ଡିଜିପି କହୁଛନ୍ତି ଶାନ୍ତି, ଚାଲିଛି ଜଳାପୋଡ଼ା

ସମ୍ବଲପୁର,୧୭ା୪(ବ୍ୟୁରୋ): ହନୁମାନ ଜୟନ୍ତୀ ଉପଲକ୍ଷେ ଗତ ବୁଧବାର ସମ୍ବଲପୁର ସହରରେ ବାଇକ୍‌ ଶୋଭାଯାତ୍ରାବେଳେ ସାମ୍ପ୍ରଦାୟିକ ଦଙ୍ଗା ସୃଷ୍ଟି ହୋଇଥିଲା। ଶୁକ୍ରବାର ହନୁମାନ ଜୟନ୍ତୀରେ ଶୋଭାଯାତ୍ରା ଚାଲିଥିବାବେଳେ ପୁଣି ପଥରମାଡ଼, ପୋଡ଼ାଜଳା, ଭଙ୍ଗାରୁଜା ସମେତ ଜଣେ ଯୁବକଙ୍କୁ ହତ୍ୟା କରାଯାଇଥିଲା। ଫଳରେ ସେହିଦିନ ମଧ୍ୟରାତ୍ରିରୁ ସହରରେ କର୍ଫ୍ୟୁ ଜାରି ରହିଛି। ମୁସଲିମ୍‌ ସାହିବସ୍ତି ଅଞ୍ଚଳ, ସମ୍ବେଦନଶୀଳ ସ୍ଥାନ ଏବଂ ପ୍ରମୁଖ ଛକ ଓ ରାସ୍ତା ପୋଲିସ ଛାଉଣୀ ପାଲଟିଛି। ପୋଲିସ ଡିଜି ସୁନୀଲ ବଂଶଲ ଶନିବାରଠାରୁ ସମ୍ବଲପୁରରେ ରହି ସ୍ଥିତି ଅନୁଧ୍ୟାନ କରିବା ସହ ଶାନ୍ତି ଫେରୁଥିବା କହିଛନ୍ତି। କିନ୍ତୁ ରବିବାର ଭୋର୍‌ ସମୟରେ ଟାଉନଥାନା ଅନ୍ତର୍ଗତ ତଅଁଲାପଡ଼ାରେ ରହୁଥିବା ମୁସଲମାନ ସମ୍ପ୍ରଦାୟର ଜଣେ ବ୍ୟକ୍ତିଙ୍କ ଘରେ ନିଅଁା ଲଗାଇ ଦିଆଯାଇଛି। ଏଥିରେ ଘରର କେତେକ ଆସବାବପତ୍ର ପୋଡ଼ିଯାଇଛି। ଏଥିରୁ ସ୍ଥିତି ସମ୍ପୂର୍ଣ୍ଣ ନିୟନ୍ତ୍ରଣାଧୀନ ହୋଇ ନ ଥିବା ସ୍ପଷ୍ଟ ହେଉଛି। ବୁଧବାର ଘଟଣା ପରେ ଶୁକ୍ରବାର ପୁଣି ବଡ଼ଧରଣର ସାମ୍ପ୍ରଦାୟିକ ହିଂସା ଘଟିବା ପୋଲିସ ଓ ପ୍ରଶାସନର ବିଫଳତାକୁ ପଦାରେ ପକାଇଥିଲା। ତଥାପି ପୋଲିସ ଓ ପ୍ରଶାସନ ତ୍ରୁଟି ସୁଧାରି ପାରି ନ ଥିବାରୁ ରବିବାର ମଧ୍ୟ ପୋଡ଼ାଜଳା ହୋଇଛି। ଶାନ୍ତି ପ୍ରତିଷ୍ଠା ପାଇଁ ଉପଯୁକ୍ତ ପଦକ୍ଷେପ ନିଆ ନ ଯାଇ ଯଦି ସୁରକ୍ଷା ବ୍ୟବସ୍ଥା ହଟାଯାଏ, ତା’ହେଲେ ପୁଣିଥରେ ପୋଡ଼ାଜଳା, ହତ୍ୟାକାଣ୍ଡ ଭଳି ଘଟଣା ଘଟିବା ଆଶଙ୍କା ଥିବା ବୁଦ୍ଧିଜୀବୀ ମତପ୍ରକାଶ କରିଛନ୍ତି।
ରବିବାର ଘରେ ନିଅଁା ଲଗାଇ ଦିଆଯିବା ଘଟଣାରେ ପୋଲିସ ୨ ମହିଳାଙ୍କ ସମେତ ତଅଁଲାପଡ଼ାର ୭ରୁ ୮ ଜଣ ଯୁବକଙ୍କୁ ଉଠାଇ ନେଇଛି। ତେବେ ଦୋଷୀମାନଙ୍କ ବଦଳରେ ନିରୀହମାନଙ୍କୁ ପୋଲିସ ଗିରଫ କରୁଥିବା ଅଭିଯୋଗରେ ତଅଁଲାପଡ଼ା,ବାଲିବନ୍ଦା ଓ ଚିତ୍ରଗୁପ୍ତ ମନ୍ଦିର ଛକରେ ଉତ୍ତେଜନା ପ୍ରକାଶ ପାଇଥିଲା। ଶେଷରେ ପୋଲିସକୁ ମୃଦୁ ଲାଠିଚାଳନା କରିବାକୁ ପଡ଼ିଥିଲା। ଅନ୍ୟପକ୍ଷରେ ଏସ୍‌ପି ଅଫିସରେ ଡିଜିପି ବଂଶଲ ସମୀକ୍ଷା ବୈଠକ କରି କହିଛନ୍ତି, ସ୍ଥିତି ନିୟନ୍ତ୍ରଣକୁ ଆସୁଛି। ୨ ଦିନ ଭିତରେ ସ୍ବାଭାବିକ ହୋଇଯିବ। ଜନସାଧାରଣ ସହଯୋଗ କରନ୍ତୁ ବୋଲି ସେ ନିବେଦନ କରିଛନ୍ତି।
କର୍ଫ୍ୟୁ ବଳବତ୍ତର ଥିବାରୁ ଦୋକାନ ବଜାର ବନ୍ଦ ରହିଛି। ଏଥିଯୋଗୁ ଲୋକେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ନିର୍ଦ୍ଧାରିତ କର୍ଫ୍ୟୁ କୋହଳ ସମୟରେ ଲୋକଙ୍କୁ ଅତ୍ୟାବଶ୍ୟକ ସାମଗ୍ରୀ ସଂଗ୍ରହ କରିବାକୁ ଯାହା ସୁଯୋଗ ମିଳୁଛି। ଏଭଳିସ୍ଥଳେ ସୋମବାରଠାରୁ କର୍ଫ୍ୟୁ କୋହଳ ସମୟ ବୃଦ୍ଧି ଘଟିବ ବୋଲି ଜିଲା ପ୍ରଶାସନ ପକ୍ଷରୁ କୁହାଯାଇଛି। ଏନେଇ ସମ୍ବଲପୁର ଉପଜିଲାପାଳ ରବିବାର ସନ୍ଧ୍ୟାରେ ଜାରି କରିଥିବା ନିର୍ଦ୍ଦେଶାବଳୀ ଅନୁଯାୟୀ, ସୋମବାରଠାରୁ ସକାଳ ସାଢ଼େ ୭ଟାରୁ ପୂର୍ବାହ୍ନ ସାଢ଼େ ୧୧ଟା ଏବଂ ଅପରାହ୍ନ ସାଢ଼େ ୩ଟାରୁ ସନ୍ଧ୍ୟା ୬ ଯାଏ କର୍ଫ୍ୟୁ କୋହଳ ହେବ। ତେବେ କର୍ଫ୍ୟୁବେଳେ ଲାଗୁଥିବା ଅନ୍ୟ କଟକଣା ଜାରି ରହିବ ବୋଲି ନିର୍ଦ୍ଦେଶାବଳୀରେ ଉଲ୍ଲେଖ ରହିଛି।
ସହରରେ ଚାପା ଉତ୍ତେଜନା ଥିବାବେଳେ ଲୋକେମାନେ ସମ୍ଭାବ୍ୟ ହିଂସା ଭୟରେ ସେଭଳି ଜରୁରୀ ଆବଶ୍ୟକତା ନ ହେଲେ ଘରୁ ବାହାରୁନାହାନ୍ତ। ଗତ ବୁଧବାର ଘଟଣାରେ ପୋଲିସ ଏପର୍ଯ୍ୟନ୍ତ ୨୬ ଜଣଙ୍କୁ ଗିରଫ କରିଥିବାବେଳେ ଶୁକ୍ରବାର ହିଂସା ଘଟଣାରେ ୫୩ ଜଣଙ୍କୁ ଗିରଫ କରିଛି। ଅନ୍ୟ ଅଭିଯୁକ୍ତମାନଙ୍କୁ ଭିଡିଓ ଏବଂ ସିସିଟିଭି ଫୁଟେଜ୍‌ ମାଧ୍ୟମରେ ଚିହ୍ନଟ କରାଯାଇଛି। ଖୁବ୍‌ଶୀଘ୍ର ଗିରଫ କରାଯିବ ବୋଲି ସମ୍ବଲପୁର ଏସ୍‌ପି ବାତୁଳା ଗଙ୍ଗାଧର ସୂଚନା ଦେଇଛନ୍ତି। ସେହିପରି ଶୋଭାଯାତ୍ରାରେ ସାମିଲ ହୋଇ ଶୁକ୍ରବାର ସନ୍ଧ୍ୟାରେ ଘରକୁ ଫେରୁଥିବା ଯୁବକ ଚନ୍ଦ୍ରଶେଖର ମିର୍ଦ୍ଧାଙ୍କୁ ହତ୍ୟା ଘଟଣାରେ ପୋଲିସ ୬ ଜଣଙ୍କୁ ଗିରଫ କରିଛି। ଅନ୍ୟମାନଙ୍କୁ ମଧ୍ୟ ଗିରଫ କରାଯିବ ବୋଲି ଏସ୍‌ପି କହିଛନ୍ତି। ସୁନାପାଲି ଅଞ୍ଚଳରୁ କେତେଜଣଙ୍କ ଘରେ ପୋଲିସ ଚଢାଉ କରି ୧୫ରୁ ଊର୍ଦ୍ଧ୍ୱ ପେଟ୍ରୋଲ ବୋମା, ୧୮ଟି ପ୍ଲାଷ୍ଟିକ ଟ୍ରେରେ ଧାରୁଆ ପଥର ଜବତ କରିଥିଲା। ଏଥିରୁ ଦଙ୍ଗା ଘଟାଇବା ପାଇଁ ପୂର୍ବରୁ ଯୋଜନା ହୋଇଥିବା ଜଣାପଡ଼ୁଛି ବୋଲି ଏସ୍‌ପି ଗଙ୍ଗାଧର କହିଛନ୍ତି। ଅନ୍ୟପକ୍ଷରେ ସହରରେ
ଇଣ୍ଟରନେଟ୍‌ ସେବା ବନ୍ଦ ଥିବାରୁ ସମସ୍ୟା ସଷ୍ଟି ହୋଇଛି। ଅନେକ ସରକାରୀ, ବେସରକାରୀ ଅଫିସ୍‌ କାର୍ଯ୍ୟ ପ୍ରଭାବିତ ହୋଇଛି।
ସ୍ବାଭାବିକ ସ୍ଥିତି ଫେରାଇ ଆଣିବାକୁ ଏସ୍‌ଆର୍‌ସିଙ୍କ ନିବେଦନ
ସ୍ବତନ୍ତ୍ର ରିଲିଫ କମିଶନର(ଏସ୍‌ଆର୍‌ସି) ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ସତ୍ୟବ୍ରତ ସାହୁ ରବିବାର ଉତ୍ତରାଞ୍ଚଳ ଆର୍‌ଡିସିଙ୍କ ସମ୍ମିଳନୀ କକ୍ଷରେ ସହରର ଆଇନଶୃଙ୍ଖଳା ସ୍ଥିତି ସମୀକ୍ଷା କରିଛନ୍ତି। ଏହାପରେ ସେ ଗଣମାଧ୍ୟମ ଜରିଆରେ ଜନସାଧାରଣଙ୍କ ଉଦ୍ଦେଶ୍ୟରେ କହିଛନ୍ତି ଯେ, ସମ୍ବଲପୁର ଭାଇଚାରାର ସହର। ଘଟଣା ଘଟିଯାଇଛି। ଏବେ ପୂର୍ବ ସ୍ଥିତି ଫେରାଇ ଆଣି ପୁଣି ଶାନ୍ତଭାବେ ଜୀବନଯାପନ କରନ୍ତୁ। ଏ ଦିଗରେ ସମସ୍ତେ ସହଯୋଗ କରନ୍ତୁ ବୋଲି ସେ ନିବେଦନ କରିଛନ୍ତି। ବୈଠକରେ ଆର୍‌ଡିସି ଡ. ସୁରେଶଚନ୍ଦ୍ର ଦଲେଇ, ଉତ୍ତରାଞ୍ଚଳ ପୋଲିସ ଆଇଜି ଡ. ଦୀପକ କୁମାର, ଜିଲାପାଳ ଅନନ୍ୟା ଦାସ, ସମ୍ବଲପୁର ମହାନଗର ନିଗମ(ଏସ୍‌ଏମ୍‌ସି) କମିଶନର ପ୍ରଦୀପ କୁମାର ସାହୁ, ସମ୍ବଲପୁର ଏସ୍‌ପି ବାତୁଲା ଗଙ୍ଗାଧରଙ୍କ ସମେତ ଏସ୍‌ଏମ୍‌ସି ଅଧୀନରେ ଆସୁଥିବା ବିଡିଓ, ତହସିଲଦାରମାନେ ଉପସ୍ଥିତ ଥିଲେ।
ତାତି ପାଇଁ ସମ୍ବଲପୁରରେ ଆଉ ୨ ଦିନ ସ୍କୁଲ ଛୁଟି
ପ୍ରବଳ ତାତି ପାଇଁ ରାଜ୍ୟ ସରକାର ପୂର୍ବରୁ ରବିବାର ଯାଏ ପ୍ରଥମରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ସ୍କୁଲ ଛୁଟି ଘୋଷଣା କରିଥିଲେ। ତେବେ ସମ୍ବଲପୁର ଜିଲାରେ ଭୀଷଣ ରୌଦ୍ରତାପକୁ ଦୃଷ୍ଟିରେ ରଖି ଜିଲାପାଳ ଅନନ୍ୟା ଦାସ ସମସ୍ତ ସ୍କୁଲ ଓ କଲେଜର ଛୁଟିକୁ ଆଉ ଦୁଇଦିନ ପାଇଁ ବୃଦ୍ଧି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦିନିକିଆ ବିଶ୍ୱକପ୍‌ କାର୍ଯ୍ୟସୂଚୀ ଘୋଷଣା କଲା ଆଇସିସି: ଅକ୍ଟୋବର ୧୦ରେ ଭାରତ-ପାକିସ୍ତାନ ହାଇଭୋଲଟେଜ ମ୍ୟାଚ୍‌

ଦୁବାଇ, ୧ା୧୦: ୨୦୨୭ରେ ଦକ୍ଷିଣ ଆଫ୍ରିକା, ଜିମ୍ବାଓ୍ବେ ଓ ନାମ୍ବିଆରେ ହେବାକୁ ଥିବା ପୁରୁଷ ଦିନିକିଆ ବିଶ୍ୱକପ୍‌ ପାଇଁ ଗୁରୁବାର ଆଇସିସି ପକ୍ଷରୁ କାର୍ଯ୍ୟସୂଚୀ ଘୋଷଣା କରାଯାଇଛି।…

ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ

ଛତ୍ରପୁର,୧।୧୦,(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗୁରୁବାର ରାତି ପ୍ରାୟ ସାଢ଼େ ୧୦ଟାରେ ଛତ୍ରପୁର ମେନ୍‌ ରୋଡ଼ସ୍ଥିତ ଏକ ରାଜସ୍ଥାନ ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଫ୍ରିଜ୍‌ରରେ ସର୍ଟସର୍କିଟ…

ଦେଢ଼ମାସ ହେଲା ପିଇବା ପାଣିରୁ ବଞ୍ଚିତ ଗ୍ରାମବାସୀ, ପଞ୍ଚାୟତରେ ତାଲା ପକାଇଲେ ଗ୍ରାମବାସୀ

ନିରାକାରପୁର,୧ା୧୦(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ବ୍ଲକ ଓରବରସିଂହ ପଞ୍ଚାୟତ ଅନ୍ତର୍ଗତ କୃଷ୍ଣପୁରରେ ଥିବା ପାନୀୟଜଳ ପ୍ରକଳ୍ପର ପାଇପ୍‌ ଅନେକ ସ୍ଥାନରେ ଫାଟି ଯାଇଥିବାରୁ ଦୀର୍ଘ ଦେଢ଼ମାସ ଧରି…

ବନ୍ୟା ପାଣିଘେରରେ ୧୫ପରିବାର, ପ୍ରଶାସନ ନୀରବ…

ମାର୍ଶାଘାଇ, ୧ା୧୦(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): ଲୁଣାନଦୀରେ ବନ୍ୟା ଆସି ମାର୍ଶଘାଇ ବ୍ଲକ ମଣିକୁଣ୍ଡା ପଞ୍ଚାୟତ ବାଲିକଷୋଟି ଘୋଲ ଅଞ୍ଚଳର ୧୫ପରିବାର ଗତ ୫ଦିନ ହେବ ପାଣିଘେରରେ ରହିଛନ୍ତି।…

ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କଲେ ମନ୍ତ୍ରୀ

ବରଗଡ଼,୧।୧୦(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ବ୍ଲକ ଅନ୍ତର୍ଗତ ଚିଖିଲି ସମେତ ବିଭିନ୍ନ ଗ୍ରାମରେ ଗତ ୨୭ ତାରିଖରୁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା। ଉପରମୁଣ୍ଡରେ ପ୍ରବଳ…

ଜେଜେବାପା ହେଲେ ନବଜୋତ ସିଂହ ସିଦ୍ଧୁ; ଘରକୁ ଆସିଲା ଲକ୍ଷ୍ମୀ

ଚଣ୍ଡିଗଡ଼,୧।୧୦: ପୂର୍ବତନ କ୍ରିକେଟର୍‌ ତଥା ରାଜନେତା ନବଜୋତ ସିଂହ ସିଦ୍ଧୁ ଏକ ଖୁସିର ମୁହୂର୍ତ୍ତ ପାଳନ କରୁଛନ୍ତି: ସେ ଏବେ ଜେଜେବାପା ହୋଇଛନ୍ତି। ତାଙ୍କ ପରିବାରରେ ଏକ…

ନବୀନଙ୍କୁ ଭେଟିଲେ ହିଞ୍ଜିଳିର ବରିଷ୍ଠ ନେତା, କର୍ମୀ

ହିଞ୍ଜିଳିକାଟୁ,୧।୧୦ (ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶେରଗଡ଼ ବ୍ଲକ, ହିଞ୍ଜିଳି ବ୍ଲକ ଓ ହିଞ୍ଜିଳିକାଟୁ ପୌରାଞ୍ଚଳର ବିଜୁ ଜନତା ଦଳ (ବିଜେଡି)ର…

ଅପେକ୍ଷାର ହେଲା ଅନ୍ତ, ICC ଦ୍ୱାରା ୨୦୨୭ ଦିନିକିଆ ବିଶ୍ୱକପର କାର୍ଯ୍ୟସୂଚୀ ଘୋଷଣା; ବର୍ଷକ ପରେ ଲଢିବେ ଭାରତ-ପାକିସ୍ତାନ

କେପ ଟାଉନ,୧।୧୦: ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ୨୦୨୭ ODI ବିଶ୍ୱକପ ପାଇଁ କାର୍ଯ୍ୟସୂଚୀ ଘୋଷଣା କରିଛି। କ୍ରିକେଟର ଏହି ବୃହତ ଆୟୋଜନ ୨୦୨୭ ମସିହା ଅକ୍ଟୋବର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?