ଖର୍ଚ୍ଚ ହିସାବ ଦେଉନାହାନ୍ତି ବିଭାଗ

ଭୁବନେଶ୍ୱର, ୭ା୧୦(ବ୍ୟୁରୋ):ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗ ବିନିଯୋଗ ପ୍ରମାଣ ପତ୍ର(ୟୁସି) ଦାଖଲ କରୁନାହାନ୍ତି। ୨୦୧୮-୧୯ରେ ବିଭାଗଗୁଡ଼ିକୁ ୨୫,୯୫୭.୨୫ କୋଟି ଟଙ୍କା ପ୍ରଦାନ କରାଯାଇଥିଲା। ସେଥିରୁ ୧୯,୩୭୧.୨୧ କୋଟି ଟଙ୍କା ଅର୍ଥାତ୍‌ ସମୁଦାୟ ଅର୍ଥର ୭୫%ର କୌଣସି ୟୁସି ବିଭାଗଗୁଡ଼ିକ ଦେଇ ନ ଥିଲେ। କେବଳ ସେତିକି ନୁହେଁ ୩୭ ବିଭାଗ ୨୦୧୯ ମାର୍ଚ୍ଚ ପର୍ଯ୍ୟନ୍ତ ୪୫,୩୪୦.୮୯ କୋଟି ଟଙ୍କାର ବିନିଯୋଗ ପ୍ରମାଣ ପତ୍ର ଦେଇନାହାନ୍ତି। ମଙ୍ଗଳବାର ବିଧାନସଭାରେ ଉପସ୍ଥାପନ କରାଯାଇଥିବା କମ୍ପଟ୍ରୋଲର ଆଣ୍ଡ ଅଡିଟର ଜେନେରାଲ (ସିଏଜି) ରିପୋର୍ଟରେ ଏଭଳି ତଥ୍ୟ ପଦାକୁ ଆସିଛି।
ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ମଙ୍ଗଳବାର ବିଧାନସଭାରେ ୨୦୧୮-୧୯ ଆର୍ଥିକ ବର୍ଷର ଆର୍ଥିକ, ସାମାଜିକ କ୍ଷେତ୍ରର ସିଏଜି ଅଡିଟ୍‌ ରିପୋର୍ଟ ବିଧାନସଭାରେ ଉପସ୍ଥାପନ କରିଛନ୍ତି। ରିପୋର୍ଟରେ କୁହାଯାଇଛି, ୨୦୧୮-୧୯ରେ ରାଜ୍ୟର ଆର୍ଥିକ ସ୍ଥିତି ଭଲ ରହିଥିଲା। ରାଜସ୍ବ ଆଦାୟ ବୃଦ୍ଧି ହୋଇଥିବା ବେଳେ ଖର୍ଚ୍ଚ ମଧ୍ୟ ପୂର୍ବବର୍ଷ ତୁଳନାରେ ବୃଦ୍ଧି ପାଇଥିଲା। ୨୦୧୮-୧୯ରେ ରାଜ୍ୟ ସରକାର ୯୯.୫୪୬ କୋଟି ଟଙ୍କାର ରାଜସ୍ବ ସଂଗ୍ରହ କରିଥିଲେ, ଯାହାକି ସାମଗ୍ରିକ ରାଜ୍ୟ ଘରୋଇ ଉତ୍ପାଦ (ଜିଏସ୍‌ଡିପି)ର ୨୦.୫୧ ପ୍ରତିଶତ ଥିଲା।
ଖର୍ଚ୍ଚ ହିସାବ ଦେଉନାହାନ୍ତି…
ଏହା ୨୦୧୭-୧୮ ଆର୍ଥିକ ବର୍ଷ ତୁଳନାରେ ୧୬.୮୩ ପ୍ରତିଶତ ଅଧିକ ଥିଲା। ରାଜସ୍ବ ଆଦାୟ ବଢ଼ିଥିଲେ ମଧ୍ୟ ଖର୍ଚ୍ଚ ବି ବଢ଼ିଥିଲା। ୨୦୧୭-୧୮ ବର୍ଷ ତୁଳନାରେ ୨୦୧୮-୧୯ରେ ରାଜସ୍ବ ଖର୍ଚ୍ଚ ୧୮.୯୨ ପ୍ରତିଶତ ଅଧିକ ହୋଇଥିଲା, ଯାହାକି ଜିଏସ୍‌ଡିପିର ୧୭.୫୯ ପ୍ରତିଶତ। ରାଜସ୍ବ ବଳକା ମଧ୍ୟ କମିଥିଲା। ଗତ ଆର୍ଥିକ ବର୍ଷରେ ରାଜସ୍ବ ବଳକା ୧୫.୬୯ ପ୍ରତିଶତ ଥିବା ବେଳେ ୨୦୧୮-୧୯ରେ ଏହା ୧୪.୨୫କୁ ଖସି ଆସିଥିଲା।
ପୂର୍ବବର୍ଷ ତୁଳନାରେ ପରିବହନ, ଜଳସେଚନ ଓ ଶକ୍ତି କ୍ଷେତ୍ରରେ ମୂଳଧନ ବ୍ୟୟ କମ୍‌ ରହିଥିଲା। ରାଜ୍ୟରେ ବିତ୍ତୀୟ ନିଅଣ୍ଟ ଅଧିକ ରହିଥିଲା। ୨୦୧୭-୧୮ରେ ବିତ୍ତୀୟ ନିଅଣ୍ଟ ୯୯୭ କୋଟି ଟଙ୍କା ଥିବା ବେଳେ ୨୦୧୮-୧୯ରେ ୧୦,୧୫୭ କୋଟି ଥିଲା। ପୂର୍ବବର୍ଷ ତୁଳନାରେ ସାମାଜିକ ଓ ଅର୍ଥନୈତିକ କ୍ଷେତ୍ରରେ ମୁଣ୍ଡପିଛା ବ୍ୟୟ ଅଧିକ ହୋଇଛି। କିନ୍ତୁ ବିତ୍ତୀୟ ନିଅଣ୍ଟ କମ୍‌ ଦର୍ଶାଇବା, ନୂତନ ପେନସନ ପଦ୍ଧତି ବାବଦକୁ ଅଂଶଧନ ଜମା ନ ହେବା, ରାଜ୍ୟ ବିପର୍ଯ୍ୟୟ ପରିଚାଳନା ପାଣ୍ଠିରେ ବଳକା ଭରଣା ନ ହେବା, ଭୂ-ରାଜସ୍ବ ଟିକସ ପଞ୍ଚାୟତିରାଜ ଅନୁଷ୍ଠାନକୁ ପ୍ରଦାନ କରିବା ଯୋଗୁ ୧,୪୯୪.୮୯ କୋଟି ଟଙ୍କା ରାଜସ୍ବ ବଳକା ଦର୍ଶାଯାଇଥିବା ସିଏଜି ରିପୋର୍ଟରେ କହିଛନ୍ତି। ଅଧିକ ଟଙ୍କା ବଳକା ଥିବା ଏବଂ ରାଜ୍ୟଗୁଡ଼ିକ ଋଣ ନ କରି ବଳକା ଅର୍ଥ ଖର୍ଚ୍ଚ କରିବାକୁ ତ୍ରୟୋଦଶ ଅର୍ଥ କମିଶନ ସୁପାରିସ କରିଥିଲେ। ମାତ୍ର କମିଶନଙ୍କ ସୁପାରିସକୁ ଉଲ୍ଲଂଘନ କରି ରାଜ୍ୟ ସରକାର ବଜାରରୁ ୮,୦୧୯.୫୪ କୋଟି ଟଙ୍କା ୭.୫୫ ରୁ ୮.୭୯ ପ୍ରତିଶତ ସୁଧ ହାରରେ ଋଣ ନେଇଥିଲେ ବୋଲି ସିଏଜି ଦର୍ଶାଇଛନ୍ତି।
ବଜେଟ ଅର୍ଥକୁ ବିଭାଗଗୁଡ଼ିକ ଠିକ୍‌ ସମୟରେ ଖର୍ଚ୍ଚ କରି ପାରୁନାହାନ୍ତି। କେବଳ ସେତିକି ନୁହେଁ, ବିଭିନ୍ନ ବ୍ୟକ୍ତିଗତ ଖାତାରେ ଦୀର୍ଘବର୍ଷ ଧରି ଟଙ୍କା ପଡ଼ିରହୁଥିଲେ ମଧ୍ୟ ତାହାକୁ ବିନିଯୋଗ କରାଯାଇପାରୁ ନାହିଁ। ସିଏଜି ଦର୍ଶାଇଛନ୍ତି ଯେ, ୮୩୧ଟି ବ୍ୟକ୍ତିଗତ ଖାତାରେ ୨୦୧୯ ମାର୍ଚ୍ଚ ୩୧ ସୁଦ୍ଧା ୧୭,୫୦୩.୫୦ କୋଟି ଟଙ୍କା ଖର୍ଚ୍ଚ ନ ହୋଇ ପଡ଼ି ରହିଛି। ଓଡ଼ିଶା ଟ୍ରେଜେରି ନିୟମକୁ ଖୋଲାଖୋଲି ଉଲ୍ଲଂଘନ କରାଯାଇଛି। ୨୦୧୮-୧୯ରେ ରାଜ୍ୟର ଋଣ ଭାର ୧,୦୮,୨୫୮ କୋଟି ଥିଲା, ଯାହାକି ଜିଏସ୍‌ଡିପିର ୧୧.୨୩ ପ୍ରତିଶତ। କେନ୍ଦ୍ରୀୟ ଅନୁଦାନ ଠିକ୍‌ ସମୟରେ ନ ପହଞ୍ଚିବା, ଟେଣ୍ଡର ନ ହେବା କାରଣରୁ ୧୩ଟି ବିଭାଗ ୨୭ଟି ବିଷୟରେ ୧,୩୦୪.୧୭ କୋଟି ଟଙ୍କା ଫେରାଇ ଦେଇଥିଲେ ବୋଲି ସିଏଜି ରିପୋର୍ଟରେ ଉଲ୍ଲେଖ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସୁନା-ରୂପା ମୂଲ୍ୟରେ ବଡ଼ ହ୍ରାସ; ୧୩୦୦୦ କମିଲା….

ନୂଆଦିଲ୍ଲୀ,୨।୪: ଆଜି ସୁନା ଏବଂ ରୂପା ବଜାରରେ ଏକ ବଡ଼ ହ୍ରାସ ଦେଖିବାକୁ ମିଳିଛି । ଯାହା ନିବେଶକ ଏବଂ କ୍ରେତା ଉଭୟଙ୍କ ମଧ୍ୟରେ ଉତ୍ସାହ ସୃଷ୍ଟି…

କ୍ରିକେଟର୍‌ଙ୍କ ଅଭିଯୋଗରେ ଏହି ଅଭିନେତ୍ରୀଙ୍କୁ ବାନ୍ଧିଲା ପୋଲିସ: ପଛରେ ରହିଛି ଏମିତି କାରଣ

କଲମ୍ବୋ,୨।୪: ଶ୍ରୀଲଙ୍କାର କ୍ରିକେଟର ଭାନୁକା ରାଜପକ୍ଷେ ଅଭିନେତ୍ରୀ ହର୍ଷି ରସାଙ୍ଗାଙ୍କୁ ଏକ ଆଇନଗତ ନୋଟିସ ପଠାଇଛନ୍ତି। ଏହା ପରେ ପୋଲିସ ତାଙ୍କୁ ଗିରଫ କରିଛି। ଏହି ମାମଲା…

ମୁହଁରେ କପଡ଼ା ବାନ୍ଧି ବାପାଙ୍କୁ ଲୁଟିବାକୁ ଆସିଥିଲେ ପୁଅ: ୧୦ ଲକ୍ଷ ଟଙ୍କା ନେବା ପରେ ଘଟିଲା…

ନୂଆଦିଲ୍ଲୀ,୨।୪: ଦିଲ୍ଲୀର ଲକ୍ଷ୍ମୀ ନଗର ଅଞ୍ଚଳରେ ଘଟିଥିବା ୧୦ ଲକ୍ଷ ଡକାୟତି ଘଟଣାର ସମାଧାନ ପୋଲିସ ମାତ୍ର ୨୪ ଘଣ୍ଟା ମଧ୍ୟରେ କରିଛି। ସବୁଠାରୁ ଆଶ୍ଚର୍ଯ୍ୟଜନକ କଥା…

ସକାଳୁ ସକାଳୁ ଥରିଲା ପୃଥିବୀ, ୭.୪ ତୀବ୍ରତାର ଭୂକମ୍ପ ପରେ ଲୋକେ ଘରୁ ଦୌଡି….

ଜାକାର୍ତ୍ତା,୨ା୪: ଇଣ୍ଡୋନେସିଆରେ ବଡ଼ ଧରଣର ଭୂମିକମ୍ପ ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୭.୪ ରେକର୍ଡ କରାଯାଇଛି । ଭୂମିକମ୍ପ ପରେ ସୁନାମି ଚେତାବନୀ ମଧ୍ୟ…

ଜିଲାର ସଂସ୍କୃତି ପରମ୍ପରା ପାଳନରେ ବିଭାଗର ଖାମଖିଆଲି ମନୋଭାବ: ଓଡ଼ିଶାର ବରପୁତ୍ରଙ୍କୁ ଅଣଦେଖା

ପାରଳାଖେମୁଣ୍ଡି,୨ା୪(ଗିରିଧାରୀ ପରିଚ୍ଛା): ଓଡ଼ିଶା ଦିବସରେ ଓଡ଼ିଶାର ନିର୍ମାତାଙ୍କ ମାଟିରେ ଅପମାନ ଓ ଅବହେଳା ପରିଲକ୍ଷିତ ହୋଇଛି। ଓଡ଼ିଶା ଦିବସ ପାଳନରେ ସ୍ଥାନୀୟ ବୁଦ୍ଧିଜୀବୀ ଓ ବରିଷ୍ଠ ବ୍ୟକ୍ତିମାନଙ୍କୁ…

ଗ୍ୟାସ, ତେଲ ପରେ କଣ୍ଡୋମ ଅଭାବ: ୫୦% ପର୍ଯ୍ୟନ୍ତ ଦର ବୃଦ୍ଧି ସମ୍ଭାବନା, ଜାଣନ୍ତୁ କାହିଁକି

ଓ୍ବାଶିଂଟନ,୨।୪: ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ସଂଘର୍ଷ ଯୋଗୁ ଯୋଗାଣ ବାଧାପ୍ରାପ୍ତ ହୋଇଥିବାରୁ ଦେଶରେ କଣ୍ଡୋମ ମୂଲ୍ୟ ୫୦% ପର୍ଯ୍ୟନ୍ତ ବୃଦ୍ଧି ପାଇପାରେ। ତେଲ ଏବଂ…

ଗୋଡଭଗାରେ ଚାଞ୍ଚଲ୍ୟ: ଦିନରେ ବୁଲିଲା ଛୁରି-ଭୁଜାଲି

ବରଗଡ଼,୨।୪(ପ୍ରେମାନନ୍ଦ ଖମାରୀ): ବରଗଡ ଜିଲାରେ ଆଇନ ଶୃଙ୍ଖଳା ପରିସ୍ଥିତି ଥମିବାର ନାଁ ନେଉନି। ଗତ କିଛିଦିନ ତଳେ ଜିଲାର ସଦର ମହକୁମା ବରଗଡ଼ ସହରରେ ଆଇନ ଶୃଙ୍ଖଳା…

୫ ଜିଲାକୁ ଝଡ଼ବର୍ଷା, ଆଜି ଏସବୁ ଅଞ୍ଚଳରେ ଘଡ଼ଘଡ଼ି ସହ…

ଭୁବନେଶ୍ୱର,୨ା୪: ଆଭ୍ୟନ୍ତରୀଣ ଓଡ଼ିଶାରେ ପ୍ରବଳ ଗରମ ଅନୁଭୂତ ହେଉଥିବାବେଳେ ଉପକୂଳରେ ଥଣ୍ଡା ଅନୁଭୂତ ହେଉଛି। ଗତ କିଛିଦିନ ଧରି ରାଜ୍ୟରେ ଏପରି ତାପମାତ୍ରା ଦେଖିବାକୁ ମିଳୁଛି। ଏନେଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri