ତ୍ୱରାନ୍ବିତ ହେଉନି ସହରର ବିକାଶ

ଖୋର୍ଦ୍ଧା ଅଫିସ,୩ା୪: ଖୋର୍ଦ୍ଧା ଜିଲାକୁ ଇତିମଧ୍ୟରେ ୩୦ ବର୍ଷ ପୂରିଛି। ୧୯୯୩ ମସିହାରେ ଏହି ଜିଲା ଗଠନ ହୋଇଥିବାବେଳେ ୧୯୯୫ରେ ଖୋର୍ଦ୍ଧା ସ୩ରେ ମୁଖ୍ୟ କାର୍ଯ୍ୟାଳୟ ସ୍ଥାପନ କରାଯାଇଥିଲା। ପାଇକ ବୀରଙ୍କ ମାଟି ଭାବେ ଖୋର୍ଦ୍ଧା ପରିଚିତ। ଭାରତୀୟ ସ୍ବାଧିନତା ସଂଗ୍ରାମରେ ଏହି ମାଟିର ଅବଦାନ ଅତୁଳନୀୟ। ତେବେ ଏଠାକାର ବରୁଣେଇ ପାହାଡ଼, ଗଡ଼ଖୋର୍ଦ୍ଧା, ନାଲିଗାମୁଛା ଭଳି ଐତିହ୍ୟର ପୁନରୁଦ୍ଧାର ପ୍ରତି ଧ୍ୟାନ ଦିଆଯାଉନାହିଁ। ରାଜଧାନୀ ଭୁବନେଶ୍ୱର ବ୍ୟତୀତ ଏହି ଜିଲାର ଅନ୍ୟ ଅଞ୍ଚଳରେ ଆଖିଦୃଶିଆ ବିକାଶ ହୋଇପାରିନାହିଁ। ରାଜନୈତିକ ଇଚ୍ଛାଶକ୍ତିର ଅଭାବ ଓ ପ୍ରଶାସନିକ ଅବହେଳା ଏହାର କାରଣ ବୋଲି କୁହାଯାଉଛି। ଜିଲାର ୩୦ ବର୍ଷ ପୂର୍ତ୍ତି ଅବସରରେ ଏ ନେଇ ଆତ୍ମଚିନ୍ତନ ଜରୁରୀ ହୋଇପଡ଼ିଛି।
ଜିଲାରେ ବରୁଣେଇ ପୀଠ ସମେତ ବହୁ ପ୍ରାଚୀନ କୀର୍ତ୍ତିରାଜି ରହିଛି। ତନ୍ମଧ୍ୟରୁ ଅନେକ ବିଲୁପ୍ତ ହେବାକୁ ବସିଲାଣି। ପ୍ରୋତ୍ସାହନ ଅଭାବରୁ ବୟନ ଶିଳ୍ପୀମାନେ ପ୍ରସିଦ୍ଧ ନାଲି ଗାମୁଛା ତିଆରିରୁ ମୁହଁ ଫେରାଉଛନ୍ତି। ରାଜ୍ୟର ବିଭିନ୍ନ ସ୍ଥାନରେ ଥିବା ପୁରାତନ ମଠ, ମନ୍ଦିରର ବିକାଶ କରାଯାଉଥିବାବେଳେ ମହାପ୍ରଭୁଙ୍କ ଅନ୍ୟତମ ସୁପରିଚିତ ଲୀଳାକ୍ଷେତ୍ର ଜାଗୁଳାଇ ପାଟଣା ପ୍ରତି ସରକାର ଆଖି ବୁଜିଦେଇଥିବା ମନେହେଉଛି। ସେହିପରି ପାଇକ ସ୍ମାରକୀ ସ୍ବପ୍ନ ହୋଇ ରହିଛି। ଓଡ଼ିଆ ଜାତିର ଅସ୍ମିତା ହେଉଛି ପାଇକ ବିଦ୍ରୋହ। ଏହାକୁ ମୁକ୍ତି ସଂଗ୍ରାମର ପ୍ରଥମ ସ୍ବାଧୀନତା ସଂଗ୍ରାମର ମାନ୍ୟତା ମିଳିଛି। ଏହାର ଦ୍ୱିଶତ ବାର୍ଷିକୀ ଅବସରରେ ତତ୍କାଳୀନ ରାଷ୍ଟ୍ରପତି ବରୁଣେଇ ପାଦଦେଶରେ ସ୍ମାରକୀ ପାଇଁ ଶିଳାନ୍ୟାସ କରିଥିଲେ। ଏପର୍ଯ୍ୟନ୍ତ ଏହାର ନିର୍ମାଣ ହୋଇପାରିନାହିଁ। ଶିକ୍ଷାର ପ୍ରସାର ପାଇଁ ସ୍ବାଧୀନତା ସଂଗ୍ରାମୀ ପ୍ରାଣନାଥ ପଟ୍ଟନାୟକଙ୍କ ଉଦ୍ୟମ କ୍ରମେ ଏଠାରେ ଏକ କଲେଜ ସ୍ଥାପନ ହୋଇଥିଲା। ସମ୍ପ୍ରତି ଏହା ପ୍ରାଣନାଥ ସ୍ବୟଂଶାସିତ ମହାବିଦ୍ୟାଳୟ ଭାବେ ପରିଚିତ। ଏଠାରେ ୫ହଜାରରୁ ଊର୍ଦ୍ଧ୍ୱ ଛାତ୍ରୀଛାତ୍ର ଅଧ୍ୟୟନ କରୁଛନ୍ତି। ଏହି ପୁରାତନ ଶିକ୍ଷାନୁଷ୍ଠାନର ଏକ ଗୌରବମୟ ଇତିହାସ ରହିଛି। ଏହି ଶିକ୍ଷାନୁଷ୍ଠାନ ବିଶ୍ୱବିଦ୍ୟାଳୟରେ ରୂପାନ୍ତର ହେବା ଲାଗି ସମସ୍ତ ଭିତ୍ତିଭୂମି ଥିଲେ ବି ମାନ୍ୟତା ପାଇପାରୁନାହିଁ। ଖୋର୍ଦ୍ଧା ସହରରେ କ୍ରୀଡ଼ା ଭିତ୍ତିଭୂମି ପ୍ରତି ଗୁରୁତ୍ୱ ଦିଆଯାଉନାହିଁ। ଉନ୍ନତମାନର ଷ୍ଟାଡିୟମ ନ ଥିବାରୁ ଖେଳାଳିମାନେ କ୍ରୀଡ଼ାରୁ ବଞ୍ଚିତ ହେଉଛନ୍ତି। ବହୁ ଖେଳାଳି ଖେଳରୁ ମୁହଁ ଫେରାଉଛନ୍ତି। ସେହିପରି ସହରର ବିକାଶ ଲାଗି ମାଷ୍ଟରପ୍ଲାନ ହେଉନାହିଁ। ଚାରିଆଡ଼େ ଉଠାଦୋକାନ ଓ କ୍ୟାବିନ ଯୋଗୁ ରାସ୍ତା ସଂକୀର୍ଣ୍ଣ ହୋଇପଡ଼ିଛି। ଉଠାଦୋକାନୀଙ୍କ ଉପଯୁକ୍ତ ଥଇଥାନ ସରକାରୀ ନାଲିଫିତା ତଳେ ଚାପିହୋଇ ରହିଛି। ଡ୍ରେନେଜ ଓ ପରିମଳ ମୁଖ୍ୟ ସମସ୍ୟା ପାଲଟିଛି। ଖୋର୍ଦ୍ଧା ସହରର ବିଭିନ୍ନ ସରକାରୀ କାର୍ଯ୍ୟାଳୟରେ କାର୍ଯ୍ୟରତ ଅନେକ ଅଧିକାରୀ ଓ କର୍ମଚାରୀ ଭୁବନେଶ୍ୱରରେ ରହୁଛନ୍ତି। ତେଣୁ କାର୍ଯ୍ୟ ବାଧାପ୍ରାପ୍ତ ହେଉଛି। ସେହିପରି ଅନେକ କର୍ମଚାରୀ ନିୟମିତ କାର୍ଯ୍ୟାଳୟକୁ ଆସୁ ନ ଥିବା ଅଭିଯୋଗ ହେଉଛି। ବହୁ ଖଣି ଓ ଶିଳ୍ପସଂସ୍ଥା ଥିଲେ ବି ସ୍ଥାନୀୟ ଯୁବକଙ୍କୁ ନିଯୁକ୍ତି ମିଳୁନାହିଁ। ପର୍ଯ୍ୟଟନ ପ୍ରତି ଗୁରୁତ୍ୱ ଦିଆଗଲେ ପର୍ଯ୍ୟଟକଙ୍କ ସଂଖ୍ୟା ବୃଦ୍ଧି ପାଇବା ସହ ସରକାର ଅଧିକ ରାଜସ୍ବ ପାଇପାରନ୍ତେ। ମାତ୍ର ସେ ନେଇ ସ୍ବତନ୍ତ୍ର ମାଷ୍ଟର ପ୍ଲାନ୍‌ ପ୍ରସ୍ତୁତ ହେଉନାହିଁ। ବିକାଶ ପ୍ରକ୍ରିୟା ତ୍ୱରାନ୍ବିତ ହେଉ ନ ଥିବା ସାଧାରଣରେ ଅଭିଯୋଗ ହେଉଛି। ତେଣୁ ବୁଦ୍ଧିଜୀବୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଉଛି। ଅନ୍ୟପକ୍ଷରେ ଜିଲାରେ ଦ୍ରୁତ ବିକାଶ ଘଟୁଛି ଏବଂ ରାସ୍ତାଘାଟ, ପାନୀୟଜଳ, ଜଳସେଚନ, କୃଷି, ଶିକ୍ଷା, ସ୍ବାସ୍ଥ୍ୟ, ପର୍ଯ୍ୟଟନ ଶିଳ୍ପର ବିକାଶ ପ୍ରତି ଗୁରୁତ୍ୱ ଦିଆଯାଉଛି ବୋଲି ଜିଲା ଯୋଜନା କମିଟି ସଭାପତି ତଥା ବିଧାୟକ ରାଜେନ୍ଦ୍ର ସାହୁ କହିଛନ୍ତି। ଖୋର୍ଦ୍ଧାର ସର୍ବାଙ୍ଗୀନ ବିକାଶ ଲାଗି ବିଭିନ୍ନ ଯୋଜନା ହାତକୁ ନିଆଯାଇଥିବା ବିଧାୟକ ଜ୍ୟୋତିରୀନ୍ଦ୍ର ନାଥ ମିତ୍ର ପ୍ରକାଶ କରିଛନ୍ତି। ଖୋର୍ଦ୍ଧା ପୌରାଞ୍ଚଳର ବିକାଶ ସହ ସୌନ୍ଦର୍ଯ୍ୟକରଣ ପାଇଁ ପଦକ୍ଷେପ ନିଆଯାଉଥିବା ପୌରାଧ୍ୟକ୍ଷା କନକଲକ୍ଷ୍ମୀ ମହାନ୍ତି କହିଛନ୍ତି। ଗ୍ରାମାଞ୍ଚଳ ଭିତ୍ତିଭୂମିର ବିକାଶ ସହ ମହିଳା ସଶକ୍ତୀକରଣ ଉପରେ ଗୁରୁତ୍ୱ ଦିଆଯାଉଛି ବୋଲି ଜିଲା ପରିଷଦ ଅଧ୍ୟକ୍ଷା ରୂପଶ୍ରୀରାଣୀ ଗୁମାନସିଂ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଐତିହାସିକ ରେକର୍ଡ ହାସଲ କଲେ ହିଟ୍‌ମ୍ୟାନ୍‌: ଏମିତି ମାଇଲଷ୍ଟୋନ କରିବାରେ ବିଶ୍ୱର…

ଗୁଆହାଟୀ,୧।୧୦: ଭାରତୀୟ କ୍ରିକେଟ୍‌ର ଷ୍ଟାର୍‌ ବ୍ୟାଟର୍‌ ରୋହିତ ଶର୍ମା ଦିନିକିଆ ଅନ୍ତର୍ଜାତୀୟ କ୍ରିକେଟ୍‌ରେ ଆଉ ଏକ ବଡ଼ ମାଇଲଷ୍ଟୋନ ହାସଲ କରିଛନ୍ତି। ୱେଷ୍ଟଇଣ୍ଡିଜ ବିପକ୍ଷ ଦ୍ୱିତୀୟ ଦିନିକିଆରେ…

ରାଜସ୍ବ ମନ୍ତ୍ରୀଙ୍କ ବଡ଼ ଘୋଷଣା: ଦଶହରା ପୂର୍ବରୁ ମିଳିବ…

ଭୁବନେଶ୍ୱର,୧।୧୦(ସୁନିତ୍‌ ମିଶ୍ର):ରାଜୀବ ଭବନଠାରେ ବୁଧବାର ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଗଜପତି,…

ଘୂର୍ଣ୍ଣିବଳୟ ସକ୍ରିୟ: ଘଡ଼ଘଡି ସହ ବର୍ଷା ସମ୍ଭାବନା, ୟେଲୋ ୱାର୍ନିଂ

ଭୁବନେଶ୍ୱର,୧।୧୦(ସୌମ୍ୟରଞ୍ଜନ ରାଉତ):ଉତ୍ତର ମ୍ୟାନ୍‌ମାର, ବାଂଲାଦେଶ ଓ ବଙ୍ଗୋପସାଗର ଉପରେ ରହିଥିବା ସୁସ୍ପଷ୍ଟ ଲଘୁଚାପ କ୍ଷେତ୍ର ମିଜୋରାମ, ତ୍ରିପୁରା ଓ ଦକ୍ଷିଣ-ପୂର୍ବ ବାଂଲାଦେଶ ଆଡ଼କୁ ଗତି କରିବା ସହ…

ମଇଁଷି ଚରାଇବାକୁ ଯାଇ ଆଉ ଫେରିଲେନି: କେନାଲରୁ ନିଖୋଜ ବୃଦ୍ଧଙ୍କ ମୃତଦେହ ଉଦ୍ଧାର, ଗାଁରେ ଶୋକର ଛାୟା

ଦିଗପହଣ୍ଡି, ୩୦ା୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପ୍ରଥମ ଢେପାଗୁଡ଼ା ଗ୍ରାମର ରଘୁ ମଲ୍ଲିକ (୬୩) ନାମକ ଜଣେ ବୃଦ୍ଧଙ୍କ ମୃତଦେହ କେନାଲ ପାଣିରୁ…

ଫ୍ଲାଇଦୁବାଇ ବିମାନରେ ଆକ୍ରମଣ: ନିଜେ ଆହାତ ହୋଇ ମଧ୍ୟ ବଞ୍ଚାଇଲେ ୧୮୦ ଯାତ୍ରୀଙ୍କ ଜୀବନ, କିଏ ଏହି ପାଇଲଟ୍?

ନୂଆଦିଲ୍ଲୀ,୩୦ା୯: ଦୁବାଇରୁ ତେଲ ଅଭିଭ ଯାଉଥିବା ଫ୍ଲାଇଦୁବାଇର FZ1073 ବିମାନରେ ବୁଧବାର ଘଟିଥିବା ଘଟଣାକୁ ନେଇ ଭାରତୀୟ ପାଇଲଟ୍ ସ୍ମିତ ମଚ୍ଛରଙ୍କ ନାଁ ଚର୍ଚ୍ଚାରେ ରହିଛି। ରିପୋର୍ଟ…

ଦିଗପହଣ୍ଡି ଗଞ୍ଜେଇ ଚୋରା ଚାଲାଣ ଘଟଣା: ଗିରଫ ହେଲେ ଅଭିଯୁକ୍ତ ୨ ଭାଇ, କାରବାର ପଛର ଗୁମର ଖୋଲିଲା…

ଦିଗପହଣ୍ଡି, ୩୦ା୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ପୋଲିସ ଗଞ୍ଜେଇ ଚୋରା ଚାଲାଣ ମାମଲାରେ ଏକ ବଡ଼ ସଫଳତା ହାସଲ କରିଛି। ଗଞ୍ଜେଇ କାରବାର…

ଗିଲ୍‌ଙ୍କ ଦ୍ୱିଶତକ, ରୋହିତଙ୍କ ଶତକ: ୱେଷ୍ଟଇଣ୍ଡିଜକୁ ଧୂଳି ଚଟାଇଲା ଭାରତ

ଗୁଆହାଟୀ,୩୦ା୯: ଶୁବମନ ଗିଲଙ୍କ ଦ୍ୱିଶତକ ଏବଂ ରୋହିତ ଶର୍ମାଙ୍କ ଧମାକାଦାର ଶତକ ବଳରେ ୱେଷ୍ଟଇଣ୍ଡିଜ ବିପକ୍ଷ ଦ୍ୱିତୀୟ ଦିନିକିଆରେ ଭାରତ ୮ ୱିକେଟ୍‌ରେ ବଡ଼ ବିଜୟ ହାସଲ…

ସ୍ୱାମୀ-ବର୍ଷକର ପୁଅ ଆଖି ଆଗରେ ଚାଲିଗଲା ମା’ର ଜୀବନ! ବାଲି ବୋଝେଇ ଟ୍ରାକ୍ଟର ଧକ୍କାରେ ମହିଳାଙ୍କ ମୃତ୍ୟୁ,ଅପରାହ୍ନରୁ ଅଟକିଛି…

କୋକସରା, ୩୦ା୯(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ୨୬ ନମ୍ବର ଜାତୀୟ ରାଜପଥ କୋକସରା ଥାନା ମୋଟେର ନିକଟରେ ବୁଧବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ ବାଲି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?