କ୍ଷତି ସହୁଛନ୍ତି ବିସ୍ଥାପିତ

ବନ୍ତଳା,୧୫ା୨: ଡେରଜାଙ୍ଗ ଡ୍ୟାମ୍‌ବୁଡ଼ି ଅଞ୍ଚଳର ୩୦ କ୍ଷତିଗ୍ରସ୍ତ ପରିବାରଙ୍କୁ ସରକାର ବନ୍ତଳା ଥାନା ବଡ଼କେରା ପଞ୍ଚାୟତ ଗୁରଙ୍ଗ କରଡ଼ାବଣିରେ ଥଇଥାନ କରିଥିଲେ। ଘର ପାଇଁ ଜାଗା ସହ ଜୀବିକା ନିର୍ବାହ ନିମନ୍ତେ ଜମି ଦେଇଥିଲେ। ନିକଟସ୍ଥ ଗୁରଙ୍ଗ ଡ୍ୟାମ୍‌ରୁ ଜଳସେଚନ ସୁବିଧା ଥିବାରୁ ସରକାରଙ୍କ ପ୍ରଦତ୍ତ ଜମିରେ ବର୍ଷସାରା ଫସଲ ଫଳାଉଥିଲେ କ୍ଷତିଗ୍ରସ୍ତ। ୨୦୦୫ରେ ୧୦ ଲକ୍ଷ ଟଙ୍କା ବ୍ୟୟରେ କଂକ୍ରିଟ୍‌ କେନାଲ ନିର୍ମାଣ ପରେ ଚାଷ କାର୍ଯ୍ୟ ଆହୁରି ଆଗେଇଥିଲା। ହେଲେ ୨ ବର୍ଷ ତଳେ ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ କଂକ୍ରିଟ୍‌ କେନାଲକୁ ପୋତି ରାସ୍ତା ନିର୍ମାଣ କରାଯାଇଛି। ଏଥିଯୋଗୁ ୧୦୦ ଏକର ଜମି ପଡ଼ିଆ ପଡ଼ିଥିବାରୁ ପୁଣି କ୍ଷତି ସହୁଛନ୍ତି କ୍ଷତିଗ୍ରସ୍ତ।
ଗ୍ରାମବାସୀଙ୍କ କହିବା ଅନୁଯାୟୀ, ୬୦ ବର୍ଷ ପୂର୍ବରୁ ଡେରଜାଙ୍ଗ ଡ୍ୟାମ୍‌ କ୍ଷତିଗ୍ରସ୍ତ ପ୍ରଜା ଭାବେ ଗୁରଙ୍ଗ କରଡ଼ାବଣିରେ ସେମାନେ ବସତି ସ୍ଥାପନ କରିଥିଲେ। ଏବେ ସେଠାରେ ୫୦ କ୍ଷତିଗ୍ରସ୍ତ ପରିବାର ରହୁଛନ୍ତି। ସରକାରଙ୍କ ତରଫରୁ ମିଳିଥିବା ଚାଷଜମିରେ ଧାନ ସହ ମୁଗ, ବିରି, ହରଡ଼, ବାଦାମ, ସୋରିଷ, ସୂର୍ଯ୍ୟମୁଖୀ, ପରିବା ଆଦି ଚାଷକରି ଲୋକେ ଗୁଜରାଣ ମେଣ୍ଟାଉଥିଲେ। କିନ୍ତୁ ଗ୍ରାମ୍ୟ ଉନ୍ନୟନ ବିଭାଗ ତରଫରୁ ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନାରେ ୨୦୧୮ ମାର୍ଚ୍ଚ ୨୪ରେ ବଡ଼କେରା-ବନ୍ତଳା ପୂର୍ତ୍ତ ବିଭାଗ ରାସ୍ତା ନିର୍ମାଣ ବେଳେ ଠିକାଦାର ଉକ୍ତ କଂକ୍ରିଟ କେନାଲକୁ ୧ କିଲୋମିଟର ପର୍ଯ୍ୟନ୍ତ ନଷ୍ଟକରି ରାସ୍ତା ନିର୍ମାଣ କରିଛନ୍ତି। ଏହାକୁ ଚାଷୀମାନେ ବିରୋଧ କରିବା ସହ ଜିଲାପାଳ, କ୍ଷୁଦ୍ର ଜଳସେଚନ ବିଭାଗ, ଗ୍ରାମ୍ୟ ଉନ୍ନୟନ ବିଭାଗ ଓ ବିଡିଓଙ୍କ ନିକଟରେ ଅଭିଯୋଗ କରିଥିଲେ। କିନ୍ତୁ କୌଣସି ପଦକ୍ଷେପ ନିଆଗଲା ନାହିଁ। ଫଳରେ ଜଳସେଚନ ଅଭାବରୁ ସେବେଠାରୁ ଚାଷଜମି ପଡ଼ିଆ ପଡ଼ିଛି। ଗ୍ରାମର ବରୁଣ ଭୋଇଙ୍କ ୩ ଏକର, ବୁଦ୍ଧିଆ ଭୋଇ, ଭଗବାନ୍‌ ବେହେରା, ନାରଣ ଭୋଇ, ମାଧବ ଭୋଇ, ନୀଳ ଭୋଇ, ଅକ୍ରୂର ଭୋଇ, ମାୟାଧର ମୁଖୀ, ବାନାମ୍ବର ମୁଖୀ, ଭ୍ରମର ମୁଖୀ, କପିଳ ବେହେରା, ପୁରନ୍ଦର ବେହେରାଙ୍କ ୩ ଏକର ଲେଖାଏ ଜମି ପଡ଼ିଆ ପଡିଛି। ସେହିପରି ଦାସ ଭୋଇ, ସୁଦର୍ଶନ ଭୋଇଙ୍କ ସାଢ଼େ ୩ ଏକର ଲେଖାଏ, ଧୀରେନ ସାହୁ, ବିଦ୍ୟାଧର ବିଶ୍ୱାଳଙ୍କ ୧ ଏକର ଲେଖାଏ, ନବିନା ମୁଖୀ, ରମେଶ ମୁଖୀ, ଦୁର୍ଯ୍ୟୋଧନ ସାହୁ, ସୁର ସାହୁଙ୍କ ୨ ଏକର ଲେଖାଏ ଜମି ସହିତ ୬୫ ପରିବାରର ୧୦୦ ଏକର ଜମି ପଡ଼ିଆ ପଡିଛି। ତୁରନ୍ତ କେନାଲ ପୁନରୁଦ୍ଧାର କରିବାକୁ ଚାଷୀ ସନାତନ ବେହେରା, ଚରଣ ଭୋଇ, ବରୁଣ ଭୋଇ, ରମ୍ଭା ଭୋଇ, ପଦ୍ମାବତୀ ଭୋଇ, ଶ୍ରୀମତୀ ଭୋଇ, କନ୍ଦିଆ ଭୋଇ, ଅହଲ୍ୟା ଭୋଇ, ଶ୍ରୀମତୀ ବେହେରା, ସଜନୀ ଭୋଇ, କାନ୍ତି ଭୋଇ, ମଞ୍ଜୁଲତା ଭୋଇ, ଜାତ ଭୋଇ, କମଳା ବେହେରା ଦାବି କରିଛନ୍ତି। ଏ ସମ୍ପର୍କରେ କ୍ଷୁଦ୍ର ଜଳସେଚନ ବିଭାଗ ନିର୍ବାହୀ ଯନ୍ତ୍ରୀ ରବି ଶଙ୍କର ଦାସ କହିଛନ୍ତି, ବୁଧବାର ଘଟଣାସ୍ଥଳକୁ ଯାଇ ତଦନ୍ତ କରି ଗ୍ରାମ୍ୟ ଉନ୍ନୟନ ବିଭାଗକୁ ରିପୋର୍ଟ ମଗାଯିବ। ଏଥିସହିତ ଜୁନ ମାସ ମଧ୍ୟରେ ଚାଷୀଙ୍କ ପାଇଁ ବ୍ୟବସ୍ଥା କରାଯିବ। ଗ୍ରାମ୍ୟ ଉନ୍ନୟନ ବିଭାଗ ନିର୍ବାହୀ ଯନ୍ତ୍ରୀ ଅଶୋକ କୁମାର ମିଶ୍ର କହିଛନ୍ତି, ଏସ୍‌ସିଓଙ୍କ ସହିତ ଆଲୋଚନା କରି ଘଟଣାସ୍ଥଳକୁ ଯାଇ ଦେଖିବା ସହିତ କ’ଣ ପଦକ୍ଷେପ ନିଆଯାଇପାରିବ ସେଥିନେଇ ବ୍ୟବସ୍ଥା ହେବ।

ଆଉ ଚାଷ ହେଉନି
ଡେରଜାଙ୍ଗ ଡ୍ୟାମ୍‌ ନିର୍ମାଣ ସମୟରେ ଜଳବୁଡ଼ି ଯୋଗୁ କରଡ଼ାବଣିରେ ସରକାର ଆମକୁ ଥଇଥାନ କରିଥିଲେ। କେନାଲ ସାହାଯ୍ୟରେ ଗୁରଙ୍ଗ ଡ୍ୟାମ୍‌ ପାଣି ବିଲକୁ ମାଡୁଥିଲା। ଫଳରେ ଭଲ ଫସଲ ହେଉଥିଲା। ଚାଷ ହିଁ ଏଠାକାର ଲୋକଙ୍କ ମୁଖ୍ୟ ଆୟ। ହେଲେ କିଛି ବର୍ଷ ହେଲା ଆଉ ଚାଷ ହେଉନି।
– ଶ୍ରୀମତୀ ଭୋଇ, କରଡ଼ାବଣି

ପିଲା ବାହାରେ ମୂଲ ଲାଗୁଛନ୍ତି
କେନାଲ ପାଣିର ସୁବିଧା ଥିବାରୁ ଚାଷ କରି ପରିବାର ଚଳାଉଥିଲୁ। କିନ୍ତୁ ତାହାକୁ ପୋତି ରାସ୍ତା ନିର୍ମାଣ କରାଗଲା। ଏଥିଯୋଗୁ ପାଣି ଜମିଯାଏ ଆସିପାରୁନି କି ଧାନ ସହ ଅନ୍ୟ ପରିବା ଫସଲ ହେଉନାହିଁ। ଜମି ସବୁ ପଡ଼ିଆ ପଡିଛି। ପିଲାମାନେ ଏବେ ବାହାରେ ମୂଲ ଲାଗୁଛନ୍ତି।
– ଭୁଲୁ ଭୋଇ, କରଡ଼ାବଣି

ଭାତହାଣ୍ଡି ଛଡ଼ାଇ ନିଆଯାଇଛି
ସରକାର ଚାଷୀଙ୍କ ପାଇଁ କେତେ ବ୍ୟବସ୍ଥା କରୁଛନ୍ତି। ଅଧିକରୁ ଅଧିକ ଜମି କିପରି ଜଳସେଚିତ ହୋଇପାରିବ, ତାହା ଉପରେ ଗୁରୁତ୍ୱ ଦେଉଛନ୍ତି। କିନ୍ତୁ ଏଠି ଚାଷୀଙ୍କ ଜୀବିକାକୁ ମାରି ରାସ୍ତା ନିର୍ମାଣ କରାଯାଇଛି। ଗରିବ ଲୋକଙ୍କ ଭାତହାଣ୍ଡି ଛଡ଼ାଇ ନିଆଯାଇଛି। ତୁରନ୍ତ କେନାଲ ନିର୍ମାଣ କରାଯାଉ।
– ଗିରିଶ ସାହୁ, କରଡ଼ାବଣି

ପ୍ରତିଶ୍ରୁତି ପାଳନ କରାଗଲା ନାହିଁ
୨୦୦୫ରେ କଂକ୍ରିଟ କେନାଲ ନିର୍ମାଣ ହୋଇଥିଲା। କିନ୍ତୁ ତାହାକୁ ପୋତି ରାସ୍ତା କରାଯିବାରୁ ପାଣି ପଞ୍ଚାୟତ ତରଫରୁ ମହାସଂଘକୁ ଜଣାଇ କାର୍ଯ୍ୟନିର୍ବାହୀ ଯନ୍ତ୍ରୀଙ୍କ ନିକଟରେ ଅଭିଯୋଗ କରାଯାଇଥିଲା। କେନାଲ ନିର୍ମାଣ କରିବା ପାଇଁ ନିର୍ବାହୀ ଯନ୍ତ୍ରୀ ପ୍ରତିଶ୍ରୁତି ଦେଇଥିଲେ, କିନ୍ତୁ ସେ ଦିଗରେ ପଦକ୍ଷେପ ନାହିଁ।
– ସୁଶାନ୍ତ ଦେହୁରୀ, ପାଣି ପଞ୍ଚାୟତ ସହ ସମ୍ପାଦକ


Enter your email to get our daily news in your inbox.

All Right Reserved By Dharitri.Com

ଗୋଲ୍ଡି ମାନିଲେ

କାନାଡାରେ ଜୁନ୍‌ ୨୦୨୩ରେ ଖଲିସ୍ତାନୀ ବିଚ୍ଛିନ୍ନତାବାଦୀ ନେତା ହରଦୀପ ସିଂ ନିଜ୍ଜାରଙ୍କୁ ହତ୍ୟା କରାଯାଇଥିଲା। ଏହି ଘଟଣା ପାଇଁ କାନାଡାର ତତ୍କାଳୀନ ପ୍ରଧାନମନ୍ତ୍ରୀ ଜଷ୍ଟିନ୍‌ ଟ୍ରୁଡୋ ଭାରତକୁ…

ଟ୍ରମ୍ପଙ୍କ ପୁଅଙ୍କୁ ନେଇ ଇରାନର ଭୟଙ୍କର ଧମକ, ୯୫ କୋଟି ପୁରସ୍କାର…

ୱାଶିଂଟନ୍,୨୫ା୮: ଆମେରିକା ଓ ଇରାନ ମଧ୍ୟରେ ତିକ୍ତତା ବଢ଼ିଥିବା ବେଳେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ପରିବାରକୁ ନେଇ ଏକ ଚାଞ୍ଚଲ୍ୟକର ଦାବି ସାମ୍ନାକୁ ଆସିଛି । ରିପୋର୍ଟ…

ଛାତ୍ରୀ ଗାଧୋଉଥିବାବେଳେ ସ୍କାଏ ଲାଇଟ୍‌ ପଟେ ଭିଡିଓ ଶୁଟିଂ କରୁଥିଲେ ନାବାଳକ: ଆଉ ତା’ପରେ…

ଭୁବନେଶ୍ୱର,୨୫।୮(ପ୍ରସନଜିତ୍‌ ସାହୁ): ଇନ୍‌ଫୋଭ୍ୟାଲି ଥାନା ଅଞ୍ଚଳର ଏକ ଘରୋଇ ଇଞ୍ଜିନିୟରିଂ କଲେଜର ଜଣେ ଛାତ୍ରୀଙ୍କ ଗାଧୋଇବା ସମୟର ଭିଡିଓ ଶୁଟିଂ କରି ଜଣେ ନାବାଳକ ବନ୍ଧା ହୋଇଛନ୍ତି।…

କେନ୍ଦ୍ର ସରକାରଙ୍କ ବଡ଼ ନିଷ୍ପତ୍ତି: ଏହି ୪ ଔଷଧ ବିକ୍ରି ଉପରେ ଲାଗିଲା କଟକଣା

ନୂଆଦିଲ୍ଲୀ,୨୫ା୮: ଭାରତର ସର୍ବୋଚ୍ଚ ଔଷଧ ନିୟନ୍ତ୍ରକ ୪ଟି ଲୋକପ୍ରିୟ କେନ୍ଦ୍ରୀୟ ସ୍ନାୟୁ ପ୍ରଣାଳୀ (ସିଏନ୍‌ଏସ୍‌) ଔଷଧ ବିକ୍ରି ଉପରେ ନିୟନ୍ତ୍ରଣକୁ କଡ଼ାକଡ଼ି କରିଛନ୍ତି । ଏହି ଔଷଧଗୁଡ଼ିକୁ…

ଲଘୁଚାପ ସକ୍ରିୟ: ପ୍ରବଳ ବର୍ଷା ସମ୍ଭାବନା, ଚେତାବନୀ ଜାରି

ଭୁବନେଶ୍ୱର,୨୫ା୮(ବନ୍ଦନା ସେଠୀ):ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଗାଙ୍ଗେଟିକ୍‌ ପଶ୍ଚିମବଙ୍ଗ ଓ ତା’ର ପାଖାପାଖି ଉତ୍ତର ଓଡ଼ିଶା ଏବଂ ଝାଡ଼ଖଣ୍ଡ ଅଞ୍ଚଳରେ ସକ୍ରିୟ ରହିଛି। ଏଥିସହ ସଂଲଗ୍ନ ଘୂର୍ଣ୍ଣିବଳୟ ସମୁଦ୍ର…

ଏହି ଦିନ ଦେଶବ୍ୟାପୀ ବ୍ୟାଙ୍କ ଧର୍ମଘଟ, ଲଗାତାର ୪ ଦିନ ବନ୍ଦ ରହିବ…

ନୂଆଦିଲ୍ଲୀ,୨୫ା୮: ୫ ଦିନିଆ ବ୍ୟାଙ୍କିଙ୍ଗ୍‌ ବ୍ୟବସ୍ଥା କାର୍ଯ୍ୟକାରୀ କରିବାରେ ବିଳମ୍ବ, କାର୍ଯ୍ୟଦକ୍ଷତା ଭିତ୍ତିକ ପ୍ରୋତ୍ସାହନ (ପିଏଲ୍‌ଆଇ) ଯୋଜନାକୁ ନେଇ ମତଭେଦ, ପେନ୍‌ସନ ସମ୍ବନ୍ଧୀୟ ସମସ୍ୟା ଓ ଆହୁରି…

‘ମୁଁ ରାଜନୀତିରୁ ସନ୍ନ୍ୟାସ…’, TMCରେ ବିଦ୍ରୋହ ମଧ୍ୟରେ ମମତା ବାନାର୍ଜୀଙ୍କ ବଡ଼ ଘୋଷଣାକୁ ନେଇ ହଇଚଇ

ନୂଆଦିଲ୍ଲୀ,୨୪।୮: TMC ମୁଖ୍ୟ ମମତା ବାନାର୍ଜୀ ନିଜର ରାଜନୈତିକ ଭବିଷ୍ୟତକୁ ନେଇ ବଡ଼ ବୟାନ ଦେଇଛନ୍ତି। ସେ ସ୍ପଷ୍ଟ ଭାବେ କହିଛନ୍ତି ଯେ, ରାଜନୀତିରୁ ସନ୍ନ୍ୟାସ ନେବାର…

ସରକାର ବିରୋଧରେ CJPର ବଡ଼ ଘୋଷଣା: ୫ ସେପ୍ଟେମ୍ବରରେ…

ନୂଆଦିଲ୍ଲୀ,୨୪।୮: କକରୋଚ ଜନତା ପାର୍ଟି (CJP) ନୂଆଦିଲ୍ଲୀରେ ବିରୋଧ ମାର୍ଚ୍ଚ କରିବାକୁ ଘୋଷଣା କରିଛି। ଦଳର ଅଭିଯୋଗ ଅନୁସାରେ, କେନ୍ଦ୍ର ସରକାର ୨୫ ଜୁଲାଇରେ ଦେଶର ଯୁବପିଢ଼ିଙ୍କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri