ପୁଣି ଝୁଲିରହିଲା ସୌନ୍ଦର୍ଯ୍ୟକରଣ କାମ

ଯାଜପୁର ଅଫିସ,୧୫ା୧୨: ଯାଜପୁର ଜିଲାର ପ୍ରସିଦ୍ଧ ପର୍ଯ୍ୟଟନସ୍ଥଳୀ ବ୍ୟାସସରୋବରର ବିକାଶ ଏବଂ ସୌନ୍ଦର୍ଯ୍ୟକରଣ କାମ ପୁଣି ଝୁଲିରହିଛି। ଏନ୍‌ଜିଟି(ନ୍ୟାଶନାଲ ଗ୍ରୀନ ଟ୍ରିବ୍ୟୁନାଲ)ର ସ୍ଥଗିତାଦେଶ ବିରୋଧରେ ପରିବେଶ ଓ ଜଙ୍ଗଲ ବିଭାଗ ମନ୍ତ୍ରଣାଳୟ(ଏମ୍‌ଇଏଫ୍‌ଓ), ଷ୍ଟେଟ ଏନ୍‌ଭାଇରନମେଣ୍ଟ ଇମ୍ପାକ୍ଟ ଆସେସ୍‌ମେଣ୍ଟ ଅଥରିଟି(ସିଆ) ଏବଂ ସଂପୃକ୍ତ ଠିକାସଂସ୍ଥା ନ୍ୟାଶନାଲ ବିଲ୍ଡିଂ କନଷ୍ଟ୍ରକ୍ସନ କାର୍ପୋରେଶନ(ଏନ୍‌ବିସିସି) ନିର୍ଦ୍ଧାରିତ ସମୟରେ ସତ୍ୟପାଠ ଦାଖଲ କରି ପାରି ନ ଥିବାରୁ ଏଭଳି ପରିସ୍ଥିତି ସୃଷ୍ଟି ହୋଇଛି। ଏହିକ୍ରମରେ ବୁଧବାର ଏନ୍‌ଜିଟି ପକ୍ଷରୁ ସ୍ଥଗିତାଦେଶକୁ ବଳବତ୍ତର ରଖିବା ସହ ଆସନ୍ତା ଜାନୁୟାରୀ ୨୪କୁ ପରବର୍ତ୍ତୀ ଶୁଣାଣି ଧାର୍ଯ୍ୟ କରାଯାଇଛି। ଇତିମଧ୍ୟରେ ଉପରୋକ୍ତ ସଂସ୍ଥାଙ୍କୁ ସତ୍ୟପାଠ ଦାଖଲ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏନ୍‌ଜିଟିର ସ୍ଥଗିତାଦେଶ ରାୟକୁ ଚାଲେଞ୍ଜ କରି ସତ୍ୟପାଠ ଦାଖଲ କରିବାରେ ପ୍ରଶାସନିକ କଳର ଏଭଳି ଅବହେଳା କାରଣରୁ ପୌରାଣିକ ଓ ଐତିହାସିକ କିମ୍ବଦନ୍ତୀ ବହନ କରୁଥିବା ବ୍ୟାସ ସରୋବରର ବିକାଶ କାମ ଅଗ୍ରଗତି ଅନିଶ୍ଚିତତାରେ ଗତି କରୁଥିବା ମତପ୍ରକାଶ ପାଇଛି। ଅନ୍ୟପକ୍ଷେ ଜଙ୍ଗଲ ଜମି ସଂକ୍ରାନ୍ତରେ ଆବଶ୍ୟକ ତଥ୍ୟ ପ୍ରମାଣ ନ ଥିବାରୁ ପ୍ରଶାସନ ଏଭଳି ପଛଘୁଞ୍ଚା ଦେଉଛି ବୋଲି ଚର୍ଚ୍ଚା ହେଉଛି। ତେବେ ଏନ୍‌ଜିଟିର ସ୍ଥଗିତାଦେଶ ସତ୍ତ୍ବେ କେତେକ ସ୍ଥାନରେ କିଭଳି ନିର୍ମାଣ କାର୍ଯ୍ୟ ଚାଲିଛି ବୋଲି ଅଭିଯୋଗକାରୀ ସୂଚନା ଦେଇଛନ୍ତି।

ସୂଚନାଯୋଗ୍ୟ, ଏନ୍‌ଜିଟି ମାମଲା ସଂଖ୍ୟା ୧୦୩/୨୦୨୨/ଇଜେଡରେ ଆବେଦନକାରୀ ଦିଲୀପ କୁମାର ସାମନ୍ତରାୟ କରିଥିବା ଅଭିଯୋଗ ଅନୁଯାୟୀ, ବ୍ୟାସ ସରୋବର ପ୍ରକଳ୍ପରେ ଜଙ୍ଗଲ ଜମିର ଖାତା ଓ ପ୍ଲଟ ନମ୍ବର ୪୦, ଏରିଆ ୧୪ ଏକର, କିସମ ଝାଟି ଜଙ୍ଗଲ ଓ ପ୍ଲଟ ନମ୍ବର ୫୦ରେ ୧୬.୯୦ ଏକର ଝାଟି ଜଙ୍ଗଲ, ପ୍ଲଟ ନମ୍ବର ୬୨ରେ ୨.୨୪ ଏକର ସମୁଦାୟ ୩୩.୯୭ ଏକର ଜଙ୍ଗଲ ଜମି ରହିଛି। ସମୁଦାୟ ୧୦୫.୪୫ ଏକର ମଧ୍ୟରୁ ୩୭ ଏକର ସନ୍ତସନ୍ତିଆ ଜମି ବା ୱେଟଲ୍ୟାଣ୍ଡ ଜମି ରହିଛି। ଏହି ପ୍ରକଳ୍ପରେ ପାଚେରି, ପରିସ୍ରାଗାର, ମନ୍ଦିର ଉନ୍ନୟନ କାମ, ପାର୍କିଂ, ଗେଟ କମ୍ଫ୍ଲେକ୍ସ, ଓଭରହେଡ ଟାଙ୍କି, ଶିଶୁ ଉଦ୍ୟାନ, ଜଳାଶୟ, ବ୍ରିଜ ଇତ୍ୟାଦି ନିର୍ମାଣ କରାଯାଉଛି। ନିର୍ମାଣ କାର୍ଯ୍ୟରେ ପ୍ରାୟ ୨୦ ହଜାର ବର୍ଗମିଟର ଅଞ୍ଚଳରେ ହେଉଛି। ଏଥିପାଇଁ ପରିବେଶ ମଞ୍ଜୁରୀର ଆବଶ୍ୟକ ରହିଥିବାବେଳେ ତାହା ପାଳନ କରାଯାଇ ନାହିଁ। ଏହି ଅଭିଯୋଗ ଉପରେ ଏନଜିଟି ଯାଜପୁର ଜିଲାପାଳ ଏବଂ କଟକ ଡିଏଫ୍‌ଓଙ୍କୁ ସତ୍ୟପାଠ ଦାଖଲ କରିବାକୁ ପୂର୍ବରୁ ନିର୍ଦ୍ଦେଶ ଦେଇଥିଲେ। ଏହାପରେ ଯାଜପୁର ଜିଲାପାଳ ୧୭ା୮ା୨୦୨୨ରେ ଏନ୍‌ଜିଟିରେ ସତ୍ୟପାଠ ଦାଖଲ କରିଥିଲେ। ୧୦୦ ଏକରରୁ ଊର୍ଦ୍ଧ୍ୱ ଜମିରେ ଉକ୍ତ ପ୍ରକଳ୍ପ କାମ ହେଉଛି। ପାଥୱେ, କମ୍ୟୁନିଟି ସେଣ୍ଟର, ରାସ୍ତା ଆଦି କାମ ପାଇଁ ଡିଏଫ୍‌ଓଙ୍କ ଅନୁମତି ନିଆଯାଇଛି। ତେଣୁ ଜଙ୍ଗଲ ସୁରକ୍ଷା ଆଇନର କୌଣସି ଉଲ୍ଲଂଘନ ଏଥିରେ ହୋଇନାହିଁ। ଅଭିଯୋଗ ଅନୁସାରେ ଉକ୍ତ ପ୍ରକଳ୍ପ କାର୍ଯ୍ୟରେ ପ୍ରାକୃତିକ ଜମି ବ୍ୟବହାରରେ କୌଣସି କ୍ଷତି କରାଯାଉ ନାହିଁ। ତେଣୁ ଏଥିରେ ସରକାରୀ ଅର୍ଥ ଅପଚୟ ହେଉନାହିଁ। କେନ୍ଦ୍ର ସରକାରଙ୍କ ଗାଇଡ୍‌ ଲାଇନ ଅନୁସାରେ ଜିଲା ଖଣିଜ ପଦାର୍ଥ ପ୍ରତିଷ୍ଠାନ(ଡିଏମ୍‌ଏଫ୍‌) ପାଣ୍ଠିରେ ଏହି ପ୍ରକଳ୍ପ ଅନୁମତିପ୍ରାପ୍ତ । ଏହି ପ୍ରକଳ୍ପ କାର୍ଯ୍ୟରେ ଗୋଟିଏ ବି ଗଛ କଟା ଯାଇନାହିଁ ବୋଲି ଜିଲାପାଳ ଦର୍ଶାଇଥିଲେ। ତେବେ ଜୁଲାଇରୁ ଏହି ମାମଲା ଗଡି ଗଡି ଚାଲିଥିବାରୁ ବ୍ୟାସନଗର ସହରବାସୀଙ୍କ ମଧ୍ୟରେ ଅସନ୍ତୋଷ ବଢିବାରେ ଲାଗିଛି।


Enter your email to get our daily news in your inbox.

All Right Reserved By Dharitri.Com

ସାଇକେଲରେ ଗାଁକୁ ଯାଉଥିଲେ କଷ୍ଟୁ: ହଠାତ୍‌ ଆକ୍ରମଣ କଲା ବାର୍‌ହା, ଆଉ ତା’ପରେ ଘଟିଲା…

ଦେବଗଡ଼/ରିଆମାଳ ୩।୧୦(ଶଶାଙ୍କ ଶେଖର ଝାଙ୍କର/ବଦ୍ରିନାରାୟଣ ଅଗ୍ରୱାଲା), ୩।୧୦: ଦେବଗଡ଼ ଜିଲା କୁଣ୍ଢେଇଗୋଳା ଥାନା ଅନ୍ତର୍ଗତ କୁରଡ଼ପୋଷି ଗ୍ରାମରେ ଜଙ୍ଗଲୀ ବାର୍‌ହା ଆକ୍ରମଣରେ ଜଣେ ଯୁବକ ଗୁରୁତର ଆହତ…

ଅସୁରକ୍ଷିତ ଶ୍ରେଣୀଗୃହରେ ପାଠପଢ଼ା: ବିଦ୍ୟାର୍ଥୀଙ୍କ ସୁରକ୍ଷା ଚିନ୍ତାରେ ଅଭିଭାବକ

ଜି.ଉଦୟଗିରି,୩ା୧୦(ଚିନ୍ମୟ କୁମାର ସେଠୀ):କନ୍ଧମାଳ ଜିଲା ଜି.ଉଦୟଗିରିରେ ୧୯୩୬ରେ ହବାକ୍‌ ଉଚ୍ଚ ବିଦ୍ୟାଳୟ ପ୍ରତିଷ୍ଠା ହୋଇଥିଲା। ବହୁ ପୁରାତନ ଏହି ବିଦ୍ୟାଳୟର ଶ୍ରେଣୀଗୃହଗୁଡିକ ଏବେ ବିପଦସଙ୍କୁଳ ଅବସ୍ଥାରେ ରହିଛି।…

ଧାମୁଣିପଙ୍ଗା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ କ୍ଲଷ୍ଟର ସ୍ତରୀୟ ‘ସୁରଭି’ ମହୋତ୍ସବ ଅନୁଷ୍ଠିତ

କଲ୍ୟାଣସିଂହପୁର, ୨/୧୦ (ଦୀପକ କୁମାର ପରିଡ଼ା): ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକ ଅନ୍ତର୍ଗତ ଧାମୁଣିପଙ୍ଗା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ କ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ‘ସୁରଭି’…

ଚୋରାରେ କଟାଯାଇଥିବା ୪ ଶାଳ ଗଛର ଗଣ୍ଡି ଜବତ

ପାଟଣା, ୨।୧୦ (ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ରେଞ୍ଜ ଅନ୍ତର୍ଗତ ପାଟଣା ସେକ୍ସନର ମଲ୍ଲିପୋଷି ବିଟ୍‌ ଅଧୀନ ନୂଆପଡ଼ା ଗ୍ରାମ ହୁଡ଼ିରୁ ଚୋରାରେ କଟାଯାଇ…

କଙ୍କାଳ ଜବତ, ନିଖୋଜ ମହିଳାଙ୍କ କଙ୍କାଳ ବୋଲି ଅନୁମାନ

ରିଆମାଳ,୨|୧୦(ବଦ୍ରିନାରାୟଣ ଅଗ୍ରୱାଲା): ଦେବଗଡ଼ ଜିଲା ରିଆମାଳ ଥାନା ଗୁଣ୍ଡିଆପାଲି ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ସାନଡଙ୍ଗାଘାଟର ମୁଣ୍ଡା ସାହି ଗୋହିରା ନାଳ ପାଖରୁ ରିଆମାଳ ଥାନା ପୁଲିସ ଏକ…

ଅନ୍ତରବା ଛକରେ ଦୁର୍ଘଟଣା, ୩ ଗୁରୁତର, ୨ ଆହତ

ମୋହନା, ୨।୧୦ (ମନ୍ମଥ ମିଶ୍ର): ଗଜପତି ଜିଲା ଅଡ଼ବା ଥାନା ଅନ୍ତରବା ଛକରେ ଗୁରୁବାର ଏକ ସଡ଼କ ଦୁର୍ଘଟଣା ଘଟି ୩ ଜଣ ଗୁରୁତର ଓ ୨…

ହତ୍ୟା ଉଦ୍ୟମ ମାମଲା: ୪ ମାସ ପରେ ଦମ୍ପତି ଗଲେ ଜେଲ୍

ଦିଗପହଣ୍ଡି, ୨।୧୦ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସାହାଣୀ ସାହିର କୀର୍ତ୍ତନ ଦାସ (୬୬) ଏବଂ ତାଙ୍କ ସ୍ତ୍ରୀ ସୁବାସି ଦାସ (୬୦)ଙ୍କୁ ଶୁକ୍ରବାର…

ଦ୍ରୁତଗତିରେ ବାଇକ୍ ଚାଳନାକୁ ନେଇ ଗୋଷ୍ଠୀ ସଂଘର୍ଷ: ବୁଲିଲା ଠେଙ୍ଗା, ରଣକ୍ଷେତ୍ର ପାଲଟିଲା ଗାଁ ରାସ୍ତା

ଦିଗପହଣ୍ଡି, ୨।୧୦ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଚୌଧୁରୀ ଟିକରପଡ଼ା ପଞ୍ଚାୟତ ଅନ୍ତର୍ଗତ ବଜ୍ରଗୁମ୍ମା ଗ୍ରାମର ଓଡ଼ିଆ ସାହିରେ ଗୁରୁବାର ଅପରାହ୍ନରେ ଦ୍ରୁତଗତିରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?