ବିମାନ ଶୋଭାଯାତ୍ରାରେ ଡିଜେ ବନ୍ଦ

ଡେରାବିଶ,୧୫ା୩(ସ୍ବ.ପ୍ର.):ପ୍ରସିଦ୍ଧ ଓଳକଣା ମେଳଣ ଗୁରୁବାର ଅନୁଷ୍ଠିତ ହେବ। ହେଲେ ଏ ବର୍ଷ ବିମାନ ଶୋଭାଯାତ୍ରାରେ ଡିଜେ ବାଜିବ ନାହିଁ। ଲକ୍ଷାଧିକ ଜନସମାଗମ ହେବା ସମ୍ଭାବନାକୁ ଦୃଷ୍ଟିରେ ରଖି ରବିବାର ସନ୍ଧ୍ୟାରେ ପ୍ରଶାସନିକ ପ୍ରସ୍ତୁତି ବୈଠକ ମେଳଣ ପଡ଼ିଆରେ ହୋଇଯାଇଛି। ମେଳଣ ପଡ଼ିଆଟି ଉଭୟ କେନ୍ଦ୍ରାପଡ଼ା ଓ କଟକ ଜିଲାର କେନ୍ଦ୍ରସ୍ଥଳରେ ଅବସ୍ଥିତ ହୋଇଥିବାରୁ ଉଭୟ ଜିଲା ପ୍ରଶାସନ ପକ୍ଷରୁ ସମସ୍ତ ବ୍ୟବସ୍ଥା କରାଯାଇଛି। ବୈଠକରେ ଓଳାଶୁଣି ଗୁମ୍ଫା ମହନ୍ତ ଡ. ନାମାନନ୍ଦ ଦାସ ଅଧ୍ୟକ୍ଷତା କରିଥିଲେ। ଏଥିରେ ମାହାଙ୍ଗା ତହସିଲଦାର ଉମାକାନ୍ତ ବିଶ୍ୱାଳ, ମାହାଙ୍ଗ ଥାନା ଅଧିକାରୀ ନିହାର ରଞ୍ଜନ ମହାନ୍ତି, ଡେରାବିଶ ଥାନା ଅଧିକାରୀ ଜ୍ୟୋତି ପ୍ରକାଶ ସ୍ବାଇଁ, ଠାକୁରବାଡ଼ି ସେବକ ପ୍ରତିନିଧି ମକର ଚନ୍ଦ୍ର ପ୍ରଧାନ, ବିଜୟ କୁମାର ମଲ୍ଲିକ, ଅଧିକାରୀ ସୁଧାକର ଦାସ, ପ୍ରବୋଧ ପ୍ରଧାନ, ରତିକାନ୍ତ ସାମଲ, କ୍ଷୀରୋଦ ଚନ୍ଦ୍ର ବିହାରୀ, ରମାକାନ୍ତ ଦାସ, ଦୁର୍ଯ୍ୟୋଧନ ମଲ୍ଲିକ, ରାଜେନ୍ଦ୍ର କୁମାର ସାହୁ, ବଟକୃଷ୍ଣ ସାମଲଙ୍କ ସମେତ ବହୁ ଠାକୁରବାଡ଼ି ସେବକ ପ୍ରତିନିଧି ପ୍ରମୁଖ ଉପସ୍ଥିତ ରହିଥିଲେ। ମେଳଣକୁ ଆସୁଥିବା ବିମାନ ସମ୍ମୁଖ ଶୋଭାଯାତ୍ରାରେ ଉଚ୍ଚ ଶକ୍ତି ସମ୍ପନ୍ନ ଡାକବାଜି (ଡିଜେ) ବ୍ୟବହାରକୁ ବନ୍ଦ ରଖିବାକୁ ପ୍ରଶାସନିକ ଅଧିକାରୀମାନେ ପରାମର୍ଶ ଦେଇଥିଲେ। ବିମାନ ସମ୍ମୁଖରେ ପାରମ୍ପରିକ ବାଦ୍ୟ ସହ ଘଣ୍ଟ, ସଂକୀର୍ତ୍ତନ, ଶୋଭାଯାତ୍ରାରେ ରହିପାରିବ। ନିର୍ଦ୍ଧାରିତ ସମୟରେ ସମସ୍ତ ବିମାନ କିପରି ମେଳଣ ପଡ଼ିଆରେ ପହଞ୍ଚତ୍ବେ ସେଥିପାଇଁ ଉପସ୍ଥିତ ଠାକୁରବାଡ଼ି ସେବକ ପ୍ରତିନିଧି ପ୍ରସ୍ତାବମାନ ରଖିଥିଲେ।
ଓଳକଣା ମେଳଣ ପଡ଼ିଆ ଆଳି ରାଜାଙ୍କ ଦୁଇଟି ବିମାନ ଯଥା, ଗୋଟିଏ ରାଜନଗରରୁ ଅନ୍ୟଟି ଡେରାବିଶ ଆରାଧ୍ୟ ଶ୍ରୀଦଧିବାମନଜୀଉଙ୍କ ମନ୍ଦିରରୁ ଆସିଥାଏ। ଯେଉଁଥିରେ ମା’ ଲକ୍ଷ୍ମୀଙ୍କ ବିଜେ ପ୍ରତିମା ଥାଆନ୍ତି। ମାଟି ନିର୍ମିତ କନକ ବେଦିରେ ଉଭୟ ବିମାନ ଉପବେଶନ କରିଥାନ୍ତି। ମେଳଣ ପଡ଼ିଆକୁ ପ୍ରବେଶ ପାଇଁ ୪ଟି ଦ୍ୱାର ରହିଛି। ପ୍ରଥମେ ଆଳି ରାଜାଙ୍କ ବିମାନ ପଡ଼ିଆ ମଧ୍ୟକୁ ପ୍ରବେଶ କରିବା ପରେ ଅନ୍ୟ ୩ ଦ୍ୱାର ଦେଇ କ୍ରମାନ୍ବୟରେ ବିମାନଗୁଡ଼ିକ ପଡ଼ିଆ ମଧ୍ୟକୁ ପ୍ରବେଶ କରିଥାନ୍ତି। ଶେଷରେ ମାହାଙ୍ଗା ବ୍ଲକରୁ ଭଦ୍ରେଶ୍ୱରଙ୍କ ବିମାନରେ ଶିବଶକ୍ତି ପଡ଼ିଆ ମଧ୍ୟରେ ପହଞ୍ଚତ୍ଥାନ୍ତି। ୧୦୮ ଘଣ୍ଟ ପଟୁଆର ମଧ୍ୟରେ ପଡ଼ିଆ ନିକଟସ୍ଥ ଅରାଖଣ୍ଡଠାରେ ଥିବା ଭକ୍ତ ବିଦୂରଙ୍କ ମନ୍ଦିରକୁ ଆଳତି ଯାଇଥାଏ। ଏଠାକାର ମେଳଣରେ ଭୋଗ ପରମ୍ପରା ସମ୍ପୂର୍ଣ୍ଣ ନିଆରା। ମେଳଣ ପଡ଼ିଆକୁ ଆସୁଥିବା ସମସ୍ତ ବିମାନ ସମ୍ମୁଖରେ ପଡ଼ିଥିବା ଚାଦରରେ ମାନସିକଧାରୀ ଶ୍ରଦ୍ଧାଳୁ ଭୋଗ ଲଗାଇ ଥାଆନ୍ତି। କୌଣସି ବିମାନକୁ ବିଦାକି ଦେବାର ବ୍ୟବସ୍ଥା ନାହିଁ। ହେଲେ ଆସନ୍ତାବର୍ଷ ମେଳଣ ପାଇଁ ଆଳି ରାଜାଙ୍କ ବିମାନ ପକ୍ଷରୁ ପ୍ରତ୍ୟେକ ବିମାନକୁ ଫୁଲ ଓ ଅବିର ଦିଆଯାଇ ବରଣି କରାଯାଇଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ସଡ଼କ ଦୁର୍ଘଟଣାରେ ଯାତ୍ରା କଳାକାର ଗୁରୁ ପୃଷ୍ଟିଙ୍କ ପରଲୋକ

ଭଦ୍ରକ,୭ା୧୨: ଓଡ଼ିଶାର ଜଣାଶୁଣା ଯାତ୍ରା କଳାକାର ଗୁରୁ ପୃଷ୍ଟିଙ୍କର ଆଜି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ପରଲୋକ ଘଟିଛି। ମିଳିଥିବା ସୂଚନା ଅନୁଯାୟୀ, ଗୁରୁ ପୃଷ୍ଟି...

ନୂଆପଡ଼ା ସହରରେ ବୁଲୁଛନ୍ତି ଭାଲୁ

ନୂଆପଡ଼ା,୭।୧୨(ମକାରୁ ବେମାଲ): ନୂଆପଡ଼ା ସହରକୁ ୨ଟି ଭାଲୁ ପଶି ଆସିଥିଲେ। ସହରର ବିଭିନ୍ନ ସ୍ଥାନରେ ବୁଲାବୁଲି କରି ଅଇଠାପତ୍ର, ଫଳ ଦୋକାନରେ ଫିଙ୍ଗି ଦିଆଯାଉଥିବା ଫଳ...

RSFI ରାଜ୍ୟ ଚାମ୍ପିଅନସିପରେ ଗଜପତି ସ୍କେଟର୍ସଙ୍କ ଚମକ: ଜାତୀୟ ପାଇଁ ୭ ଜଣ ଯୋଗ୍ୟତା ହାସଲ

ଗଜପତି,୭ା୧୨(ଗିରିଧାରୀ ପରିଛା): ଜିଲା ପାଇଁ ଏକ ଗର୍ବର ମୁହୂର୍ତ୍ତରେ, ଗଜପତିର ସ୍କେଟର୍ସମାନେ RSFI ରାଜ୍ୟ ସ୍କେଟିଂ ଚାମ୍ପିଅନସିପରେ ଉତ୍କୃଷ୍ଟ ପ୍ରଦର୍ଶନ କରି ଅନେକ ପଦକ ହାସଲ...

ରାଜ୍ୟସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତାରେ ଦିଗପହଣ୍ଡିର ସାଇକ୍ରିଷ୍ଣା

ଦିଗପହଣ୍ଡି,୭।୧୨(ଅଶେଷ ନାଥ ମିଶ୍ର) ଜଗତସିଂହପୁରରେ ଆୟୋଜିତ ୬୯ତମ ଆନ୍ତଃ ରାଜ୍ୟସ୍ତରୀୟ ବିଦ୍ୟାଳୟ ସମୂହ କ୍ରୀଡ଼ା ପ୍ରତିଯୋଗିତାରେ ଦିଗପହଣ୍ଡି ବ୍ଳକ ଅଧୀନ ବମକୋଇ ଗ୍ରାମ ଶିବାନନ୍ଦ ନୋଡାଲ...

ଡକାୟତି, ହତ୍ୟା ଉଦ୍ୟମ: ୨ବର୍ଷ ପରେ ଧରାପଡ଼ିିଲେ ଫେରାର ଅଭିଯୁକ୍ତ

ଦିଗପହଣ୍ଡି,୭ା୧୨(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ଜକର ପଞ୍ଚାୟତ ଅଧୀନ ତେଣ୍ଟୁଆପଡା ଗ୍ରାମରେ ୨୦୨୩ରେ ଘଟିଥିବା ଏକ ଡକାୟତି ଓ ହତ୍ୟା ଉଦ୍ୟମ ମାମଲାର ଅଭିଯୁକ୍ତଙ୍କୁ...

ମହମ୍ମଦ ସାହେବ ପୁଣି କଳାହାଣ୍ଡି କଂଗ୍ରେସ ଯୁବ ସଭାପତି

ଭବାନୀପାଟଣା,୭।୧୧(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା କଂଗ୍ରେସ ଯୁବ ସଭାପତି ଭାବେ ରବିବାର ପୁଣି ଥରେ ମହମ୍ମଦ ଅବଦୁଲ ମୋହସିନ(ମହମ୍ମଦ ସାହେବ) ନିଯୁକ୍ତ ହୋଇଛନ୍ତି। ଏ...

ଯେଉଁ ହାତରେ ଗଢିଥିଲି, ସେହି ହାତରେ ଶ୍ରଦ୍ଧାଞ୍ଜଳୀ ଦେଲି: ପ୍ରେମାନନ୍ଦ

ବଲାଙ୍ଗୀର,୭।୧୨(ସୁନିଲ କୁମାର ମହାନ୍ତି): ଯେଉଁ ହାତରେ ଗଢିଥିଲି ଆଜି ସେହି ହାତରେ ଶ୍ରଦ୍ଧାଞ୍ଜଳୀ ଦେଲି। ହ୍ୟୁମାନ ସବୁ ସମୟରେ ମୋତେ ଟିଟିଲାଗଡ଼ ଆସିବାକୁ କହୁଥିଲା। ହ୍ୟୁମାନ...

ଚାଷୀ ସଂଗଠନର ରଣହୁଙ୍କାର: ମଣ୍ଡିରୁ ଧାନ ଉଠା ନ ଗଲେ ଆନ୍ଦୋଳନ

ବରଗଡ଼,୭।୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ଗତମାସ ୨୮ ତାରିଖରୁ ଖରିଫ ଧାନ ସଂଗ୍ରହ ପ୍ରକ୍ରିୟା ଚାଲିଛି। କିନ୍ତୁ ଏପର୍ଯ୍ୟନ୍ତ ଧାନ ବିକ୍ରିରେ ଅଚଳାବସ୍ଥା ଜାରି ରହିଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri