ସହରକୁ ପଶୁଛି ଡ୍ରେନ୍‌ର ମଇଳା ପାଣି

ଭଞ୍ଜନଗର୨୦ା୩(ଡି.ଏନ୍‌.ଏ):ଭଞ୍ଜନଗର ସହରାଞ୍ଚଳ ଜନସ୍ବାସ୍ଥ୍ୟ ବିଭାଗର ଅବହେଳା ଯୋଗୁ ସହରବାସୀ ବିଭିନ୍ନ ସମୟରେ ଦୂଷିତ ପାଣି ପିଇବାକୁ ବାଧ୍ୟ ହେଉଛନ୍ତି, ଯାହାକୁ ନେଇ ସହରବାସୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ଭେଜିପୁଟ ମହାନ୍ତି ସାହି ଛକ ଦେଇ ଯାଇଥିବା ଜନସ୍ବାସ୍ଥ୍ୟ ବିଭାଗର ପାଣି ପାଇପ୍‌ ଆଜକୁ ପ୍ରାୟ ୨ମାସ ହେବ ଫାଟି ରହିଛି। ପାଣି ଛଡ଼ା ଯିବା ସମୟରେ ଫଟା ପାଇପ ବାଟେ ପାଣି ଏଣେତେଣେ ବିଛୁରିତ ହୋଇପଡ଼ୁଛି। ପାଇପ୍‌ ଯେଉଁଠାରେ ଫାଟିଛି ଏନଏସି ସଫେଇ କର୍ମଚାରୀମାନେ ତା’ ଉପରେ ହିଁ ଡ଼୍ରେନରୁ ମଇଳା ବାହାର କରି ପକାଇ ଦେଉଛନ୍ତି। ତୁରନ୍ତ ଉକ୍ତ ମଇଳାକୁ ଟ୍ରାକ୍ଟର ଯୋଗେ ଉଠାଯାଉନଥିବା ଯୋଗୁ ଉକ୍ତ ଫଟା ପାଇପ୍‌ ବାଟେ ସହରକୁ ଦୁଷିତ ପାଣି ପ୍ରବାହିତ ହେଉଥିବା ଆଶଙ୍କା କରାଯାଉଛି । ଏନେଇ ସମ୍ପୃକ୍ତ ସାହିବାସିନ୍ଦା ବାରମ୍ବାର ଏନଏସି ଏବଂ ଜନସ୍ବାସ୍ଥ୍ୟ ବିଭାଗ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରୁଛନ୍ତି, କିନ୍ତୁ ଉଭୟ ବିଭାଗ ଏନେଇ ଆବଶ୍ୟକ ପଦକ୍ଷେପ ନେଉନାହିଁ । ସେହିଭଳି ଶନିବାର ସକାଳେ ମେଡ଼ିକାଲ ପମ୍ପ୍‌ ହାଉସରୁ ରେଡ଼କ୍ରସ ରୋଡ଼ ଅଞ୍ଚଳବାସୀଙ୍କ ପାଇଁ ଆଉ ଏକ ନୂଆ ଲାଇନରେ ପାଣି ଛଡ଼ାଯାଇଥିଲା। ଏଥିରେ ତ୍ରୁଟି ଥିବା ଯୋଗୁ ପ୍ରାୟ ୧ଘଣ୍ଟା ପର୍ଯ୍ୟନ୍ତ ରେଡକ୍ରସ ରୋଡ଼ ଅଞ୍ଚଳକୁ ମଇଳା ପାଣି ଆସିଥିଲା। ମଇଳା ପାଣି ଦେଖି ସହରବାସୀଙ୍କ ମଧ୍ୟରେ ଘୋର ଅସନ୍ତୋଷ ପ୍ରକାଶ ପାଇଥିଲା। ପରେ ଜନସ୍ବାସ୍ଥ୍ୟ ବିଭାଗ ଅଧିକାରୀ ପହଞ୍ଚତ୍ ସୁଧାରିବା ପରେ ସଫା ପାଣି ଆସିଥିଲା। ଦୂଷିତ ପାଣି ସୋସିଆଲ ମିଡ଼ିଆରେ ଭାଇରାଲ ହୋଇଥିଲା। ମହାନ୍ତି ସାହି ବାସିନ୍ଦା ପ୍ରେମଜିତ୍‌ ପଟ୍ଟନାୟକ କହିଛନ୍ତି, ପାଇପ୍‌ ମରାମତି ପାଇଁ ଜନସ୍ବାସ୍ଥ୍ୟ ବିଭାଗ ଅଧିକାରୀଙ୍କୁ ବାରମ୍ବାର ଅନୁରୋଧ କରାଯାଇଛି। କିନ୍ତୁ ଉକ୍ତ ଅଧିକାରୀ ଏଥିପ୍ରତି ଦୃଷ୍ଟି ଦେଉନାହାନ୍ତି। ସହରବାସୀଙ୍କ ଜୀବନ ସହ ଖେଳୁଛନ୍ତି ଜନସ୍ବାସ୍ଥ୍ୟ ବିଭାଗ । ସେହିଭଳି ଫଟା ପାଇପ୍‌ ଉପରେ ଡ଼୍ରେନର ମଇଳା ନପକାଇବା ପାଇଁ ଏନଏସି କର୍ମଚାରୀଙ୍କୁ ମଧ୍ୟ ଅନୁରୋଧ କରାଯାଉଛି। କିନ୍ତୁ ସେମାନେ ମଧ୍ୟ ଦୃଷ୍ଟି ଦେଉନାହାନ୍ତି । ସମସ୍ୟାର ସମାଧାନ ତୁରନ୍ତ ନହେଲେ ବାଧ୍ୟହୋଇ ସାହିବାସିନ୍ଦା ଆନ୍ଦୋଳନକୁ ଓହ୍ଲାଇବେ ବୋଲି ପ୍ରେମଜିତ୍‌ କହିଛନ୍ତିା ଜନସ୍ବାସ୍ଥ୍ୟ ବିଭାଗ ସହକାରୀଯନ୍ତ୍ରୀ ନିତ୍ୟାନନ୍ଦ ବେହେରା କହିଛନ୍ତି, ରେଡ଼କ୍ରସ ରୋଡ଼ ବାସିନ୍ଦାଙ୍କୁ ନୂଆ ଲାଇନରେ ପାଣି ଦେବା ବ୍ୟବସ୍ଥା କରାଯାଇଥିଲା। ସେଥିରେ ତ୍ରୁଟି ଥିବା ଯୋଗୁ ଏହି ସମସ୍ୟା ଦେଖା ଦେଇଥିଲା। ପରବର୍ତ୍ତି ପର୍ଯ୍ୟାୟରେ ତ୍ରୁଟି ସୁଧାରି ଦିଆଯାଇଛି। ମହାନ୍ତିସାହି ଛକର ଫଟା ପାଇପକୁ ମରାମତି ପାଇଁ ପଦକ୍ଷେପ ନିଆଯାଇଛି ।


Enter your email to get our daily news in your inbox.

All Right Reserved By Dharitri.Com

ପଦ୍ମପୁର ଆସନରେ ପ୍ରାର୍ଥୀ ଘୋଷଣା ଦ୍ୱନ୍ଦ୍ୱ

ପଦ୍ମପୁର,୨୮।୩. (ପ୍ରଦୀପ୍ତ ଦାଶ): ବରଗଡ଼ ଜିଲାରେ ଥିବା ବିଧାନସଭା ଆସନ ପାଇଁ ବିଜେଡି ବୁଧବାର ପ୍ରାର୍ଥୀ ଘୋଷଣା କରିଛି। କିନ୍ତୁ ପଦ୍ମପୁର ବିଧାନସଭା ଆସନ ପାଇଁ...

ମା’ ପୁଅଙ୍କୁ ହତ୍ୟା କଲେ ମାଓବାଦୀ

ରାଉରକେଲା,୨୮।୩(ସଙ୍ଗୀତା ଜେନା): ଓଡ଼ିଶା-ଝାଡ଼ଖଣ୍ଡ ସୀମାବର୍ତ୍ତୀ ପଶ୍ଚିମ ସିଂହଭୂମ ଚାଇଁବାସା ଅଞ୍ଚଳରେ ମାଓବାଦୀମାନେ ଜଣେ ବୃଦ୍ଧା ଓ ତାଙ୍କ ପୁଅଙ୍କୁ ହତ୍ୟା କରିଛନ୍ତି। ମୃତକ ହେଲେ ଚାଇଁବାସା...

ବସ୍‌ ଧକ୍କାରେ ଚାଲିଗଲା ଜୈନ ସନ୍ନ୍ୟାସିନୀଙ୍କ ଜୀବନ

ଫୁଲନଖରା,୨୮ା୩(ସତ୍ୟରଞ୍ଜନ ଦାସମହାପାତ୍ର): ଭୁବନେଶ୍ୱର-କଟକ ୧୬ ନମ୍ବର ଜାତୀୟ ରାଜପଥର ବମ୍ଫକୁଦ ନିକଟରେ ଏକ ଯାତ୍ରୀବାହୀ ବସ୍‌ ଧକ୍କାରେ ଜଣେ ଜୈନ ସନ୍ନ୍ୟାସିନୀଙ୍କ ମୃତ୍ୟୁ ଘଟିଛି। ସେ...

ମାହାଙ୍ଗା ଡବଲ ମର୍ଡର ମାମଲା: ଅନ୍ତରୀଣ ସୁରକ୍ଷା ବଳବତ୍ତର

କଟକ,୨୮ା୩ (କାର୍ତ୍ତିକ ସାହୁ) ମାହାଙ୍ଗା ଡବଲ ମର୍ଡର ମାମଲାରେ ବିଧାୟକ ପ୍ରତାପ ଜେନାଙ୍କ ଅନ୍ତରୀଣ ସୁରକ୍ଷାକୁ ହାଇକୋର୍ଟ ବଳବତ୍ତର ରଖିଛନ୍ତି। ନିମ୍ନକୋର୍ଟର ନିର୍ଦ୍ଦେଶ ବିରୋଧରେ ବିଧାୟକ...

ଦୁର୍ଘଟଣାରେ ଶ୍ୱଶୁର ମୃତ, ଜ୍ୱାଇଁ ଗୁରୁତର

ଭେଡ଼େନ,୨୮।୩ (ସୁଦନ ମହାକୁର): ବରଗଡ଼ ଜିଲା ଭେଡ଼େନ ଥାନା ଅଧୀନ ଭେଡ଼େନ-ରେମଣ୍ଡା ରାସ୍ତାର ଅପାମରା ନିକଟରେ ଗୁରୁବାର ଏକ ସଡ଼କ ଦୁର୍ଘଟଣା ଘଟିଛି। ଏକ ବାଇାକ୍‌...

କଂଗ୍ରେସରୁ ଇସ୍ତଫା ଦେଲେ ପୂର୍ବତନ ବିଧାୟକ, ବିଜେଡିରେ ଯୋଗଦେବା ସମ୍ଭାବନା

ନୂଆଦିଲ୍ଲୀ ,୨୮।୩: ବିଧାନସଭା ନିର୍ବାଚନ ପୂର୍ବରୁ ଟିଟିଲାଗଡର ପୂର୍ବତନ ବିଧାୟକ ସୁରେନ୍ଦ୍ର ସିଂ ଭୋଇ କଂଗ୍ରେସ ଦଳରୁ ଇସ୍ତଫା ଦେଇଛନ୍ତି। ତିନିଥର ପୂର୍ବତନ କଂଗ୍ରେସ ବିଧାୟକ...

ସୁଧାଂଶୁଙ୍କୁ ଗୁରୁଦାୟିତ୍ୱ ଦେଲା କଂଗ୍ରେସ

ରୂପସା,୨୮।୩(ବାଞ୍ଛାନିଧି ଦେ): ବାଲେଶ୍ୱର ଜିଲା କଂଗ୍ରେସ କମିଟି ସାଧାରଣ ସମ୍ପାଦକ ଓ ମୁଖ୍ୟ ମୁଖପାତ୍ର ସୁଧାଂଶୁ ଶେଖର ଜେନାଙ୍କୁ ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ଭଦ୍ରକ...

୩୦ ହଜାର ଟଙ୍କା ଲାଞ୍ଚ ନେବା ବେଳେ ସିଟିଓ-ଜିଏସଟି ଅଧିକାରୀଙ୍କୁ ବାନ୍ଧିଲା ଭିଜିଲାନ୍ସ

ଭୁବନେଶ୍ୱର,୨୮।୩: ପୁରୀରେ ଲାଞ୍ଚ ନେଉଥିଲା ବେଳେ ବାଣିଜ୍ୟିକ ଟିକସ ଅଧିକାରୀ (ସିଟିଓ) ଏବଂ ଦ୍ରବ୍ୟ ଏବଂ ସେବା କର (ଜିଏସଟି) ଅଧିକାରୀଙ୍କୁ ଗିରଫ କରିଛି ଓଡ଼ିଶା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri