ବିଭାଗ ନୀରବ, ନିମ୍ନମାନର କାର୍ଯ୍ୟ କରୁଛନ୍ତି ଠିକାଦାର

ଦଶମନ୍ତପୁର, ୨୩ା୧ ( ଡି.ଏନ୍‌.ଏ. ) ଆରମ୍ଭରୁ ନିମ୍ନମାନର ରାସ୍ତା ନିର୍ମାଣ କରୁଛନ୍ତି ଠିକାଦାର। ସରକାରୀ ନିୟମ ଅନୁସାରେ କାମ କରିବାକୁ କହିଲେ ଶୁଣୁନାହାନ୍ତି। ଏଭଳି ଅଭିଯୋଗ କରିଛନ୍ତି କୋରାପୁଟ ଜିଲା ଦଶମନ୍ତପୁର ବ୍ଲକ ଅନ୍ତର୍ଗତ ମୁର୍କାର ପଞ୍ଚାୟତ ଗାଦିଖାଲ ଗ୍ରାମବାସୀ। ସୂଚନା ମୁତାବକ ଏହି ରାସ୍ତାର ଦୂରତା ୭ କି.ମି. ରହିଛି। ବାଣୁଆଗୁଡ଼ାଗାଁ , ପିଡବ୍ଲ୍ୟୁଡି ରାସ୍ତା ଛକଠାରୁ ମୁଣ୍ଡାଝଲା ଗାଁ ଛକ ପର୍ଯ୍ୟନ୍ତ ଏହି ରାସ୍ତା ସଂଯୋଗ କରୁଛି। ଏଥିରେ ମଧ୍ୟ ଏକ ବଡ ଘାଟି ଓ ଏକ ନାଳ ରହିଛି। ଘାଟି ରାସ୍ତାକୁ ମାଟି କାଟି ସମତଳ କରିବା ବଦଳରେ ପୂର୍ବ ଭଳି ଠିକାଦାର ଛାଡ଼ି ଦେଇଛନ୍ତି। ଏହି ରାସ୍ତା ଉପରେ ଗାଦିଖାଲ, ଡୁଡି଼ଝୋଲା, ବାଣୁଆଗୁଡା ଏବଂ ମୁଣ୍ଡାଝୋଲା ଗ୍ରାମବାସୀ ନିର୍ଭର କରନ୍ତି। ଗାଁକୁ ଆମ୍ବୁଲାନ୍ସ ଆସିପାରେ ନାହିଁ। ଗୁରୁତର ରୋଗୀ ଭାରରେ ବୁହାହୋଇ ଡାକ୍ତରଖାନା ଯାଆନ୍ତି। ରାସ୍ତାକୁ ପକ୍କାରାସ୍ତା କରିବା ଲାଗି ବହୁ ବାର ଗ୍ରାମବାସୀ ପ୍ରଶାସନ ନିକଟରେ ଦାବି କରି ଆସୁଥିଲେ। ପ୍ରଶାସନ ପକ୍ଷରୁ ପକ୍କାରାସ୍ତା ନିର୍ମାଣ ନେଇ ପ୍ରସ୍ତାବ ଗୃହୀତ ହେବା ପରେ ସରକାର ୭ କି.ମି. ରାସ୍ତା ପାଇଁ ୩ କୋଟି ଟଙ୍କା ମଞ୍ଜୁର କରିଥିଲେ। ରାସ୍ତା କାର୍ଯ୍ୟ ତଦାରଖ ଦାୟିତ୍ୱରେ ଗ୍ରାମ୍ୟ ଉନ୍ନୟନ ବିଭାଗ ଥିବାବେଳେ ସେମିଳିଗୁଡ଼ା ଅଞ୍ଚଳର ଜଣେ ଠିକାଦାର ନିର୍ମାଣ ଦାୟିତ୍ୱ ନେଇଛନ୍ତି। ବିଭାଗୀୟ ଅଧିକାରୀଙ୍କ ତଦାରଖ ଅବହେଳା ଯୋଗୁ ରାସ୍ତା କଡ଼ରେ ନାମଫଳକ ଲାଗିଛି ସତ,କିନ୍ତୁ ସେଥିରେ କୌଣସି ସୂଚ଼ନା ନାହିଁ। ଠିକାଦାର ନିମ୍ନମାନର କାଦୁଅ ବାଲି ଆଣି ରାସ୍ତା କାର୍ଯ୍ୟ କରୁଛନ୍ତି। ଏହାକୁ ବିରୋଧ କଲେ ଆମ କଥା କେହି ଶୁଣୁନାହାନ୍ତି ବୋଲି କହନ୍ତି ଗାଁର ଅରୁଣ କନ୍ଦପାନ, ନର୍ସି ହୁଇକା, ଅଭି ନାଗ, ଆଶାନନ୍ଦ ଭତ୍ରା, ସୁନୀଲ ବେନ୍ୟା। ସେହିପରି କୋଟ୍ରା ଘାଟିରେ ଘାଟ କଟିଂ କରିବାକୁ କହିଲେ ତାଙ୍କ ମନଇଚ୍ଛା କାମ କରୁଛନ୍ତି। ପ୍ରଥମେ ମେଟାଲ ବିଛାଇ ମୋରମ ମାଟି ପକାଇବା ପରିବର୍ତ୍ତେ ମାଟି ପକାଯାଉଛି। ଭଲ ଭାବେ ପାଣି ଦେଉ ନ ଥିବାରୁ ମେଟାଲଗୁଡ଼ିକ ଉଠିବା ଆରମ୍ଭ ହେଲାଣି। କେବଳ ସେତିକି ନୁହେଁ , ଗାଁ ନିକଟସ୍ଥ ଏକ ନାଳରେ ହେଉଥିବା ପୋଲ ନିର୍ମାଣରେ ମଧ୍ୟ ନିମ୍ନମାନର କାମ ହେଉଛି। କାମ କରୁଥିବା ସୁପର ଭାଇଜରଙ୍କୁ କହିଲେ ସେ କିଛି ଶୁଣୁ ନ ଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଏନେଇ ଗ୍ରାମବାସୀ ଜିଲାପାଳଙ୍କ ଦ୍ୱାରସ୍ଥ ହୋଇ ଅଭିଯୋଗ କରିବେ ବୋଲି ଚେତାବନୀ ଦେଇଛନ୍ତି। ସମ୍ପର୍କରେ ଗ୍ରାମ୍ୟ ଉନ୍ନୟନ ବିଭାଗ ଏସ୍‌ଡିଓ ଆର୍‌.ବି.ଆର୍‌. ପଟ୍ଟନାୟକଙ୍କୁ ଯୋଗାଯୋଗ କରିବାରୁ ଅଭିଯୋଗର ତଦନ୍ତ କରି ପଦକ୍ଷେପ ନେବେ ବୋଲି ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ରାମନବମୀ ଅବସରରେ ମୋଟର ସାଇକେଲ ରାଲିରେ ଦୁଇ ରାଜନୈତିକ ଦଳର ସମର୍ଥକ ଶ୍ରେୟ ନେବା ପ୍ରୟାସ

ପଟ୍ଟାଙ୍ଗି,୧୭।୦୪(ଶରତ ଧଳ)ସାରା ରାଜ୍ୟରେ ରାମନବମୀକୁ ନେଇ ରାମ ଓ ହନୁମାନ ମନ୍ଦିର ମାନଙ୍କରେ ଉତ୍ସବ ମୁଖର ହୋଇ ଉଠିଥିବାବେଳେ ଯୁବ ଗୋଷ୍ଠୀଙ୍କ କ୍ଷେତ୍ରରରେ ଏହାକୁ ନେଇ...

ଏହି ଆସନରେ ପ୍ରାର୍ଥୀ ବଦଳାଇଲା ଭାଜପା: କର୍ମୀଙ୍କ ମଧ୍ୟରେ ଖୁସିର ମାହୋଲ

ପଟ୍ଟାଙ୍ଗି,୧୬।୦୪(ଶରତ ଧଳ): କୋରାପୁଟ ଲୋକ ସଭା ଅଧିନସ୍ଥ ପଟ୍ଟାଙ୍ଗି ନିର୍ବାଚନ ମଣ୍ଡଳୀକୁ ହାତେଇବା ପାଇଁ ତିନି ଦଳ ମଧ୍ୟରେ ଆଗଭର ଦେଖାଦେଇଛି। ଏଥିପାଇଁ ଦଳୀୟ କର୍ମୀଙ୍କ...

ଦଳରେ ମିଶୁମିଶୁ ମିଳିଗଲା ଟିକେଟ

ଭୁବନେଶ୍ୱର,୧୨।୪: ଭାଜପା ମଙ୍ଗଳବାର ୨୧ ପ୍ରାର୍ଥୀ ତାଲିକା ପ୍ରକାଶ କରିଛି। ଏହି ତାଲିକାରେ କୋରାପୁଟ ଜିଲା ଲକ୍ଷ୍ମୀପୁର ନିର୍ବାଚନ ମଣ୍ଡଳୀ ପାଇଁ ପୂର୍ବତନ ବିଧାୟକ କୈଳାଶ...

ମେଡିକାଲ ଆସୁଥିବା ବେଳେ ବାଇକ୍‌ଆରୋହୀଙ୍କୁ ଚାପିଦେଲା ବାଲି ବୋଝେଇ ଟିପ୍ପର

କୋରାପୁଟ,୧୫ା୪: କୋରାପୁଟ ଜିଲା ୨୬ ନମ୍ବର ଜାତୀୟ ରାଜପଥ ମୃର୍ତ୍ତିକା ସଂରକ୍ଷଣ କଲୋନୀ ନିକଟରେ ରବିବାର ସକାଳେ ଏକ ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣାରେ ଜଣେ...

୨୧ ଗ୍ରାମର ଲୋକେ ୨ ରାଜ୍ୟର ଭୋଟର

ପଟ୍ଟାଙ୍ଗି,୧୫ା୪(ଶରତ ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅଧୀନ କୋଟିଆ ପଞ୍ଚାୟତରେ ଲୋକମାନଙ୍କୁ ବିଭିନ୍ନ ସୁବିଧା ସୁଯୋଗ ଯୋଗାଇ ଆନ୍ଧ୍ର ନେଉଛି ଭୋଟ। ଫଳରେ କୋଟିଆ...

ଭୋଟରଙ୍କୁ ଅଭିନବ ଉପାୟରେ ଆହ୍ବାନ ଦେଲେ ଜିଲାପାଳ

ପଟାଙ୍ଗି,୧୪ା୪(ଶରତ ଧଳ): ଲୋକ ସଭା ଏବଂ ବିଧାନସଭା ନିର୍ବାଚନକୁ କିଛି ଦିନ ବାକି ରହିଥିବା ବେଳେ ଭୋଟରଙ୍କୁ ଏକ ଅଭିନବ ଉପାୟରେ ଜିଲା ପ୍ରଶାସନ ପକ୍ଷରୁ...

ପ୍ରଚାର ମଇଦାନରେ ତାରା: ବିଜେଡି ଛାଡ଼ି କଂଗ୍ରେସରେ ସାମିଲ ହେଲେ ଶତାଧିକ କର୍ମୀ

କୋରାପୁଟ,୧୩ା୪(ଅମିତାଭ ବେହେରା): କୋରାପୁଟ ଜିଲାର ଲକ୍ଷ୍ମୀପୁର ନିିର୍ବାଚନ ମଣ୍ଡଳୀ ଅଧୀନରେ ଥିବା ଦଶମନ୍ତପୁରଠାରେ ଶନିବାର କଂଗ୍ରେସର ବରିଷ୍ଠ ନେତା ତାରାପ୍ରସାଦ ବାହିନୀପତି କଂଗ୍ରେସର ଲୋକ ସଭା...

ପ୍ରଚାର କରିବାକୁ ଆସି ଗ୍ରାମବାସୀଙ୍କ ପ୍ରଶ୍ନ ବାଣରେ ଘାଇଲା ନେତା, ଛାଡ଼ି ପଳାଇଲେ ସଭା

କୋରାପୁଟ,୧୧।୪: ଭୋଟ ପାଇଁ ପ୍ରଚାର କରିବାକୁ ଆସିଥିଲେ ନେତା ଗ୍ରାମବାସୀଙ୍କ ପ୍ରଶ୍ନ ବାଣରେ ହେଲେ ଘାଇଲା। ଜନତାଙ୍କ ପ୍ରଶ୍ନ ବାଣରେ ହଟହଟା ହୋଇ ସଭା ସ୍ଥଳ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri