Posted inଜାତୀୟ

ଉପ ରାଜ୍ୟପାଳ ହେଲେ ଆହୁରି ଶକ୍ତିଶାଳୀ

ଜମ୍ମୁ,୧୩।୭: କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ଶନିବାର ଜମ୍ମୁ କଶ୍ମୀର ପୁନର୍ଗଠନ ଆଇନରେ ସଂଶୋଧନ କରିଛି। ଏହା ସହ ଜମ୍ମୁ କଶ୍ମୀରର ଲେଫ୍ଟନାଣ୍ଟ ଗଭର୍ଣ୍ଣର ବର୍ତ୍ତମାନ ଅଧିକ କ୍ଷମତା ପାଇଛନ୍ତି। ଏ ସମ୍ପର୍କରେ କେନ୍ଦ୍ର ସରକାର ମଧ୍ୟ ବିଜ୍ଞପ୍ତି ଜାରି କରିଛନ୍ତି। ଜମ୍ମୁ କଶ୍ମୀର ପୁନର୍ଗଠନ ଅଧିନିୟମ, ୨୦୧୯ର ଧାରା ୫୫ ଅନୁଯାୟୀ ସଂଶୋଧିତ ନିୟମାବଳୀକୁ ସୂଚିତ କରାଯାଇଛି, ଯେଉଁଥିରେ ଏଲଜିଙ୍କୁ ଅଧିକ କ୍ଷମତା ପ୍ରଦାନରେ ନୂତନ ବିଭାଗ ଅନ୍ତର୍ଭୂକ୍ତ କରାଯାଇଛି।

ଅବଶ୍ୟ, ଏହି କ୍ଷମତା ୨୦୧୯ରେ ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ଦ୍ୱାରା ସୂଚିତ କରାଯାଇଥିଲା, ଯାହାକି ନୂତନ ଭାବରେ ସୂଚିତ କରାଯାଇଛି। ଅଗଷ୍ଟ ୨୦୨୦ ଠାରୁ ଭାଜପା ନେତା ମନୋଜ ସିହ୍ନା ଜମ୍ମୁ କଶ୍ମୀରର ଲେଫ୍ଟନାଣ୍ଟ ଗଭର୍ଣ୍ଣର ଭାବରେ କାର୍ଯ୍ୟ କରୁଛନ୍ତି। ଜମ୍ମୁ କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲା ସରକାରଙ୍କ ଏହି ପଦକ୍ଷେପକୁ ସମାଲୋଚନା କରିଛନ୍ତି। ସେ କହିଛନ୍ତି ଯେ ଏଠାରେ ଅନୁଷ୍ଠିତ ହେବାକୁ ଥିବା ବିଧାନସଭା ନିର୍ବାଚନ ପରେ ଜମ୍ମୁ କଶ୍ମୀରର ଲୋକମାନେ ରବର ଷ୍ଟାମ୍ପ ମୁଖ୍ୟମନ୍ତ୍ରୀ ଚାହାଁନ୍ତି ନାହିଁ, ଯିଏକି ତାଙ୍କ ପିଅନଙ୍କ ନିଯୁକ୍ତି ପାଇଁ ଏଲଜିରୁ ଅନୁମତି ନେବାକୁ ପଡିବ।

ସରକାର ବ୍ୟବସାୟ ନିୟମର କାରବାର ବା ଟ୍ରାଞ୍ଜାକସନ ଅଫ ବିଜନେସ୍‌ ରୁଲ୍ସରେ ସଂଶୋଧନ କରିଛନ୍ତି। ସମସ୍ତ ଅଖଇଳ ଭାରତୀୟ ସେବା, ଜନ ଅର୍ଡର, ପୋଲିସ ସିଷ୍ଟମ ଇତ୍ୟାଦିରେ ଏଲଜି ବର୍ତ୍ତମାନ ଅଧିକ କ୍ଷମତା ପାଇବେ। ଆଡଭୋକେଟ ଜେନେରାଲ ଏବଂ ଅନ୍ୟ ଆଇନ ଅଧିକାରୀଙ୍କ ନିଯୁକ୍ତିକୁ ମଧ୍ୟ ଅନୁମୋଦନ ପାଇଁ ମୁଖ୍ୟ ସଚିବଙ୍କ ଦ୍ୱାରା ଏଲଜିଙ୍କୁ ଆଗରେ ରଖିବାକୁ ପଡିବ। ସରଳ ଭାଷାରେ କହିଲେ, ଯଦିଓ ଜମ୍ମୁ କଶ୍ମୀରରେ ମୁଖ୍ୟମନ୍ତ୍ରୀ ନିର୍ବାଚିତ ହୁଅନ୍ତି, ତେବେ ଉପରାଜ୍ୟପାଳ ତାଙ୍କ ଅପେକ୍ଷା ଅଧିକ ଶକ୍ତିଶାଳୀ ହେବେ।


Enter your email to get our daily news in your inbox.

All Right Reserved By Dharitri.Com

ଦାରିଙ୍ଗବାଡ଼ିରେ ଏକଲବ୍ୟ ମଡେଲ୍‌ ସ୍କୁଲର ଭିତ୍ତିପ୍ରସ୍ତର ସ୍ଥାପନ, ଭର୍ଚୁଆଲରେ ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ

ଦାରିଙ୍ଗବାଡି,୧୫ା୧୧(ଅରୁଣ ସାହୁ ):ରବିବାର ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱାରା ଭର୍ଚୁଆଲ୍ ମାଧ୍ୟମରେ ଏକଲବ୍ୟ ମୋଡେଲ ରେସିଡେଣ୍ଟିଆଲ ସ୍କୁଲର ଭିତ୍ତିପ୍ରସ୍ତର ଅନୁଷ୍ଠିତ ହୋଇଯାଇଛି । ଏହି ପ୍ରରିପ୍ରେକ୍ଷୀରେ…

ବାତ୍ଯା ପୂର୍ବରୁ ଆକ୍ସନ୍ ମୋଡରେ ଜିଲାପାଳ, ପୁରୁଷୋତ୍ତମପୁରରେ କଲେ ସ୍ଥିତି ସମୀକ୍ଷା

ପୁରୁଷୋତ୍ତମପୁର,୧୫ା୧୧(ସବିତା ମିଶ୍ର): ସମ୍ଭାବ୍ୟ ବାତ୍ୟାକୁ ନେଇ ଓଡ଼ିଶାବାସୀଙ୍କ ମନରେ ପୁଣି ଛନକା ପଶିଛି । ପୂର୍ବ ବନ୍ୟାର କ୍ଷତ ଏଯାଏ ଶୁଖିନଥିବା ବେଳେ ପୁଣି ଏକ ସମ୍ଭାବ୍ୟ…

୬୦ ଦିନ ପାଇଁ ଗୃହବନ୍ଦୀ ୱାଙ୍ଗଚୁକ୍‌! ବାହାରକୁ ଯିବାକୁ ରୋକିଲା ପୋଲିସ

ନୂଆଦିଲ୍ଲୀ,୧୫ା୧୧: ଲଦାଖର ସାମାଜିକ କର୍ମୀ ସୋନମ୍‌ ୱାଙ୍ଗଚୁକ୍‌ଙ୍କୁ ଆସନ୍ତା ୬୦ ଦିନ ପାଇଁ ଗୃହବନ୍ଦୀ କରିଛି ଲଦାଖ ପ୍ରଶାସନ । ଲେହର ଅତିରିକ୍ତ ଜିଲା ମାଜିଷ୍ଟ୍ରେଟ୍‌ ଜାରି…

ମାଇକ୍ରୋସଫ୍ଟ ଆଉଟେଜ୍ ଯୋଗୁ କ୍ଷତି ସହିଛନ୍ତି କି? କମ୍ପାନୀ ଦେଉଛି ୧୦୦% ପର୍ଯ୍ୟନ୍ତ କ୍ରେଡିଟ୍, ଜାଣନ୍ତୁ କ୍ଲେମ୍ କରିବାର …

ନୂଆଦିଲ୍ଲୀ,୧୫।୧୧: ପ୍ରାୟ ୩୬ ଘଣ୍ଟା ଧରି ମାଇକ୍ରୋସଫ୍ଟ ସର୍ଭିସ୍ ପ୍ରଭାବିତ ହେବା ପରେ ବର୍ତ୍ତମାନ ସେବାଗୁଡ଼ିକ ସ୍ୱାଭାବିକ ହୋଇଯାଇଛି। ମାଇକ୍ରୋସଫ୍ଟରେ ଦେଖାଯାଇଥିବା ଏକ ବୈଷୟିକ ତ୍ରୁଟି କାରଣରୁ…

ଛତ୍ରପୁର ପୌରପରିଷଦରେ ବଢ଼ୁଛି ଅବ୍ୟବସ୍ଥା! ଉପାଧ୍ୟକ୍ଷ ଓ କାଉନସିଲରଙ୍କ ଅସନ୍ତୋଷ

ଛତ୍ରପୁର,୧୫ା୧୧(ଦିଲ୍ଲୀପି ସାମଲ ): ଛତ୍ରପୁର ପୌରପରିଷଦରେ ଦିନକୁ ଦିନ ପ୍ରଶାସନିକ ଅବ୍ୟବସ୍ଥା ବୃଦ୍ଧି ପାଉଥିବା ବେଳେ ସରକାରୀ ଅର୍ଥର ବିନିଯୋଗକୁ ନେଇ ଉଠିଛି ସାଂଘାତିକ ପ୍ରଶ୍ନ ।…

ହାତୀପଲରୁ ଅଲଗା ହୋଇଥିବା ଅସୁସ୍ଥ ଛୁଆ ହାତୀର ମୃତ୍ୟୁ

ଖଲ୍ଲିକୋଟ,୧୫ା୧୧(ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ବନ ବିଭାଗ ଅଧୀନ ଭାଲେରି ପାହାଡ଼ରେ ହାତୀପଲରୁ ଅଲଗା ହୋଇଯାଇଥିଲା ଛୁଆ ହାତୀର ରବିବାରେ ମୃତ୍ୟୁ ହୋଇଥିବା ଜଣାପଡ଼ିଛି।…

କଂଗ୍ରେସ ବିଧାୟକଙ୍କ ହାଇଭୋଲଟେଜ୍‌ ଡ୍ରାମା! ମାଇକ୍‌ ଫିଙ୍ଗିଲେ, ଚେୟାର…

ନୂଆଦିଲ୍ଲୀ,୧୫ା୧୧: ଉତ୍ତରାଖଣ୍ଡରେ ଜଣେ କଂଗ୍ରେସ ବିଧାୟକଙ୍କ ହାଇଭୋଲଟେଜ୍‌ ଡ୍ରାମାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ୍‌ ହେଉଛି । ପିଥୋରାଗଡ଼ରେ ଆୟୋଜିତ ଜୌଲଜୀବୀ ମେଳାର ମଞ୍ଚରେ ବିଧାୟକ…

ଗଞ୍ଜାମ ବିଇଓଙ୍କୁ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର

ଗଞ୍ଜାମ,୧୫ା୧୧(ବିଦ୍ୟାଧର ସାହୁ): ୟୁନିଟ୍‌-୩ ଭୁବନେଶ୍ୱର କ୍ୟାପିଟାଲ ହାଇସ୍କୁଲରେ ଆୟୋଜିତ ରାଜ୍ୟସ୍ତରୀୟ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ସମାରୋହରେ ପୁରସ୍କୃତ ହୋଇଛନ୍ତି ଗଞ୍ଜାମ ବ୍ଲକ ଗୋଷ୍ଠୀ ଶିକ୍ଷା ଅଧିକାରୀ ସରୋଜ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?