ପର୍ଯ୍ୟଟନସ୍ଥଳୀର ବିକାଶ ନୈରାଶ୍ୟଜନକ

ଯାଜପୁର ଅଫିସ,୧୩।୮: ରାଜ୍ୟରେ ପର୍ଯ୍ୟଟନ ଭିତ୍ତିଭୂମିର ବିକାଶ ଅଧାରେ ଅଟକିଛି। ଏହାବାଦ୍‌ ନିମ୍ନମାନର କାର୍ଯ୍ୟ ଯୋଗୁ ପର୍ଯ୍ୟଟନସ୍ଥଳୀର ଦୀର୍ଘସ୍ଥାୟିତ୍ୱକୁ ନେଇ ସନ୍ଦେହ ସୃଷ୍ଟି ହୋଇଛି। ୨୦୧୯-୨୦ ବର୍ଷରେ ରାଜ୍ୟର ୧୫ଟି ପର୍ଯ୍ୟଟନସ୍ଥଳୀର ବିକାଶ ପାଇଁ ୧୬୭.୪୧ କୋଟି ଟଙ୍କା ମଞ୍ଜୁର ହୋଇଥିଲା। ସେଥିରୁ ଯାଜପୁର ଜିଲାର ୨୭.୦୬ କୋଟି ଟଙ୍କାର ୪ଟି ପ୍ରକଳ୍ପ ରହିଛି। ତେବେ ଏହିସବୁ ପ୍ରକଳ୍ପଗୁଡିକର ନୈରାଶ୍ୟଜନକ ଅଗ୍ରଗତି ଉପରେ ପ୍ରିନ୍ସିପାଲ ଏକାଉଣ୍ଟାଣ୍ଟ ଜେନେରାଲ(ଅଡିଟ-୨) ଗତ ୭ା୮ା୨୦୨୧ରେ ସ୍ପଷ୍ଟିକରଣ ମାଗିଥିଲେ। ଏହି ସ୍ପଷ୍ଟିକରଣ ଉପରେ ଓଡିଶା ସରକାରଙ୍କ ପର୍ଯ୍ୟଟନ ବିଭାଗର ଯୁଗ୍ମ ସଚିବ ଇ.ବି. ଜେନା ତାଙ୍କ ପତ୍ରସଂଖ୍ୟା ୬୭୯୦/୯ା୮ା୨୦୨୧ରେ ଆସିଷ୍ଟାଣ୍ଟ ଅଡିଟ ଅଫିସର(ଏ.ଜି. ଅଡିଟ-୨)ଙ୍କୁ ଦେଇଥିବା ରିପୋର୍ଟରେ ମାତ୍ର ୪ଟି ପ୍ରକଳ୍ପ ସମ୍ପୂର୍ଣ୍ଣ ହୋଇଥିବା ଦର୍ଶାଯାଇଛି। ଏଥିରେ ଯାଜପୁର ଜିଲାର ବୈତରଣୀ ନଦୀକୂଳରେ ଥିବା ବରାହପୀଠରେ ହେରିଟେଜ ପାର୍କ ଅଧାପନ୍ତରିଆ ରହିଥିଲେ ହେଁ ରିପୋର୍ଟରେ ସମ୍ପୂର୍ଣ୍ଣ ହୋଇଥିବା କୁହାଯାଇଛି। ଯାହା ଯାଜପୁରବାସୀଙ୍କୁ ଆଶ୍ଚର୍ଯ୍ୟ କରିଛି। ଅନ୍ୟପକ୍ଷେ ପର୍ଯ୍ୟଟନ ବିଭାଗ ଏବଂ ଓଟିଡିସିର ଉଦାସୀନ ମନୋଭାବ ପର୍ଯ୍ୟସ୍ଥଳୀର ବିକାଶରେ ଅନ୍ତରାୟ ସୃଷ୍ଟି କରିଛି ବୋଲି ଅଭିଯୋଗ ହୋଇଛି।
ପର୍ଯ୍ୟଟନ ବିଭାଗର ରିପୋର୍ଟ ଅନୁସାରେ ୨୦୧୯-୨୦ ବର୍ଷରେ ଯାଜପୁର ଜିଲାର ମା’ ବିରଜା ଓ ବରାହ କ୍ଷେତ୍ରରେ ଡେଷ୍ଟିନେଶନ ଟୁରିଷ୍ଟ ସ୍ପଟ ପାଇଁ ୯.୭୧ କୋଟି ଟଙ୍କା ଏବଂ ବରାହ ଦ୍ୱୀପରେ ସାଂସ୍କୃତିକ କେନ୍ଦ୍ର ନିର୍ମାଣ ପାଇଁ ୯.୬୬ କୋଟି ଟଙ୍କା ମଞ୍ଜୁର ହୋଇଛି। ଏହି ୨ ପ୍ରକଳ୍ପର କାର୍ଯ୍ୟାଦେଶ ଗତ ୬ା୮ା୨୦୨୧ରେ ଜାରି ହୋଇଥିବାବେଳେ କାମ ଆରମ୍ଭ ହୋଇନାହିଁ। ବରାହପୀଠରେ ହେରିଟେଜ ପାର୍କ ନିର୍ମାଣ ପାଇଁ ୧ କୋଟି ଟଙ୍କା ମଞ୍ଜୁର ହୋଇଥିବାବେଳେ ତାହା ୧୫ା୧ା୨୦୧୯ରେ କାର୍ଯ୍ୟାଦେଶ ଦିଆଯାଇଥିଲା। ଏହା ୧୪ା୬ା୨୦୧୯ରେ ପ୍ରକଳ୍ପ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇଥିବା ଦର୍ଶାଯାଇଛି। କିନ୍ତୁ ବାସ୍ତବରେ କେତୋଟି ଘର ନିର୍ମାଣ କରି ଏହି ପ୍ରକଳ୍ପ କାର୍ଯ୍ୟ ସୀମିତ ରହିଛି। ଅନ୍ୟପକ୍ଷେ ରିପୋର୍ଟରେ ଆବଣ୍ଟିତ ୧ କୋଟି ଟଙ୍କା ଖର୍ଚ୍ଚ ହୋଇଥିବା ଦର୍ଶାଯାଇଛି। ଏହିକ୍ରମରେ ପର୍ଯ୍ୟଟନର ବିକାଶ ପାଇଁ ଆସିଥିବା ଅନୁଦାନରେ ବ୍ୟାପକ ବାଟମାରଣା ହୋଇଥିବା ସନ୍ଦେହ କରାଯାଇଛି। ସେହିପରି ଯାଜପୁର କୁସୁମା ପୋଖରୀରେ ଫ୍ଲୋଟିଂ ମ୍ୟୁଜିକାଲ ଫାଉଣ୍ଟେନ ନିର୍ମାଣ ପାଇଁ ୬.୬୯ କୋଟି ଟଙ୍କା ମଞ୍ଜୁର ହୋଇଛି। ଏହାର ନିର୍ମାଣ ପାଇଁ ୭ା୨ା୨୦୧୮ରେ କାର୍ଯ୍ୟାଦେଶ ଦିଆଯାଇଛି। ମାତ୍ର ୨ କୋଟି ଟଙ୍କା ଖର୍ଚ୍ଚ ହୋଇଥିବାବେଳେ ପ୍ରକଳ୍ପ ନିର୍ମାଣାଧୀନ ଥିବା ରିପୋର୍ଟରେ ଦର୍ଶାଯାଇଛି। କାର୍ଯ୍ୟାଦେଶ ଦିଆଯିବାର ଦୀର୍ଘ ସାଢେ ୩ ବର୍ଷ ଅତିକ୍ରାନ୍ତ ହୋଇ ସାରିଥିଲେ ହେଁ ପ୍ରକଳ୍ପ ସମ୍ପୂର୍ଣ୍ଣ ନ ହେବାର ବିଭାଗୀୟ ଆନ୍ତରିକତାର ଅଭାବକୁ ସୂଚାଉଥିବା ମତପ୍ରକାଶ ପାଇଛି।
ଅନ୍ୟପକ୍ଷେ ବ୍ୟାସସରୋବର, ରନତ୍ଗିରି, ଉଦୟଗିରି, ଲଳିତଗିରି ଆଦି ପର୍ଯ୍ୟଟନସ୍ଥଳୀର ଉନ୍ନୟନ କାର୍ଯ୍ୟ ଉପରେ ଦୃଷ୍ଟି ଦେଉ ନ ଥିବାରୁ ଅଞ୍ଚଳବାସୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ଏହି ସବୁ ଅନୁଦାନର ଉପଯୁକ୍ତ ବିନିଯୋଗ କରାଯାଇଥିଲେ ଏ ଯାଏ ଯାଜପୁର ଜିଲାର ସମସ୍ତ ପର୍ଯ୍ୟଟନସ୍ଥଳୀର ସୌନ୍ଦର୍ଯ୍ୟ ବୃଦ୍ଧି ପାଆନ୍ତା ବୋଲି ମତପ୍ରକାଶ ପାଇଛି। ଏ ସଂକ୍ରାନ୍ତରେ ଯାଜପୁର ପର୍ଯ୍ୟଟନ ଅଧିକାରୀ ନିରୋଜ ସାହୁଙ୍କୁ ପଚାରିବାରୁ ସେ କହିଛନ୍ତି ଗତ ୩ ତାରିଖରୁ ତାଙ୍କର ବଦଳି ହୋଇଯାଇଛି। ସେଠାରେ ନୂଆ କରି ଜଣେ ପର୍ଯ୍ୟଟନ ଅଧିକାରୀ ଯୋଗ ଦେଇଛନ୍ତି। ବରାହପୀଠର ହେରିଟେଜ ପାର୍କ ସମ୍ପର୍କରେ ସେ କିଛି ଜାଣି ନାହାନ୍ତି ବୋଲି କହିଛନ୍ତି। ଅନ୍ୟପକ୍ଷେ ଯାଜପୁର ପୌର ପରିଷଦର ଓଏସ୍‌ଡି ସୁଦର୍ଶନ ମିଶ୍ରଙ୍କୁ ଫୋନରେ ଯୋଗାଯୋଗ କରାଯାଇଥିଲେ ହେଁ ସେ ଫୋନ କଲ ଗ୍ରହଣ କରି ନ ଥିବାରୁ ତାଙ୍କ ପ୍ରତିକ୍ରିୟା ମିଳିପାରିନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଖଣି, ଶିଳ୍ପାଞ୍ଚଳର ଗ୍ରାମାଞ୍ଚଳ ପାଠାଗାର ଚିନ୍ତା

ଯାଜପୁର,୨ା୪(ହର୍ଷବର୍ଦ୍ଧନ ବେହେରା): ଯାଜପୁର ଜିଲାରେ କଲେଜ, ହାଇସ୍କୁଲ ଓ ସାଧାରଣ ପାଠାଗାର ପ୍ରାୟ ୪୦୦ ଭଳି ରହିଛି। କେତେକ ପାଠାଗାରରେ ୫୦ରୁ ୬୦ ବର୍ଷ ପୁରୁଣା ମୂଲ୍ୟବାନ…

ରକ୍ତଦାନ, ମହାପୁଣ୍ୟ: ସ୍ବେଚ୍ଛାକୃତ ରକ୍ତଦାନ ଶିବିରରେ ୪୧ ୟୁନିଟ ରକ୍ତ ସଂଗ୍ରହ

ଦିଗପହଣ୍ଡି,୨।୪(ଅଶେଷ ନାଥ ମିଶ୍ର): ଓଡ଼ିଶା ଦିବସ ଅବସରରେ ଦିଗପହଣ୍ଡି ବ୍ଲକ ସିଦ୍ଧେଶ୍ୱର ଗ୍ରାମ ଗଣିଆନାଳ ଛକର ମା’ ପିତାମ୍ବରୀ ବଣିକ ସଂଘ ପକ୍ଷରୁ ସ୍ଥାନୀୟ ପ୍ରାଥମିକ ବିଦ୍ୟାଳୟ…

ଚୋରାରେ ଚାଲିଛି ଗ୍ୟାସ୍‌ କାରବାର, ୯୦ ଘରୋଇ ସିଲିଣ୍ଡର ଜବତ

ମୋହନା,୨ା୪(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକ ଅଞ୍ଚଳରୁ ଗୋଟିଏ ଗାଁରୁ ୯୦ଟି ଘରୋଇ ସିଲିଣ୍ଡର ଜବତ ହୋଇଛି। ଇରାନ ଓ ଆମେରିକା ଯୁଦ୍ଧ ଲାଗିବା ପରଠାରୁ…

ଓରାକଲ୍‌ରୁ ଆମାଜନ୍‌ ଯାଏ ଛଟେଇ: ନିଯୁକ୍ତି ହରାଇଲେଣି ୧୨୦୦୦ ଭାରତୀୟ

ନୂଆଦିଲ୍ଲୀ , ୨ା୪:ଆଇଟି କ୍ଷେତ୍ରରେ କାର୍ଯ୍ୟ କରୁଥିବା କର୍ମଚାରୀ ଏବଂ ପେସାଦାରଙ୍କ ପାଇଁ ଏବେ କୃତ୍ରିମ ବୁଦ୍ଧିମତ୍ତା (ଏଆଇ) ସବୁଠୁ ବଡ଼ ଚ୍ୟାଲେଞ୍ଜ ସୃଷ୍ଟି କରିଛି। ବର୍ତ୍ତମାନ…

ଏଇ ଭାରତରେ

ଦନ୍ତ ଚିକିତ୍ସକ ଡ. ଶାନ୍ତି ତୁମ୍ମାଲା ଚାକିରି ଛାଡ଼ି ବେଙ୍ଗାଲୁରୁରେ ବର୍ଜ୍ୟ ସମସ୍ୟାର ସମାଧାନ ପାଇଁ ପଦକ୍ଷେପ ନେଇଛନ୍ତି। ଥରେ ଜଣେ ମହିଳା ଏକ ଅଳିଆଗଦା ନିକଟରେ…

ତଳ ଅଫିସର

ଆଜିର ଦିନରେ ସବୁଠି ଗହଳଚହଳ ଅଧିକ। ହାଟରେ ଯେମିତି ଘୋ ଘୋ, ନାହିଁ ନ ଥିବା ଭିଡ଼, ଠିକ୍‌ ସେମିତି ଭିଡ଼ ଦେଖାଯାଏ ସବୁଠି। ଟ୍ରେନ୍‌ରେ ଯାତ୍ରୀଙ୍କ…

ଇରାନ ଉପରେ ବଡ଼ ଆକ୍ରମଣ କରିବ ଆମେରିକା: ସମୟ କହିଦେଲେ ଟ୍ରମ୍ପ

ଓ୍ବାଶିଂଟନ୍‌,୨।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଗୁରୁବାର ଜାତି ଉଦ୍ଦେଶ୍ୟରେ ଏକ ଭାଷଣ ଦେଇଛନ୍ତି। ଟ୍ରମ୍ପ ସ୍ପଷ୍ଟ ଭାବରେ କହିଛନ୍ତି,ଯୁଦ୍ଧ ଏପର୍ଯ୍ୟନ୍ତ…

ବିଶ୍ୱ ପାଇଁ ଚେତାବନୀ

ମଣିଷ ବିଜ୍ଞାନ-ସଭ୍ୟତାର ଶୀର୍ଷରେ ପହଞ୍ଚତ୍ଥିଲେ ମଧ୍ୟ ଯୁଦ୍ଧ ଓ ହିଂସାକୁ ଛାଡ଼ିପାରିନାହିଁ। ଏବେ ସମଗ୍ର ବିଶ୍ୱରେ ଯେମିତି ସଂଘର୍ଷ, ହିଂସା, ପ୍ରତିଶୋଧର ବାତାବରଣ ସୃଷ୍ଟି ହୋଇଛି ତାହା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri