୧୬,୮୦୦ କୋଟିର ଅତିରିକ୍ତ ବଜେଟ

ଭୁବନେଶ୍ୱର,୨୫ା୧୧(ବ୍ୟୁରୋ):ରାଜ୍ୟ ସରକାର ୨୦୨୨-୨୩ ଆର୍ଥିକ ବର୍ଷ ପାଇଁ ୧୬,୮୦୦ କୋଟି ଟଙ୍କାର ଅତିରିକ୍ତ ବଜେଟ କରିଛନ୍ତି। ୨୦୨୨-୨୩ ଆର୍ଥିକ ବର୍ଷର ମୂଳ ବଜେଟ ୨ଲକ୍ଷ କୋଟି ଟଙ୍କା ଥିବାବେଳେ ଅତିରିକ୍ତ ବଜେଟରେ ଏହାର ପ୍ରାୟ ୮.୪% ବ୍ୟୟବରାଦ କରାଯାଇଛି । ଅର୍ଥମନ୍ତ୍ରୀଙ୍କ ବିନା ଗୁରୁବାର ବିଧାନସଭାରେ ଉକ୍ତ ଅତିରିକ୍ତ ବଜେଟ ଉପସ୍ଥାପନ କରାଯାଇଛି। ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ପଦ୍ମପୁର ଉପନିର୍ବାଚନରେ ବ୍ୟସ୍ତ ଥିବାରୁ ତାଙ୍କ ସ୍ଥାନରେ ପଞ୍ଚାୟତିରାଜ ମନ୍ତ୍ରୀ ପ୍ରଦୀପ କୁମାର ଅମାତ ବିଧାନସଭାରେ ଏହି ଅତିରିକ୍ତ ବଜେଟକୁ ଉପସ୍ଥାପନ କରିଛନ୍ତି, ଯାହାକି ଓଡ଼ିଶା ବିଧାନସଭାରେ ଏକ ନୂଆ ପରମ୍ପରା ସୃଷ୍ଟି କରିଛି। ଏହି ଅତିରିକ୍ତ ବଜେଟରେ କୃଷି, ଜଳସେଚନ, ପାନୀୟ ଜଳ, ଗ୍ରାମୀଣ ଭିତ୍ତିଭୂମି, ସ୍ବାସ୍ଥ୍ୟ, ଶିକ୍ଷାକୁ ଗୁରୁତ୍ୱ ଦିଆଯାଇଛି। ଚାଲୁଥିବା ତଥା ନୂତନ ଯୋଜନା ଏବଂ ପ୍ରକଳ୍ପଗୁଡ଼ିକ ସହ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଘୋଷଣା କରାଯାଇଥିବା ଯୋଜନା ବାବଦକୁ ଆବଶ୍ୟକ ଅର୍ଥ ବରାଦ କରାଯାଇଥିବା ପଞ୍ଚାୟତିରାଜ ମନ୍ତ୍ରୀ ସୂଚନା ଦେଇଛନ୍ତି । ଏହି ଅତିରିକ୍ତ ବଜେଟ ସହ ରାଜ୍ୟରେ ମୋଟ ବିତ୍ତୀୟ ନିଅଣ୍ଟ ପରିମାଣ ରାଜ୍ୟ ଘରୋଇ ଉତ୍ପାଦର ୩ ପ୍ରତିଶତ ମଧ୍ୟରେ ଓ ରାଜ୍ୟର ଋଣ ବୋଝ ସର୍ବାଧିକ ୨୫ ପ୍ରତିଶତ ମଧ୍ୟରେ ସୀମିତ ରହିବ ବୋଲି ବଜେଟରେ ଆକଳନ ହୋଇଛି ।
ବଜେଟରେ ପ୍ରଶାସନିକ ବ୍ୟୟ ବାବଦକୁ ୪,୯୩୪ କୋଟି ଟଙ୍କା ବ୍ୟୟବରାଦ କରାଯାଇଥିବା ବେଳେ କାର୍ଯ୍ୟକ୍ରମ ବ୍ୟୟ ବାବଦକୁ ୯,୨୦୦ କୋଟି ଟଙ୍କା, ବିପର୍ଯ୍ୟୟ ପରିଚାଳନା ପାଇଁ ୨,୬୧୦ କୋଟି ଏବଂ ସ୍ଥାନୀୟ ନିକାୟ ସଂସ୍ଥାକୁ ପାଣ୍ଠି ହସ୍ତାନ୍ତର ବାବଦକୁ ୫୬ କୋଟି ଟଙ୍କା ଅନ୍ତର୍ଭୁକ୍ତ କରାଯାଇଛି। କାର୍ଯ୍ୟକ୍ରମ ବ୍ୟୟବରାଦରେ ମୋଟ ୯୨୦୦ କୋଟି ଟଙ୍କା ମଧ୍ୟରୁ ୭୧୩୪ କୋଟି ଟଙ୍କାକୁ ଅତିରିକ୍ତ ରାଜସ୍ବ ତଥା ବିଭିନ୍ନ ବିଭାଗର ଅର୍ଥ ସମର୍ପଣରୁ ଭରଣା କରାଯିବ ଏବଂ ବାକି ୨୦୬୬ କୋଟି ଟଙ୍କା ସହବନ୍ଧିତ ସମ୍ବଳ ସୂତ୍ରରୁ ମିଳିବ । ୯୨୦୦ କୋଟି ଟଙ୍କାର କାର୍ଯ୍ୟକ୍ରମ ବ୍ୟୟବରାଦ ମଧ୍ୟରୁ ରାଜ୍ୟସ୍ତରୀୟ ଯୋଜନା ବାବଦକୁ ୬,୧୬୭ କୋଟି ଟଙ୍କା, କେନ୍ଦ୍ରୀୟ ପ୍ରବର୍ତ୍ତିତ ଯୋଜନା ବାବଦକୁ ୨,୮୯୧ କୋଟି ଏବଂ କେନ୍ଦ୍ରୀୟ ଯୋଜନା ପାଇଁ ୧୪୧ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି। ସ୍ବାସ୍ଥ୍ୟ କ୍ଷେତ୍ରର ବିଭିନ୍ନ ଯୋଜନା ପାଇଁ ୮୬୭ କୋଟି ଟଙ୍କା, ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ପାଇଁ ୫୨୩ କୋଟି, ଖାଦ୍ୟ ନିରାପତ୍ତା ପାଇଁ ୧୬୫ କୋଟି, ଶିକ୍ଷା ଓ ଦକ୍ଷତା ବିକାଶ ପାଇଁ ୧,୫୭୬ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି। ସେହିପରି ଗ୍ରାମୀଣ ସଂଯୋଗୀକରଣ ପାଇଁ ୫୫୨ କୋଟି, ଜଳସେଚନ ବିଭାଗ ପାଇଁ ୧,୫୫୩ କୋଟି, ମହିଳା ଓ ଶିଶୁ ବିକାଶ ବିଭାଗକୁ ୧୭୨ କୋଟି, ଆଦିବାସୀ ଜନଜାତି କଲ୍ୟାଣ ନିମନ୍ତେ ୪୩୮ କୋଟି ଏବଂ ହକି ବିଶ୍ୱକପ୍‌ ଓ ରାଜ୍ୟସ୍ତରୀୟ କ୍ରୀଡ଼ା ଭିତ୍ତିଭୂମି ବିକାଶ ପାଇଁ ୫୦୮ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି। ଅତିରିକ୍ତ ପ୍ରଶାସନିକ ବ୍ୟୟ ବାବଦରେ ୪,୯୩୪ କୋଟି ଟଙ୍କାରେ ଚୁକ୍ତିଭିତ୍ତିକ କର୍ମଚାରୀମାନଙ୍କର ଦରମା, ବିଚାର ବିଭାଗ ଅଧିକାରୀମାନଙ୍କ ପାଇଁ ସପ୍ତମ ବେତନ କମିଶନ ଏବଂ ବକେୟା ଓ ବଜେଟ ଷ୍ଟାବିଲାଇଜେଶନ ଫଣ୍ଡ ପାଇଁ ୩,୭୦୦ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି। ଏଥିସହିତ ପଞ୍ଚାୟତିରାଜ ସଂସ୍ଥା ଦ୍ୱାରା ସ୍କୁଲ ଓ ପ୍ରାଥମିକ ସ୍ବାସ୍ଥ୍ୟ ସେବା କେନ୍ଦ୍ରର ରକ୍ଷଣାବେକ୍ଷଣ ପାଇଁ ୧୭୩ କୋଟି, ଓଡ଼ିଶା ମାଧ୍ୟମିକ ଶିକ୍ଷା ବୋର୍ଡକୁ ୧୨ କୋଟି, ଓପିଏସ୍‌ସି ଏବଂ ଷ୍ଟାଫ୍‌ ସିଲେକ୍ସନ କମିଶନକୁ ପରୀକ୍ଷା ପରିଚାଳନା ପାଇଁ ୧୯ କୋଟି, ଏସ୍‌ଟି ଏବଂ ଏସ୍‌ସି ହଷ୍ଟେଲ ଅନ୍ତେବାସୀଙ୍କ ଚିକିତ୍ସା ପାଇଁ ୪ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି। ସେହିପରି ଭେଷଜ ଚିକିତ୍ସା, ତାଲିମ ଏବଂ ଅନୁସନ୍ଧାନ ନିମନ୍ତେ ୫୨କୋଟି, ଓଡ଼ିଶା ଉଠାଜଳସେଚନ ନିଗମକୁ ଅନୁଦାନ ନିମନ୍ତେ ୩୪ କୋଟି ଏବଂ ଉଚ୍ଚଶିକ୍ଷା ଅଧୀନରେ ଥିବା ବିଭିନ୍ନ ବିଶ୍ୱବିଦ୍ୟାଳୟକୁ ୫୩ କୋଟି ଟଙ୍କା ଅନୁଦାନ ପ୍ରଦାନ କରାଯାଇଛି। ଅନୁସୂଚିତ ଜନଜାତି ଓ ଜାତି ଉନ୍ନୟନ ଏବଂ ସଂଖ୍ୟାଲଘୁ ଓ ପଛୁଆ କଲ୍ୟାଣ ପାଇଁ ମୋଟ ୪୩୮ କୋଟି ବ୍ୟୟବରାଦ କରାଯାଇଛି। ବଜେଟରେ ଶିକ୍ଷା, କ୍ରୀଡ଼ା ଓ ଦକ୍ଷତା ବିକାଶ ପାଇଁ ୨,୦୮୪ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି। ଏଥିରେ ମଧ୍ୟାହ୍ନଭୋଜନକୁ ରାଜ୍ୟ ସହାୟତା ବାବଦରେ ୩୯ କୋଟି, ଓଡ଼ିଶା ଆଦର୍ଶ ବିଦ୍ୟାଳୟ ପାଇଁ ୩୦୧ କୋଟି, ମୋ ସ୍କୁଲ ଅଭିଯାନ ପାଇଁ ୩୦୬ କୋଟି, ବିଦ୍ୟାଳୟ ଓ ମହାବିଦ୍ୟାଳୟ ଭିତ୍ତିଭୂମି ବିକାଶ ପାଇଁ ୫୦ କୋଟି, ବେସରକାରୀ କଲେଜଗୁଡ଼ିକୁ ଅନୁଦାନ ପାଇଁ ୧୩୫ କୋଟି, ଉଚ୍ଚଶିକ୍ଷା ବୃତ୍ତି ପାଇଁ ୨୬ କୋଟି, କ୍ରୀଡ଼ା ଭିତ୍ତିଭୂମି ବିକାଶ ଓ ପରିଚାଳନା ପାଇଁ ୫୦୮ କୋଟି ଏବଂ ଓଡ଼ିଶା ରାଜ୍ୟ ସ୍ବୟଂନିଯୁକ୍ତି ମିଶନ ପାଇଁ ୨୫ କୋଟି ବ୍ୟୟବରାଦ କରାଯାଇଛି। ପାନୀୟ ଜଳ ଓ ଗ୍ରାମ୍ୟ ଭିତ୍ତିଭୂମି ବିକାଶ ପାଇଁ ୫୫୨ କୋଟି ବ୍ୟୟବରାଦ କରାଯାଇଛି। ସ୍ମାର୍ଟ ସିଟି ପାଇଁ ୨୯୬ କୋଟି, ପ୍ରଧାନମନ୍ତ୍ରୀ ଆବାସ ଯୋଜନା ପାଇଁ ୩୩ କୋଟି ବ୍ୟୟବରାଦ କରାଯାଇଛି। ଶକ୍ତି, ସୂଚନା ପ୍ରଯୁକ୍ତି , ବାଣିଜ୍ୟ, ପରିବହନ ଏବଂ ଅନୁସନ୍ଧାନ ଓ ବିକାଶ ପାଇଁ ୩୮୮ କୋଟି, ସଂସ୍କୃତି ଓ ପର୍ଯ୍ୟଟନର ବିକାଶ ପାଇଁ ୧୨୮ କୋଟି ବ୍ୟୟବରାଦ କରାଯାଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଥିବା ୨୦୦କୋଟି ଟଙ୍କାର ଇନ୍‌ପୁଟ ସବ୍‌ସିଡି ବାବଦ ଅର୍ଥର ବ୍ୟବସ୍ଥା ଏହି ଅତିରିକ୍ତ ବଜେଟରେ କରାଯାଇଛି । ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନା ପାଇଁ ୫୫୦କୋଟି ଟଙ୍କା, ପର୍ଯ୍ୟଟନର ପ୍ରଚାର ପ୍ରସାର ଓ ପର୍ଯ୍ୟଟକଙ୍କ ସୂଚନା ପାଇଁ ୯୯କୋଟି ଟଙ୍କା ବ୍ୟୟବରାଦ ହୋଇଛି । ସେହିପରି ଟଙ୍କିକିଆ ଚାଉଳ ବାବଦରେ ୧୬୪ କୋଟି ଟଙ୍କା, ପ୍ରଧାନମନ୍ତ୍ରୀ କୃଷି ସିଚାଇ ଯୋଜନାରେ ୯୧କୋଟି, ବିଭିନ୍ନ ବିଶ୍ୱବିଦ୍ୟାଳୟକୁ ଅନୁଦାନ ପାଇଁ ୫୩ କୋଟି, ସ୍କୁଲ ଓ ପ୍ରାଥମିକ ସ୍ବାସ୍ଥ୍ୟସେବା କେନ୍ଦ୍ରର ରକ୍ଷଣାବେକ୍ଷଣ ପାଇଁ ୧୭୩ କୋଟି, ପରୀକ୍ଷା ପରିଚାଳନା ପାଇଁ ଓଡ଼ିଶା ଲୋକସେବା ଆୟୋଗ ଓ ଷ୍ଟାଫ୍‌ ସିଲେକ୍ସନ ଆୟୋଗ ଲାଗି ୧୯କୋଟି, ମାଧ୍ୟମିକ ଶିକ୍ଷା ବୋର୍ଡକୁ ୧୨କୋଟି ଅନୁଦାନ, ମେଡିକାଲ ଶିକ୍ଷା, ଗବେଷଣା ଓ ତାଲିମ ପାଇଁ ୫୨କୋଟି ଟଙ୍କା, ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ପାଇଁ ୬୩୮କୋଟି, ମୁଖ୍ୟମନ୍ତ୍ରୀ ସ୍ବାସ୍ଥ୍ୟସେବା ମିଶନ ପାଇଁ ୫୧କୋଟି, ମିଶନ ଶକ୍ତିର ସମ୍ବଳ କାର୍ଯ୍ୟକ୍ରମ ପାଇଁ ୩୩କୋଟି, ଅଙ୍ଗନଓ୍ବାଡି ଓ ପୋଷଣ-୨.୦ ପାଇଁ ୨୭କୋଟି, ଆଇସିଡିଏସ୍‌ ଯୋଜନାରେ ଅଙ୍ଗନଓ୍ବାଡି କର୍ମୀ ଓ ସହାୟକଙ୍କ ଭତ୍ତା ଏବଂ ଅଙ୍ଗନଓ୍ବାଡି କେନ୍ଦ୍ରକୁ ନୂଆ ଗ୍ୟାସ୍‌ ସଂଯୋଗ ପାଇଁ ୬୦କୋଟି, ଆଶୀର୍ବାଦ ଯୋଜନା ପାଇଁ ୧୦କୋଟି ଟଙ୍କାର ବ୍ୟୟବରାଦ ହୋଇଛି । ଅନୁସୂଚିତ ଜାତି ଓ ଜନଜାତି ଏବଂ ପଛୁଆବର୍ଗ ବିଭାଗ ପାଇଁ ମୋଟ ୪୩୮କୋଟି ଟଙ୍କା ବ୍ୟୟବରାଦ ହୋଇଛି । ସହରୀ ପରିମଳ ପାଇଁ ୩୩୭ କୋଟି, ସ୍ମାର୍ଟସିଟି ଯୋଜନାରେ ୨୯୬ କୋଟି, ଛୋଟ ବନ୍ଦର ବିକାଶ ପାଇଁ ୨କୋଟି, ବସ୍‌ ଟର୍ମିନାଲ ବିକାଶ ପାଇଁ ୧୮୮କୋଟି ଟଙ୍କା ବ୍ୟୟବରାଦ ହୋଇଛି।
ତେବେ ୨୦୨୨ ସେପ୍ଟେମ୍ବର ପର୍ଯ୍ୟନ୍ତ ରାଜ୍ୟର ରାଜସ୍ବ ଆଦାୟ ଗତ ବର୍ଷ ତୁଳନାରେ ୧୩% ଅଭିବୃଦ୍ଧି ହୋଇଛି। ସେହିପରି ପ୍ରଥମ ୬ ମାସ ମଧ୍ୟରେ ରାଜ୍ୟର ସାମଗ୍ରିକ ବ୍ୟୟ ଗତ ବର୍ଷ ତୁଳନାରେ ୮% ଅଧିକ ହୋଇଛି। ସେପ୍ଟେମ୍ବର ପର୍ଯ୍ୟନ୍ତ ରାଜ୍ୟର ଋଣ ଭାର ସାମଗ୍ରିକ ଘରୋଇ ଉତ୍ପାଦର ୧୨% ରହିଛି। ସୁଧ ଦେୟ ଓ ରାଜସ୍ବ ଆୟ ଅନୁପାତ ୨.୮ ପ୍ରତିଶତ ରହିଛି। ଏହି ଅତିରିକ୍ତ ବ୍ୟୟବରାଦ ସତ୍ତ୍ୱେ ରାଜସ୍ବ ବଳକା ସ୍ଥିତି ବଜାୟ ରହିବ । ପୁଞ୍ଜି ଖର୍ଚ୍ଚକୁ ଜିଏସ୍‌ଡିପିର ୫% ସ୍ତରରେ ବଜାୟ ରଖିବାକୁ ବଜେଟରେ ଆକଳନ କରାଯାଇଛି।

ଅତିରିକ୍ତ ବଜେଟ ବ୍ୟୟବରାଦ(କୋଟିରେ)
ପ୍ରଶାସନିକ ବ୍ୟୟ ୪,୯୩୪
କାର୍ଯ୍ୟକ୍ରମ ବ୍ୟୟ ୯,୨୦୦
ବିପର୍ଯ୍ୟୟ ପ୍ରଶମନ ପାଣ୍ଠି ୨,୬୧୦.୪୬
ରାଜ୍ୟ ବଜେଟରୁ ସ୍ଥାନାନ୍ତର ୫୫.୫୪
ମୋଟ-୧୬,୮୦୦ କୋଟି


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?