ପୁଷ୍ପା-୨ ପାଇଁ ଫି’ ବଢାଇଲେ ନିର୍ଦ୍ଦେଶକ

ସାଉଥ ସୁପରଷ୍ଟାର ଅଲୁ ଅର୍ଜୁନ ଏବଂ ଅଭିନେତ୍ରୀ ରଶ୍ମିକା ମନ୍ଦନାଙ୍କ ଫିଲ୍ମ ‘ପୁଷ୍ପା: ଦ ରାଇଜ’ ବକ୍ସ ଅଫିସରେ ଏକ ବ୍ଲକବଷ୍ଟର ସାବ୍ୟସ୍ତ ହୋଇଥିଲା। ଏହି ଫିଲ୍ମଟି କେବଳ ଭାରତରେ ନୁହେଁ,ସମଗ୍ର ବିଶ୍ୱରେ ଭଲ ବ୍ୟବସାୟ କରିଥିଲା। ପ୍ରଶଂସକମାନେ ଏହି ଫିଲ୍ମର ଦ୍ୱିତୀୟ ଭାଗ ‘ପୁଷ୍ପା: ଦ ରୁଲ୍‌’ର ଦ୍ୱିତୀୟ ଭାଗକୁ ଅପେକ୍ଷା କରିଛନ୍ତି। ପ୍ରଥମ ଅପେକ୍ଷା ଦ୍ୱିତୀୟ ଭାଗର ବଜେଟ ଦୁଇ ଗୁଣା ଅଧିକ ରହିବ ବୋଲି ଚର୍ଚ୍ଚା ହେଉଛି। ଫିଲ୍ମର ନିର୍ଦ୍ଦେଶକ ସୁକୁମାର ମଧ୍ୟ ନିଜର ଫି’ ବଢାଇଛନ୍ତି। ସୁକୁମାର ନିର୍ମାତାଙ୍କଠାରୁ ପ୍ରାୟ ୪୦ କୋଟି ଟଙ୍କା ଆଦାୟ କରିବାକୁ ଯାଉଛନ୍ତି। ଫିଲ୍ମର ପ୍ରଥମ ଭାଗ ପାଇଁ ନିର୍ଦ୍ଦେଶକ ୧୮ କୋଟି ଟଙ୍କା ନେଇଥିଲେ।
‘ପୁଷ୍ପା’ର ପ୍ରଥମ ଭାଗର ବଜେଟ ପ୍ରାୟ ୨୦୦ କୋଟି ଥିଲା। ଦ୍ୱିତୀୟ ଭାଗ କରିବା ପାଇଁ ପ୍ରାୟ ୪୦୦ କୋଟି ଟଙ୍କା ଖର୍ଚ୍ଚ କରିବାକୁ ଯାଉଛନ୍ତି। ଅନ୍ୟପକ୍ଷରେ ଅଲୁ ଅର୍ଜନ ଏହି ଫିଲ୍ମ ପାଇଁ ୧୦୦ କୋଟି ଟଙ୍କା ଦାବି କରିଛନ୍ତି। ଯଦି ଏହା ହୁଏ, ତେବେ ଏହା ତାଙ୍କର ସର୍ବୋଚ୍ଚ ଫି’ ହେବ।
ପୁଷ୍ପା ଭାଗ ୧ର ବଜେଟ ୨୦୦-୨୫୦ କୋଟି ଥିଲା। ଅଲୁ ଅର୍ଜୁନ ଏଥିପାଇଁ ୩୫ କୋଟି ଟଙ୍କା ନେଇଥିଲେ। ପୁଷ୍ପାଙ୍କର ଦ୍ୱିତୀୟ ଭାଗ ୨୦୨୩ ମସିହାରେ ମୁକ୍ତିଲାଭ କରିବ। ଏହା ଉପରେ କାର୍ଯ୍ୟ ଚାଲିଛି। ଡିସେମ୍ବର ୨୦୨୧ରେ ‘ପୁଷ୍ପା-ଦ ରାଇଜ’ ରିଲିଜ ହୋଇଥିଲା। ଏହାର ଦ୍ୱିତୀୟ ଭାଗ ମଧ୍ୟ ଡିସେମ୍ବରରେ ମୁକ୍ତିଲାଭ କରିବାର ଯୋଜନା ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଯୁକ୍ତ୨ ନାମଲେଖା ପାଇଁ ଏହିଦିନଠୁ ଆରମ୍ଭ ହେବ ଆବେଦନ

ଭୁବନେଶ୍ୱର,୨୩ା୫(ସୁଚିସ୍ମିତା ସାହୁ): ଯୁକ୍ତ ୨ ନାମଲେଖା ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଆସନ୍ତା ୨୬ ତାରିଖରୁ ଜୁନ୍‌ ୩୦ ଯାଏ ଛାତ୍ରୀଛାତ୍ର ଅନ୍‌ଲାଇନ୍‌ ମାଧ୍ୟମରେ ଆବେଦନ କରିପାରିବେ।…

ଭାରତର ଡାଟା ସେଣ୍ଟର ପରିକଳ୍ପନାକୁ ବିପଦ ରୌଦ୍ରତାପ: ପ୍ରଶ୍ନ ଘେରରେ…

ନୂଆଦିଲ୍ଲୀ, ୨୩ା୫:ଭାରତ ଭଳି ଏକ କ୍ରମବର୍ଦ୍ଦିଷ୍ଣ ଅର୍ଥନୈତିକ ରାଷ୍ଟ୍ରରେ ବିଭିନ୍ନ କ୍ଷେତ୍ରର ସମ୍ପ୍ରସାରଣ କରାଯାଉଥିବାବେଳେ ଡିଜିଟାଲ ବ୍ୟବସ୍ଥାର ଭିତ୍ତିଭୂମି ବୃଦ୍ଧି ଦେଶକୁ ବିଭିନ୍ନ ଦିଗରେ ରୂପାନ୍ତରିତ କରିଛି।…

ବିଧାୟକ ରଣେନ୍ଦ୍ରଙ୍କ ଗାଡ଼ିକୁ ଅଣ୍ଡାମାଡ଼: ତା’ପରେ ଘଟିଲା…

ତିଗିରିଆ,୨୩ା୫(ଜାଫର ଖାଁ): କଟକ ଜିଲା ତିଗିରିଆ ପଞ୍ଚାୟତର ସମିତି ବୈଠକରେ ଯୋଗଦେବାକୁ ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ବାଇଁ ଆସୁଥିବାବେଳେ ପାଞ୍ଚଗଁା ଛକରେ ତାଙ୍କୁ ବିରୋଧ କରାଯାଇଛି। କେତେଜଣ…

ନାବାଳକଙ୍କୁ ଅସଦାଚରଣ: ପଡୋଶୀ ଘରର ନାବାଳକଙ୍କୁ ଘରକୁ ଡାକି….

ବଲାଙ୍ଗୀର, ୨୨ା୫ (ସୁନିଲ କୁମାର ମହାନ୍ତି): ଜଣେ ନାବାଳକଙ୍କୁ ଅସଦାଚରଣ ଅଭିେଯାଗରେ ପୁଇଁନ୍ତଳା ଥାନା ପୋଲିସ ଜଣେ ବ୍ୟକ୍ତିଙ୍କୁ ଥାନାକୁ ଆଣି ଅଟକ ରଖିଥିବା ଜଣାପଡିଛି। ବ୍ୟକ୍ତି…

ରାଜ୍ୟରେ ଶକ୍ତି ସଙ୍କଟ: ଆସନ୍ତା ୬ ମାସ ପାଇଁ ‘ଏସ୍‌ମା’ ଲାଗୁ କଲେ ସରକାର

ଭୁବନେଶ୍ୱର,୨୨।୫(ରବିନାରାୟଣ ଜେନା):  ରାଜ୍ୟରେ କିଭଳି ନିରବଚ୍ଛିନ୍ନ ବିଦ୍ୟୁତ୍‌ ସରବରାହ ହୋଇପାରିବ ଏବଂ କର୍ମଚାରୀମାନେ ଆନ୍ଦୋଳନକୁ ନ ଓହ୍ଲାଇବେ ତାକୁ ଦୃଷ୍ଟିରେ ରଖି ଶୁକ୍ରବାର ରାଜ୍ୟ ସରକାରଙ୍କ ପକ୍ଷରୁ…

ପେଣ୍ଟ ପକେଟ୍‌ରେ ଥିଲା ମୋବାଇଲ୍ ହଠାତ ହେଲା ବିସ୍ଫୋରଣ, ଅଳ୍ପକେ ବଞ୍ଚିଲେ..

ପଦ୍ମପୁର, ୨୨/୦୫ (ପ୍ରଦୀପ୍ତ ଦାଶ): ପଦ୍ମପୁର ନିକଟସ୍ଥ ଭେଉଁରିଆ ପଞ୍ଚାୟତର ଅମିତ କୁମାର ସାହୁ ସାଧାରଣ ଦିନମାନଙ୍କ ଭଳି ପେଣ୍ଟ ପକେଟ୍‌ରେ ମୋବାଇଲ୍ ରଖି କାମକୁ ବାହାରିଥିଲେ।…

ଗ୍ରାହକଙ୍କ ପାଇଁ ଆଶ୍ଵସ୍ତି: ଟଳିଲା ଷ୍ଟ୍ରାଇକ୍, ମେ ୨୫ ଓ ୨୬ରେ ସ୍ଵାଭାବିକ ରହିବ ଷ୍ଟେଟ୍ ବ୍ୟାଙ୍କ…

ନୂଆଦିଲ୍ଲୀ,୨୨।୫: ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ (SBI) ଗ୍ରାହକଙ୍କ ପାଇଁ ଏକ ବଡ଼ ଆଶ୍ଵସ୍ତିକର ଖବର। ଆସନ୍ତା ମେ ୨୫ ଏବଂ ୨୬ ତାରିଖରେ ବ୍ୟାଙ୍କର ସମସ୍ତ…

ଥୁଆମୂଳ ରାମପୁରରେ କାଳବୈଶାଖୀର ତାଣ୍ଡବ

ଥୁଆମୂଳ ରାମପୁର, ୨୨ା୫ (ଦୁର୍ଗା କୀର୍ତ୍ତି): ଥୁଆମୂଳ ରାମପୁର ବ୍ଲକ ନାକୁରୁଣ୍ଡି ପଞ୍ଚାୟତର ବିଭିନ୍ନ ଗ୍ରାମରେ ଶୁକ୍ରବାର ଅପରାହ୍ନରେ କାଳବୈଶାଖୀର ତାଣ୍ଡବ ଦେଖିବାକୁ ମିଳିଛି। ହଠାତ୍‌ ବର୍ଷାପବନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri