯୁକ୍ତ ହୋଇଛନ୍ତି। ତଥାପି ରାୟଗଡ଼ା ସହରରେ କୌଣସି ପରିବର୍ତ୍ତନ ଦେଖିବାକୁ ମିଳୁ ନ ଥିବା ଅଞ୍ଚଳବାସୀ ବାରମ୍ବାର ଅଭିଯୋଗ କରୁଛନ୍ତି। ସହରର ସମସ୍ତ ୱାର୍ଡରେ କୁଢ଼କୁଢ଼ ଆବର୍ଜନା ଅଧିକ ଦିନ ଧରି ଜମା ରହୁଛି। ଏହାଦ୍ୱାରା ଡେଙ୍ଗୁ, ମ୍ୟାଲେରିଆ ମଧ୍ୟ ବ୍ୟାପିବା ଆଶଙ୍କା ରହିଛି। ରାୟଗଡ଼ା ପୌର ପରିଷଦ ଅଧୀନ ନ୍ୟୁ କଲୋନି, କନଭୋଣ୍ଟା ରୋଡ୍‌, କୋଅପରେଟିଭ୍‌ କଲୋନି, ରାଧାକୃଷ୍ଣନଗର, ଇନ୍ଦିରାନଗର ଆଦି ଅଞ୍ଚଳରେ ଡ୍ରେନ୍‌ ଜଳ ନିଷ୍କାସନ ହୋଇ ନ ପାରି ବିଭିନ୍ନ ସମୟରେ ପାଣି ଜମିରହୁଛି। ଏହି କାରଣରୁ ଅଞ୍ଚଳରେ ସବୁ ସମୟରେ ମଶାଙ୍କ ପ୍ରାଦୁର୍ଭାବ ନେଇ ଅଭିଯୋଗ ହେଉଛି। ଡ୍ରେନ୍‌ ମଧ୍ୟରେ କୁଢ଼କୁଢ ଆବର୍ଜନା ଜମି ରହୁଥିବାରୁ ରୋଗ ବ୍ୟାପିବା ଆଶଙ୍କା ରହିଛି। ଅନ୍ୟପକ୍ଷରେ ସହର ସଫେଇ ବାବଦକୁ ରାଜ୍ୟ ସରକାର ଅନୁଦାନ ଦେଉଥିଲେ ମଧ୍ୟ ୟୁଜର୍ସ ଫି ବାବଦକୁ ଘର ପିଛା ମାସିକ ୩୦ ଟଙ୍କା ଲେଖାଏ ପୌର ପରିଷଦ ପକ୍ଷରୁ ଆଦାୟ କରାଯାଉଛି। ତଥାପି କୌଣସି ଆଖିଦୃଶିଆ ପଦକ୍ଷେପ ନିଆଯାଉ ନ ଥିବା ସହରବାସୀ ଅଭିଯୋଗ କରିଛନ୍ତି। ଡ୍ରେନ୍‌ଗୁଡ଼ିକ ନିୟମିତ ସଫା ହେଉ ନ ଥିବା ସହର ସ୍ଥିତ ନ୍ୟୁ କଲୋନି ବାସିନ୍ଦା ସାରାଣୀ ପଣ୍ଡା ଏବଂ ଇନ୍ଦିରାନଗରର ବାଳକୃଷ୍ଣ ପଣ୍ଡା କହିଛନ୍ତି। ସେଗୁଡ଼ିକୁ ନିୟମିତ ସଫା କରିବାକୁ ସେମାନେ ଦାବି କହିଛନ୍ତି। ଏ ନେଇ ରାୟଗଡ଼ା ପୌର ପରିଷଦର କାର୍ଯ୍ୟନିର୍ବାହୀ ଅଧିକାରୀ ୟାସିର ବିଲାଲ୍‌ ଅହମ୍ମଦଙ୍କୁ ପଚାରିବାରୁ କହିଛନ୍ତି, ସହରରେ ସଫେଇ କାମ ଚାଲିଛି। କେଉଁ ଅଞ୍ଚଳରେ ଡ୍ରେନ୍‌ ସଫା କରାଯାଉନାହିଁ ଜଣାଇଲେ ତୁରନ୍ତ କାମ କରାଯିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗାତରେ ରାସ୍ତା ନା ରାସ୍ତାରେ ଗାତ? ଲଗାଣ ବର୍ଷାରେ ମରଣଯନ୍ତା ପାଲଟିଛି ଗୁଡ଼ାରି-ବିର୍ସା ନାଳ ରାସ୍ତା; ଅଭିଯୋଗ ପରେ ବି…

ଗୁଡ଼ାରି, ୨୩।୯(ପ୍ରମୋଦ କୁମାର ପତି): ରାୟଗଡ଼ା ଜିଲା ଗୁଡ଼ାରି ନିକଟସ୍ଥ ବିର୍ସା ନାଳ ବ୍ରିଜ୍‌ରୁ ସହରକୁ ସଂଯୋଗ କରୁଥିବା ପ୍ରାୟ ୨ କିଲୋମିଟର ଦୀର୍ଘ ପ୍ରମୁଖ ରାସ୍ତାର…

ନାଗାବଳୀ କୂଳରେ ଝଲସୁଛି କାଶତଣ୍ଡି, ଧରାପୃଷ୍ଠକୁ ଆସିବେ ଜଗତଜନନୀ

କଲ୍ୟାଣସିଂହପୁର,୨୩ା୯(ଦୀପକ କୁମାର ପରିଡା ): ​ପ୍ରକୃତିର କୋଳରେ ଏବେ ଉତ୍ସବର ଋତୁ । ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକ ଅନ୍ତର୍ଗତ ବେଲକନା ଗାଁ ନିକଟସ୍ଥ ନାଗାବଳୀ ନଦୀ…

ପୋଷଣ ସହ ବଢ଼ିବ ମନୋବଳ: ଗୁଡ଼ାରିରେ ଯକ୍ଷ୍ମା ଆକ୍ରାନ୍ତଙ୍କୁ ପୋଷଣ ଖାଦ୍ୟ ବାସ୍କେଟ ବଣ୍ଟନ, ଏମ୍‌ସିଏଲ୍‌ର ପ୍ରଶଂସନୀୟ…

ଗୁଡ଼ାରି, ୨୨।୯(ପ୍ରମୋଦ କୁମାର ପତି): ‘ପ୍ରଧାନମନ୍ତ୍ରୀ ଯକ୍ଷ୍ମା ମୁକ୍ତ ଭାରତ ଅଭିଯାନ’ ଅନ୍ତର୍ଗତ ରାୟଗଡ଼ା ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀଙ୍କ ତତ୍ତ୍ୱାବଧାନରେ ଗୁଡ଼ାରି ବ୍ଲକରେ ଚିହ୍ନଟ ହୋଇଥିବା ୫୧…

ବାତ୍ୟା ମୁକାବିଲା ପାଇଁ ପ୍ରଶାସନ ପ୍ରସ୍ତୁତ: ଜିଲାପାଳ

ରାୟଗଡ଼ା,୨୨।୯(ଜଗନ୍ନାଥ ଗୌଡ଼): ସମ୍ଭାବ୍ୟ ବାତ୍ୟାକୁ ନେଇ ରାୟଗଡା ଜିଲା ପ୍ରଶାସନ ସଜାଗ ରହିଛି। ବାତ୍ୟା ମୁକାବିଲା କରିବା ସହ ଯେକୌଣସି ପରିସ୍ଥିତିରେ ଉଦ୍ଧାର ଓ ରିଲିଫ କାର୍ଯ୍ୟକୁ…

ରାସ୍ତା ଅବସ୍ଥା ଶୋଚନୀୟ: ବିଧାନସଭାରେ ପ୍ରଶ୍ନ କଲେ ବିଧାୟକ, ମନ୍ତ୍ରୀ କହିଲେ…

ଗୁଡାରି,୨୨।୯(ପ୍ରମୋଦ କୁମାର ପତି): ଗୁଡାରି ସହରର ମୁଖ୍ୟ ପ୍ରବେଶ ପଥର ମରାମତି ନେଇ ମଙ୍ଗଳବାର ବିଧାନସଭାରେ ପ୍ରଶ୍ନ କରିଛନ୍ତି ବିଧାୟକ ସତ୍ୟଜିତ ଗମାଙ୍ଗ। UDAQ ୬୪:ରେ ବିଧାୟକ…

ରାଜ୍ୟସ୍ତରୀୟ ବକ୍ତୃତା ପ୍ରତିଯୋଗିତା ପାଇଁ ମନୋନୀତ ହେଲେ ଆଦିତ୍ୟ: ଖେଳିଗଲା ଖୁସିର ଲହରୀ

ଗୁଡାରି, ୨୧/୯ (ପ୍ରମୋଦ କୁମାର ପତି): ସ୍ଥାନୀୟ ଓଡ଼ିଶା ଆଦର୍ଶ ବିଦ୍ୟାଳୟର ସପ୍ତମ ଶ୍ରେଣୀ ଛାତ୍ର ଆଦିତ୍ୟ ନାରାୟଣ ଗୌଡ଼ ରାଜ୍ୟସ୍ତରୀୟ ବକ୍ତୃତା ପ୍ରତିଯୋଗିତା ପାଇଁ ମନୋନୀତ…

ଶଙ୍ଖଭବନରୁ ଆସିଲା ଖୁସି ଖବର, ପୌର ନିର୍ବାଚନ ପୂର୍ବରୁ ଈଶ୍ୱର-ପୂର୍ଣ୍ଣଙ୍କୁ ମିଳିଲା ଗୁଡ଼ାରିର ବଡ଼ ଦାୟିତ୍ୱ

ଗୁଡ଼ାରି,୨୧ା୯(ପ୍ରମୋଦ କୁମାର ପତି): ଶଙ୍ଖଭବନରୁ ଆସିଲା ଖୁସି ଖବର। ବିଜୁ ଜନତା ଦଳର ଗୁଡ଼ାରି ନଗର କମିଟି ସଭାପତି ଭାବେ ବିଜେଡି ନେତା ଈଶ୍ୱର ପାଣିଗ୍ରାହୀଙ୍କୁ ଦଳ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?