ଜିଲାପାଳ ଦେଉଛନ୍ତି ନିର୍ଯାତନା

ଖୋର୍ଦ୍ଧା ଅଫିସ,୨୫ା୧୧:ଖୋର୍ଦ୍ଧା ଜିଲାପାଳ କେ. ସୁଦର୍ଶନ ଚକ୍ରବର୍ତ୍ତୀ ତାଙ୍କ ବ୍ୟକ୍ତିଗତ ସହାୟକ (ପିଏ) ହେମନ୍ତ ଭୋଇଙ୍କୁ ମାନସିକ ନିର୍ଯାତନା ଦେଉଥିବା ଗୁରୁବାର ଟାଉନ ଥାନାରେ ଅଭିଯୋଗ ହୋଇଛି। ଏପରିକି ଜିଲାପାଳ ତାଙ୍କୁ ଜାତିଆଣ ଆକ୍ଷେପ କରିବା ସହ ବାସଭବନରେ ନିଜସ୍ବ କାମରେ ଲଗାଉଛନ୍ତି। ବିଭିନ୍ନ ସମୟରେ ଗାଳିଗୁଲଜ କରିବା ସହ କାର୍ଯ୍ୟାଳୟକୁ ନ ଆସିବାକୁ ଧମକ ଦେଉଥିବା ହେମନ୍ତଙ୍କ ସ୍ତ୍ରୀ ସବିତା ନାୟକ ଲିଖିତ ଅଭିଯୋଗ କରିଛନ୍ତି। ଏହି ଘଟଣା ପ୍ରଶାସନିକ ମହଲରେ ଆଲୋଡ଼ନ ସୃଷ୍ଟି କରିଥିବାବେଳେ ସାଧାରଣରେ ଚର୍ଚ୍ଚାର ବିଷୟ ପାଲଟିଛି।
ଜିଲାପାଳଙ୍କ କାର୍ଯ୍ୟାଳୟରେ ହେମନ୍ତ ବ୍ୟକ୍ତିଗତ ସହାୟକ ଭାବେ କାର୍ଯ୍ୟରତ ଅଛନ୍ତି। ତେବେ ଜିଲାପାଳ ହେମନ୍ତଙ୍କୁ ବାରମ୍ବାର ମାନସିକ ନିର୍ଯାତନା ଦେଉଥିବା ନେଇ ସବିତା ଥାନାରେ ଅଭିଯୋଗ କରିଛନ୍ତି। ଖବର ପାଇ ଅତିରିକ୍ତ ଜିଲାପାଳ ମନୋଜ ପାଢ଼ୀ ହେମନ୍ତଙ୍କ ବାସଭବନକୁ ଯାଇ ଏହି ଦମ୍ପତିଙ୍କୁ ବୁଝାଶୁଝା କରିଥିଲେ। ତେବେ ହେମନ୍ତ ଓ ସବିତା ନିଜ ଜିଦ୍‌ରେ ଅଟଳ ରହିଥିଲେ। ପରେ ସଦର ଏସ୍‌ଡିପିଓ ଦିଲୀପ ଦାସ, ଅତିରିକ୍ତ ଜିଲାପାଳ ପାଢ଼ୀ ଥାନାଧିକାରୀଙ୍କ କୋଠରିରେ ଦୀର୍ଘ ସମୟ ଧରି ହେମନ୍ତ ଓ ସବିତାଙ୍କ ସହ ଆଲୋଚନା କରିଥିଲେ। ଖୋର୍ଦ୍ଧା ଉପଜିଲାପାଳ ଦୀପ୍ତିରଞ୍ଜନ ସେଠୀ, ଭୁବନେଶ୍ୱର ଉପଜିଲାପାଳ ଦେବବ୍ରତ ସାହୁ ମଧ୍ୟ ସେମାନଙ୍କୁ ବୁଝାଶୁଝା କରିଥିଲେ ସୁଦ୍ଧା ହେମନ୍ତ ନିଜ ଜିଦ୍‌ରେ ଅଡ଼ି ବସିଛନ୍ତି। ଅପରପକ୍ଷେ ଅପରାହ୍ନ ୫ଟାରେ ଜିଲାର ବିଭିନ୍ନ ଅଧିକାରୀଙ୍କୂ ନେଇ ବୈଠକ ହୋଇଥିବା ଜଣାପଡ଼ିଛି।
ଏନେଇ ସବିତା କହିଛନ୍ତି, ହେମନ୍ତ ଦୀର୍ଘଦିନ ହେବ ମାନସିକ ଚାପରେ ରହିଛନ୍ତି। ତାଙ୍କ ସ୍ବାସ୍ଥ୍ୟାବସ୍ଥା ଭଲ ନାହିଁ। ଜିଲାପାଳ ତାଙ୍କୁ ନିଜ ବାସଭବନରେ ଖଟାଉଛନ୍ତି। ଜଣେ ସରକାରୀ କର୍ମଚାରୀଙ୍କ ପ୍ରତି ଜିଲାପାଳଙ୍କ ଏଭଳି ଆକ୍ଷେପ କେତେଦୂର ନ୍ୟାୟସଙ୍ଗତ। ସେହିପରି ହେମନ୍ତ କହିଛନ୍ତି, ଏବେ ଜିଲାପାଳଙ୍କ ବ୍ୟକ୍ତିଗତ ସହାୟକ ଭାବେ କାମ କରୁଛି। ଜିଲାପାଳ ମୋତେ କାର୍ଯ୍ୟାଳୟରୁ ହଟାଇ ତାଙ୍କ ବାସଭବନରେ କାମ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ତାଙ୍କ ନିର୍ଦ୍ଦେଶ ମୁତାବକ ସକାଳ ୭ଟାରୁ ରାତି ୧୦ଟା ପର୍ଯ୍ୟନ୍ତ କାମ କରୁଛି। ଗୁରୁବାର ସକାଳେ ଜିଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚିବା ପରେ କୌଣସି କାରଣକୁ ନେଇ ହଠାତ୍‌ ସେ ମୋତେ ଗାଳିଗୁଲଜ କରିବା ସହ ଜାତିଆଣ ଆକ୍ଷେପ କରିଥିଲେ। ଜାତିକୁ ନେଇ ଅଶ୍ଳୀଳ ଭାଷାରେ ଗାଳିଗୁଳଜ କଲେ, ଯାହାକୁ ନେଇ ମୁଁ ମର୍ମାହତ। ମୁଁ ମାନସିକ ସ୍ତରରେ ଭାରସାମ୍ୟ ହରାଇବାରୁ ରକ୍ତଚାପ ବଢିଯାଇଛି। ମେଡିକାଲରୁ ଚିକିତ୍ସିତ ହୋଇ ଫେରିଛି। ସମସ୍ତ ଘଟଣା ସମ୍ପର୍କରେ ଅତିରିକ୍ତ ଜିଲାପାଳ ପାଢ଼ୀଙ୍କୁ ଜଣାଇଛି। ନ୍ୟାୟ ନ ମିଳିଲେ ଅନୁସୂଚିତ ଜାତି ଓ ଜନଜାତି କମିଶନର ଏବଂ ରାଜ୍ୟ ମାନବ ଅଧିକାର କମିଶନରଙ୍କ ଦ୍ୱାରସ୍ଥ ହେବି। ଏନେଇ ପୂର୍ବାହ୍ନ ୧୧ଟା ୧୨ରେ ଜିଲାପାଳଙ୍କ ମୋବାଇଲ ନମ୍ବର(୯୪୩୯୦୩୩୫୬୭)କୁ ଯୋଗାଯୋଗ କରାଯିବାରୁ ସେ ଫୋନ ଉଠାଇ ନ ଥିଲେ। ପରେ ତାଙ୍କ ଫୋନ ସୁଇଚ୍‌ ଅଫ୍‌ ହୋଇଯିବାରୁ କୌଣସି ମତାମତ ମିଳିପାରି ନାହିଁ।
ଏ ସମ୍ପର୍କରେ ଅତିରିକ୍ତ ଜିଲାପାଳ ପାଢ଼ୀ କହିଛନ୍ତି, ଘଟଣା ସମ୍ପର୍କରେ ଜଣାପଡ଼ିବା ପରେ ହେମନ୍ତ ଓ ତାଙ୍କ ସ୍ତ୍ରୀଙ୍କୁ ଯୋଗାଯୋଗ କରିଥିଲି। ଉଭୟଙ୍କ ସହ ଆଲୋଚନା କରିଛି। ଜିଲାର ମୁଖ୍ୟ ହେଉଛନ୍ତି ଜିଲାପାଳ। ଯଦି ସିଏ କୌଣସି କାରଣବଶତଃ କିଛି କହି ଦେଇଛନ୍ତି, ତାହା ଆଲୋଚନା ମାଧ୍ୟମରେ ସମାଧାନ କରାଯାଇପାରିବ। କୌଣସି କଥାକୁ ନେଇ ମତାନ୍ତର ରହିବା ସ୍ବାଭାବିକ। େ ତବେ ଏହାର ସମାଧାନ ମଧ୍ୟ ଅଛି। ତେଣୁ ସେମାନଙ୍କ ସହ ଆଲୋଚନା କରାଯାଉଛି ବୋଲି ପାଢ଼ୀ ପ୍ରକାଶ କରିଛନ୍ତି। ସେହିପରି ସଦର ଏସ୍‌ଡିପିଓ ଦାସ କହିଛନ୍ତି, ଜିଲାପାଳ ହେମନ୍ତଙ୍କୁ ମାନସିକ ନିର୍ଯାତନା ଦେଉଥିବା ନେଇ ହେମନ୍ତଙ୍କ ସ୍ତ୍ରୀ ସବିତା ଅଭିଯୋଗ କରିଛନ୍ତି। ଅଭିଯୋଗର ଅନୁଧ୍ୟାନ କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ମଦ ବୋତଲରେ ମିଳିଲା ଏମିତି ଜିନିଷ ଗ୍ରାହକଙ୍କ ଉଡିଲା ହୋସ୍‌, ଦୋକାନି କହିଲେ ଆମ କାମ ବିକ୍ରି କରିବା ତିଆରି କରିବା ନୁହେଁ

ହାଇଦ୍ରାବାଦ,୭।୩: ହାଇଦ୍ରାବାଦର ନାଚାରାମ ଅଞ୍ଚଳରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ଘଟିଛି। ବିୟର ବୋତଲ ଖୋଲିବା ମାତ୍ରେ ଜଣେ ବ୍ୟକ୍ତି ଭିତରେ ଏକ ଛୋଟ ମାଛ ପହଁରୁଥିବାର ଦେଖିଲେ।…

ଫାଇନାଲ୍‌ରେ ସଞ୍ଜୁ ସାମସନ ମାତ୍ର ୨୬ ରନ୍‌ କଲେ ଟିମ୍‌ ଇଣ୍ଡିଆ ହୋଇଯିବ ଚାମ୍ପିୟନ: ଜାଣନ୍ତୁ କେମିତି

ଅହମ୍ମଦାବାଦ୍‌,୭।୩: ଟି୨୦ ବିଶ୍ୱକପର ଫାଇନାଲ ମ୍ୟାଚ ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ମାର୍ଚ୍ଚ ୮ରେ ଅନୁଷ୍ଠିତ ହେବାକୁଯାଉଛି। ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ହେବାକୁ ଥିବା ଏହି…

ଯୁଦ୍ଧରେ ପାକିସ୍ତାନର ଏଣ୍ଟ୍ରି? ପାକ୍‌ ସହ ହାତ ମିଳାଇଲା ଭାରତର ବନ୍ଧୁରାଷ୍ଟ୍ର, ବିଶ୍ୱରେ ଚହଳ…

ଇସଲାମବାଦ,୭।୩: ଆଜି ମଧ୍ୟପ୍ରାଚ୍ୟରେ ଯୁଦ୍ଧର ଅଷ୍ଟମ ଦିନ। ଏପର୍ଯ୍ୟନ୍ତ ଆମେରିକା, ଇରାନ ଏବଂ ଇସ୍ରାଏଲ ହଜାର ହଜାର କ୍ଷେପଣାସ୍ତ୍ର ଏବଂ ବୋମା ବ୍ୟବହାର କରିସାରିଛନ୍ତି। ଏହାର ପ୍ରଭାବ…

ଯୁଦ୍ଧ ହେଲା, ମିଶାଇଲ ଗର୍ଜିଲା…, ହେଲେ ବଢିବା ପରିବର୍ତ୍ତେ କାହିଁକି କମିଲା ସୁନାର ଦାମ୍‌? ଜାଣନ୍ତୁ ଭିତିରି କଥା

ନୂଆଦିଲ୍ଲୀ,୭।୩: ମଧ୍ୟପ୍ରାଚ୍ୟ ଉଷ୍ମ ହେଉଛି। ଇରାନ ବିରୁଦ୍ଧରେ ଆମେରିକା-ଇସ୍ରାଏଲ ମିଳିତ ସାମରିକ କାର୍ଯ୍ୟାନୁଷ୍ଠାନ ଏବଂ ତେହେରାନର ପ୍ରତିଶୋଧମୂଳକ ଆକ୍ରମଣ, ବିଶ୍ୱବ୍ୟାପୀ ବଜାରରେ ଭୟ ସୃଷ୍ଟି କରିଛି। ଇତିହାସ…

ବେଆଇନ ବାଲି ଚାଲାଣ ଧରପଗଡ଼, ୭ ଟ୍ରାକ୍ଟରରୁ ଆଦାୟ ହେଲା ଏତିକି ଟଙ୍କାର ଜରିମାନା…

ଗୁଣପୁର,୭ା୩(ସୁଜାତା ପାଢ଼ୀ): ରାୟଗଡ଼ା ଜିଲା ଗୁଣପୁର ଉପଜିଲାପାଳ ଦୁଧାଲ ଅଭିଷେକ ଦିଲ୍ଲୀପଙ୍କ ନେତୃତ୍ୱରେ ବେଆଇନ ବାଲିଚାଲାଣ ଓ ଧରପଗଡ଼ ହୋଇଥିଲା। ଭୋର୍‌ ସମୟରେ ହଠାତ୍‌ ଉପଜିଲାପାଳଙ୍କ ନେତୃତ୍ୱରେ…

୩ୟ ବିଶ୍ୱଯୁଦ୍ଧ ଆରମ୍ଭ, ଯୁଦ୍ଧକୁ ଡେଇଁଲା ରୁଷିଆ!

ମସ୍କୋ,୭।୩: ଆମେରିକା-ଇସ୍ରାଏଲ ଯୁଦ୍ଧରେ ରୁଷିଆ ଇରାନକୁ ସହାୟତା କରୁଛି। ଦି ୱାଶିଂଟନ ପୋଷ୍ଟରେ ଏକ ରିପୋର୍ଟରେ ଦାବି କରାଯାଇଛି ଯେ ରୁଷିଆ ଇରାନକୁ ଆମେରିକୀୟ ସାମରିକ ଘାଟି…

ବିଜୟ ଦେବରକୋଣ୍ଡାଙ୍କ ପ୍ରେମ ଆଗରେ ହାରିଗଲେ ରୋନାଲ୍ଡୋ-ମେସି, ଫୁଟବଲ ଖେଳାଳିଙ୍କ ରେକର୍ଡ ଭାଙ୍ଗିଲେ ‘ବିରୋଶ’

ଚେନ୍ନାଇ,୭।୩: ୨୬ ଫେବୃଆରୀରେ ଉଦୟପୁରରେ ଅନୁଷ୍ଠିତ ରଶ୍ମିକା ମନ୍ଦାନା ଏବଂ ବିଜୟ ଦେବରକୋଣ୍ଡାଙ୍କ ବିବାହ ଏକ ବିରାଟ କାର୍ଯ୍ୟକ୍ରମଠାରୁ କମ ନଥିଲା। ସେମାନଙ୍କ ବିବାହ ପୂର୍ବ କାର୍ଯ୍ୟକ୍ରମଠାରୁ…

ଉପମୁଖ୍ୟମନ୍ତ୍ରୀ ଯାଉଥିବା ହେଲିକପ୍ଟରରୁ ବାହାରିଲା ଧୂଆଁ: ଆଉ ତା’ପରେ…

ଲକ୍ଷ୍ନୌ,୭।୩: ଉତ୍ତର ପ୍ରଦେଶର ଉପମୁଖ୍ୟମନ୍ତ୍ରୀ କେଶବ ପ୍ରସାଦ ମୌର୍ଯ୍ୟଙ୍କ ହେଲିକପ୍ଟରକୁ ଲକ୍ଷ୍ନୌ ବିମାନବନ୍ଦରରେ ଜରୁରୀକାଳୀନ ଅବତରଣ କରିବାକୁ ପଡିଛି। କୌଶାମ୍ବୀ ଅଭିମୁଖେ ଯାଉଥିବା ସମୟରେ ହେଲିକପ୍ଟରଟି ହଠାତ୍‌…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri