ସୁଖଦ ଅନୁଭୂତି ନେଇ ଫେରିଲେ ଭକ୍ତ

ପୁରୀ,୩୦ା୧(ଅଜିତ୍‌ ମହାନ୍ତି):ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପିତ ହେବା ପରେ ପୁରୀକୁ ଭକ୍ତଙ୍କ ସୁଅ ଛୁଟିବାରେ ଲାଗିଛି। ଯେପରି ରାଜ୍ୟର ସମସ୍ତ ଜିଲାରୁ ଭକ୍ତମାନେ ଆସି ମହାପ୍ରଭୁଙ୍କ ଦର୍ଶନ କରିବା ସହ ପରିକ୍ରମା ପ୍ରକଳ୍ପ ବୁଲି ସୁଖଦ ଅନୁଭୂତି ନେଇ ଫେରିବେ ସେ ନେଇ ସରକାରଙ୍କ ପକ୍ଷରୁ ବ୍ୟବସ୍ଥା କରାଯାଇଛି। ସୋମବାର ୫ଟି ଜିଲାରୁ ଭକ୍ତ ପୁରୀ ଆସି ମହାପ୍ରଭୁଙ୍କ ଦର୍ଶନ କରିବା ସହ ପରିକ୍ରମା ପ୍ରକଳ୍ପ ଦେଖିଛନ୍ତି।
ବାଲେଶ୍ୱରରୁ ଆସିଥିବା ବିଜୟଲକ୍ଷ୍ମୀ ଜେନା କହିଛନ୍ତି, ବହୁତ ଭଲ ବ୍ୟବସ୍ଥା ହୋଇଛି। ବସ୍‌ରେ ଆସି ସମଙ୍ଗ ପାର୍କିଂରେ ପହଞ୍ଚତ୍ବା ପରେ ଶ୍ରୀମାର୍ଗ ଦେଇ ଶ୍ରୀମନ୍ଦିର ଆସି ମହାପ୍ରଭୁଙ୍କ ଦର୍ଶନ କଲୁ। ପରେ ପରିକ୍ରମା ମାର୍ଗ ପ୍ରଦକ୍ଷିଣ କଲୁ। ସୁଖଦ ଅନୁଭୂତି ନେଇ ଫେରୁଛୁ। ଶ୍ରୀମନ୍ଦିର ଭିତରେ ଆଉ ଟିକେ ଭଲ ବ୍ୟବସ୍ଥା ହେବା ଦରକାର। ସେହିପରି ସଦର ବ୍ଳକ୍‌ରୁ ଆସିଥିବା ବନମାଳି ବାରିକ୍‌ କହିଛନ୍ତି, କୋଟି କୋଟି ଓଡ଼ିଆଙ୍କ ସ୍ବପ୍ନ ପୂରଣ ହୋଇଛି। ଭକ୍ତଙ୍କ ପାଇଁ ରାଜ୍ୟ ସରକାର ବହୁତ କିଛି କରିଛନ୍ତି। ପୂର୍ବରୁ କୌଣସି ସରକାର ଏଭଳି ବ୍ୟବସ୍ଥା କରି ନ ଥିଲେ। ଆଗରୁ ଅନେକ ଥର ପୁରୀ ଆସିଛି, ମାତ୍ର ଚଳିତଥର ଅନୁଭୂତି ନିଆରା। ବହୁତ ଭଲ କାର୍ଯ୍ୟ କରାଯାଇଛି। ପରିକ୍ରମା ମାର୍ଗରେ ଯେତେ ଲୋକ ଆସିଲେ ମଧ୍ୟ ଗହଳି ଜଣାପଡୁନାହିଁ। ଭକ୍ତମାନେ ଭଲ ଭାବେ ଠାକୁର ଦର୍ଶନ କରିପାରୁଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ପରିକଳ୍ପନା ଅତି ଉଚ୍ଚକୋଟିର। ରାଜ୍ୟ ସରକାରଙ୍କ ଦ୍ୱାରା ବ୍ୟବସ୍ଥା ଯୋଗୁ ସୁବିଧାରେ ଆସି ମହାପ୍ରଭୁଙ୍କ ଦର୍ଶନ କରି ପୁଣି ଫେରିଯାଉଛୁ।
କଟକ ଜିଲା ବାଙ୍କି ବ୍ଳକ୍‌ରୁ ଆସିଥିବା ବିରଞ୍ଚତ୍ ନାରାୟଣ ସେଠୀ କହିଛନ୍ତି, ସରକାରଙ୍କ ପକ୍ଷରୁ କରାଯାଇଥିବା ପରିକ୍ରମା ପ୍ରକଳ୍ପ ଦେଖିବାକୁ ଇଛା ଥିଲା। ମହାପ୍ରଭୁଙ୍କ ଡୋରି ଲାଗିଲା। ଫଳରେ ମହାପ୍ରଭୁଙ୍କ ଦର୍ଶନ କରିବା ସହ ପରିକ୍ରମା ପ୍ରକଳ୍ପ ଦେଖିଲି। ବହୁତ ଶାନ୍ତି ଅନୁଭବ ହେଲା। ପୂର୍ବ ଅପେକ୍ଷା ବର୍ତ୍ତମାନ ଅନେକ କିଛି ପରିବର୍ତ୍ତନ ଘଟିଛି। ଯାହା ବି ହୋଇଛି ଭଲ ହୋଇଛି। ସରକାରଙ୍କ ପକ୍ଷରୁ କରାଯାଇଥିବା ବସ୍‌ ଯୋଗେ ତାଙ୍କ ଅଞ୍ଚଳରୁ ପ୍ରାୟ ୪୦ ଜଣ ଲୋକ ସାଙ୍ଗରେ ଆସିଛନ୍ତି। ବାଙ୍କୀ ସଦର ବ୍ଲକ୍‌ର ଜୟନ୍ତୀ ସେଠୀ କହିଛନ୍ତି, ମହାପ୍ରଭୁଙ୍କ ଦର୍ଶନ କରିବା ସହ ପରିକ୍ରମା ପ୍ରକଳ୍ପ ଦେଖି ବହୁତ ଖୁସି ଲାଗିଲା। ଏହି ଅନୁଭୂତି କହିବା ପାଇଁ ତାଙ୍କ ନିକଟରେ ଭାଷା ନାହିଁ। ସରକାରଙ୍କ ପକ୍ଷରୁ ମହାପ୍ରଭୁଙ୍କ ଦର୍ଶନ ପାଇଁ ଯେଉଁ ବ୍ୟବସ୍ଥା କରାଯାଇଛି ତାହା ସ୍ବାଗତ ଯୋଗ୍ୟ ପଦକ୍ଷେପ। ପରିକ୍ରମା ପ୍ରକଳ୍ପ ଦ୍ୱାରା ଭକ୍ତମାନେ ଅନେକ ସୁବିଧା ପାଇପାରୁଛନ୍ତି। ଦର୍ଶନରେ ସମସ୍ୟା ରହୁନାହିଁ। ଏଥିପାଇଁ ମୁଖ୍ୟମନ୍ତ୍ରୀ ଓ ୫ଟି ଅଧ୍ୟକ୍ଷଙ୍କୁ ଧନ୍ୟବାଦ। ପୁରୀ ଆସିବାଠାରୁ ଫେରିବା ପର୍ଯ୍ୟନ୍ତ ସମସ୍ତ ବ୍ୟବସ୍ଥା ସରକାରଙ୍କ ପକ୍ଷରୁ କରାଯାଇଛି। ତେଣୁ ଖୁସି ଲାଗୁଛି।


Enter your email to get our daily news in your inbox.

All Right Reserved By Dharitri.Com

କୋଣାର୍କ ମନ୍ଦିର ଗର୍ଭଗୃହକୁ ବାଟ ଫିଟିଲା: ମନ୍ଦିର କାନ୍ଥରେ ଖୋଳା ହେଲା ଟନେଲ୍‌

ପୁରୀ,୮।୧୨: ବିଶ୍ୱପ୍ରସିଦ୍ଧ କୋଣାର୍କ ସୂର୍ଯ୍ୟମନ୍ଦିରର ଗର୍ଭଗୃହରେ ଥିବା ବାଲି କାଢ଼ିବା ପୂର୍ବରୁ ଆଜି ମନ୍ଦିର କାନ୍ଥର ସ୍ଥିତି ଅନୁଧ୍ୟାନ କରିବା ପାଇଁ ୯ ମିଟର (ପ୍ରାୟ...

ବଲାଙ୍ଗୀର ଫଳ ବଜାରରେ ଅଗ୍ନିକାଣ୍ଡ: ପୂର୍ବତନ ମନ୍ତ୍ରୀ ଅନଙ୍ଗ ଉଦୟ ସିଂହଦେଓ କହିଲେ କ୍ଷତିପୂରଣ ପାଇଁ…

ବଲାଙ୍ଗୀର,୮।୧୨ ( ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ପୁରୁଣା ବସଷ୍ଟାଣ୍ଡ ଫଳ ବଜାରରେ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଛି। ଦେଖୁ ଦେଖୁ ହୁ ହୁ ହୋଇ...

ଥମୁନି ଚାଷୀ ଅସନ୍ତୋଷ: ଧାନ କିଣାବିକାରେ ଅଚଳାବସ୍ଥା ନେଇ ଜିଲାପାଳଙ୍କୁ ଫେରାଦ ଦେଲେ…

ବରଗଡ଼, ୮।୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାକୁ ରାଜ୍ୟର ଭାତହାଣ୍ଡି କୁହାଯାଏ। ଜିଲାରେ ଅଧିକ ଧାନ ଉପତ୍ାଦନ ଯୋଗୁ ବରଗଡ଼ର ଏଭଳି ପରିଚୟ ରହିଛି। ତେବେ ଉକ୍ତ...

ଜମିଜମା ବିବାଦ ସମାଧାନ କରିବାକୁ ଲାଞ୍ଚ ନେଉଥିଲେ ଏଏସ୍‌ଆଇ, ମାଡିବସିଲା ଭିଜିଲାନ୍ସ

ଯାଜପୁର ଟାଉନ,୮ା୧୨(ପ୍ରଯକ୍ତା ପ୍ରିୟଦର୍ଶିନୀ ମହାନ୍ତି): ଯାଜପୁର ଟାଉନ ଥାନା ଏଏସ୍‌ଆଇ ନନ୍ଦକିଶୋର ଦାସ ଏକ ଜମିଜମା ବିବାଦ ସମାଧାନ କରିବାକୁ ୫ ହଜାର ଟଙ୍କା ଲାଞ୍ଚ...

ପୋଖରୀରେ ବୁଡିଯାଇ ଏକାସାଙ୍ଗରେ ଚାଲିଗଲେ ସ୍ତ୍ରୀ-ସ୍ବାମୀ, ଅଞ୍ଚଳରେ ଶୋକର ଛାୟା

ଥୁଆମୂଳ ରାମପୁର, ୮।୧୨(ଦୁର୍ଗା କୀର୍ତ୍ତି): ବୃଦ୍ଧବୃଦ୍ଧା ସ୍ବାମୀ ସ୍ତ୍ରୀ ପୋଖରୀକୁ ଶୌଚ ହେବା ପାଇଁ ଯିବା ହେଲା କାଳ। ପୋଖରୀ ପାଣିରେ ବୁଡି ମୃତ୍ୟୁବରଣ କରିଥିବା...

ମିଳୁନଥିଲା କୌଣସି କାମ, ଭାରସାମ୍ୟ ହରାଇ ଯୁବକ ନେଲେ ଚରମ ନିଷ୍ପତ୍ତି, ଘରେ ଏକାଥିବା ବେଳେ…

ଦିଗପହଣ୍ଡି,୮।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି ୱାର୍ଡ ନଂ.୧୦ ଆନନ୍ଦନଗରର ସୁନୀଲ ସେଠୀ (୨୬) ନାମକ ଜଣେ ଯୁବକ ମାନସିକ ଭାରସାମ୍ୟ ହରାଇ...

ଦିଆଯାଉନାହିଁ ରାଶନ, ଭତ୍ତା: ଶତାଧିକ ବ୍ୟକ୍ତିଙ୍କ ଅଭିଯୋଗ ଶୁଣି ବିଡିଓ କହିଲେ…

ଦିଗପହଣ୍ଡି,୮।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଳକ ଚଷାନିମଖଣ୍ଡି ପଞ୍ଚାୟତ କାର୍ଯ୍ୟାଳୟରେ ସୋମବାର ପଞ୍ଚାୟତସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣି ଅନୁଷ୍ଠିତ ହୋଇଯାଇଛି । ଦିଗପହଣ୍ଡି...

ହାତୀ ଆକ୍ରମଣରୁ ଅଳ୍ପକେ ବର୍ତ୍ତିଲେ ବାଇକ୍ ଆରୋହୀ, ଗାଡ଼ିକୁ ଭାଙ୍ଗି ଚୂରମାର କଲା ଦନ୍ତା

ପାରଳାଖେମୁଣ୍ଡି,୮।୧୨(ଗିରିଧାରୀ ପରିଛା): ଗଜପତି ଜିଲା ଗୁମ୍ମା ବ୍ଲକ ଅଞ୍ଚଳରେ ଗତ ଚାରି ଦିନ ହେଲା ହାତୀ ଉପଦ୍ରବ ବୃଦ୍ଧି ପାଇଛି। ଏହି ସମୟ ମଧ୍ୟରେ ଧାନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri