ଦେବୀ ନଦୀବନ୍ଧ ଦୁର୍ବଳ ହେଉଛି

ନାଉଗଁା,୩୦ା୧(ସ୍ବ.ପ୍ର.):ଜଗତ୍‌ସିଂହପୁର ଜିଲା ନାଉଗଁା ବ୍ଲକ ଦେଇ ପ୍ରବାହିତ ହେଉଛି ଦେବୀ ନଦୀ। ଶିଖର ପଞ୍ଚାୟତ ପାରିଶିଖରଠାରେ ଦେବୀନଦୀ କୂଳ ଖାଉଥିବାରୁ ଜଳସେଚନ ବିଭାଗ ପକ୍ଷରୁ ପଥର ପ୍ୟାକିଂ ଓ ବୁରୁଜ ନିର୍ମାଣ କାର୍ଯ୍ୟ ଜାରିରହିଛି। ଏହି ନିର୍ମାଣ ପାଇଁ ସରକାରଙ୍କ ପକ୍ଷରୁ ୯ କୋଟିରୁ ଊର୍ଦ୍ଧ୍ୱ ଟଙ୍କା ବ୍ୟୟ କରାଯାଉଛି। ନଦୀ ମଧ୍ୟରେ ୭ ଶହ ମିଟର ପଥର ପ୍ୟାକିଂ ସହ ୬ଟି ବୁରୁଜ ନିର୍ମାଣ କରାଯିବ। ପଥର ପ୍ୟାକିଂ ଓ ବୁରୁଜ ନିର୍ମାଣ ପାଇଁ ଠିକାଦାରଙ୍କ ପକ୍ଷରୁ ହାଇଓ୍ବାରେ ପ୍ରତିଦିନ ଓଭର ଲୋଡିଂ କରି ପଥର ନଦୀବନ୍ଧରେ ପରିବହନ କରାଯାଉଛି। ଫଳରେ ନଦୀବନ୍ଧ ଦୁର୍ବଳ ହେବାରେ ଲାଗିଛି। ସରକାରଙ୍କ ନିୟମାନୁସାରେ ପରିବହନ କରୁଥିବା ହାଇଓ୍ବାରେ ୧୫ରୁ ୨୦ଟନ୍‌ ପଥର ବୋଝେଇ ହୋଇ ଆସିବା କଥା। କିନ୍ତୁ ହାଇଓ୍ବାରେ ୩୦ରୁ ୪୦ ଟନ ପଥର ବୋଝେଇ ହୋଇଆସୁଛି। ଏଥିଯୋଗୁ ନଦୀ ବନ୍ଧ ରାସ୍ତା ବହୁ ସ୍ଥାନରେ ଫାଟି ଗଲାଣି। ପରିବହନ ବିଭାଗ ପକ୍ଷରୁ ହାଇଓ୍ବାଗୁଡିକରେ ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ ବାଧ୍ୟତା କରାଯାଇଥିବା ବେଳେ ଅଧିକାଂଶ ଗାଡ଼ିରେ ପୁରୁଣା ଓ ହାତଲେଖା ନମ୍ବର ପ୍ଲେଟ ଦେଖିବାକୁ ମିଳିଛି। ତେଣୁ ପରିବହନ କରୁଥିବା ଗାଡିଗୁଡିକର ଫିଟ୍‌ନେସ, ଇନ୍ସ୍ୟୁରାନ୍ସ, ଲାଇସେନ୍ସ ଆଦି ଅଛି କି ନାହିଁ ତାହା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଏହି ପଥର ଗାଡିଗୁଡିକ ରାତିରେ ଆସି ସକାଳେ ନଦୀ କୂଳରେ ପହଞ୍ଚୁ ଥିବା ସ୍ଥାନୀୟ ବାସିନ୍ଦା ମତବ୍ୟକ୍ତ କରିଛନ୍ତି।
ସୂଚନାଯୋଗ୍ୟ, ଦେବୀ ନଦୀର ବାମ ପାର୍ଶ୍ୱଟି ଜଗତ୍‌ସିଂହପୁର, କଟକ, ପୁରୀ ଜିଲାର ସୀମାନ୍ତ ଅଞ୍ଚଳରେ ରହିଛି। ସେହିପରି ଦେବୀ ନଦୀ ବନ୍ଧଟି ନିମାପଡା, ଜଗତ୍‌ସିଂହପୁର, ନିଆଳି ଜଳ ସେଚନ ବିଭାଗ ଅଧୀନରେ ରହିଛି। ଯେହେତୁ ବନ୍ଧଟି ସୀମାନ୍ତ ଅଞ୍ଚଳରେ ରହିଛି କୌଣସି ବିଭାଗର ଅଧିକାରୀମାନେ ଏଥିପ୍ରତି ଦୃଷ୍ଟି ଦେଉନାହାନ୍ତି। ପଥର ବୋଝେଇ ଗାଡି ବିଶେଷକରି ନିଆଳି ଓ କାକଟପୁର ଥାନା ଦେଇ ଆସୁଥିବା ବେଳେ ପୁରୀ ଓ କଟକ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ ଅଧୀନରେ ରହୁଛି। ପଥର ବୋଝେଇ ଗାଡି ଆସିବା ସମୟରେ କୌଣସି ତନଖି ହେଉ ନ ଥିବା ଅଭିଯୋଗ ହେଉଛି। ଏ ସଂକ୍ରାନ୍ତରେ ପୁରୀ ଓ କଟକ ଆଞ୍ଚଳିକ ପରିବହନ ଅଧିକାରୀଙ୍କ ସହ ଯୋଗାଯୋଗ କରାଯାଇଥିଲେ ହେଁ ସମ୍ଭବ ହୋଇପାରିନାହିଁ। ଏ ସମ୍ପର୍କରେ କାକଟପୁର ଜଳସେଚନ ବିଭାଗର ଯନ୍ତ୍ରୀ ତପନ ନାୟକଙ୍କୁ ପଚାରିବାରେ ଯେଉଁ ବାଟ ଦେଇ ହାଇଓ୍ବାରେ ପଥର ପରିବହନ ହେଉଛି ସେହି ବନ୍ଧ ସବୁ ନଷ୍ଟ ହେଉଛି। ସେହି ବନ୍ଧରେ ମୋରମ ପକାଇବାକୁ କାମ କରୁଥିବା ଠିକାଦାରଙ୍କୁ କୁହାଯାଇଛି। ଠିକାଦାର କେତେକ ସ୍ଥାନରେ ମୋରମ ପକାଇଥିବା ବେଳେ ପରେ ପୁଣି ମୋରମ ପକାଇବ ବୋଲି କହିଛନ୍ତି। ସେହିପରି ପଥର ପରିବହନ କରୁଥିବା ହାଇଓ୍ବାଗୁଡିକ ଓଭର ଲୋଡିଂ ଯୋଗୁ ନଦୀବନ୍ଧର ଏପରି ଅବସ୍ଥା ହୋଇଛି ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ରେଳ ଲାଇନ୍‌ ପାରି ହେଉଥିଲେ, ଧକ୍କା ଦେଲା ବାଙ୍ଗିରିପୋଷି-ରୁପ୍ସା ଟ୍ରେନ: ମୁଣ୍ଡରୁ ଗଣ୍ଡି ଅଲଗା…

ବୈଶିଙ୍ଗା, ୧।୪ (ରତନ ଦାଶ): ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅନ୍ତର୍ଗତ ମଛପଦା ନିକଟରେ ବୁଧବାର ରାତିରେ ଏକ ମର୍ମନ୍ତୁଦ ରେଳ ଦୁର୍ଘଟଣା ଘଟିଯାଇଛି। ବାଙ୍ଗିରିପୋଷି-ରୁପ୍ସା ଡିଏମୟୁ…

ଗଜପତି ପୋଲିସର ବଡ଼ ସଫଳତା: ୧ କୋଟି ୮୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ୩ ମାଫିଆ…

ମୋହନା, ୧।୪(ମନ୍ମଥ ମିଶ୍ର): ରାଜ୍ୟ ସରକାରଙ୍କ ଗଞ୍ଜେଇ ମୁକ୍ତ ଓଡ଼ିଶା ଅଭିଯାନ ମଧ୍ୟରେ ଗଜପତି ପୋଲିସକୁ ଏକ ବଡ଼ ସଫଳତା ମିଳିଛି। ଜିଲାର ଆର୍‌. ଉଦୟଗିରି ଥାନା…

ରାସାୟନିକ ଦୁର୍ଘଟଣା ରୋକିବାରେ ‘ଗ୍ରାସିମ୍‌’ ତୁଲାଉଛି ଗୁରୁଦାୟିତ୍ୱ, ଜନସାଧାରଣଙ୍କ ମଧ୍ୟରେ…

ଗଞ୍ଜାମ,୧ା୪(ଅନାଥ ତରାଇ/ବିଦ୍ୟାଧର ସାହୁ)- ପରିବେଶ ସୁରକ୍ଷା ଏବଂ ଜନସାଧାରଣଙ୍କ ନିରାପତ୍ତା ପ୍ରତି ନିଜର ପ୍ରତିବଦ୍ଧତା ପ୍ରଦର୍ଶନ କରି ପୁଣିଥରେ ଚର୍ଚ୍ଚାରେ ଗ୍ରାସିମ୍‌ ଇଣ୍ଡଷ୍ଟ୍ରିଜ୍‌। ମଙ୍ଗଳବାର ଅପରାହ୍ନ ପ୍ରାୟ…

ଥୁଆମୂଳ ରାମପୁରରେ ମା’ ଠାକୁରାଣୀଙ୍କ ଚୈତ୍ର ଘଣ୍ଟଯାତ୍ରା ସମ୍ପନ୍ନ: ଭକ୍ତିମୟ ପରିବେଶରେ ନିଜ ଆସ୍ଥାନକୁ ଫେରିଲେ ମା’

ଥୁଆମୂଳ ରାମପୁର,୧।୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ମୁଖ୍ୟାଳୟରେ ଅତି ଆଡ଼ମ୍ବର ସହକାରେ ଅନୁଷ୍ଠିତ ହେଉଥିବା ମା’ ଠାକୁରାଣୀଙ୍କ ପବିତ୍ର ଚୈତ୍ର ଘଣ୍ଟଯାତ୍ରା…

ବଲାଙ୍ଗୀରରେ ଓଡ଼ିଶା ଦିବସ ପାଳନକୁ ବିରୋଧ: ସଂସ୍କୃତି ଭବନରେ କୋଶଲ ସମର୍ଥକଙ୍କ ହଙ୍ଗାମା, ୮ ଅଟକ

ବଲାଙ୍ଗୀର,୧।୪(ସୁନିଲ କୁମାର ମହାନ୍ତି): ଆଜି ସମଗ୍ର ରାଜ୍ୟରେ ଓଡ଼ିଶା ଦିବସ ବା ଉତ୍କଳ ଦିବସ ପାଳିତ ହେଉଥିବା ବେଳେ ବଲାଙ୍ଗୀରରେ ଏହାକୁ ନେଇ ଅଭାବନୀୟ ପରିସ୍ଥିତି ସୃଷ୍ଟି…

ଲଜ୍ଜା: ୧୩ ବର୍ଷର ନାବାଳିକାଙ୍କୁ ଗର୍ଭବତୀ କଲେ ଦୁଇ ସନ୍ତାନର ବାପା, ଅଭିଯୁକ୍ତଙ୍କୁ ପୋଲିସ ବାନ୍ଧି…

ପାତ୍ରପୁର, ୧।୪ (ଉମା ଚରଣ ନେପାକ): ବ୍ରହ୍ମପୁର ପୋଲିସ ଜିଲା ଅନ୍ତର୍ଗତ ଜରଡ଼ା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଆଙ୍କୁଲି ପଞ୍ଚାୟତର ଜଣେ ୧୩…

ମହିଳା ଚଲାଉଥିଲେ ନିଶା କାରବାର: ମାଡ଼ି ବସିଲା ପୋଲିସ, ୬ ଲକ୍ଷରୁ ଅଧିକ ଟଙ୍କା ସହ…

ବରଗଡ଼,୧।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ବଢ଼ୁଥିବା ନିଶା କାରବାରକୁ ରୋକିବା ପାଇଁ ପୋଲିସ ନିଜର ଅଭିଯାନକୁ ଜୋରଦାର କରିଛି। ଏହି କ୍ରମରେ ଭଟଲି ଥାନା ପୋଲିସ ବୁଧବାର…

ଛତ୍ରପୁରରେ ୯୧ତମ ପୋଲିିସ ପ୍ରତିଷ୍ଠା ଦିବସ ପାଳିତ: ଗଞ୍ଜାମ ପୋଲିସର ସଫଳତାକୁ ଏସ୍‌ପିଙ୍କ ପ୍ରଶଂସା, ପୁରସ୍କୃତ ହେଲେ…

ଛତ୍ରପୁର,୧।୪(ଦିଲ୍ଲୀପ ସାମଲ): ଛତ୍ରପୁର ପୋଲିସ ପଡ଼ିଆଠାରେ ବୁଧବାର ୯୧ତମ ପୋଲିସ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ଗଞ୍ଜାମ ଜିଲା ଏସ୍‌ପି  ଶୁଭେନ୍ଦୁ କୁମାର ପାତ୍ର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri