Posted inଫୁରସତ

ପ୍ରଥମ ରୋଜଗାର ଟଙ୍କାରେ ଘରର କବାଟ ତିଆରି ହୋଇଥିଲା: ଡ. ଲକ୍ଷ୍ମୀକାନ୍ତ ତ୍ରିପାଠୀ

ଆମ ଘରର କବାଟ ଥିଲା ଖୁବ୍‌ ଛୋଟ ଛୋଟ। ବାପାଙ୍କ ପରି ଓ ମୋ ପରି ଡେଙ୍ଗା ଲୋକମାନଙ୍କର ସେଥିରେ କେତେଥର ଯେ ମୁଣ୍ଡବାଜି ଫୁଲି ନଯାଇ ଥିବ ତାର ହିସାବ କରିହେବ ନାହିଁ। ଆଜିକାଲିର ଝରକା ଗୁଡ଼ିକର ଉଚ୍ଚତା ଯାହା ଆମ ବାଡ଼ିପାଖ କବାଟର ଉଚ୍ଚତା ପ୍ରାୟ ସେଇୟା ହିଁ ଥିଲା। ଦାଣ୍ଡ ପଟ କବାଟର ଉଚ୍ଚତା ଆଉ ଏକ ଫୁଟ୍‌ ଉଚ୍ଚ ହେବ, ମାତ୍ର ମୁଣ୍ଡ ନ ନୁଆଁଇ ଘର ଭିତରକୁ କେହି ଯାଇପାରିବେ ନାହିଁ । ଉଭୟ କବାଟ ତାଳ ପଟାରେ ତିଆରି ହୋଇଥିଲା। ଚୋର କୁଆଡ଼େ ତାଳ ପଟାରେ ନିର୍ମିତ କବାଟକୁ ଖୋଲିପାରିବେ ନାହିଁ । କବାଟ ଛୋଟ ଛୋଟ କରିବାର ଅର୍ଥ ଥିଲା ଘରକୁ ପଶିବାକୁ ହେଲେ ପ୍ରଥମେ ମୁଣ୍ଡକୁ ନୁଆଁଇବାକୁ ପଡ଼ିବ। କଲେଜରେ ପଢ଼ିବା କାଳରୁ ଏ ଦୁଇଟିଯାକ କବାଟ ପ୍ରତି ମୋର ରାଗ ଥିଲା। ଭାବିଥିଲି, ଚାକିରୀ କରିବା କ୍ଷଣି ଏ ଦୁଇଟିଯାକ କବାଟକୁ ମୁଁ ବଦଳାଇଦେବି। ମୁଁ ଶାନ୍ତିନିକେତନରେ ସ୍ନାତକୋତ୍ତର କଲାବେଳେ ଆମ ଗାଆଁରେ ନୂଆ କରି ଗୋଟେ କଲେଜ ଖୋଲା ହୋଇଥିଲା। ଶାନ୍ତିନିକେତନରୁ ପାସ୍‌ କରି ଆସିବା କ୍ଷଣି ସେ କଲେଜରେ ମୋ ଉପରେ ଅଧ୍ୟକ୍ଷ ଦାୟିତ୍ୱ ନ୍ୟସ୍ତ କରାଗଲା। ମାସକୁ କିଛି କିଛି ଅର୍ଥ ଦେବାର ମଧ୍ୟ ବ୍ୟବସ୍ଥା କରାଗଲା। ବୋଧ ହୁଏ ପ୍ରତିମାସ ଆମର ଦରମା ଥିଲା ଦୁଇଶହ ଟଙ୍କା। ସେ ଅର୍ଥ ନିୟମିତ ଭାବରେ ମିଳୁ ନଥିଲା। ମାସର ମଝାମଝିରୁ ମୁଁ ଯୋଗଦେଇଥିବାରୁ ପ୍ରଥମ ମାସ ମୋତେ ଶହେ ଟଙ୍କା ମିଳିଥିଲା। ଟଙ୍କା ନେଇ ଘରକୁ ଫେରିବା ବେଳକୁ ଦୋକାନରୁ ମନ ଇଚ୍ଛା ପିଆଜିବରା କିଣି ନେଇ ଆସିଥିଲି। ମୋର ପ୍ରଥମ ଦରମା ପିଆଜି ଭୋଜିରେ ହିଁ ଶେଷ ହୋଇଯାଇଥିଲା। ଆମ ଘରର କବାଟକୁ ଦେଖି ମୁଁ ଦୀର୍ଘ ନିଶ୍ୱାସ ତ୍ୟାଗ କରିଥିଲି। ଅନିୟମିତ ଭାବରେ ପାଉଥିବା ଦୁଇଶହ ଟଙ୍କା ଦରମାରେ ମୁଁ କ’ଣ ଘରର କବାଟକୁ ବଦଳାଇ ଦେଇପାରିବି? କୌଣସି କାରଣରୁ କଲେଜ ଆଉ ବେଶୀଦିନ ଚାଲିପାରିଲା ନାହିଁ । କିଛିଦିନ ଘରେ ବସିବା ପରେ ବାଲେଶ୍ୱର ଚାଲି ଆସି ଗୋଟେ ନୂଆ ଖୋଲିଥିବା ହାଇସ୍କୁଲରେ ଯୋଗଦାନ କଲି। ସେଠାରେ ମାସକୁ ଦରମା ମିଳିଲା ଅଢ଼େଇଶହ ଟଙ୍କା। ଯେଉଁ ଘରଟି ଭଡ଼ାରେ ନେଇଥିଲି ଭଡ଼ା ବାବଦକୁ ମୋତେ ପନ୍ଦର ଟଙ୍କା ଶୁଝିବାକୁ ପଡୁଥିଲା। ଖାଇବା ଖର୍ଚ୍ଚ ଗଲା ପରେ ମାସକୁ ଆଉ କିଛି ଟଙ୍କା ମଧ୍ୟ ବଳୁଥିଲା। ସେତେବେଳେ ମୁଁ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟରେ ଏମ୍‌.ଫିଲ. କରିବା ପାଇଁ ନାମ ଲେଖାଇଥିଲି। ବ୍ରହ୍ମପୁରକୁ ଯିବା ଆସିବା ଓ ପଢ଼ା ଖର୍ଚ୍ଚରେ ମୁଁ ପାଉଥିବା ଦରମାରୁ ଅବଶିଷ୍ଟ ଥିବା ଟଙ୍କା ଖର୍ଚ୍ଚ ହୋଇଯାଉଥିଲା। ଶନିବାର, ରବିବାର ଘରକୁ ଗଲେ ମୋତେ ସେହିପରି ମୁଣ୍ଡ ନୁଆଁଇ ଘର ଭିତରକୁ ପଶିବାକୁ ପଡୁଥିଲା। କିଛିଦିନ ପରେ ବ୍ୟାଙ୍କରେ ଚାକିରୀ ପାଇବାରୁ ମୋତେ ହାଇସ୍କୁଲ ଛାଡ଼ିବାକୁ ପଡ଼ିଲା। ଷ୍ଟେଟ୍‌ ବ୍ୟାଙ୍କରେ ଆଞ୍ଚଳିକ ପ୍ରବନ୍ଧକ ଯିଏ ଥାଆନ୍ତି ସେ ଥିଲେ ଜଣେ ସାହିତି୍ୟକ। ମୋର ସେତେବେଳକୁ ତିନିଖଣ୍ଡ ବହି ପ୍ରକାଶିତ ହୋଇସାରିଲାଣି। ଇଣ୍ଟରଭ୍ୟୁ ବୋର୍ଡ଼ରେ ମୁଁ ତାଙ୍କୁ ତିନିଖଣ୍ଡ ଯାକ ବହି ଉପହାର ସ୍ବରୂପ ଦେଇଥିଲି। ତାଙ୍କ ସୁଦୟାରୁ ମୁଁ ଆମ ଗାଁ ବ୍ୟାଙ୍କରେ ପ୍ରଥମେ ଯୋଗଦେଇଥିଲି। ପ୍ରଥମ ମାସରେ ସାତଶହ ଚାଳିଶି ଟଙ୍କା ଦରମା ପାଇଥିଲି। ସେତେବେଳେ ସାତଶହ ଚାଳିଶି ଟଙ୍କା ପାଉଥିବା ବ୍ୟକ୍ତି ବଡ଼ ଆୟକାରୀ ଭାବରେ ଗଣାଯାଉଥିଲେ। ପ୍ରଥମ ମାସର ଦରମା ପାଇବା ପରେ ମୁଁ ବଢ଼େଇ ନିକଟରେ ପହଞ୍ଚତ୍ଥିଲି। ନିମ କାଠର ବନ୍ଧ ଓ ଶାଳ କାଠର ପଟାରେ ଏମିତି କବାଟ କରିବାକୁ ତାଙ୍କୁ ନିର୍ଦ୍ଦେଶ ଦେଇଥିଲି; ଯେଉଁଥିରେ ଘର ଭିତରକୁ ପଶିବା ବେଳେ ମୁଣ୍ଡ ଉପରେ ଆହୁରି ଛଅ ଇଞ୍ଚ ଯାଗା ଯେମିତି ଖାଲି ରହୁଥିବ। ସେ ଘର ଭାଙ୍ଗିଯାଇ ତା’ ଉପରେ ଆଜି ପକ୍କା ଘର ହୋଇଗଲାଣି। ସେ କବାଟ ବି ପରିବର୍ତ୍ତିତ ହୋଇଗଲାଣି ଅନ୍ୟ କବାଟରେ। ମାତ୍ର ମୋର ପ୍ରଥମ ଦରମାରେ ନିର୍ମିତ କବାଟ ମୋ ସ୍ମୃତିରେ ଆଜି ପର୍ଯ୍ୟନ୍ତ ଉଜ୍ଜୀବିତ ହୋଇ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ବିଶ୍ୱର ଏହି ଦେଶ ପାଖରେ ରହିଛି ସବୁଠୁ ଘାତକ ବାୟୁସେନା, ଜାଣନ୍ତୁ କେଉଁ ସ୍ଥାନରେ ରହିଛି ଭାରତ…

ବିଶ୍ୱରେ ବଢ଼ୁଥିବା ଭୂରାଜନୈତିକ ଉତ୍ତେଜନା ଯେପରିକି ୟୁକ୍ରେନ ସଙ୍କଟ ଏବଂ ମଧ୍ୟପ୍ରାଚ୍ୟର ପରିସ୍ଥିତି, ସାମରିକ ଖର୍ଚ୍ଚ ରେକର୍ଡ ସ୍ତରରେ ପହଞ୍ଚିବାରେ ଲାଗିଛି। ଷ୍ଟକହୋମ୍‌ ଇଣ୍ଟରନ୍ୟାଶନାଲ ପିସ୍‌ ରିସର୍ଚ୍ଚ…

ଜାଣନ୍ତି କି ପାଇପ୍‌ଲାଇନ୍‌ ଗ୍ୟାସ୍‌ କେଉଁଠାରୁ ଆସେ? କେମିତି ଆସି ସିଧାସଳଖ ପହଞ୍ଚୁଛି ରୋଷେଇ ଘରେ…

ନୂଆଦିଲ୍ଲୀ,୨୯ା୩: ଦେଶର ଲୋକମାନେ ବର୍ଦ୍ଧିତ ଗ୍ୟାସ୍‌ ଦର ଏବଂ ସିଲିଣ୍ଡର ପାଇଁ ହଇରାଣ ହରକତ ହେଉଥିବାରୁ ଏବେ PNG (ପାଇପ୍‌ ନାଚୁରାଲ୍‌ ଗ୍ୟାସ୍‌) ଆଡ଼କୁ ମୁହାଁଇଛନ୍ତି। ଆଜି…

ଦୁନିଆର ଏମିତି ଏକ ମନ୍ଦିର, ଯେଉଁଠି ରାଜା ରାମଙ୍କୁ ଗାର୍ଡ ଅଫ ଅନର ଦିଅନ୍ତି ପୋଲିସ, ରାଜକୀୟ ନିୟମ ଅନୁସାରେ…

ଭାରତରେ ଏମିତି ଏକ ସହର ଅଛି, ଦେବତାଙ୍କୁ ମନ୍ଦିରରେ ନୁହେଁ ବରଂ ରାଜକୀୟ ଆଡ଼ମ୍ବର ଏବଂ ମହିମା ସହିତ ଏକ ପ୍ରାସାଦରେ ପୂଜା କରାଯାଏ। ଏଠାରେ ପରମ୍ପରା…

ରୋଜଗାରର ପହିଲି ପୁଲକ ପାଇଥିଲି ବାପାଙ୍କ ଖୁସିରୁ: ନଳିନୀକାନ୍ତ ନାୟକ ନିଜ ପ୍ରଥମ ରୋଜଗାର ସମ୍ପର୍କରେ ଯାହା କୁହନ୍ତି …

ଦୀର୍ଘ ବର୍ଷର ବ୍ୟବଧାନ ପରେ ଯେତେବେଳେ ନିଜ ପ୍ରଥମ ରୋଜଗାର ବିଷୟରେ କିଛି ଲେଖିବାକୁ ଯାଉଛି, ମୁଁ ବେଶ୍‌ ଭାବପ୍ରବଣ ହୋଇ ପଡୁଛି। ମୋ ପିଲାଦିନ କଟିଗଲା…

ଘର-ଘର LPG ସିଲିଣ୍ଡର ପହଞ୍ଚାଉଥିବା ବ୍ୟକ୍ତି ମାସକୁ କରନ୍ତି ୭୦ହଜାର ଟଙ୍କା ଯାଏ ରୋଜଗାର! କମିଶନ ବିଷୟରେ ଜାଣିଲେ ହୋଇଯିବେ ତାଜୁବ

ଏଲପିଜି ସିଲିଣ୍ଡର ଡେଲିଭରି କରୁଥିବା ବ୍ୟକ୍ତି କେତେ ରୋଜଗାର କରନ୍ତି? ଏଠାରେ ସେମାନଙ୍କର କମିଶନ ଏବଂ ମାସିକ ଆୟର ସମ୍ପୂର୍ଣ୍ଣ ବିବରଣୀ ଦିଆଯାଇଛି। ସାମ୍ପ୍ରତିକ ଦିନଗୁଡ଼ିକରେ, ଏଲପିଜି…

ଯୁଦ୍ଧ ଭିତରେ ବାବା ଭେଙ୍ଗାଙ୍କ ବଡ଼ ଭବିଷ୍ୟବାଣୀ: ଭାରତ ଉପରେ ପଡିବ ସାଂଘାତିକ ପ୍ରଭାବ!

ବୁଲଗେରିଆର ରହସ୍ୟମୟୀ ବାବା ଭେଙ୍ଗାଙ୍କ (Baba Vanga) ୨୦୨୬ ପାଇଁ ଯେଉଁ ଭବିଷ୍ୟବାଣୀ ଏବେ ତାହା ସତ ହେବାରେ ଲାଗିଛି! ବିଶେଷ କରି ଆମେରିକା, ଇସ୍ରାଏଲ ଏବଂ…

ପ୍ରକୃତିର ଅଜବ କାରନାମା: ବିନା ବିଶ୍ରାମରେ ୧୧ ଦିନରେ ୧୩,୫୬୦ କିଲୋମିଟର ଉଡ଼ିଲା ଏହି ପକ୍ଷୀ

ନୂଆଦିଲ୍ଲୀ,୧୨ା୩: ଆପଣମାନେ ଅନେକ ଦୂରଗାମୀ ବିମାନ ଯାତ୍ରା ବିଷୟରେ ଶୁଣିଥିବେ, କିନ୍ତୁ ଆଜି ଆମେ ଆପଣଙ୍କୁ ଏମିତି ଏକ ପକ୍ଷୀ ବିଷୟରେ କହିବୁ ଯାହା କୌଣସି ସୁପରମ୍ୟାନ୍‌ଠାରୁ…

ହୋଟେଲ ରୁମ୍‌ କିମ୍ବା ଚେଞ୍ଜିଂ ରୁମ୍‌ରେ ଅଛି କି ‘Hidden Camera’? ଏଭଳି ଉପାୟରେ କରନ୍ତୁ ଚିହ୍ନଟ, ନହେଲେ ରେକର୍ଡ ହୋଇଯିବ…

ଭୁବନେଶ୍ୱର,୬।୩: ଆଜିର ସମୟରେ ଟେକ୍ନୋଲୋଜି ଯେତିକି ଦ୍ରୁତ ଗତିରେ ଆଗକୁ ବଢ଼ୁଛି, ସେତିକି ପ୍ରାଇଭେସି ବା ଗୋପନୀୟତାକୁ ନେଇ ଚିନ୍ତା ମଧ୍ୟ ବଢ଼ିବାରେ ଲାଗିଛି। ଅନେକ ସମୟରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri