ପଛରେ ପଡ଼ିଛି ଜଳକ୍ରୀଡ଼ାର ବିକାଶ

ପୁରୀ ଅଫିସ,୨୭।୯:ଶ୍ରୀମନ୍ଦିର ଓ ସ୍ବର୍ଣ୍ଣାଭ ବେଳାଭୂମି ପୁରୀ ପର୍ଯ୍ୟଟନ ଶିଳ୍ପର ମେରୁଦଣ୍ଡ। ସହରର ଅର୍ଥନୈତିକ ବିକାଶ ଏହା ଉପରେ ନିର୍ଭରଶୀଳ। ପ୍ରତିଦିନ ରାଜ୍ୟ ଓ ଦେଶ ବାହାରୁ ହଜାର ହଜାର ପର୍ଯ୍ୟଟକ ପୁରୀ ଆସି ମହାପ୍ରଭୁଙ୍କ ଦର୍ଶନ କରନ୍ତି ଏବଂ ବେଳାଭୂମିର ମଜା ନିଅନ୍ତି। ବଙ୍ଗୋପସାଗର ତଟରେ ଥିବା ପୁରୀ ସହର ଭୌଗୋଳିକ ଦୃଷ୍ଟିକୋଣରୁ ପର୍ଯ୍ୟଟକଙ୍କର ପ୍ରଥମ ପସନ୍ଦ। ଭୂମଣ୍ଡଳୀୟ ତାପମାତ୍ରା ଓ ବେଳାଭୂମିର ବିସ୍ତାରତା ଏଠାକୁ ପର୍ଯ୍ୟଟକଙ୍କୁ ଟାଣିଆଣେ। ମାତ୍ର ସହରରେ ଜଳକ୍ରୀଡ଼ାର ବିକାଶ ହୋଇ ନ ପାରିବା ହିଁ ପର୍ଯ୍ୟଟନ ଶିଳ୍ପକୁ ପ୍ରଭାବିତ କରୁଛି। ମୁମ୍ବାଇ, ଗୋଆ ସମେତ ଦେଶର ଅଧିକାଂଶ ବେଳାଭୂମିରେ ଜଳକ୍ରୀଡ଼ାର ଭରପୂର ସୁଯୋଗ ରହିଛି। ପର୍ଯ୍ୟଟକମାନେ ଜଳକ୍ରୀଡ଼ା ପ୍ରତି ଉତ୍ସାହ ଦେଖାଉ ଥିଲେ ମଧ୍ୟ ପୁରୀରେ ଏ ନେଇ ବିଶେଷ ସୁଯୋଗ ନାହିଁ। ଅନ୍ୟପକ୍ଷରେ ସିପସରୁବାଲି ବେଳାଭୂମିରେ ଉଇଣ୍ଡି ସଫିଙ୍ଗ ଓ ପାରାସେଲିଂ କରାଯିବ ବୋଲି ପର୍ଯ୍ୟଟନ ବିଭାଗ କହିଛି। ଜଳକ୍ରୀଡ଼ା ମଧ୍ୟରେ ସ୍କୁବା ଡାଇଭିଂ, ରାଫ୍ଟିଂ, ସର୍ଫିଂ, କାଇଟ୍‌ ସର୍ଫିଂ, ୱାଟର ସ୍କାଇଂ, ଜୋର୍ବିଂ, ନିବୋର୍ଡିଂ, ପାଡେଲ୍‌ ବୋଟିଂ, ବାନାନା ଟିଉବ୍‌ ବୋଟ୍‌ ରାଇଡିଂ ପ୍ରଭୃତି ରହିଛି। ଏଭଳି ଜଳକ୍ରୀଡ଼ା ପର୍ଯ୍ୟଟକଙ୍କୁ ଆକର୍ଷଣ କରିଥାଏ। ସୂଚନାଯୋଗ୍ୟ, ଗୋଆ ପର୍ଯ୍ୟଟନ ଶିଳ୍ପ ଆୟର ୪୦ ପ୍ରତିଶତ କେବଳ ଜଳକ୍ରୀଡ଼ା ମାଧ୍ୟମରେ ହେଉଛି। ପାଶ୍ଚାତ୍ୟ ଦେଶଗୁଡ଼ିକରେ ଜଳକ୍ରୀଡ଼ାର ବ୍ୟାପକ ପ୍ରସାର ହେଉଥିବାବେଳେ ଭାରତର କେତେକ ବେଳାଭୂମିରେ ମଧ୍ୟ ଏହା ଦେଖିବାକୁ ମିଳୁଛି। ମାତ୍ର ପୁରୀ ବେଳାଭୂମିରେ ଏଭଳି ଅତ୍ୟାଧୁନିକ ଜଳକ୍ରୀଡ଼ା ସୁବିଧା ନାହିଁ। ଏ ନେଇ ପୁରୀ ବାସିନ୍ଦା ହେକ୍ଟର ମିଶ୍ର କହିଛନ୍ତି, ପୁରୀ ସିପସରୁବାଲି ଅଞ୍ଚଳ ସମେତ ଗଭୀର ସମୁଦ୍ର ମଧ୍ୟ ଜଳକ୍ରୀଡ଼ା ପାଇଁ ଉପଯୋଗ। ଅନେକ ଘରୋଇ ଜଳକ୍ରୀଡ଼ା କମ୍ପାନୀ ଏନେଇ ସର୍ଭେ କରିଛନ୍ତି। ଜଳକ୍ରୀଡ଼ା ଲାଗି ସହର ବାହାରେ ପ୍ରଶସ୍ତ କ୍ଷେତ୍ର ପଡ଼ିଛି। ସେଠାରେ ଭିତ୍ତିଭୂମି ବିକାଶ କରି ପର୍ଯ୍ୟଟକଙ୍କୁ ଆକୃଷ୍ଟ କରାଯାଇପାରିବ। ସେହିପରି ପର୍ଯ୍ୟଟକ ନନ୍ଦିନୀ ଘୋଷ କହିଛନ୍ତି, ପୁରୀ ବେଳାଭୂମି ଅତ୍ୟନ୍ତ ଆକର୍ଷଣୀୟ। ଏଠାରେ ଜଳକ୍ରୀଡ଼ା ସୁବିଧା ପର୍ଯ୍ୟଟକଙ୍କ ଉତ୍ସାହକୁ ବହୁଗୁଣିତ କରିବ। ତେଣୁ ପ୍ରଶାସନ ଏନେଇ ଚେଷ୍ଟା କରିବା ଦରକାର ବୋଲି ସେ ମତ ଦେଇଛନ୍ତି।
ପୁରୀ ସହରର ଗୋଲ୍ଡେନ୍‌ ଟ୍ରି ହୋଟେଲ ଓ ତାରା ପ୍ୟାଲେସ୍‌ ସମ୍ମୁଖ ଏବଂ ଚନ୍ଦ୍ରଭାଗା ବେଳାଭୂମିରେ ଛୋଟ ଧରଣର ଜଳକ୍ରୀଡ଼ା ବ୍ୟବସ୍ଥା ରହିଛି। ମାତ୍ର ଏହା ନିୟମିତ ଭାବେ କାର୍ଯ୍ୟକ୍ଷମ ନୁହେଁ। ତେବେ ୩ରୁ ୪ଟି କମ୍ପାନୀ ପୁରୀ ବେଳାଭୂମିରେ ଜଳକ୍ରୀଡ଼ା ଭିତ୍ତିଭୂମିର ସୁବିଧା ଯୋଗାଇଦେବା ପାଇଁ ଆବେଦନ କରିଛନ୍ତି। ଜିଲା ପର୍ଯ୍ୟଟନ ବିଭାଗ ପକ୍ଷରୁ ସଂପୃକ୍ତ କମ୍ପାନୀଙ୍କୁ ଏନ୍‌ଓସି ଦାଖଲ କରିବା ପାଇଁ କୁହାଯାଇଛି। ଜଳକ୍ରୀଡ଼ା ପାଇଁ ଉପକୂଳ ନିୟନ୍ତ୍ରଣ କର୍ତ୍ତୃପକ୍ଷଙ୍କଠାରୁ ଆରମ୍ଭ କରି ଅଗ୍ନିଶମ ବିଭାଗ ପର୍ଯ୍ୟନ୍ତ ବିଭିନ୍ନ ବିଭାଗରୁ ଅନୁମତି ଆଣିବାକୁ ପଡ଼ିଥାଏ। କମ୍ପାନୀମାନେ ଏନ୍‌ଓସି ଦାଖଲରେ ବିଫଳ ହେଉଛନ୍ତି। ଏନ୍‌ଓସି ମିଳିବା ପରେ ମଧ୍ୟ ଜାତୀୟ ଜଳକ୍ରୀଡ଼ା ସଂସ୍ଥାନ ପକ୍ଷରୁ ଅନୁମୋଦନ ଆବଶ୍ୟକ ହୋଇଥାଏ। ପୁରୀରେ ସମ୍ପ୍ରତି ଜଳକ୍ରୀଡ଼ା କମ୍ପାନୀ ଅନୁମତି ପାଇ ନ ଥିବାରୁ ଜଳକ୍ରୀଡ଼ା ବ୍ୟବସ୍ଥା ବନ୍ଦ ରହିଛି। ଆମ୍ପିରାଇଡ୍‌ ନାମକ କମ୍ପାନୀ ଆସନ୍ତା ଅକ୍ଟୋବର ୧ରୁ ଜଳକ୍ରୀଡ଼ା ଆରମ୍ଭ କରିବା ନେଇ ପର୍ଯ୍ୟଟନ ବିଭାଗକୁ ଚିଠି ଲେଖିଛି ବୋଲି ବିଭାଗର ସହକାରୀ ନିର୍ଦ୍ଦେଶକ ସରୋଜ କୁମାର ପ୍ରଧାନ କହିଛନ୍ତି। ସେ ଆହୁରି କହିଛନ୍ତି, କୌଣସି କମ୍ପାନୀ ପର୍ଯ୍ୟଟନ ବିଭାଗ ନିକଟରେ ଏନ୍‌ଓସି ଦାଖଲ କରିବା ପରେ ପ୍ରକ୍ରିୟା ଶେଷ କରିବାରେ ବିଳମ୍ବ କରୁନାହୁଁ। ଏନ୍‌ଓସି ଦାଖଲ ପରେ ଯୁଦ୍ଧକାଳୀନ ଭିତ୍ତିରେ ଜିଲାସ୍ତରୀୟ ଜଳକ୍ରୀଡ଼ା କମିଟିରେ ପ୍ରସ୍ତାବ ପାରିତ ହେଉଛି। ଜିଲାପାଳ ଏହାର ଅଧ୍ୟକ୍ଷ ରହିଛନ୍ତି। ଜିଲା ପ୍ରଶାସନ ଯାଞ୍ଚ ଶେଷ କରି ସିଙ୍ଗିଲ ୱିଣ୍ଡୋ ସୁପାରିସ ପାଇଁ ରାଜ୍ୟ ସରକାରଙ୍କ ନିକଟକୁ ପଠାଉଛନ୍ତି। ପୁରୀ ସହରରେ ଆଗାମୀ ଦିନରେ ଜଳକ୍ରୀଡ଼ା ଭିତ୍ତିଭୂମି ସୁଦୃଢ଼ ହେବ। ସେହିପରି ଉପଜିଲାପାଳ ଭବତାରଣ ସାହୁ କହିଛନ୍ତି, ପର୍ଯ୍ୟଟନ ବିଭାଗ ସିପସରୁବାଲି ବେଳାଭୂମି ଅଞ୍ଚଳରେ ଜଳକ୍ରୀଡ଼ା ପାଇଁ ବ୍ୟାପକ ଭିତ୍ତିଭୂମି ପ୍ରସ୍ତୁତ କରିବାକୁ ଯୋଜନା କରୁଛି। ଘରୋଇ କମ୍ପାନୀଗୁଡ଼ିକ ଯଥାଶୀଘ୍ର ଏନ୍‌ଓସି ଦାଖଲ କରିବେ ବୋଲି ଜଣାଇଛନ୍ତି।
-ରିପୋର୍ଟ: ଦତ୍ତାତ୍ରେୟ ନାୟକ


Enter your email to get our daily news in your inbox.

All Right Reserved By Dharitri.Com

ନିଜର ଚମତ୍କାରୀ ବ୍ୟାଟ୍‌କୁ ଉପହାରରେ ଦେବେ ବୈଭବ, ଜାଣନ୍ତୁ କାହାକୁ ମିଳିବ ଏହି ଖାସ୍‌…

ନୂଆଦିଲ୍ଲୀ,୯।୪:  ଆଇପିଏଲ୍ ୨୦୨୬ର ସବୁଠାରୁ କନିଷ୍ଠ ଖେଳାଳି ବୈଭବ ସୂର୍ଯ୍ୟବଂଶୀ ଏବେ କ୍ରିକେଟ ଦୁନିଆରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି। ନିକଟରେ ରାଜସ୍ଥାନ ରୟାଲ୍ସ ଦ୍ୱାରା…

୩ ମାସ ତଳେ ଚୋରି ହୋଇଥିଲା ସ୍କୁଟି, ଗୋଟିଏ ଟ୍ରାଫିକ ଚାଲାଣ ଯୋଗୁ ଫସିଗଲା ଚୋର, ମାଲିକ…

ହାଇଦ୍ରାବାଦ: ଏଠାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି, ଯାହା ଏବେ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି। ଜଣେ ବ୍ୟକ୍ତିଙ୍କର ଚୋରି ହୋଇଥିବା ସ୍କୁଟିର…

ପ୍ରଶାସନିକ ଅଣଦେଖା ପ୍ରତିବାଦରେ ଜିଲାପାଳଙ୍କ ଦ୍ୱାରସ୍ଥ ହେଲେ ଚିକିଟିର ଜନପ୍ରତିନିଧି, ୨ ବର୍ଷ ହେଲା ଉଦ୍ଦେଶ୍ୟମୂଳକ ଭାବେ…

ଛତ୍ରପୁର,୯।୪ (ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଚିକିଟି ବ୍ଲକ ଏବଂ ଏନ୍‌ଏସି (NAC) ପ୍ରଶାସନ ପକ୍ଷରୁ ନିର୍ବାଚିତ ଜନପ୍ରତିନିଧିମାନଙ୍କୁ କ୍ରମାଗତ ଭାବେ ଅଣଦେଖା କରାଯାଉଥିବା ନେଇ ସ୍ୱର…

ବନ୍ଦ ହେଲା ଆଉ ଏକ ଯୁଦ୍ଧ? ଲେବାନନ ସହିତ ସିଧାସଳଖ ଆଲୋଚନା ପାଇଁ ଇସ୍ରାଏଲ ପ୍ରସ୍ତୁତ

ଜେରୁଜେଲମ,୯।୪: ଇରାନ ଏବଂ ଇସ୍ରାଏଲ ମଧ୍ୟରେ ଉତ୍ତେଜନା ମଧ୍ୟରେ, ଲେବାନନ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ କୂଟନୈତିକ ପଦକ୍ଷେପ ଉଭା ହୋଇଛି। ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ଯଥାଶୀଘ୍ର…

ଅପେକ୍ଷାର ଅନ୍ତ! ରୟାଲ ଏନ୍‌ଫିଲ୍ଡ ଲଞ୍ଚ କଲା ପ୍ରଥମ ଇଲେକ୍ଟ୍ରିକ୍‌ ବାଇକ୍‌, ଜବରଦସ୍ତ ଫିଚର ସହ ମୂଲ୍ୟ…

ନୂଆଦିଲ୍ଲୀ,୯।୪: ଅପେକ୍ଷାର ଅନ୍ତ ଘଟିଛି। ଭାରତୀୟ ବଜାରରେ ରୟାଲ ଏନଫିଲ୍ଡ (Royal Enfield) ନିଜର ପ୍ରଥମ ଇଲେକ୍ଟ୍ରିକ ମୋଟରସାଇକେଲ ’ଫ୍ଲାଇଙ୍ଗ ଫ୍ଲି ସି୬’ (Flying Flea C୬)କୁ…

ପାଟିତୁଣ୍ଡ ଭିତରେ ପଶି କରିଥିଲେ ହତ୍ୟା: ଅଭିଯୁକ୍ତ ଉପେନ୍ଦ୍ରଙ୍କୁ ଆଜୀବନ ଜେଲ୍

ଛତ୍ରପୁର,୯।୪(ଦିଲ୍ଲୀପ ସାମଲ) : ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ବାଳକୃଷ୍ଣପୁର ଗ୍ରାମର ୨୦୧୩ ମସିହାର ଏକ ହତ୍ୟା ମାମଲାର ଚୂଡାନ୍ତ ରାୟ ଆଜି ପ୍ରକାଶ ପାଇଛି ।…

ଇସଲାମାବାଦରେ ଇରାନ-ଆମେରିକା ଆଲୋଚନା ଉପରେ ଆତଙ୍କବାଦୀ ଆକ୍ରମଣ ପାଇଁ ଷଡଯନ୍ତ୍ର!

ଇସଲାମାବାଦ,୯।୪: ଶୁକ୍ରବାର (୧୦ ଏପ୍ରିଲ, ୨୦୨୬) ପାକିସ୍ତାନରେ ଆମେରିକା ଏବଂ ଇରାନ ମଧ୍ୟରେ ଆଲୋଚନା ଆରମ୍ଭ ହେବାକୁ ଥିବା ଆଲୋଚନା ପୂର୍ବରୁ, ଆମେରିକୀୟ ଗୁପ୍ତ ସେବାର ୨୩…

ଖବରଦାତାଙ୍କ ପତ୍ନୀଙ୍କ ଅକାଳ ବିୟୋଗ: ଶୋକସନ୍ତପ୍ତ ପରିବାରକୁ ଭେଟି ସମବେଦନା ଜଣାଇଲେ ଛତ୍ରପୁର ବିଧାୟକ

ଗଞ୍ଜାମ,୯।୪(ବିଦ୍ୟାଧର ସାହୁ), ୯/୪: ଗଞ୍ଜାମ ବ୍ଲକ ଅଞ୍ଚଳର ବରିଷ୍ଠ ଖବରଦାତା ରାମଚନ୍ଦ୍ର ବେହେରାଙ୍କ ଧର୍ମପତ୍ନୀ ସୁନିତା ବେହେରାଙ୍କର (୪୫) ଅକାଳ ବିୟୋଗ ଘଟିଛି। ଏହି ଖବର ପ୍ରସାରିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri