Posted inରାଜ୍ୟ

କୁହୁଡି ବହୁ ମାତ୍ରରେ ସଡକ ଦୁର୍ଘଟଣା ହେବାର ଆଶଙ୍କା, ପରାମର୍ଶ ଜାରି କଲା ପରିବହନ ବିଭାଗ

ଭୁବନେଶ୍ୱର,୧୧।୧: ରାଜ୍ୟରେ ଆଜିକାଲି ଘନ କୁହୁଡି ହେଉଥିବାରୁ ରାସ୍ତାରେ ବହୁ ମାତ୍ରରେ ସଡକ ଦୁର୍ଘଟଣା ହେବାର ଆଶଙ୍କା ରହି ଅଛି ଘନ କୁହୁଡି ସମୟରେ ସଡ଼କ ବ୍ୟବହାରକାରୀମାନଙ୍କ ଦ୍ୱାରା ନିମ୍ନ ଦୃଶ୍ୟମାନତା ଓ ସମ୍ଭାବ୍ୟ ଦୁର୍ଘଟଣାର ସମସ୍ୟାକୁ ଏଡେଇବା ପାଇଁ ରାଜ୍ୟରେ ପରିବହନ ବିଭାଗ ଦ୍ୱାରା କିଛି ପରାମର୍ଶ ଜାରି କରାଯାଇ ଅଛି।

ଏହାକୁ ଦୃଷ୍ଟିରେ ରଖି ସୁରକ୍ଷାକୁ ପ୍ରାଥମିକତା ଦେଇ ନାଗରିକମାନଙ୍କୁ ନିମ୍ନଲିଖିତ ପଦକ୍ଷେପ ଗ୍ରହଣ କରିବାକୁ ପରିବହନ ବିଭାଗ ଅନୁରୋଧ କରୁଅଛି।

୧. ଗନ୍ତବ୍ୟ ସ୍ଥଳରେ ପହଞ୍ଚିବାରେ ବିଳମ୍ବହେଉ ପଛେ ଗାଡି ଧୀରେ ଚଳାନ୍ତୁ।
୨. ରାସ୍ତାରେ ଗାଡିଗୁଡିକ ମଧ୍ୟରେ ପର୍ଯ୍ୟାପ୍ତ ଦୂରତା ବଜାୟ ରଖନ୍ତୁ ଯାହା ଦ୍ୱାରା ଠିକ ସମୟରେ ଗାଡିରେ ବ୍ରେକର ଉପଯୋଗ କରାଯାଇପାରିବ।
୩. କୁହୁଡିରେ ଗାଡି ଚଳାଇବା ସମୟରେ ସବୁବେଳେ ହେଡ୍ଲାଇଟ୍ ଲଗାଇ ରଖନ୍ତୁ।କୁହୁଡି ସମୟରେ ରାସ୍ତାର ଦୃଶ୍ୟମାନତା ବୃଦ୍ଧି କରିବା ପାଇଁ ଫୋଗଲ୍ୟାମ୍ପ ବ୍ୟବହାର କରନ୍ତୁ।
୪. କୁହୁଡିରେ ଗାଡି ଚଳାଇବା ସମୟରେ ସଡକ ଚିହ୍ନ ତଥା ଅନ୍ୟ ସଡକ ସଂକେତ ଉପରେ ନଜର ରଖନ୍ତୁ। ରାସ୍ତାର ମୋଡ ଗୁଡିକରେ ସାବଧାନତା ଅବଲମ୍ବନ କରନ୍ତୁ।
୫. କୁହୁଡି ସମୟରେ ଏକାଗ୍ରତା ସହ ଗାଡି ଚଳାନ୍ତୁ ଏବଂ ମୋବାଇଲ, ଇୟର ଫୋନ୍ ଉଚ୍ଚସ୍ୱରରେ ସଙ୍ଗୀତଠୁ ଦୁରେଇ ରୁହନ୍ତୁ।

ରାଜ୍ୟ ପରିବହନ ପ୍ରାଧିକରଣଙ୍କ ସୋସିଆଲ ମିଡ଼ିଆରେ ରାଜ୍ୟର ଦୈନିକ କୁହୁଡି ରିପୋର୍ଟ ପୋଷ୍ଟ କରାଯିବ। ନାଗରିକ ମାନଙ୍କୁଅନୁରୋଧ, ରାଜ୍ୟ ପରିବହନ ପ୍ରାଧିକରଣଙ୍କ ସୋସିଆଲ ମିଡ଼ିଆକୁ ଅନୁସରଣ କରନ୍ତୁ ଓ ଦୈନିକ କୁହୁଡି ରିପୋର୍ଟକୁ ଯାଞ୍ଚ କରନ୍ତୁ ଏବଂ ସେହି ଅନୁଯାୟୀ ନିଜର ଯାତ୍ରା ଯୋଜନା ନିର୍ଦ୍ଧାରଣ କରନ୍ତୁ।


Enter your email to get our daily news in your inbox.

All Right Reserved By Dharitri.Com

Mettle Meet 2026: ସିନିୟର୍ ଫାଇନାଲ୍‌ରେ ୮ ଟିମ୍‌, ଆସନ୍ତାକାଲି ବଡ଼ ଟକ୍କର

ଭୁବନେଶ୍ୱର,୮ା୮: ତୀବ୍ର ଓ ରୋମାଞ୍ଚକର ପ୍ରିଲିମ୍ସ ପ୍ରତିଯୋଗିତା ପରେ ‘ମେଟଲ ମିଟ୍‌-୨୦୨୬’ ଦଶମ ସଂସ୍କରଣର ସିନିୟର ଫାଇନାଲ୍‌ ପାଇଁ ଦୌଡ଼ ସଙ୍କୁଚିତ ହୋଇଛି। କଡ଼ା ଟକ୍କର ଦେଇ…

ହଷ୍ଟେଲ ଛାଡ଼ିଲେ ୧୪୦ ପିଲା, ବିଜେଡି-କଂଗ୍ରେସ ନେତା ବିଦ୍ୟାଳୟ ଗସ୍ତ କରି ସମସ୍ତ ଭିତ୍ତିଭୂମିର…

ଝରିଗାଁ,୮ା୮(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଝରିଗାଁ ବ୍ଲକ ସାନରଟମରା ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟର ଛାତ୍ରାବାସରେ ରହୁଥିବା ଅନ୍ତେବାସୀଙ୍କ ନିମ୍ନମାନର ଖାଦ୍ୟ ଦେବା ସହ ଭିତ୍ତିଭୂମିର…

ଦାରିଙ୍ଗବାଡ଼ିରେ ବଢୁଛି ଲୁଟ୍‌, ଗୋଟିଏ ଘଟଣାରେ ୨ ଗିରଫ, ଆଉ ୩ ଘଟଣାରେ ପୋଲିସ ହାତଖାଲି

ଦାରିଙ୍ଗବାଡ଼ି,୮ା୮(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଥାନା ଅଞ୍ଚଳରେ ଏକ ଚୋରି ଘଟଣାରେ ପୋଲିସ ଶନିବାର ୨ ଜଣଙ୍କୁ ଗିରଫ କରିଛି। ଗିରଫ ବ୍ୟକ୍ତି ହେଲେ ସୁରଜ…

ସୀମାଟପିଲାଣି ଦୁର୍ନୀତି: ଭିମାଗୁଡ଼ି-କର୍ଲାମୁଣ୍ଡା କଂକ୍ରିଟ ରାସ୍ତା ନିମ୍ନମାନର ନିର୍ମାଣ

ରିଷିଡା, ୮।୮ (ସୁଶାନ୍ତ ମଲ୍ଲିକ): କର୍ଲାମୁଣ୍ଡା ବ୍ଲକରେ ଦୁର୍ନୀତି ଦିନକୁ ଦିନ ସୀମା ଟପୁଥିବା ଅଭିଯୋଗ ହୋଇଛି। ବ୍ଲକ ଅଧିକାରୀଙ୍କ ଦାୟିତ୍ୱହୀନତା ତଥା ଅପାରଗତା ଯୋଗୁ ଠିକାଦାରଙ୍କ…

ଭୂତଳ କେବୁଲ ଯୋଗେ ଜିଲାପାଳ -ଏସ୍‌ପିଙ୍କ କାର୍ଯ୍ୟାଳୟକୁ ବିଦ୍ୟୁତ ସଂଯୋଗ

ଛତ୍ରପୁର, ୮।୮ (ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ବହୁଦିନର ଅପେକ୍ଷା ପରେ ଶନିବାର ଆଧୁନିକ ଯାନ୍ତ୍ରିକ ଜ୍ଞାନକୌଶଳରେ ଟିପିଏସ୍‌ଓଡିଏଲ୍‌ ପକ୍ଷରୁ ୧୧ କେଭି ବିଶିଷ୍ଟ ଭୂତଳ କେବୁଲ ଯୋଗେ…

Mettle Meet 2026: ଫାଇନାଲରେ ଜୁନିଅର ୮ ଟିମ୍‌, ଆସନ୍ତାକାଲି ମହାମୁକାବିଲା

ଭୁବନେଶ୍ୱର,୮ା୮: ଭୁବନେଶ୍ୱରସ୍ଥିତ ସ୍ବସ୍ତି ପ୍ରିମିୟମ ହୋଟେଲରେ ‘ମେଟଲ ମିଟ୍‌-୨୦୨୬’ ଦଶମ ସଂସ୍କରଣର ଜୁନିଅର ପ୍ରିଲିମ୍ସ ରାଉଣ୍ଡ ଶନିବାର ଶେଷ ହୋଇଛି। ଗ୍ରାଣ୍ଡ ଫିନାଲେ ପାଇଁ ଚୂଡ଼ାନ୍ତ ହୋଇଛି…

ଶୌଚ ପାଇଁ ଯାଇଥିଲେ ମାଡ଼ିବସି ଦେହରେ ଢ଼ାଳିଦେଲେ ପେଟ୍ରୋଲ, ପରେ ହୁହୁ ହୋଇ ଜଳିଲେ

ଲହୁଣୀପଡ଼ା, ୮।୮ (ଦାଶରଥି ପଣ୍ଡା/ ସମୀର କୁମାର ପାଢୀ): ସୁନ୍ଦରଗଡ଼ ଜିଲା ଲହୁଣୀପଡ଼ା ଥାନା ଅନ୍ତର୍ଗତ ଗଣିଘସା ଗ୍ରାମରେ ଶନିବାର ସକାଳ ପ୍ରାୟ ସାଢ଼େ ୫ଟା ସମୟରେ…

ପୁଣି ସୃଷ୍ଟି ହେଲା ଲଘୁଚାପ: ସପ୍ତାହେ ପର୍ଯ୍ୟନ୍ତ ପ୍ରବଳ ବର୍ଷା ସମ୍ଭାବନା

ଭୁବନେଶ୍ୱର,୮।୮: ଦକ୍ଷିଣ ଗାଙ୍ଗେୟ ପଶ୍ଚିମବଙ୍ଗ ଏବଂ ସଂଲଗ୍ନ ବାଂଲାଦେଶ ଉପରେ ଏକ ଉପର ବାୟୁ ଘୂର୍ଣ୍ଣିବଳୟ ପ୍ରଭାବରେ ଲଘୁଚାପ ହୋଇଛି। ଫଳରେ ରାଜ୍ୟରେ ଆସନ୍ତା ସପ୍ତାହ ପର୍ଯ୍ୟନ୍ତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri